1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରକ୍ତଚାପ ନିୟନ୍ତ୍ରଣ କରେ ପୋଇ

ପୋଇରେ ପୋଟାସିୟମ ମଧ୍ୟ ରହିଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ ।

Sudesna Nayak
Sudesna Nayak
HEALTH Benefits of Spinach Blood Pressure-people-eat

HEALTH Benefits of Spinach Blood Pressure-people-eat

ଦୈନନ୍ଦିନ ଜୀବନରେ ଶାଗ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଆପଣ ନିଜର ଡାଏଟିଙ୍ଗରେ ମଧ୍ୟ ଏହାକୁ ସାମିଲ କରିପାରିବେ । ଆପଣ ଜାଣିଛନ୍ତି କି,ପୋଇ (Spinach)ନିୟମିତ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗରୁ ଆରୋଗ୍ୟ ମିଳିଥାଏ । ପୋଇ (Spinach)ରେ ପୋଟାସିୟମ ମଧ୍ୟ ରହିଛି ଯାହା ରକ୍ତଚାପ (Blood Pressure)ନିୟନ୍ତ୍ରଣ କରିଥାଏ ।

-ପୋଇ (Spinach) ମଧ୍ୟ ଏକ ପ୍ରକାର ଶାଗ ଯାହା ସବୁ ଆଡେ ସହଜରେ ମିଳିଥାଏ । ପୋଇ (Spinach)କୁ ବିଭିନ୍ନ ତରିକାରେ ମଧ୍ଯ ରନ୍ଧାଯାଇଥାଏ । ପୋଇ (Spinach) ଶାଗ ଶରୀରରେ ଆଇରନର ଅଭାବ ଦୂର କରିଥାଏ । ପୋଇ (Spinach) ଶାଗ ହୃଦୟ ଓ ମସ୍ତିସ୍କକୁ ମଧ୍ୟ ସୁସ୍ଥ ରଖିଥାଏ ।

-ପୋଇ (Spinach) ଶାଗ ତ୍ୱଚାର ଅନେକ ସମସ୍ୟା ଯେପରିକି ଚର୍ମ ଲୋଚାକୋଚା ହୋଇ ଯାଇଥିଲେ, ପୋଇ ଏବଂ ଲେମ୍ବୁ ରସରେ କିଛି ବୁନ୍ଦା ଗ୍ଲିସେରିନ୍‌ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ।

-ପୋଇ (Spinach) ଶାଗ ଅନିଦ୍ରା ସମସ୍ୟା ଦୂର କରେ । ପୋଇ (Spinach) ଶାଗରେ ମ୍ୟାଗନେସିୟମ ଜିଙ୍କର ଗୁଣ ରହିଛି, ଯାହା ନିଦ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।

-ଯେଉଁମାନଙ୍କର କେଶ ଝଡ଼ିବାର ସମସ୍ୟା ରହିଛି, ସେମାନେ ପୋଇ (Spinach) ଶାଗକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍‌ । ଯାହା କେଶ ଝଡିବା ସମସ୍ୟାରୁ ଦେବ ମୁକ୍ତି ।

-ପୋଇ (Spinach) ଶାଗ ପେଟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ ।

-ପୋଇ (Spinach) ଶାଗ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପୋଇ (Spinach) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ DOCTOR ଙ୍କର ପରାମର୍ଶ ନିହାତି ଭାବରେ ନିଅନ୍ତୁ ।

ଡାଇବେଟିସରୁ ମୁକ୍ତି ଦେବ ଗ୍ରୀନ ମଟର

କ୍ୟାନସର ଦୂର କରେ କଦଳୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments