Agripedia

ଗ୍ରୀନହାଉସରେ ଚାଷ ବିଷୟରେ ଜାଣିଛନ୍ତି କି?

ଯଦି ଆମେ କୃଷିରୁ ଅଧିକ ଲାଭ ପାଇବାକୁ ଚାହୁଁ, ତେବେ ଆମକୁ ଆଧୁନିକ କୃଷି କୌଶଳ ଗ୍ରହଣ କରିବାକୁ ପଡିବ ଯେପରିକି ଗ୍ରୀନ୍ ହାଉସ୍ ଚାଷ ​​ (ପଲିହାଉସ୍ ଚାଷ), ହାଇଡ୍ରୋପୋନିକ୍ ଚାଷ, ଆକ୍ୱାପୋନିକ୍ ଚାଷ ​​।

08 November, 2022 12:41 PM IST By: Sudesna Nayak

ଆଜିକାଲି ଅନେକ ଆର୍ଥିକ ସୁରକ୍ଷା ଅଭାବରୁ ଅନେକ କୃଷକ ଚାଷକୁ ଅନ୍ୟ ବୃତ୍ତିରେ ସ୍ଥାନାନ୍ତର କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ । ୯୫% ରୁ ଅଧିକ କୃଷକ ଭାରତରେ ପାରମ୍ପାରିକ ଚାଷ କୌଶଳ ବ୍ୟବହାର କରନ୍ତି । ଯଦି ଆମେ କୃଷିରୁ ଅଧିକ ଲାଭ ପାଇବାକୁ ଚାହୁଁ, ତେବେ ଆମକୁ ଆଧୁନିକ କୃଷି କୌଶଳ ଗ୍ରହଣ କରିବାକୁ ପଡିବ ଯେପରିକି ଗ୍ରୀନ୍ ହାଉସ୍ ଚାଷ ​​(green house farming) (ପଲିହାଉସ୍ ଚାଷ), ହାଇଡ୍ରୋପୋନିକ୍ ଚାଷ, ଆକ୍ୱାପୋନିକ୍ ଚାଷ ​​।

ପରିବେଶ ପରିବର୍ତ୍ତନ ଦ୍ୱାରା କୃଷି କାର୍ଯ୍ୟ ବହୁ ମାତ୍ର ରେ ପ୍ରଭାବିତ ହେଉଛି । ଅଧିକ ରୋଗ ପୋକ ସମସ୍ୟା ,ବିଳମ୍ବ ରେ ଅମଳ ବା ରୋଇବା ଇତ୍ୟାଦି ବର୍ତ୍ତମାନ ଖୁବ ସାଧାରଣ ହୋଇଗଲାଣି । ତେବେ ଏହା ଦ୍ୱାରା ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇବା ସହ ଦେଶରେ ଖାଦ୍ୟ ଅଭାବ ହେବାର ମଧ୍ୟ ଆଶଙ୍କା ରହିଛି । ଏନେଇ ଗ୍ରୀନ ହାଉସ ଚାଷ (green house farming) ବା ପଲି ହାଉସ ଚାଷ ଏକ ଉତ୍ତମ ବିକଳ୍ପ ଭାବେ ଗ୍ରହଣ କରିହେବ ।

ଗ୍ରୀନ ହାଉସ ବା ପଲି ହାଉସ କଣ ସେ ବିଷୟରେ ଜାଣନ୍ତୁ...

ଗ୍ଲାସ ବା ଧଳା ପଲିଥିନ ପରି ବସ୍ତୁରେ ନିର୍ମିତ ଏକ ଘର ସଦୃଶ ଆକୃତିକୁ ପଲି ହାଉସ (poly house) କୁହାଯାଏ । ଏଥିରେ ଆପଣ ନିୟନ୍ତ୍ରିତ ପରିବେଶରେ ଚାଷ କରିପାରିବେ । ଅଧିକ ତାପମାତ୍ରା ,ବର୍ଷା ରୋଗ ପୋକ ଦମନ ଇତ୍ୟାଦି କାର୍ଯ୍ୟ ପଲିହାଉସ ରେ ବେଶ ସୁବିଧା ରେ ହୋଇପାରିବ ।

କେଉଁ କେଉଁ ଫସଲ ଚାଷ ହେଇପାରିବ ସେ ବିଷୟରେ ଜାଣନ୍ତୁ...

ଅମୃତଭଣ୍ଡା (Papaya),ଷ୍ଟ୍ରବେରି (strawberry)ପରି ଫଳ ,କୋବି,କଖାରୁ ଜାତୀୟ ଫସଲ ,ଭେଣ୍ଡି ,ଲଙ୍କା,ଧନିଆ,ପିଆଜ ,ଶାଗ,ତାମତର ଇତ୍ୟାଦି ପରି ପନିପରିବା ,ଗେଣ୍ତୁ ,ଗୋଲାପ,ପରି ଫୁଲ ହିଁ ଏଥିରେ ଚାଷ କରାଯାଇପାରିବ ।

ଏଥିରେ ଚାଷ କରିବାର ଉପାଦେୟତା କଣ ସେ ବିଷୟରେ ଜାଣନ୍ତୁ...

-ଲାଭବାନ ହେବାକୁ ଚାହୁଁଥିଲେ ହିଁ ପଲି ହାଉସ (poly house)ରେ ଚାଷ କରିବା ଏକ ଉତ୍ତମ ବିକଳ୍ପ ।

-ବିଶେଷ କରି ଆପଣ ଯେ କୌଣସି ଫସଲ ,ଯେ କୌଣସି ଋତୁ ରେ ନିୟନ୍ତ୍ରିତ ପରିବେଶ ସହ ଚାଷ କରିପାରିବେ । ଏହା ଦ୍ୱାରା ଆପଣ ବର୍ଷା ସାରା ଚାଷ କରିପାରିବେ ।

-ଅମଳ ର ମାନ ବେଶ ଅଧିକ ରହିଥାଏ । ଜମି ରେ ଚାଷ କରିବା ଅପେକ୍ଷା ପଲି ହାଉସ ର ଉତ୍ପାଦ ଅଧିକ ଆକର୍ଷଣୀୟ ଏବଂ ବଜାରରେ ଏହାର ଦ୍ୱାରା ନିଶ୍ଚିନ୍ତ ଅଧିକ ରହିଥାଏ ।

-ଜଳ ନିଷ୍କାସନର ସମସ୍ୟା ହିଁ ହୁଏ ନାହିଁ ।

-ଏଥରୁ ୫ ରୁ ୧୦ ଗୁଣ ଅଧିକ ହିଁ ଅମଳ ହୋଇଥାଏ ।

-ଫସଲ ଲାଗି ଆବଶ୍ୟକ ପରିବେଶ ଏହା ଦ୍ୱାରା ଯୋଗାଇବା ସହଜ ହୋଇଥାଏ ।

-ଫସଲ ଶୀଘ୍ର ଅମଳ ଦେଇଥାଏ ।

-ରୋଗ ପୋକ ସମସ୍ୟାରୁ ଲାଘବ ମିଳେ ।

ମନେ ରଖନ୍ତୁ ଯେ, ପଲି ହାଉସ (poly house)ରେ ଚାଷ କରିବା ପ୍ରଥମ ଥର ଲାଗି ଅଧିକ ବ୍ୟୟବହୁଳ ହୋଇପାରେ ମାତ୍ରା ଖୁବ ଶୀଘ୍ର ଆପଣ ଏହା ଦ୍ୱାରା ଲାଭବାନ ହୋଇପାରିବେ ଏହା ଦ୍ୱାରା ଚାଷ କରି ଆପଣ ନିଶ୍ଚିନ୍ତ ଭାବେ ଆୟ ଦ୍ବିଗୁଣିତ କରିପାରିବେ ।

ବ୍ୟବସାୟିକ ଭିତ୍ତିରେ ଡାଲଚିନି ଚାଷ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା

ମଧୁର ମକାର ଚାହିଦା ଓ କିସମ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)