1. କୃଷି ବିଶ୍ବକୋଷ

ଏହି ଚାଷ ରୋଜଗାର ବଢାଇବା ସହିତ ଆପଣଙ୍କୁ ଲକ୍ଷପତି କରିବ

Tanushree Mahapatra
Tanushree Mahapatra
Grow mango ginger make much more income

Grow mango ginger make much more income

ଚାଷ ମଧ୍ୟରେ ଅଦା ଚଷା ମଧ୍ୟ ଏକ ଲାଭଦାୟକ ଫସଲ l ଯତ୍ନ କରିବାକୁ ପଡିଥାଏ ଭଲଭାବେ କିନ୍ତୁ ଅଳ୍ପ ଖର୍ଚ ରେ ଅଧିକ ଆୟ ଆସିଥାଏ l ସାଧାରଣତଃ ଅପ୍ରେଲ ଓ ମେ ' ମାସ ଅଦା ଲଗାଇବାର ଉତ୍ତମ ସମୟ ହୋଇଥାଏ  । ତଥାପି ସମତଳ ଅଞ୍ଚଳମାନଙ୍କରେ ଜୁନ ମାସ ପର୍ଯ୍ୟନ୍ତ ମଧ୍ୟ ଅଦା ଲଗାଯାଇପାରିବ । ଉର୍ବର ନିଗିଡ଼ା ବାଲି ଦୋରସା ଓ ଲାଲ ଦୋରସା ମାଟି ଅଦାଚାଷ ପାଇଁ ସର୍ବୋକୃଷ୍ଣ । ଓଡିଶାର କନ୍ଧମାଳ, କୋରାପୁଟ, ଗଜପତି, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଆଦି ଜିଲ୍ଲାରେ ଏହା ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଇଥାଏ ।

ଏଠିକାର ଲୋକେ ଅଧିକ ପରିମାଣ ର ଅଦା ଚାଷ କରିଥାନ୍ତି ଆମ୍ବକଷିଆ ଅଦା ବା ଆମ୍ବ ଅଦା ଏହାର ବାସ୍ନା ଯୋଗୁଁ ପରିଚିତ l ଆମେ ଆମ୍ବ ଅଦା ଅଳ୍ପ ପରିମାଣରେ ବ୍ୟବହାର କରିଥାଉ ସମସ୍ତ ଖାଦ୍ୟ ପଦାର୍ଥ ହେଉ କି କୁଂଆସୁ ଜୁସ ପ୍ରସ୍ତୁତି ରେ  l ଏହି ଆମ୍ବ ଅଦାର ଦାମ୍ ମଧ୍ୟ ଅଧିକ ରହିଛି l ଆମ୍ବ ଅଦା ଚାଷ କରି ମାସିକ ଲକ୍ଷାଧିକ ଟଙ୍କା ରୋଜଗାର ହୋଇପାରିବ l ଏହାର ବାସ୍ନା ପାଇଁ ଏହାର ଚାହିଦା ଟିକେ ଅଧିକ l ଆସନ୍ତୁ ଆଲୋଚନା କରିବା ଆପଣ କିପରି ଆମ୍ବ ଅଦା ଚାଷ କରିବେ l

ଅଦା, କିଆରୀରେ ବିହନ ଲଗାଇବାର ୪୫ ଦିନ ଓ ୯ ୦ ଦିନରେ ଏହିପରି ଦୁଇଥର ସାମାନ୍ୟ କୋଡ଼ାଖୁସା, ଘାସ ବାଛିବା, ସାର ପ୍ରୟୋଗ, ପଟାଳୀ ଟେକିବା ଓ ସିଆର କାଟିବା ଆଦି କାମ କରାଯିବା ଉଚିତ । ଆମ୍ବ ଅଦା ଚାଷ କରିବା ପାଇଁ ଜମିର କ୍ଷାରତା ୫.୫ ରୁ ୬.୫ ମଧ୍ୟରେ ରହିବା ଦରକାର l ଜମିର ମାଟି ବାଲି ଦୋରସା, ନାଲି ଦୋରସା ମାଟି, କଳା ଓ ଚିକିଟା ମାଟି ନିଗିଡା ମାଟି ଉପଯୁକ୍ତ ଅଟେ । ଜଳବାୟୁ- ଉଷ୍ମ ଆର୍ଦ୍ର ଜଳବାୟୁ , ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ପର୍ଯ୍ୟନ୍ତ । ମେ - ଜୁନ ମାସରେ ଏହି ଆମ୍ବ ଆଡକୁ ଜମିରେ ଲଗାଇବା ଉଚିତ l ଜମି ପ୍ରସ୍ତୁତି - ଲଗାଇବା ପୂର୍ବରୁ ୫-୬ ଓଡ଼ ଚାଷ କରି , ୧ ମିଟର ଚଉଡ଼ା ୩ ମିଟର ଲମ୍ବ । ଆବଶ୍ୟକ ସ୍ଥଳେ ଜମିକୁ ଦେଖି ଲମ୍ବ ଅଧିକ କରାଯାଏ ଏବଂ ୧୫ ସେ.ମି. ଉଚ୍ଚତା ବିଶିଷ୍ଟ ପଟାଳୀମାନ କରାଯାଏ । ଦୁଇ ପଟାଳୀ ମଧ୍ୟରେ ୩୦ ସେ.ମି. ବ୍ୟବଧାନ ରଖାଯାଏ ।

ବିହନ କିସମ -ଆମ୍ବକଷିଆ ଅଦା  ବିହନ ପରିମାଣ-ହେକ୍ଟର ପ୍ରତି  ୨୦-୨୫ କ୍ୱିଣ୍ଟାଲ ଲଗାଇବା ଦୂରତା -ଉଚ୍ଚ ପଟାଳୀରେ ଗଛକୁ ଗଛ ୨୫ ସେ.ମି. ଓ ଧାଡିକୁ ଧାଡି ୩୦ ସେ.ମି. ବ୍ୟବଧାନରେ ବିହନ ଖଣ୍ଡ ଗୁଡିକ ଲଗାଯାଏ।

 

ତଳେ ବିଛେଇବା ପାଇଁ ଆବଶ୍ୟକ ହେଉଥିବା ଜିନିଷ-ହେକ୍ଟର ପ୍ରତି ୧୨.୫ ଟନ୍ ନଡ଼ା, ପାଳ ବା ଶୁଖିଲା ପତ୍ର ତଳେ ବିଛେଇବା ପାଇଁ ଦରକାର ହାଇଥାଏ । ନହେଲେ ଅଦା ଫସଲ ନଷ୍ଟ ହେବାର ସମ୍ଭାବନା ରହିଥାଏ l

ଖତ ଓ ସାର

ଏକ ହେକ୍ଟର ଆମ୍ବ ଅଦା ଚାଷ ପାଇଁ ୨୫ ଟନ ଖତ, ୬୦ କି.ଗ୍ରା. ଯବକ୍ଷାରଜାନ , ୩୦ କି.ଗ୍ରା. ଫସଫରସ ଓ ୯୦ କି.ଗ୍ରା. ପଟାସ୍ ସାର ଦରକାର ।ଏହା ତିନିଥରରେ ଭାଗ ଭାଗ ଦିଆଯାଏ । ଲଗାଇବା ବେଳେ ସମସ୍ତ ଫସଫରସ୍ ସାର ଓ ଅଧା ପଟାସ୍ ସାର । ଲଗାଇବା ୪୫ ଦିନରେ ଅଧା ଯବକ୍ଷାରଜାନ୍ ସାର । ଲଗାଇବାର ୯୦ ଦିନରେ ଅଧା ଯବକ୍ଷାରଜାନ୍ ସାର ଓ ଅଧା ପଟାସ୍ ସାର । ପ୍ରତ୍ୟକ ପ୍ରୟୋଗ ସମୟରେ କୋଡ଼ାଖୁସା କରି ଘାସ ବାଛି ସାର ଦିଆଯାଏ ।

ଅନ୍ତଃ ଫସଲ ଓ ମିଶ୍ରିତ ଫସଲ

ଆମ୍ବ, ପଣସ, ନଡ଼ିଆ, ପିଜୁଳି  ବଗିଚା ଭିତରେ ଆମ୍ବ ଅଦା ଚାଷ କରାଯାଇପାରିବ । ହରଡ଼, କୋଳଥ, ସୋୟବିନ୍ ଫସଲକୁ ଆମ୍ବ ଅଦା ସହିତ ମିଶ୍ରିତ ଚାଷ କରାଯାଇ ପାରିବ । ଏହି ଫସଲ ୭ ମାସରେ ଅମଳ କରାଯାଏ । ଅମଳ-ଏକ ହେକ୍ଟର ଜମିକୁ ୨୦-୪୦ ଟନ ଆମ୍ବ ଅଦା ଅମଳ ହାଇଥାଏ ।

ମହିଳାଙ୍କୁ ରୋଜଗାର ଦେଉଛି ମିଲେଟ ଚାଷ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments