1. କୃଷି ବିଶ୍ବକୋଷ

ଏକ ଅଲୋଡ଼ା ଶସ୍ୟ

ମିଲେଟ ପରି ଏକ ଅଲୋଡ଼ା ଶସ୍ୟ ମଧ୍ୟ କରିପାରିବ ଶରୀର ର ବହୁ ଉପକାର !! କେତେକ ଭୟଙ୍କର ରୋଗ ରେ ମଧ୍ୟ ହେବ ଉପଚାର ..ଏହାର ଉପାଦେୟତା ବୁଝି ସରକାର ଏବେ ଆରମ୍ଭ କରିଛନ୍ତି ମିଲେଟ ମିଶନ |ତେବେ ମିଲେଟ ରେ ଉପାଦେୟତା ଜାଣିବା ଲାଗି ଆଗକୁ ପଢନ୍ତୁ |

KJ Staff
KJ Staff

ମିଲେଟ ପରି ଏକ ଅଲୋଡ଼ା ଶସ୍ୟ ମଧ୍ୟ କରିପାରିବ ଶରୀର ର ବହୁ ଉପକାର !!
କେତେକ ଭୟଙ୍କର ରୋଗ ରେ ମଧ୍ୟ ହେବ ଉପଚାର ..ଏହାର ଉପାଦେୟତା ବୁଝି ସରକାର ଏବେ ଆରମ୍ଭ କରିଛନ୍ତି ମିଲେଟ ମିଶନ |ତେବେ ମିଲେଟ ରେ ଉପାଦେୟତା ଜାଣିବା ଲାଗି ଆଗକୁ ପଢନ୍ତୁ |

ମିଲେଟ ର ଉପାଦେୟତା :

୧)ହୃଦ ରୋଗ ପ୍ରତିରୋଧକ :ଏହି କୁନି କୁନି ମଞ୍ଜି ନିଜ ମଧ୍ୟରେ ହିଁ ପୋଷକ ତତ୍ଵ ର ଗ୍ରନ୍ଥାଗାର ଯାହା ହୃଦ ରୋଗ ପ୍ରତିରୋଧକ ଶକ୍ତି ଦେଇଥାଏ |ବିଭିନ୍ନ ରକ୍ତବାହିନୀ ଧମନୀ ରେ ବ୍ଲକଏଜ କୁ ଦୂର କରେ ଏବଂ ହୃଦ୍ଘାତ ,ରକ୍ତଚାପ ଇତ୍ୟାଦି ରୁ ସୁରକ୍ଷା ଦିଏ | ଏହା ବ୍ୟତୀତ କେତେକ ମାତ୍ରା ରେ କର୍କଟ ରୋଗ ରୁ ମଧ୍ୟ ସୁରକ୍ଷା ଦେଇଥାଏ |

୨)ମଧୁମେହ ରୁ ସୁରକ୍ଷା :
ଏଥିରେ ପ୍ରଚୁର ପରିମାଣ ରେ ମ୍ୟାଗନେସିଅମ ଥାଏ ,ଯାହା ଇନ୍ସୁଲିନ ମାତ୍ର କୁ ନିୟନ୍ତ୍ରିତ କରେ ଏବଂ ଶରୀରରେ ସର୍କରା ର ଉଚିତ ପରିଚାଳନା କରେ ଫଳ ସ୍ୱରୂପ ମଧୁମେହ ପରି ଭୟଙ୍କର ରୋଗ ରୁ ମୁକ୍ତି ମିଳିଥାଏ |



୩)ଖାଦ୍ୟ ହଜମ ରେ ସହାୟକ :
ତନ୍ତୁ ରେ ଭରପୁର ,ଏହି ମିଲେଟ ଏକ ଉତ୍ତମ ସ୍ୱାସ୍ଥ୍ୟକର ଶସ୍ୟ ଯୁକ୍ତ ଖାଦ୍ୟ |ଏହା କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର କରେ ଏବଂ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ |ବିଭିନ୍ନ ଆଁତ ବା ପେଟରେ ଜଳନ ପରି ରୋଗରୁ ମଧ୍ୟ ଏହା ଲାଘବ ଦେଇଥାଏ ଏବଂ ଉତ୍ତମ କିଡ୍ନୀ ଓ ଲିଭର ସ୍ୱାସ୍ଥ୍ୟ ପରିଚାଳନରେ ଏହା ସକ୍ଷମ |

୪)ଜୀବ-ବିଷ(toxin )ନଷ୍ଟ କରେ :ଏଥିରେ ଥିବା ବିଭିନ୍ନ ଉପକାରୀ ଅମ୍ଳ ବା ଏସିଡ ଜାତ କୁରକୁମିନ, କ୍ୟାଟେଚିଂ ଇତ୍ୟାଦି ଶରୀରରୁ ସମସ୍ତ ଅହିତକାରୀ ଦ୍ରବ୍ୟ କାଢି ଜୀବ ବିଷ ନଷ୍ଟ କରେ ଫଳରେ ଓଜନ ନିୟନ୍ତ୍ରଣ ହୁଏ ଏବଂ କିଣ୍ୱକ( enzyme ) ପରିଚାଳନା ସଠିକ ଭାବେ ହୋଇଥାଏ |

ମିଲେଟ ମାନଙ୍କ ମଧ୍ୟରେ ଜବ ,ରାଗି ,ଓଟ ,ଫୋକ୍ସ ଟେଲ ମିଲେଟ ,ବାଜେରା ପ୍ରଧାନ |ଓଡିଶା ସରକାର ଙ୍କର ମିଲେଟ ମିଶନ ବିଷୟରେ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments