1. କୃଷି ବିଶ୍ବକୋଷ

ଶୀତଦିନରେ ଗେଣ୍ଡୁଫୁଲ ଚାଷ

ଶୀତଦିନେ(winter) ବଗିଚାରେ ଗେଣ୍ଡୁ ଫୁଲର ସମାହାର ବେଶ ମନଲୋଭା ହୋଇଥାଏ । ସାଧାରଣତଃ ଶୀତ ଦିନେ ଘରେ ଘରେ ବାଡ଼ି ବଗିଚାରେ ଗେଣ୍ଡୁ ଫୁଲ ଦେଖିବାକୁ ମିଳେ । ନିଗିଡା, ଦୋରସା, ବାଲିଆ ଦୋରସା ଓ ଅଧିକ ଜୈବ ଅଙ୍ଗାର ଥିବା ମାଟିରେ ଗେଣ୍ଡୁଫୁଲ ଭଲ ଚାଷ କରିହୁଏ ।

KJ Staff
KJ Staff
How to Plant, Grow, and Care for Marigold flower in winter season

How to Plant, Grow, and Care for Marigold flower in winter season

ଶୀତଦିନେ(winter) ବଗିଚାରେ ଗେଣ୍ଡୁ ଫୁଲ (marigold) ର ସମାହାର ବେଶ ମନଲୋଭା ହୋଇଥାଏ । ସାଧାରଣତଃ ଶୀତ ଦିନେ ଘରେ ଘରେ ବାଡ଼ି ବଗିଚାରେ ଗେଣ୍ଡୁ ଫୁଲ ଦେଖିବାକୁ ମିଳେ । ସୌନ୍ଦର୍ଯ୍ୟ ଓ ସୁଗନ୍ଧ ରେ ମହକୁଥିବା ଏହା ଏପରି ଏକ ଫୁଲ ଯାହାର ଅନେକ ଗୁଡିଏ ଭଲ ଗୁଣ ଅଛି । ଏହା ଶୀଘ୍ର ନଷ୍ଟ ହୁଏ ନାହିଁ, ଅପେକ୍ଷାକୃତ ଭାବେ ଟାଣ, ଶସ୍ତା, ସୁନ୍ଦର ଓ ଏବଂ ବଜାରରେ ମଧ୍ୟ ସହଜରେ ମିଳିଥାଏ । ଏବେ ବଜାରରେ ଏହି ଫୁଲର ଚାହିଦା ଅଧିକ ରହିଛି । ପୂଜା ପର୍ବଠାରୁ ଆରମ୍ଭ କରି ଜନ୍ମଦିନରେ , ଘର ଉପାସନା , ପୀଠ ଓ ସଭା ସମିତି ମାନଙ୍କରେ ଏହି ଫୁଲର ଆଦର ବେଶ ଅଧିକ ।

ଶୀତଦିନରେ ଏହି ଫୁଲର ବ୍ୟବହାର ସମସ୍ତ ଫୁଲ ମାନକ ଠାରୁ ଟିକେ ଆଗରେ । ଶୀତଦିନେ ଅଧିକାଂଶ ଲୋକଙ୍କ ବାଡି ବଗିଚାରେ ଭଳି କି ଭଳି ରଙ୍ଗର ଗେଣ୍ଡୁଫୁଲ (marigold) ଶୋଭାବର୍ଦ୍ଧନ କରେ । ଏହା ଏକ ତୃଣ ଜାତୀୟ ଉଦ୍ଭିଦ । କିନ୍ତୁ ଏବେ ବୈଜ୍ଞାନିକ ପଦ୍ଧତିରେ(scientific methods) ସବୁଦିନିଆ କିସମ ଉଭାବିତ ହୋଇଗଲାଣି ଯାହାଦ୍ୱାରା ଏହି ଫୁଲଟିକୁ ବର୍ଷସାରା ଚାଷ କରାଯାଇ ଲାଭବାନ ହୋଇପାରିବେ ଚାଷୀ । ଆମର ରାଜ୍ୟରେ ଫୁଲର ବଜାର ରହିଛି । ଚାଷୀମାନେ ଏହାକୁ ଉନ୍ନତ ପ୍ରଣାଳୀରେ ଚାଷକଲେ ଆର୍ଥିକ ଦୃଷ୍ଟିରୁ ନିଶ୍ଚିତଭାବେ ଲାଭବାନ ହୋଇପାରିବେ ।

କିପରି କରିବେ ଜମିପ୍ରସ୍ତୁତି –

ନିଗିଡା, ଦୋରସା, ବାଲିଆ ଦୋରସା ଓ ଅଧିକ ଜୈବ ଅଙ୍ଗାର ଥିବା ମାଟିରେ ଗେଣ୍ଡୁଫୁଲ (marigold )ଭଲ ଚାଷ କରିହୁଏ । ତଥାପି ଏହାକୁ ପ୍ରତିକୂଳ ପରିବେଶରେ ଚାଷ କରାଯାଇପାରିବ । ଏଥିପାଇଁ ମାଟିକୁ ୨-୩ ଥର ହଳକରି ଭଲ ଭାବରେ ମାଟିକୁ ଗୁଣ୍ଡ କରନ୍ତୁ । ଅନାବନା ଘାସ, ଚେର , ମୂଳ ଇତ୍ୟାଦି ସଫାକରି ଚାଷ ଜମିକୁ ଭଲକରି ସମତଳ କରନ୍ତୁ । ଶେଷ ଥର ହଳ କରିବା ସମୟରେ ହେକ୍ଟର ପ୍ରତି ୧୦-୨୦ ଗାଡି ଶଢା ଗୋବର ଖତ ମିଶାନ୍ତୁ । ଏହି ମାଟିକୁ ଫସଫସିଆ କରିବା ସହିତ , ଜଳଧାରଣ ଶକ୍ତି କୁ ବଢାଇବ ଓ ଉତ୍ପାଦିକା ଶକ୍ତିକୁ ମଧ୍ୟ ବୃଦ୍ଧି କରିବ ।

କିସମ କେତେ ପ୍ରକାରର ଓ କ’ଣ କ’ଣ –

ସାଧାରଣତଃ ଗେଣ୍ଡୁଫୁଲ ଦୁଇ ପ୍ରକାରର (2 types) ଦେଖିବାକୁ ମିଳେ । ଆଫ୍ରିକୀୟ ଗେଣ୍ଡୁ ଏବଂ ଫରାସୀ ଗେଣ୍ଡୁ (African and French) । ଆଫ୍ରିକୀୟ ଗେଣ୍ଡୁ ଯଥା - ଜାଏଣ୍ଟ ଡବଲ, ଆଫ୍ରିକାନ ୟେଲୋ , ବେଙ୍ଗଲ ୟେଲୋ । ଫରାସୀ ଗେଣ୍ଡୁ ଯଥା - ଆଫ୍ରିକାନ ଅରେଞ୍ଜ , ବଟରସ୍କଚ ଏଜେଣ୍ଟ ଡବଲ । ଅନ୍ୟାନ୍ୟ କିସମ ରେ ଇନକୋ ଭଳି ଗେଣ୍ଡୁଫୁଲ ଦେଖିବାକୁ ମିଳେ ।

କିପରି କରିବେ ଚାରା ରୋପଣ,ଜାଣନ୍ତୁ...

ଶାଖା ଆଗରୁ ୨-୩ ଗୁଣ୍ଠ ଛାଡି ଡାଳ ଗୁଡିକ କାଟନ୍ତୁ । ବାଲିଆ ମାଟିରେ ଖତ ମିଶା ପଟାଳିରେ ଲଗାଇ ପାଣି ଦିଅନ୍ତୁ । ପ୍ରାୟ ଏକ ସପ୍ତାହ ମଧ୍ୟରେ ଚେର ବାହାରିଥାଏ ଏହି ଡାଳ ଗୁଡ଼କରୁ । ଶୀଘ୍ର ଚେର ହେବା ପାଇଁ ସେରାଡେକ୍ସ ଇତ୍ୟାଦି ବଜାରରେ ମିଳୁଥିବା ହରମୋନ ବ୍ୟବହାର କରାଯାଇପାରେ । ପ୍ରସ୍ତୁତ ଜମିରେ ଧାଡିକୁ ଧାଡି ୪୦-୪୫ ସେମି ଓ ଗଛକୁ ଗଛ ୩୦-୪୦ ସେମି ବ୍ୟବଧାନରେ ଧାଡିରେ ଲଗାନ୍ତୁ । ସପ୍ତାହକୁ ଥରେ ବା ଦୁଇଥର ଚାରା କିମ୍ବା ଗଛ ଗୁଡିକରେ ହାଲୁକା ଜଳସେଚନ କରନ୍ତୁ । ଚାରା ଲଗାଇବାର ୧୫-୨୦ ଦିନ ପରେ କୋଡାଖୁସା ଓ ଘାସ ବଛା ଅବଶ୍ୟକ । ଉଈ ଓ ଅନ୍ୟାନ୍ୟ ରୋଗପୋକ ଦମନ ପାଇଁ ଔଷଧ ସିଞ୍ଚନ କରିବ ଜରୁରୀ ।

କିପରି କରିବେ ସାର ପରିଚାଳନା-

ଅଧିକ ଅମଳ ଏବଂ ବ୍ୟବସାୟ ଭିତ୍ତିରେ ଚାଷ କଲେ ସାର ପ୍ରୟୋଗର ଅବଶ୍ୟକତା ରହିଛି । ଏହାର ସୁଷମ ପ୍ରୟୋଗ ଓ ପରିଚାଳନା ଲାଭପ୍ରଦ ସାବ୍ୟସ୍ତ ହୁଏ ଚାଷୀପାଇଁ । ହେକ୍ଟର ପ୍ରତି ୬୦-୩୦ କିଲୋ ଯବକ୍ଷାରଜାନ, ଫସଫରସ ଓ ପଟାସ ଆବଶ୍ୟକ କରେ ଏହି ଫୁଲ ଚାଷ ପାଇଁ । ଚାରା ଲଗାଇବା ସମୟରେ ଯବକ୍ଷାରଜାନ ଓ ପଟାସ ଏବଂ ସମସ୍ତ ଫସଫରସକୁ ଧାଡିରେ ଭଲକରି ପ୍ରୟୋଗ କରନ୍ତୁ । ବାଲିଆ କିମ୍ବା ଦୋରସା ମାଟିରେ ଯବକ୍ଷାରଜାନ ଓ ପଟାସ ସାରକୁ ୩ କିସ୍ତିରେ ଓ ଫସଫରସକୁ ୨ କିସ୍ତିରେ ପ୍ରୟୋଗ କଲେ ଅଧିକ ସୁଫଳ ମିଳେ ।

କମ ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ , ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

ମାର୍ଗଶିର ର ଆଗମନରେ....

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments