
How to Poppy seeds farming ?
ପୋସ୍ତ ( poppy seeds - indian spices ) ଏପରି ଏକ ମସଲା ଯାହାକୁ ଖାଦ୍ୟ ପଡିଲେ ବା ମିଶିଲେ ଖାଦ୍ୟ ର ସ୍ୱାଦ ଦ୍ବିଗୁଣିତ ହୋଇଯାଏ l ପୋସ୍ତ ରେ ଏକ ପ୍ରକାର ତୈଳ ପଦାର୍ଥ ରହିଛି ଯାହା ଖାଦ୍ୟ ର ସ୍ୱାଦ କୁ ବଢାଇଥାଏ l ଏହା ଖାଇବା ପାଇଁ ସମସ୍ତଙ୍କୁ ଭଲ ଲାଗିଥାଏ l ପ୍ରାୟତଃ ସମସ୍ତ ପରିବାର ରେ ଏହି ମସଲା ରୋଷେଇ ଘରେ ରହିଥାଏ l କିନ୍ତୁ ଆପଣ ଜାଣିଛନ୍ତି କି କେଉଁ ଗଛ ବା ଫଳ ର ମଞ୍ଜି l
ଏହା ହେଉଛି ଅଫିମ ଗଛ ଫଳର ମଞ୍ଜି l ଅଫିମ… ନାଁ ଟି ଆମେ ଭାବି ନେଉ ଯେ ଏହା ଏକ ନିଶା ଜାତୀୟ ଦ୍ରବ୍ୟ ବୋଲି । କେବଳ ନିଶା ତଥା ମାଦକ କଦ୍ରବ୍ୟ ଭାବେ ଏହାର ବ୍ୟବହାର ବ୍ୟବହାର ହୋଇଥାଏ ବୋଲି ସମାସଟାଏ ଭାବନ୍ତି । କିନ୍ତୁ ନା, ଆମେ ଖାଉଥିବା ପୋସ୍ତ ପ୍ରକୃତରେ ଏଇ ଅଫିମ ଗଛରୁ ହିଁ ଆସିଥାଏ । ସାଧାରଣତଃ ଅଫିମକୁ ହେରୋଇନ୍ର ଏକ ସ୍ରୋତ ବୋଲି ମଧ୍ୟ କୁହାଯାଏ ତେଣୁ ବେଆଇନ ଭାବେ ଏହା କୁ ଚାଷ କରିବା ମନା । ଏହାର ମଞ୍ଜିରୁ ଆଲକହଲ ପ୍ରସ୍ତୁତ ହୋଇଥାଏ।
ଯଦି ଜଣେ ଅଫିମ ଚାଷ କରିବାକୁ ଚାହୁଁଛି, ତେବେ ତାକୁ ପ୍ରଥମେ ସରକାରଙ୍କ ଠାରୁ ଲାଇସେନ୍ସ ନେବାକୁ ପଡ଼ିବ । ବିନା ଲାଇସେନ୍ସରେ ଅଫିମ ଚାଷ କରିବା ବେଆଇନ୍ ଅଟେ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଫିମ ମାର୍କେଟରେ କିଲୋ ପ୍ରତି ୮ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୁଏ । ଏହା ଭିତରୁ ହିଁ ଏହି ସ୍ୱାଦିଷ୍ଟ ପୋସ୍ତ ର ଉତ୍ପତ୍ତି l ଭାରତରେ କେତେକ ହାତ ଗଣତି ରାଜ୍ୟରେ ଅଫିମ ଚାଷ ପାଇଁ କୃଷକଙ୍କୁ ଅନୁମତି ଦିଆଯାଇଛି । ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ହିଁ କୃଷକ ମାନେ ଲାଇସେନ୍ସ ନେଇ ଅଫିମ ଚାଷ କରିଥାନ୍ତି । ଏହି ଚାଷୀମାନେ ନାର୍କୋଟିକ୍ ବିଭାଗକୁ ଫସଲ ଅମଳର ସମସ୍ତ ହିସାବ ଟିକ୍ନିକ୍ କରି ଦେଇଥାନ୍ତି । ଅଫିମରୁ ମାଦକ ଦ୍ରବ୍ୟ ପ୍ରସ୍ତୁତ ହେବା ସହ ପୋସ୍ତ ବି ମିଳିଥାଏ । ଏଣୁ ସରକାରଙ୍କ ଠାରୁ ଅନୁମତି ନେବା ପରେ ହିଁ ଚାଷୀ ଏହାକୁ ଚାଷ କରିପାରନ୍ତି । ବିନା ଲାଇସେନ୍ସରେ ଅଫିମ ଚାଷ କରୁଥିବା କୃଷକଙ୍କୁ କଡ଼ା ଦଣ୍ଡାଦେଶର ପ୍ରାବଧାନ ମଧ୍ୟ ରହିଛି ।
ବିଦେଶରେ ସବୁଠୁ ଅଧିକ ଅଫିମ ଚାଷ ଆଫଗାନିସ୍ତାନରେ ହୋଇଥାଏ । ଏଠାରେ ଖୁଲମ୍ଖୁଲା ଲୋକମାନେ ଅଫିମ ଚାଷ କରିଥାନ୍ତି । ଫଳରେ ଏଥିରୁ ମୋଟା ଅଙ୍କର ରାଜସ୍ୱ ବି ଆଦାୟ କରିଥାନ୍ତି ସରକାର । ସେହିପରି ମିଆଁମାର, କଲମ୍ବିଆ, ଲାଓସ୍, ମେକ୍ସିକୋ, ପାକିସ୍ତାନ, ଥାଇଲାଣ୍ଡ, ତୁର୍କୀ, ଚୀନ୍ ଓ ଅଷ୍ଟ୍ରେଲିଆ ପ୍ରମୁଖ ଦେଶମାନଙ୍କରେ ବି ପ୍ରଚୁର ପରିମାଣରେ ଅଫିମ ଚାଷ କରାଯାଏ । ଅଫିମ ଗଛର ଫୁଲରୁ ବାହାରୁଥିବା ରସ ଶୁଖିଯିବା ପରେ ତାହାକୁ ଅଫିମ କୁହାଯାଏ । ଏହାକୁ ସଂଗ୍ରହ କରିବାକୁ ଏକ ସ୍ୱତନ୍ତ୍ର ଦା’ଆକୃତିର ଧାରୁଆ ଅସ୍ତ୍ର ବ୍ୟବହାର କରାଯାଏ । ଏହି ରସକୁ ଅମଳ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ଅଫିମ ଫୁଲ ଶୁଖିଯିବା ପରେ ତା’ ମଞ୍ଜିକୁ ଶୁଖାଇ ପ୍ରୋସେସିଂ କରି ପୋସ୍ତ ପ୍ରସ୍ତୁତ କରାଯାଏ ।
ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଫିମ ଚାଷ ପାଇଁ ଲାଇସେନ୍ସ ଲାଗି କି କି ସର୍ତ୍ତ ରହିଛି ତାହା ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଲାଇସେନ୍ସ ନୋଟିଫିକେସନ୍ ମୁତାବକ, କେବଳ ସେହି ଚାଷୀମାନଙ୍କୁ ହିଁ ଲାଇସେନ୍ସ ଦିଆଯିବ ଯେଉଁମାନେ କୃଷି ବର୍ଷ ୨୦୧୮-୧୯, ୨୦୧୯-୨୦ ଓ ୨୦୨୦-୨୧ରେ ଚାଷ କରିଥିବେ। ଯେଉଁ କୃଷକଙ୍କ ଉତ୍ପାଦନ ହେକ୍ଟର ପିଛା ୪.୨ କିଲୋଗ୍ରାମ୍ରୁ ଅଧିକ ଥିବ, କେବଳ ସେମାନଙ୍କୁ ହିଁ ଅଫିମ ଚାଷ ପାଇଁ ଲାଇସେନ୍ସ ଦିଆଯିବ। ଯେଉଁ କୃଷକ ୨୦୧୮-୨୯, ୨୦୧୯-୨୦ ଓ ୨୦୨୦-୨୧ରେ ନ୍ୟାସନାଲ ନାର୍କୋଟିକ୍ସ ବ୍ୟୁରୋର ତତ୍ତ୍ୱାବଧାନରେ ସମ୍ପୂର୍ଣ୍ଣ ଅଫିମ ପୋସ୍ତ ଅମଳ କରିଥିବେ ସେମାନଙ୍କୁ ଏ ବର୍ଷ ଚାଷ ପାଇଁ ଲାଇସେନ୍ସ ମିଳିବ। କିନ୍ତୁ ସର୍ତ୍ତ ହେଉଛି ଉକ୍ତ କୃଷକ ୨୦୧୭-୧୮ ରେ ଅଫିମ ଚାଷ କରିନଥିବେ। ତେବେ କୃଷକଙ୍କୁ କେବଳ ପୋସ୍ତ ଅମଳ କରିବାକୁ ଅଫିମ ଚାଷ ପାଇଁ ଅନୁମତି ଦିଆଯାଏ। ଯଦି ଚାଷୀ ପୋସ୍ତ ଚାଷ କରିବାକୁ ଲାଇସେନ୍ସ ନେଇ ଚୋରାରେ ଅଫିମ ବେପାର କରନ୍ତି, ତେବେ ସରକାର ଯେ କୌଣସି ମୁହୂର୍ତ୍ତରେ ବି ତାଙ୍କ ଲାଇସେନ୍ସ ରଦ୍ଦ କରିପାରିବେ।
ବିନା ଅନୁମତି ରେ ଅଫିମ ଚାଷ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ l ଆମେ ଏଠାରେ କୌଣସି ଅଫିମ ଚାଷକୁ ପ୍ରୋତ୍ସାହିତ କରୁନାହୁଁ । ପୋସ୍ତ ର କିପରି ଆଉ କେମିତି ଅମଳ ହୁଏ ତାହା ନେଇ ଏହା ଏକ ସଂକ୍ଷିପ୍ତ ବିବରଣୀ ତଥା ପାଠକଙ୍କ ଜାଣିବା ନିମନ୍ତେ ଏହା କେବଳ ଏକ ତଥ୍ୟଭିତ୍ତିକ ସୂଚନା ।
Share your comments