1. କୃଷି ବିଶ୍ବକୋଷ

ସଫେଦ ମୁସଲି ଏକ ଅର୍ଥକାରୀ ଔଷଧୀୟ ଫସଲ

ସଫେଦ ମୁସଲି ଏକ ଅର୍ଥକରି ଔଷଧୀୟ ଫସଲ । ଏହାକୁ ଚାଷ କଲେ ଚାଷୀ ଅନେକ ଲାଭ ପାଇଁ ପାରିବ l ଆଞ୍ଚଳିକ ଭାଷାରେ ଏହା ମୁସଳୀ କନ୍ଦ ନାମରେ ପରିଚିତ । ତେବେ ବ୍ୟବହାରିକ ଭାଷାରେ ଏହାକୁ ସଫେଦ ମୁସଲି ବୋଲି କୁହାଯାଏ ।

Tanushree Mahapatra
Tanushree Mahapatra
Musali medicated tree: benefits of musali

Musali medicated tree: benefits of musali

ସଫେଦ ମୁସଲି ( musali tree ) ଏକ ଅର୍ଥକରି ଔଷଧୀୟ ଫସଲ । ଏହାକୁ ଚାଷ କଲେ ଚାଷୀ ଅନେକ ଲାଭ ପାଇଁ ପାରିବ l  ଆଞ୍ଚଳିକ ଭାଷାରେ ଏହା ମୁସଳୀ କନ୍ଦ ନାମରେ ପରିଚିତ । ତେବେ ବ୍ୟବହାରିକ ଭାଷାରେ ଏହାକୁ ସଫେଦ ମୁସଲି ବୋଲି କୁହାଯାଏ । ସଫେଦ ମୁସଲି ମୁଖ୍ୟତଃ ଯୌନ ଶକ୍ତି ବୃଦ୍ଧିକାରୀ ବନୌଷଧି ଭାବରେ ପ୍ରସିଦ୍ଧ ଲାଭ କରିଛି ।

ଏହି କାରଣରୁ କେହି କେହି ଏହାକୁ “ ଇଣ୍ଡିଆନ ଭାଏଗ୍ରା “ ବୋଲି କହିଥାନ୍ତି । ଏହା ଏକ ପ୍ରାକୃତିକ ଶୁକ୍ରଳ ପ୍ରଭାବଯୁକ୍ତ ବନୌଷଧି ହୋଇଥିବାରୁ ମୁଖ୍ୟତଃ ଶୁକ୍ରାଣୁହୀନତାଜନିତ ପୁରୁଷ ବନ୍ଧ୍ୟାତ୍ଵ ରୋଗର ଉପଚାର ପାଇଁ ଉଦ୍ଧିଷ୍ଟ ଆୟୁର୍ବେଦୀୟ ଔଷଧମାନଙ୍କରେ ଏହାର ବହୁଳ ଉପଯୋଗ ହୋଇଥାଏ । ଏହା ଖାସ କରି ପୁରୁଷ ମାନଙ୍କ ପାଇଁ ଅଧିକ ଉପକାରୀ ହୋଇଥାଏ l ଏହି କାରଣରୁ ଉଭୟ ଜାତୀୟ ଓ ଆନ୍ତର୍ଜାତୀକ ବଜାରରେ ଏହାର ଚାହିଦା ଯଥେଷ୍ଟ ବେଶୀ ରହିଛି । ଏହାର ସଫଳପୂର୍ବକ ଚାଷ ଅନ୍ୟାନ୍ୟ ପାରମ୍ପରିକ ତଥା ବ୍ୟବସାୟିକ ଫସଲ ତୁଳନାରେ ଲାଭଜନକ ହୋଇଥିବାରୁ ଏହାର ଚାଷ ପାଇଁ ସାରା ଭାରତବର୍ଷ ଚାଷୀଭାଇ ମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଛି  । ଏବେ ଏହି ଚାଷ ଦେଶ ତଥା ଦେଶ ବାହାରେ ମଧ୍ୟ ବେଶ ଲାଭବାନ ହୋଇପାରିଛି l

ସଫେଦ ମୁସଲି ୧ରୁ ୨ ଫୁଟ ଉଚ୍ଚତା ବିଶିଷ୍ଟ ଏକ କ୍ଷୁପ ଜାତୀୟ ଉଦ୍ଭିଦ । ଏହାର ପତ୍ର ୧୫ ଇଞ୍ଚ ଲମ୍ବା ତଥା ୨.୫ ଓସାର ସଦ୍ୟ ଅବସ୍ଥାରେ ସବୁଜ ଏବଂ ପରିପକ୍ଵ ଅବସ୍ଥାରେ ଈଷତ ହଳଦିଆ ରଙ୍ଗର ହୋଇଥାଏ । ପତ୍ରଗୁଡିକ ବଢିଗଲେ ନଇଁ ପଡି ଭୂମିକୁ ସ୍ପର୍ଶ କରିଥାଏ । ପତ୍ରଗୁଡିକ ମଝିରେ ଶ୍ଵେତବର୍ଣ୍ଣର ପୁଷ୍ପଦଣ୍ଡ ସଳଖ ଭାବରେ ବଢିଥାଏ । ପୁଷ୍ପଦଣ୍ଡର ଅଗ୍ରଭାଗରେ ଶ୍ଵେତବର୍ଣ୍ଣର କ୍ଷୁଦ୍ରାତିକ୍ଷୁଦ୍ର ଫୁଲ ଫୁଟିଥାଏ । ସମୁଦାୟ ପୁଷ୍ପଦଣ୍ଡର ଲମ୍ବ ୫ରୁ ୧୫ ଇଞ୍ଚ ଏଥିରେ ବହୁସଂଖ୍ୟାରେ ମାଂସାଳ , କନ୍ଦ ଗୁଚ୍ଛ ହୋଇ ମାଟିତଳକୁ ଯାଇଥାଏ । ଏହି ମାଂସାଳ କନ୍ଦ ସ୍ଵାଦହୀନ ଏବଂ ଜେଲି ପରି ଅତ୍ୟାଧିକ ଲାଲୁଆ କିସମର ତଥା ଅତ୍ୟନ୍ତ ପୌଷ୍ଟିକ ଅଟେ । ଚିକିତ୍ସାରେ ମୁଖ୍ୟତଃ ଏହି କନ୍ଦକୁ ଉପଯୋଗ କରାଯାଏ  ।

ଆୟୁର୍ବେଦ ଦ୍ରବ୍ୟଗୁଣ ଶାସ୍ତ୍ରରେ ଶ୍ଵେତ ମୁସଳୀ କୁ ଶୁକ୍ରଜନନ ବା ଶୁକ୍ରଳ ଗୁଣଯୁକ୍ତ ବନୌଷଧି ଭାବରେ ମୁଖ୍ୟତଃ ବର୍ଣ୍ଣନା କରାଯାଇଛି । ଏହା ବିଶେଷତଃ ଧାତୁକ୍ଷୀଣତା ବା ଶୁକ୍ରାଣୁହୀନତା ସ୍ଥିତିରେ ଅନ୍ତ୍ୟନ୍ତ ଉପଯୋଗୀ ଅଟେ । ଏହି କାରଣରୁ ଶୁକ୍ରାଣୁହୀନତା ଜନ୍ୟ ପୁରୁଷ ବନ୍ଧ୍ୟାତ୍ଵ ସମସ୍ୟା , କାମୋତ୍ତେଜନାର ଅଭାବ ସ୍ଥିତିରେ ଏହାକୁ ସେବନ ପାଇଁ ପରାମର୍ଶ ଦିଆଯାଇଥାଏ  । ଏହା ଛଡା ଏହା ଅତ୍ୟନ୍ତ ପୌଷ୍ଟିକ ହୋଇଥିବାରୁ ଦୁର୍ବଳ ସ୍ୱାସ୍ଥ୍ୟ ଥିବା ବ୍ୟକ୍ତିମାନେ ମଧ୍ୟ ଏହି ସେବନ କରିପାରିବେ । ଏହାଛଡା ବାତ-  ପିତ୍ତନାଶକ, ଶ୍ଵାସହର ରକ୍ତ ଶୁଦ୍ଧିକର ଏବଂ ମୁତ୍ରରୋଗ ହର ଅଟେ  ।

ସାଧାରଣତଃ ମୌସୁମୀ ବର୍ଷା ଆରମ୍ଭ ହୋଇଗଲେ ଜୁନ- ଜୁଲାଇ ମାସ ମଧ୍ୟରେ ବତୁରି ମାଟିରେ ମୁସଲିର କନ୍ଦ ଗଜା ଲଗାଯାଏ । ଏହି କନ୍ଦ ବା କନ୍ଦଳ ଗଜା ମାଟିରେ ପୋତିବା ପୂର୍ବରୁ ପ୍ରଥମେ ବିଶୋଧନ କରାଯାଏ  ।ଏହି ବିଶୋଧନ ପାଇଁ ଲଗାଯାଇ ପୂର୍ବରୁ କନ୍ଦ ଗଜା (ବିହନ) କୁ ୦.୦୧% ବେଷ୍ଟିକ ଗୋଳା ପାଣିରେ ପ୍ରାୟ ୫ ମିନିଟ ବୁଡାଇ ଦିଆଯାଇଥାଏ । ଏହି ପ୍ରକାରେ ବିହନ ବିଶୋଧନ ପରେ ଗଛକୁ ଗଛ ପ୍ରାୟ ୧୫ରୁ ୨୦ ସେମି ଧାଡିକୁ ଧାଡି ୩୦ ସେମି ଦୂରତା ରଖି ପ୍ରାୟ ୫ ସେମି ମାଟି ତଳେ ବିହନ ପୋତି ଦିଆଯାଏ । ଏକ ଏକରରେ ୨୨୦୦ ଚାରା ଲଗାଯାଇପାରିବ  । ଏକର ପ୍ରତି ୪୦୦ କିଗ୍ରା ବିହନ ଅବଶ୍ୟକ । ଏହାର କିଗ୍ରା ପ୍ରତି ମୂଲ୍ୟ ହାରାହାରି ୪୦୦ରୁ ୫୦୦ ଟଙ୍କା ଅଟେ  । ମୁସଲି ବର୍ଷାଦିନ ପ୍ରାରମ୍ଭରେ ରୋପଣ କରାଯାଉଥିବାରୁ ଏଥିରେ ବିଶେଷ ଜଳସେଚନ ଅବଶ୍ୟକ ହୁଏ ନାହିଁ  । ଆବଶ୍ୟକ ସ୍ଥଳେ ସିଞ୍ଚା ଜଳସେଚନ ଅତି ଫଳପ୍ରଦ । ଏହା ଛଡା ମୁସଲି କ୍ଷେତକୁ ସର୍ବଦା ଘାସମୁକ୍ତ ରଖିବ । ଗଜା ମୁସଲି କନ୍ଦ ମଧ୍ୟରେ ଥିବା ଷ୍ଟେରଏଡ ସାପୋଜିନିକ ଗୁଣ ଓ ପରିମାଣରେ ପ୍ରତିକୂଳ ପ୍ରଭାବ ପକାଏ । ତେଣୁ କେବଳ ନିମ୍ବ ପିଡିଆ ଓ ଜିଆ ଖତ ବ୍ୟବହାର କରାଯାଏ  ।

ଉପଯୁକ୍ତ ପ୍ରଣାଳୀରେ ଚାଷ କରାଗଲେ ବିହନ ତୁଳନାରେ ୫ରୁ ୬ ଗୁଣ ଫସଲ ଉତ୍ପାଦନ ହୋଇଥାଏ । ଏକର ପ୍ରତି ପ୍ରାୟ ୨୦ କ୍ଵିଣ୍ଟାଲ ବାଦ ଦେଲେ ବାକି ୧୬ କ୍ଵିଣ୍ଟାଲ ସୁଖିବା ପରେ ୨୦୦ କିଗ୍ରା ଓଜନ ହୁଏ  । ଶୁଖିଲା କନ୍ଦଳଳ କିଗ୍ରା ପ୍ରତି ମୂଲ୍ୟ ୧୨୦୦ ଟଙ୍କାରେ ବିକ୍ରିହୁଏ  । ଆମ ରାଜ୍ୟ ଓଡିଶାରେ ଜଳବାୟୁ ମଧ୍ୟ ମୁସଲି ଚାଷ ପାଇଁ ଉପଯୁକ୍ତ ଅଟେ  ।ଆମ ରାଜ୍ୟ ଓଡିଶାର ଜଳବାୟୁ ମଧ୍ୟ ମୁସଲି ଚାଷ ପାଇଁ ଉପଯୁକ୍ତ ଅଟେ  । ମୃତ୍ତିକାର ଗୁଣବର୍ତ୍ତା ଓ ପ୍ରକୃତିକୁ ବିଚାରକୁ ନେଲେ ହାଲୁକା ମଧ୍ୟମ ଲାଲ , କାପାସିଆ , ବାଲିଆ , ଦୋରସା ଉର୍ବର ମାଟିରେ ମୁସଲି ଚାଷ ଭଲ ହୋଇପାରିବ । ଏହାର ଚାଷ ପାଇଁ ଜମି ଅଧିକ ଜୈବସାରଯୁକ୍ତ ତଥା ନିଗିଡା ହୋଇଥିବା ଦରକାର  ।

ଆଖୁରସ ପିଇପାରିବେ କି ଗର୍ଭବତୀ ମହିଳା?

 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments