1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଆଖୁରସ ପିଇପାରିବେ କି ଗର୍ଭବତୀ ମହିଳା?

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଗର୍ଭାବସ୍ଥା ସମୟରେ ମା’ ମାନଙ୍କୁ ସବୁଠାରୁ ସୁଶମ ଏବଂ ସ୍ୱାସ୍ଥ୍ୟକର ଖଦ୍ୟଖାଇବା ଆବଶ୍ୟକ । କାରଣ ଏହା ଶିଶୁର ବୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସହାୟକ ହୋଇଥାଏ । ଏଥିସହିତ ଶକ୍ତି ସ୍ତରକୁ ମଧ୍ୟ ବଜାୟ ରଖିବାରେ ସାହାଯ୍ୟ କରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗର୍ଭାବସ୍ଥା ସମୟରେ ଆଖୁରସ ପିଇବା ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଲାଭଦାୟକ ଏବଂ ନିରାପଦ ହୋଇଥାଏ । କାରଣ ଆଖୁ ରସ ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ । ଏଥିସହିତ ଏହା ଶକ୍ତିବୃଦ୍ଧି କରିଥାଏ ।

Priyambada Rana
Priyambada Rana
Sugarcane Juice health benefits for pregnant women

Sugarcane Juice health benefits for pregnant women

ଜଣେ ମହିଳା ପାଇଁ ମା ହେବା ଏକ ଅପୂର୍ବ ସୁଖ ହୋଇଥାଏ । ଯାହାକି ଗର୍ଭଧାରଣ ସମୟରୁ ହିଁ ସେ ଅନୁଭବ କରିଥାନ୍ତି । ତେବେ ଘରକୁ ଏକ ନୂଆ ଅତିଥିଙ୍କ ଆଗମନର ଖବର ମାତା ଓ ପିତାଙ୍କ ସମେତ ସମସ୍ତ ପରିବାର ସଦସ୍ୟଙ୍କ ହୃଦୟକୁ ଖୁସିରେ ଭରିଦିଏ । କିନ୍ତୁ ଏହି ଖୁସି ଏବଂ ଆଶା ସହିତ ଗର୍ଭଧାରଣ ମହିଳାମାନଙ୍କ(Pregnant Women) ପାଇଁ ଅନେକ ପ୍ରକାର ସମସ୍ୟା ମଧ୍ୟ ରହିଥାଏ । ଯାହାଫଳରେ ସେମାନେ ଗର୍ଭଧାରଣ ସମୟରେ ସର୍ବଦା ସତର୍କ ରହିଥାନ୍ତି । ବିଶେଷକରି ପ୍ରଥମ ଥର ମା’ ହେବାକୁ ଯାଉଥିବା ମହିଳାମାନେ କିପରି ନିଜର ଯତ୍ନ ନେବେ ଓ ଖାଇବାରେ କେଉଁ ଖାଦ୍ୟ ଖାଇବେ, ଏହା ବିଷୟରେ ଜାଣିନଥାନ୍ତି । ଯାହାଫଳରେ ସେମାନଙ୍କ ମନରେ ଖାଦ୍ୟପେୟ(Food habits)କୁ ନେଇ ଅନେକ ପ୍ରକାରର ଭୁଲ ଧାରଣା ରହିଥାଏ ।

ଅନେକ ଲୋକ ଗର୍ଭାବସ୍ଥା ସମୟରେ କିଛି ଜିନିଷ ଖାଇବାକୁ ମନା କରୁଥିବାବେଳେ ଅନେକ ଲୋକ ସେହି ଜିନିଷ ଖାଇବାକୁ ପରାମର୍ଶ ଦିଅନ୍ତି । ଏଭଳି ପରିସ୍ଥିତିରେ ଜଣେ ଗର୍ଭବତୀ ମହିଳା ଦ୍ୱନ୍ଦରେ ପଡିଥାନ୍ତି ଏବଂ ଅନେକ କ୍ଷେତ୍ରରେ ଭୁଲ ଜୀବନଶୈଳୀ(Life Style)କୁ ଆପଣାଇ ନିଅନ୍ତି । ଯାହାଫଳରେ ପରବର୍ତ୍ତି ସମୟରେ ସେମାନଙ୍କୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏପରିସ୍ଥଳେ ଜଣେ ଗର୍ଭବତୀ ମହିଳା ଲୋକଙ୍କ କଥାକୁ ଅନ୍ଧ ଭାବରେ ବିଶ୍ୱାସ କରିବା ପରିବର୍ତ୍ତେ ଜଣେ ଭଲ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଆବଶ୍ୟକ । ଯାହାଫଳରେ ସେମାନେ ତାଙ୍କ ଖାଦ୍ୟ ପେୟ, ସ୍ୱାସ୍ଥ୍ୟ ଏବଂ ଗର୍ଭରେ ବଢୁଥିବା ସନ୍ତାନର ଯତ୍ନ ସଠିକ୍ ରୂପରେ ନେଇ ପାରିବେ । ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଗର୍ଭାବସ୍ଥା ସମୟରେ ଖାଦ୍ୟ ସହ ବିଭିନ୍ନ ପ୍ରକାର ଫଳ ରସ ପିଇବା ଉଚିତ୍ ।ଖାସ୍ କରି ଗର୍ଭବତୀ ମହିଳାମାନେ ଆଖୁ ରସ(Sugarcane Juice) ପିଇବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥା ସମୟରେ ଆଖୁରସ ପିଇବା କେତେ ଦୂର ଠିକ୍ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଗର୍ଭାବସ୍ଥା ସମୟରେ ମା’ ମାନଙ୍କୁ ସବୁଠାରୁ ସୁଶମ ଏବଂ ସ୍ୱାସ୍ଥ୍ୟକର ଖଦ୍ୟଖାଇବା ଆବଶ୍ୟକ । କାରଣ ଏହା ଶିଶୁର ବୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସହାୟକ ହୋଇଥାଏ । ଏଥିସହିତ ଶକ୍ତି ସ୍ତରକୁ ମଧ୍ୟ ବଜାୟ ରଖିବାରେ ସାହାଯ୍ୟ କରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗର୍ଭାବସ୍ଥା ସମୟରେ ଆଖୁରସ ପିଇବା ଜଣେ ଗର୍ଭବତୀ ମହିଳାଙଅକ ପାଇଁ ବହୁତ ଲାଭଦାୟକ ଏବଂ ନିରାପଦ ହୋଇଥାଏ । କାରଣ ଆଖୁ ରସ ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ । ଏଥିସହିତ ଏହା ଶକ୍ତିବୃଦ୍ଧି କରିଥାଏ । ଫଳରେ ଜଣେ ମହିଳା ଗର୍ଭଧାରଣ ସମୟରେ ଥକିପଡେ ନାହିଁ ଏବଂ ନିଜକୁ ସତେଜ ଅନୁଭବ କରାଇଖାଏ ।

ଏତତ୍ ବ୍ୟତୀତ ଗର୍ଭାବସ୍ଥା ସମୟରେ ଆଖୁରସ ସେବନ କରିବା ଦ୍ୱାରା ଏହା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ । ଫଳରେ ଜଣେ ମା ଏବଂ ଗର୍ଭରେ ବଢୁଥିବା ପିଲା ସୁସ୍ଥ ରହିଥାଏ । ଏଥିସହିତ ଥଣ୍ଡା, ସଂକ୍ରମଣ ଏବଂ ଜ୍ୱାର ଆଦି ସମସ୍ୟାରୁ ମଧ୍ୟ ମୁକ୍ତି କରିଥାଏ । ତେବେ ଏହି ଷ୍ଟ୍ରଙ୍ଗ ଇମ୍ୟୁନ୍ ସିଷ୍ଟମ ମା ଏବଂ ପିଲା ଉଭୟଙ୍କ ପାଇଁ ନିତ୍ୟାନ୍ତ ଜରୁରୀ ହୋଇଥାଏ ।

ଟମାଟୋ କିଲୋ ୧ଟଙ୍କା

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments