1. କୃଷି ବିଶ୍ବକୋଷ

ଫସଲରେ ଲାଗୁଛନ୍ତି କି ଉଇ ? ଆପଣାନ୍ତୁ ଏହି ପ୍ରତିକାର…..

ଉଇ ଫସଲ କିଆରିର ଭିନ୍ନ ଭିନ୍ନ ଫସଲକୁ ଆକ୍ରମଣ କରନ୍ତି । ବେଳେ ବେଳେ ଫସଲ ମଧ୍ୟ ଏମାନଙ୍କ ପାଇଁ ନଷ୍ଟ ହୋଇଥାଏ l ବିଶେଷତଃ ଶୁଷ୍ପାଞ୍ଚଳର ଫସଲକୁ ଉଇ, ସହଜରେ ଆକ୍ରମଣ କରିଥାନ୍ତି । ଉଇଙ୍କୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରାଯାଏ ।

Tanushree Mahapatra
Tanushree Mahapatra
How to save crops from white ant

How to save crops from white ant

ଉଇ ଫସଲ କିଆରିର ଭିନ୍ନ ଭିନ୍ନ ଫସଲକୁ ଆକ୍ରମଣ କରନ୍ତି । ବେଳେ ବେଳେ ଫସଲ ମଧ୍ୟ ଏମାନଙ୍କ ପାଇଁ ନଷ୍ଟ ହୋଇଥାଏ l  ବିଶେଷତଃ ଶୁଷ୍ପାଞ୍ଚଳର ଫସଲକୁ ଉଇ, ସହଜରେ ଆକ୍ରମଣ କରିଥାନ୍ତି । ଉଇଙ୍କୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରାଯାଏ । ଭାରତରେ ପାଖାପଖି ୨୬୧ ପ୍ରଜାତିର ଉଇ ଦେଖାଯାଆନ୍ତି । ଅନେକ ପ୍ରଜାତିର ଉଇ ଢିପ ଜମିର ଧାନ ଫସଲ, ମକା, ସୁଆଁ, ମାଣ୍ଡିଆ, ବାଲି, ସୋୟାବିନ, ହରଡ, ବୁଟ, ମୁଗ, ଚିନାବାଦାମ, ବାଇଗଣ, ଆଳୁ, ଗୋଲାପ, ସେବତୀ, ଗେଣ୍ଡୁ, ଆମ୍ବ, କଦଳୀ, ଲେମ୍ବୁଜାତୀୟ ଫସଲ, ନଡ଼ିଆ ଏବଂ ଆଖୁ ଫସଲକୁ ଆକ୍ରମଣ କରନ୍ତି ( save crops from white ant )

ବିଭିନ୍ନ ପନିପରିବା ଚାଷ କରିବା ପାଇଁ ତଳି ପଟାଳିରେ ମଞ୍ଜି ବୁଣାଯାଇ ସେଥିରୁ ଚାରା ଉତ୍ପାଦନ କରାଯାଏ । ଆପଣଙ୍କୁ କହି ରଖୁଛୁ ଯେ ଚାରାବସ୍ଥାରେ ଉଇ ଆକ୍ରମଣ କରନ୍ତି । ଏହାଯୋଗୁ ହାରାହାରି ୩୩  ପ୍ରତିଶତ ଆଖୁ, ଅମଳ ହ୍ରାସ ହେବାର ତଥ୍ୟ ମଧ୍ୟ ମିଳିଛି ।

ଡେଣାଯୁକ୍ତ ଉଇ, ଆଲୋକ ପ୍ରତି ଆକର୍ଷିତ ହୁଅନ୍ତି । ଡେଣା ହରାଇ ସେମାନେ ତଳେ ବୁଲାବୁଲି କଲାବେଳେ ମାଟିରେ ଥିବା ଗାତ କିମ୍ବା କାଠ ନିର୍ମିତ ବ୍ୟବହାର୍ଯ୍ୟ ପଦାର୍ଥରେ କଣା ଦେଖିଲେ ସେମାନେ ସେଥିରେ ଆଶ୍ରୟ ନିଅନ୍ତି । ପୁରୁଷ ଓ ସ୍ତ୍ରୀ ଉଇ ପରସ୍ପର ପ୍ରତି ସହବାସ କରି ନୁତନ ଦଳ ସୃଷ୍ଟି କରନ୍ତି । ରାଣୀ ଉଇ, ସର୍ବଦା ରାଜକୀୟ ପ୍ରକୋଷ୍ଠରେ ରହେ । ରାଜା ଉଇ ସହିତ ରାଣୀ ଉଇ, ମିଶି ସେମାନଙ୍କର ବଂଶ ବୃଦ୍ଧି କରନ୍ତି । ରାଣୀ ଉଇଟି ୦୫ରୁ ୧୫ ବର୍ଷ ବଞ୍ଚିରହେ ।  ଏମାନେ ଉଇ, ହୁଙ୍କାରେ କବକ ବଗିଗ ନିର୍ମାଣ କରନ୍ତି । ହୁଙ୍କାରେ ହେଉଥିବା କବକକୁ ଉଇ ଖାଇ ବଞ୍ଚି ରୁହନ୍ତି । ଏମାନେ ବିଭିନ୍ନ ଗଛକୁ ଖାଆନ୍ତି ଏବଂ ଫସଲ ନଷ୍ଟ କରନ୍ତି  । ଏମାନଙ୍କୁ ମଧ୍ୟ ଚାରି ଶ୍ରେଣୀରେ ବିଭକ୍ତ କରାଯାଏ । ପ୍ରଥମଟି ହେଉଛି ତୀକ୍ଷଣ ଏବଂ ମଜଭୁତ ଦନ୍ତ ଯୁକ୍ତ ଉଇ। ଏମାନଙ୍କର ମୁଣ୍ଡ ଏବଂ ବେକ ଅତି ସୁଦୃଢ଼ । ଦ୍ଵିତୀୟ ଶ୍ରେଣୀଭୁକ୍ତ ଉଇମାନଙ୍କର ଦାନ୍ତ ଗୁଡିକ ଅତି କ୍ଷୁଦ୍ର । ତୃତୀୟ ଶ୍ରେଣୀର ଉଇମାନଙ୍କର ଦାନ୍ତ ଗୁଡିକ ଭିନ୍ନଭିନ୍ନ ଆକୃତିର । ଚତୁର୍ଥ ଶ୍ରେଣୀଭୁକ୍ତ ଉଇମାନେ ଉଇ ଦଳକୁ ପିମ୍ପୁଡି ଏବଂ ଅନ୍ୟାନ୍ୟ ମେରୁଦଣ୍ଡା ପ୍ରାଣୀଙ୍କ ଆକ୍ରମଣରୁ ରକ୍ଷା କରନ୍ତି ।

ଉଇଙ୍କୁ ବିନାଶ କରିବା ପାଇଁ ଉଇ ଦ୍ଵାରା ଆକ୍ରମିତ କାଠ ଦ୍ୱାରବନ୍ଧ ଓ ଝରକାକୁ କ୍ଲୋରୋପାଇରିଫସ୍, ୦୫ ମିଲିଲିଟର ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଏହି କୀଟନାଶକ, ସିଞ୍ଚନ କରିବା ସମୟରେ ଘରର ସମସ୍ତ ଝରକା ଖୋଲା ରଖନ୍ତୁ । ଖାଦ୍ୟ ରୋଷେଇଶାଳାରେ ଉଇ, ସମସ୍ୟା ଉପଲବ୍ଧ ହେଲେ ସମସ୍ତ ଖାଦ୍ୟ ଦ୍ରବ୍ୟକୁ ଅନ୍ୟ  ଜାଗାକୁ ସ୍ଥାନାନ୍ତର କରି କୀଟନାଶକ ପ୍ରୟୋଗ କରନ୍ତୁ । ଗୃହ ମଧ୍ୟରେ ଏହି କୀଟନାଶକକୁ ପିଲାଙ୍କଠାରୁ ଏବଂ ଗୃହପାଳିତ ପ୍ରାଣୀଙ୍କଠାରୁ ଦୂରରେ ରଖନ୍ତୁ । କୀଟନାଶକ ପ୍ରୟୋଗ କରିବା ବ୍ୟକ୍ତି କୀଟନାଶକ, ସିଞ୍ଚନ ପୂର୍ବରୁ ଜଳଖିଆ ଖାଇଦିଅନ୍ତୁ । ହାତ ଓ ମୁହଁରେ ଗ୍ରେବ ଓ ମାସକ ବ୍ୟବହାର କରନ୍ତୁ । କୀଟନାଶକ ସିଞ୍ଚନ ପରେ ହାତ, ମୁହଁ ଓ ଗୋଡ଼ ସାବୁନରେ ଧୁଅନ୍ତୁ । କୀଟନାଶକ, ସିଞ୍ଚନ କରିବା ସମୟରେ ସିଞ୍ଚନକାରୀ ଶାର୍ଟ ଓ ପ୍ୟାଣ୍ଟ ପିନ୍ଧନ୍ତୁ ।

ଏହା ଦ୍ଵାରା କୀଟନାଶକ ଶରୀରକୁ ସ୍ପର୍ଶ କରିପାରିବ ନାହିଁ । ସିଞ୍ଚନକାରୀ କୀଟନାଶକ, ସିଞ୍ଚନ ସମୟରେ ପାନ, ବିଡି, ସିଗାରେଟ ଆଦି ନିଶାଦ୍ରବ୍ୟ ସେବନ କରିବା ଅନୁଚିତ । କୀଟନାଶକ ଥିବା ଡବାକୁ ପୋତିଦେବା ଦରକାର । ସିଞ୍ଚନ ଯନ୍ତ୍ରକୁ ପୋଖରୀ, ନାଳ ବା ନଦୀରେ ଧୋଇବା ଉଚିତ ନୁହେଁ । ଏହିସବୁ ପ୍ରତି ସାବଧାନତା ଏବଂ ସତର୍କତା ରହିବା ଜରୁରୀ । ବାସଗୃହ ସର୍ବଦା ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଜରୁରୀ । ଭଗ୍ନ କାଠ ନିର୍ମିତ ଆସବାବପତ୍ର ଇତସ୍ତତଃ ପଡିରହିବା ଉଚିତ ନୁହେଁ । ଗୃହ ସମ୍ବିକଟ ଉଇ ହୁଙ୍କାଗୁଡିକୁ ମଧ୍ୟ କ୍ଳୋରୋପାଇରିଫସ ଦ୍ଵାରା ସିଞ୍ଚନ କରିବା ଜରୁରୀ। ଶସ୍ୟ କ୍ଷେତ୍ରରେ ଉଇ ସମସ୍ୟା ଦେଖାଦେଲେ । ଯେଉଁ ସ୍ଥାନର ଉଇ ଫସଲକୁ କ୍ଷତି ଘଟାଉଥିବା ସେହି ସ୍ଥାନକୁ ମଧ୍ୟ ବ୍ରୋରୋପାଇରିଫସ ଦ୍ଵାରା ସିଞ୍ଚନ କରିବା ଜରୁରୀ । ପନିପରିବା ଓ ଫଳ ଆଦି ବଗିଚାରେ ଉଇ ସମସ୍ୟା ପ୍ରତିହତ କରିବା ପାଇଁ କୀଟନାଶକ, ସିଞ୍ଚନ କରିବାର ପ୍ରାୟ ୧୫ରୁ ୨୦ ଦିନ ପରେ ସେ ସ୍ଥାନରୁ ପନିପରିବା ଓ ଫଳ ତୋଳିବା ଆବଶ୍ୟକ ।

ଡ୍ରୋନ୍ 101 ସାହାଯ୍ୟରେ କୃଷି : କଣ ରହିଛି ସରକାରୀ ସ୍କିମ୍ ଏବଂ ନିୟମାବଳୀ

କୃଷି କ୍ଷେତ୍ରରେ ଚାଷୀଙ୍କୁ ସାହାଯ୍ୟ କରିବ ଏଫପିଓ କଲ ସେଣ୍ଟର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments