1. କୃଷି ଖବର

କୃଷି କ୍ଷେତ୍ରରେ ଚାଷୀଙ୍କୁ ସାହାଯ୍ୟ କରିବ ଏଫପିଓ କଲ ସେଣ୍ଟର

Tanushree Mahapatra
Tanushree Mahapatra
Specialized farmer producer organizations

Specialized farmer producer organizations

କୃଷି କ୍ଷେତ୍ରରେ ବିକାଶ ରାଷ୍ଟ୍ର ନିର୍ମାଣରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । କୃଷି କ୍ଷେତ୍ରରେ ବିଶ୍ବ ସ୍ତରରେ ଭାରତ ସବୁଠୁ ଆଗରେ ରହିଛି । ତଥାପି ଭାରତରେ 80 ପ୍ରତିଶତରୁ ଅଧିକ କ୍ଷୂଦ୍ର ଚାଷୀ ଅଛନ୍ତି । ଚାଷୀଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳ, ଋୁଣ, ଉନ୍ନତ କୃଷି ଉପକରଣ ଏବଂ ବଜାର ଯାଏଁ ପହଞ୍ଚିବା ପାଇଁ ସୁବିଧା ପ୍ରଦାନର ଆବଶ୍ୟକତା ରହିଛି । ଏହା ଦ୍ବାରା ସେମାନଙ୍କୁ ଗୁଣାତ୍ମକ ଫସଲ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରାଯାଇପାରିବ । ଏଣୁ କୃଷିକୁ ଆତ୍ମନିର୍ଭର କୃଷିରେ ପରିବର୍ତ୍ତନ କରିବା ପାଇଁ ଏଫପିଓ(FPO)ର ପ୍ରଚlର ଓ ଗଠନ ପ୍ରଥମ ପଦକ୍ଷେପ ।

କୃଷିର ବିକାଶ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଏଫପିଓ । କ୍ଲଷ୍ଟର ଆଧାରିତ ଏଭଳି ବ୍ୟବସାୟୀକ ସଂଗଠନର ଭୂମିକା କୃଷକ ଉତ୍ପାଦକ ସଂଗଠନକୁ ମଜବୁତ କରିବା ଦିଗରେ ସହାୟକ ହେବ । ଏହା ଦ୍ବାରା ଚାଷୀ ସେମାନଙ୍କୁ ଖୋଜି ପାଇପାରିବ । ଏଫପିଓ କେବଳ ଏକ କମ୍ପାନୀ ନୁହେଁ, ବରଂ ଏହା ଚାଷୀଙ୍କ ଲାଭ ପାଇଁ ଏକ ସାମୁହିକ ସଂସ୍ଥା ଅଟେ । ଏଣୁ କିଭଳି ଅଧିକରୁ ଅଧିକ ଚାଷୀ ଏଫପିଓରେ ସାମିଲ ହେବେ ଏ ଦିଗରେ କାର୍ଯ୍ୟ ହେବା ଜରୁରୀ ।

କୃଷିର ବିକାଶ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଏଫପିଓ । ଏଫପିଓର ଏକ କଷ୍ଟମ୍ ନିଯୁକ୍ତି କେନ୍ଦ୍ର ମଧ୍ୟ ଅଛି, ଯେଉଁଠାରେ କୃଷି ଯନ୍ତ୍ରପାତି ଚାଷୀଙ୍କ ପାଇଁ ଉପଲବ୍ଧ । ହାରାହାରି ଫସଲ ଉତ୍ପାଦନ 30-50% ବୃଦ୍ଧି ପାଇ ଫସଲ ଚାଷ କୌଶଳ ଏବଂ ଚାଷୀଙ୍କ ପାଇଁ ଉତ୍ତମ କୃଷି ଅଭ୍ୟାସରେ ଏହି ଏଫପିଓ ପ୍ରମାଣିତ ହୋଇଛି । କ୍ଲଷ୍ଟର ଆଧାରିତ ଏଭଳି ବ୍ୟବସାୟୀକ ସଂଗଠନର ଭୂମିକା କୃଷକ ଉତ୍ପାଦକ ସଂଗଠନକୁ ମଜବୁତ କରିବା ଦିଗରେ ସହାୟକ ହେବ ।

କ୍ଷୂଦ୍ର, ସୀମାନ୍ତ ଓ ଭୂମିହୀନ ଚାଷୀଙ୍କୁ କୃଷି ଉତ୍ପାଦକ ସଂଗଠନରେ ସାମିଲ କରିବା ଦ୍ବାରା ଚାଷୀଙ୍କ ଆୟ ବୃଦ୍ଧି ହେବା ସହିତ ସେମାନଙ୍କୁ ଆର୍ଥିକ ସୁଦୃଢତା ଓ ବଜାର ସହ ଯୋଡିବାରେ ସହାୟକ ହେବ । କେନ୍ଦ୍ର ଯୋଜନା ଅନ୍ତର୍ଗତ ସମଗ୍ର ଭାରତରେ କୃଷକ ଉତ୍ପାଦକ ସଂଗଠନ(FPO)ର ଗଠନ କରାଯାଉଛି । ଏହି ଯୋଜନା ଆଧାରରେ କେନ୍ଦ୍ର ସରକାର ଅର୍ଥ ଘୋଷଣା ସହିତ ଏଫପିଓ (FPO) ର ଗଠନ ଓ କ୍ଲଷ୍ଟର ଆଧାରିତ ବ୍ୟବସାୟୀକ ସଂଗଠନ, ସିବିବିଓ ମାଧ୍ୟମରେ କରାଯିବାକୁ ଯୋଜନା ରହିଛି । ଏହି ସଂଗଠନ କମ୍ପାନୀ କିମ୍ବା କୋ-ଅପରେଟିଭ ଅଧିନିୟମ (cooperative act) ଅନ୍ତର୍ଗତ ପଞ୍ଜୀକରଣ କରାଯିବ । ପ୍ରତ୍ୟେକ ଚାଷୀ ଚିହ୍ନିତ ବ୍ଲକରେ ଅଂଶ ରାଶି ଦେଇ କୃଷି ଉତ୍ପାଦକ ସଂଗଠନର ସଦସ୍ୟ ହୋଇପାରିବେ ।

କ୍ଲଷ୍ଟର ଆଧାରିତ ବ୍ୟବସାୟୀକ ସଂଗଠନର ଭୂମିକା କୃଷକ ଉତ୍ପାଦକ ସଂଗଠନକୁ ମଜବୁତ କରିବା ପାଇଁ ହେବା ଉଚିତ । ଏହା ଦ୍ବାରା ଚାଷୀ ସେମାନଙ୍କୁ ଖୋଜି ପାଇପାରିବ । ଏଫପିଓ କେବଳ ଏକ କମ୍ପାନୀ ନୁହେଁ, ବରଂ ଏହା ଚାଷୀଙ୍କ ଲାଭ ପାଇଁ ଏକ ସାମୁହିକ ସଂସ୍ଥା ଅଟେ । ଏଣୁ କିଭଳି ଅଧିକରୁ ଅଧିକ ଚାଷୀ ଏଫପିଓରେ ସାମିଲ ହେବେ ଏ ଦିଗରେ କାର୍ଯ୍ୟ ହେବା ଜରୁରୀ ।

ଗଠନ ହେବ 50 ସ୍ବତନ୍ତ୍ର ଏଫପିଓ, SFAC ସହ ହାତ ମିଳାଇଲା Bayer

ମହିଳା ଚାଷୀ ଗଠନ କରିଛନ୍ତି FPO, ମିଳିୁଛି ପ୍ରଚୁର ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments