1. କୃଷି ଖବର

ଗଠନ ହେବ 50 ସ୍ବତନ୍ତ୍ର ଏଫପିଓ, SFAC ସହ ହାତ ମିଳାଇଲା Bayer

ବାୟର କ୍ରପ୍ ସାଇନ୍ସ ଲିମିଟେଡ୍ ଏବଂ ସ୍ମଲ ଫାର୍ମର ଏଗ୍ରି-ବିଜନେସ୍ କନ୍ସୋର୍ଟିୟମ୍ (SFAC) 50ଟି ସ୍ବତନ୍ତ୍ର କୃଷକ ଉତ୍ପାଦକ ସଂଗଠନ (FPO) ଗଠନ ତଥା ପ୍ରୋତ୍ସାହନ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

Shuvanshu Kar
Shuvanshu Kar
Bayer, Small Farmers' Agri-Business Consortium ink pact to form 50 Specialized Farmer Producer Organizations

Bayer, Small Farmers' Agri-Business Consortium ink pact to form 50 Specialized Farmer Producer Organizations

ବାୟର କ୍ରପ୍ ସାଇନ୍ସ ଲିମିଟେଡ୍ ଏବଂ ସ୍ମଲ ଫାର୍ମର ଏଗ୍ରି-ବିଜନେସ୍ କନ୍ସୋର୍ଟିୟମ୍ (SFAC) 50ଟି ସ୍ବତନ୍ତ୍ର କୃଷକ ଉତ୍ପାଦକ ସଂଗଠନ (FPO) ଗଠନ ତଥା ପ୍ରୋତ୍ସାହନ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

SFAC ସହିତ ମିଳିତ ସହଯୋଗରେ, ବାୟର କ୍ରପ୍ ସାଇନ୍ସ ଲିମିଟେଡ୍ 10ଟି ରାଜ୍ୟରେ କ୍ଲଷ୍ଟର ଚିହ୍ନଟ କରିଛି । 50ଟି କୃଷକ ଉତ୍ପାଦକ ସଂଗଠନ ଗଠନ ପାଇଁ କାର୍ଯ୍ୟ କରିବାବେଳେ ବ୍ୟବସାୟ ଯୋଜନା, ପ୍ରମୁଖ ସକ୍ଷମକାରୀଙ୍କ ଚିହ୍ନଟ, ବଜାର ଲିଙ୍କେଜ୍ ସୃଷ୍ଟି ସହିତ ଚାଷୀଙ୍କୁ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିବ ବାୟର କ୍ରପ୍ ସାଇନ୍ସ ।

ବାୟର କ୍ରପ୍ ସାଇନ୍ସ ଲିମିଟେଡ୍ ସହିତ SFAC ର ସହଭାଗୀତା କୃଷିକୁ ମଜବୁତ କରିବାରେ ସାହାଯ୍ୟ କରିବ ଏବଂ ଲାଭଜନକ ତଥା ଆତ୍ମନିର୍ଭରଶୀଳ ବ୍ୟବସାୟ ସଂସ୍ଥା ଭାବରେ ବିକାଶ ପାଇଁ କୃଷକ ସଂଗଠନଗୁଡିକୁ ସହାୟତା କରିବ ।

SFAC ଏଫପିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଧ୍ୟାନକେନ୍ଦ୍ରୀତ କରିଛି । ଉତ୍ପାଦନ ଏବଂ ମାର୍କେଟିଂରେ ସ୍କେଲର ଅର୍ଥନୀତିକୁ ଉପଯୋଗ କରି କୃଷକଙ୍କ ସାମାଜିକ-ଅର୍ଥନୈତିକ ଉନ୍ନତି ପାଇଁ FPO ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

କୃଷିର ବିକାଶ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଏଫପିଓ । କୃଷିକୁ ଆତ୍ମନିର୍ଭର କୃଷିରେ ପରିବର୍ତ୍ତନ କରିବା ପାଇଁ ଏଫପିଓ(FPO)ର ପ୍ରଚାର ଓ ଗଠନ ପ୍ରଥମ ପଦକ୍ଷେପ । କ୍ଲଷ୍ଟର ଆଧାରିତ ଏଭଳି ବ୍ୟବସାୟୀକ ସଂଗଠନର ଭୂମିକା କୃଷକ ଉତ୍ପାଦକ ସଂଗଠନକୁ ମଜବୁତ କରିବା ଦିଗରେ ସହାୟକ ହେବ । ଏହା ଦ୍ବାରା ଚାଷୀ ସେମାନଙ୍କୁ ଖୋଜି ପାଇପାରିବ । ଏଫପିଓ କେବଳ ଏକ କମ୍ପାନୀ ନୁହେଁ, ବରଂ ଏହା ଚାଷୀଙ୍କ ଲାଭ ପାଇଁ ଏକ ସାମୁହିକ ସଂସ୍ଥା ଅଟେ । ଏଣୁ କିଭଳି ଅଧିକରୁ ଅଧିକ ଚାଷୀ ଏଫପିଓରେ ସାମିଲ ହେବେ ଏ ଦିଗରେ କାର୍ଯ୍ୟ ହେବା ଜରୁରୀ ।

Velliangiri Uzhavan FPO ସର୍ବଶ୍ରେଷ୍ଠ ସମ୍ମାନରେ ସମ୍ମାନିତ

ଚାଷୀଙ୍କ ଜୀବନଶୈଳୀରେ ଦିର୍ଘକାଳୀନ ପରିବର୍ତ୍ତନ ଆଣିଛି କର୍ଣ୍ଣାଟକ FPO

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments