1. କୃଷି ଖବର

Velliangiri Uzhavan FPO ସର୍ବଶ୍ରେଷ୍ଠ ସମ୍ମାନରେ ସମ୍ମାନିତ

ଭେଲ୍ଲିଆଙ୍ଗିରି ଉଝାବନ କୃଷି ଉତ୍ପାଦକ ସଙ୍ଗଠନ( Velliangiri Uzhavan FPO) ସର୍ବଶ୍ରେଷ୍ଠ ଉଦୀୟମାନ ଏଫପିଓ ସମ୍ମାନରେ ସମ୍ମାନିତ କରିଛି ରାଷ୍ଟ୍ରୀୟ କୃଷି ଅନୁସନ୍ଧାନ ପରିଚାଳନା ଏକାଡେମୀ((ICAR – NAARM) ।

Shuvanshu Kar
Shuvanshu Kar
ICAR–NAARM hands over Best FPO award to Vellianguri Uzhavan

ICAR–NAARM hands over Best FPO award to Vellianguri Uzhavan

ଭେଲ୍ଲିଆଙ୍ଗିରି ଉଝାବନ କୃଷି ଉତ୍ପାଦକ ସଙ୍ଗଠନ( Velliangiri Uzhavan FPO) ସର୍ବଶ୍ରେଷ୍ଠ ଉଦୀୟମାନ ଏଫପିଓ ସମ୍ମାନରେ ସମ୍ମାନିତ କରିଛି ରାଷ୍ଟ୍ରୀୟ କୃଷି ଅନୁସନ୍ଧାନ ପରିଚାଳନା ଏକାଡେମୀ(ICAR – NAARM) । ଇଶା ପାଉଣ୍ଡେସନ ମାର୍ଗଦର୍ଶନରେ ଏହି ଏଫପିଓ କାର୍ଯ୍ୟ କରୁଛି ।

ସେପ୍ଟେମ୍ବର ପହିଲାରେ ହାଇଦ୍ରାବାଦରେ ଏକାଡେମୀର 47 ତମ ପ୍ରତିଷ୍ଠା ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏକାଡେମୀର ନିର୍ଦ୍ଦେଶକ ଡକ୍ଟର ଶ୍ରୀନିବାସ ରାଓ ଏହି ପୁରସ୍କାରକୁ ଭେଲ୍ଲିଆଙ୍ଗିରି ଉଝାବନ FPO ର ମୁଖ୍ୟ ଶ୍ରୀ କୁମାର ଏବଂ ଇଶା ଆଉଟ୍ରିଚର ସଂଯୋଜକ ସ୍ବାମୀ ଚିଦାମ୍ବରଙ୍କୁ ପ୍ରଦାନ କରିଥିଲେ। ଏହି ସମାରୋହରେ ଭେଲ୍ଲିଆଙ୍ଗିରି ଉଝାବନର ସିଇଓ ଶ୍ରୀ ପ୍ରେମ ମଧ୍ୟ ଉପସ୍ଥିତ ଥିଲେ।

ଝାବନ FPO ର ମୁଖ୍ୟ ଶ୍ରୀ କୁମାର କହିଛନ୍ତି, ଆଜିର ସମାରୋହରେ ଦେଶର ବିଭିନ୍ନ ସ୍ଥାନରୁ 2ଟି FPO ପୁରସ୍କୃତ ହୋଇଛନ୍ତି । ଏହା ଖୁସିର ବିଷୟ । ଏହି ପୁରସ୍କାର ଆହୁରି ଅଧିକ କାମ କରିବାକୁ ଏବଂ ଆହୁରି ଉନ୍ନତ ହେବାକୁ ପ୍ରେରଣା ଦେଉଛି । 2013ରେ ସାଧଗୁରୁଙ୍କ ମାର୍ଗଦର୍ଶନ ସହିତ, ଏହି ସଂଗଠନ ଥୋଣ୍ଡାମୁଥୁର ଅଞ୍ଚଳରେ ଆରମ୍ଭ ହୋଇଥିଲା ଏବଂ ଆଜି ପର୍ଯ୍ୟନ୍ତ ଏହା ଲାଭଜନକ ଭାବରେ ଜାରି ରହିଛି ।

ଭେଲ୍ଲିଆଙ୍ଗିରି ଉଝାବନ ସଂସ୍ଥାର ସମୁଦାୟ 1,063 କୃଷକ ଅଛନ୍ତି । ନଡ଼ିଆ, ବାଦାମ, ପନିପରିବା ଇତ୍ୟାଦି ଏହି ଏଫପିଓ ଦ୍ୱାରା ସିଧାସଳଖ ବଜାରକୁ ବିକ୍ରି ହୁଏ । ପ୍ରଥମ ବର୍ଷରେ 45,000 ଟଙ୍କା କାରବାର ହୋଇଥିଲା ଏବଂ ଗତ ଆର୍ଥିକ ବର୍ଷରେ (2021 -2022) ଏହି ଏଫପିଓର କାରବାର 17.65 କୋଟି ଥିଲା। ସଂଗଠନର ସଦସ୍ୟ ଥିବା ନିର୍ଦ୍ଦେଶକ ଏବଂ କୃଷକଙ୍କ ମଧ୍ୟରେ ଏକତା ହେତୁ ଏହା ସମ୍ଭବ ହୋଇପାରିଥିବା କୁମାର କହିଛନ୍ତି ।

2021ରେ ଗଣତନ୍ତ୍ର ଦିବସ ପାଳନ ସମୟରେ ଭେଲ୍ଲିଆଙ୍ଗିରି ଉଝାବନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ଇଦାପଦୀ ପାଲାନିସ୍ୱାମୀଙ୍କଠାରୁ ଶ୍ରେଷ୍ଠ FPO ପୁରସ୍କାର ଗ୍ରହଣ କରିଥିଲା । 2020ରେ ଏହା ଆଉଟଲୁକ ମ୍ୟାଗିଜନ ପୁରସ୍କାର ମଧ୍ୟ ପାଇଛି । ଉତ୍ତରପ୍ରଦେଶରେ ଆୟୋଜିତ ଏଗ୍ରି ଏକ୍ସପୋରେ ମଧ୍ୟ ଏହି ଏଫପିଓ ଅଂଶଗ୍ରହମ କରିଥିବାବେଳେ ଏହାକୁ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଚାଷୀଙ୍କ ଜୀବନଶୈଳୀରେ ଦିର୍ଘକାଳୀନ ପରିବର୍ତ୍ତନ ଆଣିଛି କର୍ଣ୍ଣାଟକ FPO

ମହିଳା ଚାଷୀ ଗଠନ କରିଛନ୍ତି FPO, ମିଳିୁଛି ପ୍ରଚୁର ଲାଭ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments