1. କୃଷି ବିଶ୍ବକୋଷ

ଶଙ୍କର ପ୍ରଜାତିର ଆଳୁ : ଖର୍ଚ୍ଚ କମ୍ ଲାଭ ଅଧିକ

ଆଳୁ ଏକ ଶୀତଦିନିଆ ଫସଲ । ଶୀତଦିନେ ଏହା ଭଲ ଅମଳ ଦେଇଥାଏ । ଆଳୁର ଉନ୍ନତ କିସମ ଆଳୁ ଚାଷର ସଫଳତା ମୁଖ୍ୟତଃ ବିହନର କିସମ ଓ ମାନ ଉପରେ ନିର୍ଭର କରେ । ଆମ ରାଜ୍ୟ ପାଇଁ ଉପଯୋଗୀ ହେଉଥିବା କେତେକ ଉନ୍ନତ କିସମ କେନ୍ଦ୍ରୀୟ ଆଳୁ ଗବେଷଣା କେନ୍ଦ୍ର, ଶିମଲା ତରଫରୁ ବିକଶିତ ହୋଇଅଛି । ସେଗୁଡ଼ିକ ସାଧାରଣତଃ ଅଧିକ ଅମଳକ୍ଷମ ହେବା ସହ ରୋଗ ଓ ପୋକ ପ୍ରତିରୋଧକ ଗୁଣସମ୍ପନ୍ନ ।

Sudesna Nayak
Sudesna Nayak
hybrid variety of potatos

hybrid variety of potatos

ଆଳୁ (potatos)ଏକ ଶୀତଦିନିଆ ଫସଲ । ଶୀତଦିନେ ଏହା ଭଲ ଅମଳ ଦେଇଥାଏ । ଆଳୁ (potatos)ର ଉନ୍ନତ କିସମ ଆଳୁ ଚାଷ (potatoes farming)ର ସଫଳତା ମୁଖ୍ୟତଃ ବିହନର କିସମ ଓ ମାନ ଉପରେ ନିର୍ଭର କରେ । ଆମ ରାଜ୍ୟ ପାଇଁ ଉପଯୋଗୀ ହେଉଥିବା କେତେକ ଉନ୍ନତ କିସମ କେନ୍ଦ୍ରୀୟ ଆଳୁ ଗବେଷଣା କେନ୍ଦ୍ର, ଶିମଲା ତରଫରୁ ବିକଶିତ ହୋଇଅଛି । ସେଗୁଡ଼ିକ ସାଧାରଣତଃ ଅଧିକ ଅମଳକ୍ଷମ ହେବା ସହ ରୋଗ ଓ ପୋକ ପ୍ରତିରୋଧକ ଗୁଣସମ୍ପନ୍ନ । ବିଶେଷଜ୍ଞଙ୍କ ଅନୁଯାୟୀ, କିସମଗୁଡ଼ିକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି । ଶୀତ ସ୍ୱଳ୍ପ ଅବଧି ଦୃଷ୍ଟିରୁ ସଅଳ ଓ ମଧ୍ୟମ କିସମ ଗୁଡ଼ିକ ଚାଷ ପାଇଁ ଅଧିକ ଉପଯୁକ୍ତ । ଆଳୁର ବିଭିନ୍ନ କିସମର ମୁଖ୍ୟ ଗୁଣଗୁଡ଼ିକ ନିମ୍ନରେ ବର୍ଣ୍ଣିତ ହୋଇଅଛି । କୁଫ୍ରି ଚନ୍ଦ୍ରମୁଖୀ – ଏହାର ଫୁଲ ନାଲି-ବାଇଗଣୀ ରଙ୍ଗର । ଆଳୁଗୁଡ଼ିକ ଟିକିଏ ଲମ୍ବାଳିଆ ଓ ଧଳା କ୍ରିମ୍ ବା ସର ରଙ୍ଗର । ଏହାର ଅବଧି ୭୦-୮୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୨୦୦- ୨୫୦ କ୍ଵିଣ୍ଟାଲ । ଏହାକୁ ଭଲରୂପେ ସାଇତି ହୁଏ । ଏହା ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ସମେତ ଅନେକ ରୋଗର ପ୍ରତିରୋଧ କରିପାରେ ନାହିଁ । ଏହା ରାନ୍ଧିବା ପାଇଁ ସହଜ ଏବଂ ସୁସ୍ଵାଦୁ । ତେଣୁ ଘରେ ଘରେ ଏହା ବିଶେଷ ଭାବରେ ଆଦୃତ ।

ଆଳୁ (potatos)ର ଇତିହାସ ଆଲୋଚନା କରିଲେ ଜଣାପଡ଼େ ଯେ, ଏହା ଏକ ବିଦେଶୀ ପରିବା । ଭାରତ ବାହାରୁ ଆସି ଭାରତରେ ଲୋକପ୍ରିୟତା ହାସଲ କରିଥିବା ପରିବା ହେଉଛି ଆଳୁ (potatos)। ପ୍ରଥମେ ଦକ୍ଷିଣ ଆମେରିକାରେ ଆଳୁ ଚାଷ (potatoes farming) ହେଉଥିଲା ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ସେଠାରୁ ଏହା ଅନ୍ୟ ଦେଶମାନଙ୍କୁ ଯାଇଥିଲା । ଆମ ଭାରତ ବର୍ଷକୁ ସପ୍ତଦଶ ଶତାବ୍ଦୀରେ ଇଉରୋପୀୟ ମାନଙ୍କ ଦ୍ଵାରା ଆଳୁ (potatos) ଆସିଥିଲା । ଅବଶ୍ୟ ଆଜି କାଲି ଭାରତ ବର୍ଷର ପ୍ରତ୍ୟେକ ରାଜ୍ୟରେ ଆଳୁ ଚାଷ (potatoes farming) କରାଯାଉଅଛି । ଯଦିଓ ମୁଖ୍ୟତଃ ଏହା ପରିବା ଭାବରେ ବ୍ୟବହାର କରାଯାଏ, ତଥାପି ଆ ଏହା ଏମିତି ଏକ ପରିବା ଯାହାକୁ ସମସ୍ତ ପ୍ରକାରର ତରକାରୀରେ ମିଶାଯାଇପାରିବ । ସମୟର ତାଳେ ତାଳେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଆଳୁରୁ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଦେଶରେ ଏକ ମୁଖ୍ୟ ପରିବା ରୂପେ ବ୍ୟବହୃତ ହେଉଅଛି । ଆଳୁ ଚାଷ (potatoes farming) କ୍ରମେ କ୍ରମେ ଅଧିକ ଲାଭଜନକ ହେବା ଫଳରେ ଅନେକ ଚାଷୀ ଏହ। କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଆଳୁରୁ ଅନେକ ପ୍ରକାରର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୁଏ । ଅନେକ ସ୍ଥାନରେ ଆଳୁରୁ ଷ୍ଟାର୍ଚ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଆସନ୍ତୁ ଆଜି ଆମେ ସେହି ଆଳୁର ବ୍ୟବସାୟିକ ଭିତିକ ଚାଷ ଉପରେ ଏକ ବିଶେଷ ଆଲୋଚନା କରିବା, ଯାହା ଫଳରେ ଆମର ଚାଷୀଭାଇମାନେ ବିଶେଷ ଭାବରେ ଉପକାର ପାଇପାରିବେ ।


କୁଫ୍ରି ଅଶୋକ ବିଷୟରେ ଜାଣନ୍ତୁ...

ଏହାର ଫୁଲର ରଙ୍ଗ ନାଲି-ବାଇଗଣୀ । ଧଳା ସର ରଙ୍ଗର ଆଳୁ (potatoes farming) ଗୁଡ଼ିକ ଟିକିଏ ଲମ୍ବାଳିଆ । ଆଖିଗୁଡ଼ିକ ଅଗଭୀର ଏବଂ ଆଳୁ ଭିତରର ରଙ୍ଗ ଧଳା । ଏହାର ଅବଧି ୭୦-୮୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୨୫୦-୩୦୦ କ୍ଵିଣ୍ଟାଲ । ଏହା ରାନ୍ଧିବା ପାଇଁ ଏହା ସହଜ ।

କୁଫ୍ରି ଜୱାହର ବିଷୟରେ ଜାଣନ୍ତୁ...

ଫୁଲର ରଙ୍ଗ ଧଳା । ଆଳୁ ଗୁଡ଼ିକର ଉପର ରଙ୍ଗ ଧଳା କର ଓ ଭିତର ରଙ୍ଗ ଧଳା । ଆଳୁ (potatoes farming) ର ଆକୃତି ଇସତ୍ ଲମ୍ବାଳିଆ ଏବଂ ଆଖି ଗୁଡ଼ିକ ଅଗଭୀର । ଏହାର ଅବଧି ୭୦-୮୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୨୫୦ ରୁ ୩୦୦ କ୍ଵିଣ୍ଟାଲ । ବିଳମ୍ବ ପତ୍ର ପୋଡ଼ା ରୋଗ ପ୍ରତି ଏହାର ମଧ୍ୟମ ଧରଣର ଓ ଭାତୁଡ଼ି ରୋଗ ପ୍ରତି ସମ୍ପୂର୍ଣ୍ଣ ପ୍ରତିରୋଧକ ଶକ୍ତି ରହିଅଛି । ଅନ୍ତଃଫସଲ ପାଇଁ ଏହା ଅଧିକ ଉପଯୁକ୍ତ ।

ପୁଖରାଜ ବିଷୟରେ ଜାଣନ୍ତୁ...

ଏହାର ଫୁଲର ରଙ୍ଗ ଧଳା । ଆଳୁ (potatoes farming) ର ଉପର ରଙ୍ଗ ଧଳା ସର ଓ ଭିତର ରଙ୍ଗ ହଳଦିଆ । ଆଳୁଗୁଡ଼ିକ ଟିକିଏ ଲମ୍ବା ଓ ଆଖି ଗୁଡ଼ିକ ଅଗଭୀର । ଏହି କିସମର ଅବଧି ୮୦-୯୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୩୫ ୦-୪୦୦ କ୍ଵିଣ୍ଟାଲ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧ । ଏହି କିସମ ଅଳ୍ପ ଦିନରେ ଏବଂ କମ୍ ସମ୍ବଳ ଉପଯୋଗ ହେଉଥିବା ଅବସ୍ଥାରେ ଅପେକ୍ଷାକୃତ ଅଧିକ ଅମଳ ଦେଇଥାଏ ।

କୁଫ୍ରି ସୂର୍ଯ୍ୟ ବିଷୟରେ ଜାଣନ୍ତୁ...

ଆଳୁ (potatoes farming) ଗୁଡ଼ିକର ଉପର ଅଂଶର ରଙ୍ଗ ଧଳା ସର ହୋଇଥିବା ବେଳେ ଭିତରର ରଙ୍ଗ କ୍ରିମ୍ ବା ସର ପରି ହୋଇଥାଏ । ଏହାର ଅବଧି ୯୦-୧୦୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩୦୦- ୩୫୦ ବିଲ୍ । ଏହି କିସମରେ ଛୋଟ ଆଳୁ ଅପେକ୍ଷା ବଡ଼ ଆଳୁ ଅଧିକ ସଂଖ୍ୟାରେ ହେଉଥିବାରୁ ଏହା ଫ୍ରେଞ୍ଚ ଫ୍ରାଏ ତିଆରି ପାଇଁ ଅଧିକ ଉପଯୁକ୍ତ । କମ୍ ଶୀତରେ ଭଲ ଆଳୁ ହେଉଥିବାରୁ ଏହି କିସମ ଆଳୁ ସଅଳ ଲଗାଇବା ପାଇଁ ଅଧିକ ଉପଯୁକ୍ତ ।

କଫ୍ରି ଜ୍ୟୋତି ବିଷୟରେ ଜାଣନ୍ତୁ...

ଏହା ଏକ ପୁରୁଣା କିସମ ହୋଇଥିବା ସତ୍ତ୍ୱେ ଚାଷୀମାନଙ୍କ ମଧ୍ୟରେ ବିଶେଷ ଭାବେ ଆଦୃତ । ଏହାର ଫୁଲର ରଙ୍ଗ ଧଳା । ଆଳୁ (potatoes farming) ର ଉପର ଅଂଶର ରଙ୍ଗ ଧଳା ସର ଓ ଭିତରର ରଙ୍ଗ ଧଳା ଅଟେ । ଏହା ଉଭୟ ପାହାଡ଼ିଆ ଓ ସମତଳ ଅଞ୍ଚଳରେ ଭଲ ଭାବରେ ଚାଷ କରାଯାଇପାରେ । ଆଖିଗୁଡ଼ିକ ଅଗଭୀର ଓ ଆଳୁର ଆକୃତି ସାମାନ୍ୟ ଲମ୍ବାଳିଆ। ଏହାର ଅବଧି ୯୦-୧୦୦ ଦିନ ଏବଂ ହାରାହାରି ଉତ୍ପାଦନ କ୍ଷମତା ହେକ୍ଟର ପ୍ରତି ୨୫୦ ରୁ ୩୦୦ କ୍ୱିଣ୍ଟାଲ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧି ।

କୁଫ୍ରି ଲାଲିମା ବିଷୟରେ ଜାଣନ୍ତୁ...

ଗଛର କାଣ୍ଡର ରଙ୍ଗ ପ୍ରାୟ ପାଟଳ । ଫୁଲର ରଙ୍ଗ ନାଲିବାଇଗଣୀ । ଆଳୁ (potatoes farming) ର ଉପର ଅଂଶ ଇସତ୍ ନାଲି କିନ୍ତୁ ଭିତରଟି ଧଳା । ଆଖୁଗୁଡ଼ିକ ମଧ୍ୟମ ଧରଣର ଗଭୀରିଆ । ଏହାର ଅବଧି ୯୦-୧୦୦ ଦିନ ଓ ହାରାହାରି ଉତ୍ପାଦନ କ୍ଷମତା ୨୦୦- ୨୫୦ କ୍ଵିଣ୍ଟାଲ। ଏହା ସଅଳ ପତ୍ରପୋଡ଼ା ରୋଗ ପ୍ରତିରୋଧ କରିପାରେ । ଆଳଗୁଡ଼ିକ ସିଝିବା ପାଇଁ ଅଧିକ ସମୟ ଦରକାର କରିଥାନ୍ତି ।

କୁଫ୍ରି ଅରୁଣ ବିଷୟରେ ଜାଣନ୍ତୁ...

ଗଛର କାଣ୍ଡ ପାଟଳ ରଙ୍ଗର । ଆଳୁଗୁଡ଼ିକ ନାଲି, ସାମାନ୍ୟ ଲମ୍ବାଳିଆ ଓ ଆଖୁ ମଧ୍ୟମ ଧରଣର ଗଭୀରିଆ । ଆଳୁ (potatoes farming) ଭିତରଟି ସର ରଙ୍ଗର । କିସମର ଅବଧି ୯୦- ୧୦୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩ ୦୦– ୩୫୦ କ୍ଵିଣ୍ଟାଲ । ଏହା ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧ କରିପାରେ । ଆଳୁଗୁଡ଼ିକ ଘରେ ସାଇତିଲେ ଜଲଦି ପଚି ଯାଉଥିବାରୁ ଶୀତଳ ଭଣ୍ଡାରରେ ରଖିବା ଏତେଟା ଉତ୍ସାହ ଜନକ ନୁହେଁ ।

କୁଫ୍ରି ବାଦଶାହ ବିଷୟରେ ଜାଣନ୍ତୁ...

ଗଛର କାଣ୍ଡ ପାଟଳ ରଙ୍ଗର ଓ ଫୁଲ ଧଳା । ଆଳୁ (potatoes farming) ଗୁଡ଼ିକ ଧଳାସର ରଙ୍ଗର ଓ ଭିତରଟି ସଂପୂର୍ଣ୍ଣ ଧଳା । ଆଳୁର ଆକୃତି ଲମ୍ବାଳିଆ ଓ ଆଖି ଗୁଡ଼ିକ ଅଗଭୀର । ଏହାର ଅବଧି ୧୦୦-୧୧୦ ଦିନ ଏବଂ ହାରାହାରି ଅମଳ କ୍ଷମତା ହେକ୍ଟର ପ୍ରତି ୩୦୦- ୩୫୦ କ୍ଵିଣ୍ଟାଲ । ଏହା ଉଭୟ ସଅଳ ଓ ବିଳମ୍ବ ପତ୍ରପୋଡ଼ା ରୋଗ ପ୍ରତିରୋଧ କରିପାରେ ।

ଅଳ୍ପ ଖର୍ଚ୍ଚରେ କିପରି କରିବେ ପିଆଜ ସାଇତା ଗୃହ

ଗ୍ରୀନହାଉସରେ ଚାଷ ବିଷୟରେ ଜାଣିଛନ୍ତି କି?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments