1. କୃଷି ବିଶ୍ବକୋଷ

ଅଳ୍ପ ଖର୍ଚ୍ଚରେ କିପରି କରିବେ ପିଆଜ ସାଇତା ଗୃହ

ଆମ ଦେଶରେ ପିଆଜର ଆଦର ରହି ଅଛି । ସାରା ଭାରତ ଦେଶରେ ପିଆଜ ଚାଷ କରାଯାଇଥାଏ । ମହାରାଷ୍ଟ୍ର ରାଜ୍ୟ ରେ ସବୁ ଠାରୁ ଅଧିକ ପିଆଜ ଚାଷ ହୋଇଥାଏ । ତରକାରୀ, ଭଜା, ସାଲାଡ଼, ଚଟଣୀ ପ୍ରଭୃତି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି ରେ ପିଆଜ ବ୍ୟବହୃତ ହୁଏ ।

Tanushree Mahapatra
Tanushree Mahapatra
onion growth and farming, and how to conserve onion in a long period

onion growth and farming, and how to conserve onion in a long period

ଆମ ଦେଶରେ ପିଆଜର ( Onion )ଆଦର ରହି ଅଛି । ସାରା ଭାରତ ଦେଶରେ ପିଆଜ ଚାଷ କରାଯାଇଥାଏ । ମହାରାଷ୍ଟ୍ର ରାଜ୍ୟ ରେ ସବୁ ଠାରୁ ଅଧିକ ପିଆଜ ଚାଷ ହୋଇଥାଏ । ତରକାରୀ, ଭଜା, ସାଲାଡ଼, ଚଟଣୀ ପ୍ରଭୃତି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତି ରେ ପିଆଜ ବ୍ୟବହୃତ ହୁଏ । ପିଆଜ ରେ ପ୍ରାୟ ଶତକଡ଼ା ୮୭ ଭାଗ ପାଣି ଥାଏ । ଏହା ବ୍ୟତୀତ ଫସ୍‌ଫରସ୍, ଭିଟାମିନ୍ ଏ, ବି, ସି, ( Vitamin - A, B , C ) ପ୍ରୋଟିନ୍ ( protin )ବା ପୁଷ୍ଟିସାର, ବିଭିନ୍ନ ପ୍ରକାରର ଧାତବ ଲବଣ ରହି ଥାଏ । ଦେଶି ପିଆଜରେ ସାଧାରଣତଃ ଅଧିକ ଖାଦ୍ୟସାର ଥିବାର ଜଣାଯାଇଛି ।

ଅନ୍ୟ କେତେକଙ୍କ ମତରେ ଚୀନରେ ପ୍ରଥମେ ପିଆଜ ଚାଷ ଆରମ୍ଭ ହୋଇଥିଲା । ତେବେ ଆମ ଦେଶରେ ମୁଖ୍ୟତଃ ଦେଶି ପିଆଜ ଓ ଓଲି ପିଆଜ ଚାଷ କରାଯାଇଥାଏ ।

ପିଆଜ ଏକ ଶୀତଦିନିଆ ଫସଲ । ଖରା ବେଶି ହେଲେ ପିଆଜ ଭଲ ହୁଏ  ନାହିଁ । ତେଣୁ ଯେଉଁ ସବୁ କିସମ ଅଳ୍ପ ବେଶି ଖରା ଦ୍ଵାରା ପ୍ରଭାବିତ ହୁଏ ନାହିଁ ସେପରି କିସମ ଚାଷ କରିବା ଉଚିତ୍ । ପିଆଜ ଫଳିବା ପାଇଁ ଅଧିକ ଉତ୍ତାପ ଓ ବଡ଼ଦିନ ଦରକାର ହୋଇଥାଏ । ତେଣୁ ନଭେମ୍ବର ମାସ ଦ୍ଵିତୀୟ ସପ୍ତାହରେ ପିଆଜ ଲଗାଇ ଦେଲେ ଭଲ ଫଳ ହୋଇଥାଏ । ଏହା ପିଆଜ ଚାଷ କରିବାର ଉପଯୁକ୍ତ ସମୟ ମଧ୍ୟ l

ତେବେ ପିଆଜକୁ ଅଧିକ ଦିନ କିପରି ସାଇତି ରଖିବେ – ( conserve onion in long days )

ପିଆଜ ତଳି ରୋଇବାର ଠିକ ୭୫ ଦିନ ପରେ ୧ ଲିଟର ପାଣିରେ ୨-୨.୫ ମିଲି  ହାଇଡ୍ରାଜାଇଡ ପକାଇ ଫସଲ ଉପରେ ଛିଞ୍ଚିବା ଆବଶ୍ୟକ । ପିଆଜ ଅମଳ କରିବାର ୧୫ ଦିନ ପୂର୍ବରୁ ପାଣିଦେବା ବନ୍ଦ କରିଦେବା ଉଚିତ । ୫୦% ରୁ ଉର୍ଦ୍ଧ୍ଵ ଗଛର  ବେକ ଗୁଡିକ ଭାଙ୍ଗିପଡିବାର ୭ଦିନ ପରେ ପିଆଜ ଖୋଳାଯିବା ଉଚିତ ।

ପିଆଜ ଖୋଳିସାରିବା ପରେ ବା ଅମଳ କରିସାରିବା ପରେ ବିଲରେ ଅଥବା  ଅଗଣାରେ ଖରା ଏବଂ କାକର ଖାଇବା ଉଦ୍ଦେଶ୍ୟରେ ପିଆଜକୁ ୩ ଦିନ ପାଇଁ ପକାଇ ରଖନ୍ତୁ  । ଏହାପରେ ପିଆଜକୁ ଛାଇ ଜାଗାରେ ୭ଦିନ ପାଇଁ ଖୋଲାରେ ରଖନ୍ତୁ । ପିଆଜ ଗଛପୂରା ଶୁଖିଗଲା ପରେ ୧ ଇଞ୍ଚ ନାଡ ରଖି ବାକିତକ କାଟିଦିଆଯିବା ଉଚିତ ଏବଂ ସେଥିରେ ଲାଗିଥିବା ଚେର ଓ ମାଟିକୁ ସଫା କରନ୍ତୁ । ଖଣ୍ଡିଆ ହୋଇଯାଇଥିବା କିମ୍ବା ପଚି ଯାଇଥିବା ପିଆଜକୁ ବାଛି ଅଲଗା କରିଦେବା ଆବଶ୍ୟକ । କାରଣ ସେମିତି ନ ହେଲେ ବାକି ପିଆଜ ନଷ୍ଟ ହୋଇଯିବାର ସମ୍ଭାବନା ରହିଥଏ l  ସାନ, ମଝିଆ ଏବଂ ବଡ ଆକାରର ପିଆଜକୁ ବାଛି ଅଲଗା ଅଲଗା କରନ୍ତୁ । ଏସବୁ କରିସାରିବା ପରେ ପିଆଜକୁ ସାଇତା ଗୃହରେ ଭଲ ଭାବେ ଦିଅନ୍ତୁ ।

ନଜର ରଖିବା ଆବଶ୍ୟକ ଯେ ସାଇତା ଗୃହ ଭିତର ଦେଇ ଭଲଭାବେ ପବନ ଚଳାଚଳ କରୁଥିବ । ତେଣୁ ଗୃହକୁ ଉଚ୍ଚା ଭାଡି ବା ପ୍ଲାଟଫର୍ମ ଉପରେ ତିଆରି  କରିବା ଉଚିତ । ଘରଟିକୁ ବାଉଁଶରେ ତିଆରି କରାଯାଇପାରେ । ଛାତ ବା ଛପର ପାଇଁ ଟିଣ ବଦଳରେ ନଡା ବା  ଆଜବେଷ୍ଟସ ବ୍ୟବହାର କରିବା ଆବଶ୍ୟକ । ଘର ଭିତରକୁ ସିଧାସଳଖ ସୂର୍ଯ୍ୟକିରଣ ଏବଂ ବର୍ଷାପାଣି ଯେପରି ନ ପଶେ ସେଥିପ୍ରତି ଧ୍ୟାନ ଦେବା ଉଚିତ  । ସାଇତା ଗୃହର ଥାକଗୁଡିକର ଉଚ୍ଚତା ୪ ଫୁଟ ଏବଂ ଓସାର ୩ ରୁ ୪ ପୁଟ ହେଲେ ଭଲ । ସାଇତା ଗୃହ ଏବଂ ତା’ର ଚାରିପଟ ଯେପରି ସ୍ୱଚ୍ଛ ରହେ । ସେଥିପତି ଧ୍ୟାନ ଦେବା ଆବଶ୍ୟକ ।

ସାଇତା ଗୃହର ଉଚ୍ଚତା ତଳୁ ଅତିକମରେ ୨ ଫୁଟ ହେବା  ଦରକାର । ଗୃହ ଭିତରର ତାପମାତ୍ରା ୨୫ ରୁ ୩୦ ଡିଗ୍ରୀ ସେଲସିୟସ ଏବଂ ଆପେକ୍ଷିକ ଆର୍ଦ୍ରତା  ୬୦ ରୁ ୭୦ ପ୍ରତିଶତ ଭିତରେ ରହିବା ଉଚିତ । ଏହାଦ୍ଵାରା ପିଆଜ, ଗଜା ହୁଏ ନାହିଁ । ସାଇତା ଗୃହ ପାର୍ଶ୍ଵରେ ଉଚ୍ଚା ଜିନିଷ ରହିବା ଉଚିତ ନୁହେଁ ପବନ ଚଳାଚଳରେ ବାଧା ସୃଷ୍ଟି କରିବ । ସିଧାସଳଖ ସୂର୍ଯ୍ୟକିରଣ ଏବଂ ବର୍ଷା ଛିଟାରୁ ରକ୍ଷା ପାଇଁ ଛପର ଟିକେ ଗଡାଣିଆ କରନ୍ତୁ । ଏହିପରି ଏକ ପିଆଜ ସାଇତା ଗୃହ ପାଇଁ ପାଖାପଖି ୧୫,୦୦୦ ରୁ ୧୬,୦୦୦ ଟଙ୍କା ଖର୍ଚ୍ଚ ହେବ, ଯେଉଁଥିରେ ୨୦ କ୍ଲିଣ୍ଟାଲ ପିଆଜକୁ ସାଇତି ରଖି ହେବ ।

ରାଷ୍ଟ୍ରୀୟ କୃଷି ବିକାଶ  ଯୋଜନା ମାଧ୍ୟମରେ ପିଆଜ ସାଇତା ଗୃହ ତିଆରି କରିବା ପାଇଁ ରିହାତି ଯୋଗାଇ ଦିଆଯାଉଛି । ଏଥିସହିତ ଚାଷୀଙ୍କୁ ପିଆଜ ଅମଳ କରିସାରିବା ପରେ ଶୁଖାଇବା, ବଛା ବଛି କରିବା ଏବଂ ସାଇତି ରଖିବା ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଫଳରେ ଚାଷୀମାନେ ପିଆଜକୁ ଅମଳ ସମୟଠାରୁ ୬-୮ ମାସ ପର୍ଯ୍ୟନ୍ତ ସାଇତି ରଖି ପରେ ଅଧିକା ଦାମରେ ବିକ୍ରି ଲାଭବାନ ହୋଇପାରୁଛନ୍ତି ।

ଗଜା ହେଇଯାଉଛି କି ଆଳୁ ପିଆଜ ?ଏହି ଉପାୟରେ କରନ୍ତୁ ସଂରକ୍ଷଣ

ଏହି ପ୍ରଣାଳୀରେ ପିଆଜ ଚାଷ କରନ୍ତୁ, ଆଶାନୁରୂପ ଲାଭ ପାଆନ୍ତୁ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments