1. କୃଷି ବିଶ୍ବକୋଷ

ଗଜା ହେଇଯାଉଛି କି ଆଳୁ ପିଆଜ ?ଏହି ଉପାୟରେ କରନ୍ତୁ ସଂରକ୍ଷଣ

ଆଳୁ ,ପିଆଜ ଏ ଦୁଇଟି ଅତ୍ୟନ୍ତ ଆବଶ୍ୟକ ପରିବା ମଧ୍ୟରୁ ଗୋଟିଏ | ଘରେ ଆଉ କିଛି ଥାଉ କିମ୍ବା ନଥାଉ ଆଳୁ ପିଆଜ ନିଶ୍ଚିତ ରୂପେ ଥାଏ |

Rajashree
Rajashree
know how to store potato and  onion for long time

know how to store potato and onion for long time

ପ୍ରତ୍ୟକ ଘରେ ଆଳୁ ପିଆଜର ପରିମାଣ ଅନ୍ୟ ପରିବା ଅପେକ୍ଷା ଅଧିକ ଥାଏ | ଅନ୍ୟ ପରିବା ତୁଳନାରେ ଆଳୁ ପିଆଜ(Potato an onion ) ଏତେ ଜଲ୍ଦି ଖରାପ ହେଉନଥିବାରୁ ଏହା ସମସ୍ତଙ୍କ ଘରେ ମହଜୁଦ ଥାଏ | ଆଳୁ ,ପିଆଜ ଏ ଦୁଇଟି ଅତ୍ୟନ୍ତ ଆବଶ୍ୟକ ପରିବା ମଧ୍ୟରୁ ଗୋଟିଏ |

ଘରେ ଆଉ କିଛି ଥାଉ କିମ୍ବା ନଥାଉ ଆଳୁ ପିଆଜ ନିଶ୍ଚିତ ରୂପେ ଥାଏ | ତେବେ ବେଳେ ବେଳେ ଘରେ ଅଧିକ ସମୟ ପିଆଜ ଏବଂ ଆଳୁ(Potato an onion ) ରହିଗଲେ ସେଥିରେ ଗଜା ବାହାରିବାକୁ ଲାଗେ | ତେବେ ଆଜି ଆସନ୍ତୁ ଜାଣିବା ଆଳୁ-ପିଆଜକୁ କିଳଭି ଅଧିକ ଦିନ ସୁରକ୍ଷିତ ରଖିବେ |

- ଆଳୁକୁ ଗଜା(Potato) ହେବାଠୁ ଦୁରେଇ ରଖିବା ପାଇଁ ଆଳୁକୁ ସାଧାରଣତଃ କୌଣସି ଝୁଡିରେ ଖୋଲା ନ ରଖି କାଗଜ ଲଫାପାରେ ରଖନ୍ତୁ |

- ଆଳୁକୁ (Potato)ଅନ୍ଧାରୁଆ ସ୍ଥାନ ଏବଂ ଥଣ୍ଡା ଜାଗାରେ ରଖନ୍ତୁ , ଏହା କରିବା ଦ୍ୱାରା ଆଳୁ ଶୀଘ୍ର ପଚି ନଥାଏ ଓ ଅଧିକ ଦିନ ରହିଥାଏ |

- ପାଣି ଯକାଉ ଥିବା ସ୍ଥାନରେ ଆଳୁ ରଖନ୍ତୁ ନାହିଁ , ଯଦି ଆଳୁ(Potato) ଭିଜି ଯାଇଥାଏ ତେବେ ତାକୁ ଭଲ ଭାବେ ପୋଛି ଶୁଖାଇ ରଖନ୍ତୁ | ଆଳୁ (Potato)ପାଣି ଲାଗିଲେ ଏହା ଜଲ୍ଦି ଖରାପ ହୋଇଯାଏ |

- ଆପଣ ଚାହିଁଲେ ଆଳୁକୁ (Potato)ଏକ ସୂତା କପଡାରେ କି ଝୋଟର ଅଖାରେ ମଧ୍ୟ ଗୁଡାଇ ରଖିପାରିବେ | ଏହା କରିବା ଦ୍ୱାରା ଆଳୁ ଅଧିକ ଦିନ ରହିଥାଏ |

 

ପିଆଜ : -

- ଗରମ ସ୍ଥାନରେ ଆଳୁ ଏବଂ ପିଆଜ (Onion) ଷ୍ଟୋର କରି ରଖିଲେ ଖୁବଶୀଘ୍ର ଏଥିରେ ଗଜା ହୋଇଯାଇଥାଏ , ତେଣୁ ଥଣ୍ଡା ଏବଂ ଅନ୍ଧାରୁଆ ସ୍ଥାନରେ ଏହାକୁ ରଖନ୍ତୁ |

- ପିଆଜକୁ(Onion) ଖୋଲା ଏବଂ ଶୁଖିଲା ସ୍ଥାନରେ ରଖନ୍ତୁ, ଏଭଳି ରଖିବା ଦ୍ୱାରା ଏଥିରେ ଫଙ୍ଗସ ହେବ ନାହିଁ ଓ ଅଧିକ ଦିନ ମଧ୍ୟ ଏହା ରହିପାରିବ |

- ଆଳୁ ଏବଂ ପିଆଜକୁ(Onion) ଅନ୍ୟ ସବୁ ପରିବା ଠାରୁ ଦୂରେଇ ବା ଅଲଗା ରଖନ୍ତୁ |

- ସେହିପରି ଆଳୁ ଏବଂ ପିଆଜକୁ(Onion) କେବେ ବି ମିଶାଇ ରଖନ୍ତୁ ନାହିଁ , ଏହା କରିବା ଦ୍ୱାରା ଶୀଘ୍ର ନଷ୍ଟ ହୋଇଯିବାର ସମ୍ଭାବନା ରହିଥାଏ | ଏ ଦୁଇଟିକୁ ଭିନ୍ନ ଭିନ୍ନ ପାତ୍ରରେ ରଖନ୍ତୁ।

୧୮ ସମବାୟ ଶୀତଳଭଣ୍ଡାରରୁ ୧୪ ଅଚଳ; ୧୨ ଶୀତଳଭଣ୍ଡାର ଜମି ନିଜସ୍ବ ନୁହେଁ

ମହଙ୍ଗା ବଜାର ..ଆହୁରି ବଢିପାରେ ଦର

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments