ବିଭିନ୍ନ ଅନୁସନ୍ଧାନ ରୁ ଜଣାପଡିଛି ଯେ କେବଳ ଇଉରୋପୀୟ ବା ଆମେରିକୀୟ ରାଷ୍ଟ୍ର ନୁହେଁ ଚଳିତ ବର୍ଷ ଏସୀୟ ରାଷ୍ଟ୍ର ରେ ମଧ୍ୟ ମେଦବହୁଳ ର ସମସ୍ୟା ଦେଖିବାକୁ ମିଳୁଛି |ଏହି ସମସ୍ୟା ରୁ ଆହୁରି ଅନ୍ୟ ସ୍ନାୟୁ ଜନିତ ବା ହୃଦ୍ରୋଗ ମଧ୍ୟ ବଢ଼ିବାରେ ଲାଗିଛି |ବର୍ତ୍ତମାନ ର ଜୀବନଶୈଳୀ ଏବଂ ବ୍ୟସ୍ତ କାର୍ଯ୍ୟକଳାପ ମଧ୍ୟରେ ଆମେ ମାନେ ଚେଷ୍ଟା କଲେ ମଧ୍ୟ ନିୟମିତ ଭାବେ ଶରୀରର ଯତ୍ନ ନେଇ ପାରୁନାହୁଁ |ତେବେ ଏହି ସମସ୍ୟା ର ର ଉପଚାର ଲାଗି ଜାଣିବା ଦରକାର ଯେ ଏହିପରି ମେଦବହୁଳ ର କାରଣ କଣ ?
-ଯଦି ଆପଣ ଭାବୁଛନ୍ତି ଯେ ଅଧିକ ଖାଇବା ବା ଫାଷ୍ଟ ଫୁଡ ଖାଇବା ରୁ ଓଜନ ବୃଦ୍ଧି ହୁଏ ତାହାଲେ ଆପଣା ଜାଣି ରଖିବା ଆବଶ୍ୟକ ଯେ ଆମର ଜୀବନଶୈଳୀ ମଧ୍ୟ ଏଥିନିମନ୍ତେ ଦାୟୀ |ପେଟ ବଢିଲେ ପ୍ରଥମେ ଦୃଷ୍ଟି ଦେବେ ଯେ ଆପଣଙ୍କ କାର୍ଯ୍ୟଶୈଳୀ କିପରି??ଅଧିକ ସମୟ ବସି ରହି କମେ କଲେ ହିଁ ପେଟ ବଢିଥାଏ |ଏଣୁ ୩୦ ମିନିଟ ବସି କାମ କଲା ପରେ ଚଲାବୁଲା କରିବା ଆବଶ୍ୟକ |
-ଭୋଜନ ର କିଛି ସମୟ ପରେ ବସି ନ ରହି ବରଂ ଚଲାବୁଲା କରନ୍ତୁ |ଏହା ଖାଦ୍ୟ ହଜମ କରାଇବା ସହ ମେଦ ଜମିବାକୁ ଦିଏ ନାହିଁ |
--ନିୟମିତ ସକାଳୁ ଖାଲି ପେଟ ରେ ଗରମ ପାଣି ପିଇବାର ଅଭ୍ୟାସ ରଖନ୍ତୁ |ଏହା ମଧ୍ୟ ଓଜନ ନିୟନ୍ତ୍ରଣ କରିଥାଏ ବୋଲି ବିଭିନ୍ନ ପରୀକ୍ଷା ରୁ ପ୍ରମାଣିତ ହୋଇଛି |
-ଆଜିକାଲି କର୍ମଜୀବି ମାନେ କାଠ ଚେୟାର ପରିବର୍ତେ ଆରାମ ଚେୟାର ରେ ବସିବାକୁ ରୁଚି ରଖୁଛନ୍ତି |ଏହି ଚେୟାର ରେ ଅଧିକ ସମୟ ବସି ରହିଲେ ପେଟ ବଢିବା ସହ ଅଣ୍ଟା,ପିଠି ମଧ୍ୟ ଦରଜ ହୁଏ |
-ବିଶେଷଜ୍ଞନ ଙ୍କ ଅନୁସାରେ ନିୟମିତ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ |ଏଥି ଦ୍ୱାରା ପେଟ ସଫା ହୁଏ ଏବଂ ଚର୍ବି ଜମେ ନାହିଁ |
-ଅଧିକ ତେଲ ମସଲା ଏବଂ ବିଶେଷ କରି ଫାଷ୍ଟ ଫୁଡ ଖାଇବା ଅନୁଚିତ |ଏହା ବଦଳରେ ଅଧିକ ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଆନ୍ତୁ |
-ସପ୍ତାହ କୁ ଅନ୍ତତଃ ଗୋଟିଏ ଦିନ ବା ୧୫ ଦିନକୁ ଠାରେ ଉପବାସ ରଖିବା ଅବୟସ୍କ |ଏହା ଶରୀରରେ ବର୍ଜ୍ୟ ବସ୍ତୁ ଜମି କରିବାକୁ ଦିଏ ନାହିଁ |
ଏହି ଡାଏଟ ରେ ବଢିବ ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି
Share your comments