1. କୃଷି ବିଶ୍ବକୋଷ

ବାରମ୍ବାର ରୋଗାକ୍ରାନ୍ତ ହେଉଛନ୍ତି କି ?

ବାରମ୍ବାର ରୋଗାକ୍ରାନ୍ତ ହେଉଛନ୍ତି କି ?

KJ Staff
KJ Staff
ବାରମ୍ବାର ରୋଗାକ୍ରାନ୍ତ ହେଉଛନ୍ତି କି ? ଶରୀର ଅଛି ଯଦି ରୋଗ ମଧ୍ୟ ରହିବ |ହେଲେ ବାରମ୍ବାର ରୋଗାକ୍ରାନ୍ତ ହେବ ଉଚିତ ନୁହେଁ |ଏହା ଶରୀର ଉପରେ ବହୁତ ପ୍ରଭାବ ପକାଇଥାଏ ଏବଂ ଏହା ଦ୍ୱାରା ଶରୀର ସବୁବେଳେ ଦୁର୍ବଳ ହୋଇ ରୁହେ |ଏହି ସମସ୍ୟା ର ସବୁଠାରୁ ଉତ୍ତମ ନିରାକରଣ ଲାଗି ନିୟମିତ ଉଚିତ ଡାଏଟ ଗ୍ରହଣ କରନ୍ତୁ|

ତେବେ ଏ ହେଉଛି ଆପଣଙ୍କ ଶରୀର କୁ ରୋଗ ପ୍ରତିରୋଧ ଶକ୍ତି ଦେଉଥିବା ସବୁଠାରୁ ଉତ୍ତମ ୫ ଟି ଖାଦ୍ୟ
୧)ପାଳଙ୍ଗ ଶାଗ :ପିଲାଦିନେ ପୋପାୟେ ନାଭିକ ର କାରଟୁନ ଦେଖିଥିଲେ ଆପଣ ନିଶ୍ଚିନ୍ତ ଜାଣିଥିବେ ଯେ ଶକ୍ତି ଲାଗି ସେ ବାରମ୍ବାର ଶାଗ କହିଥାଏ |ତେବେ ଏହା ନିରାଟ ସତ୍ୟ |ପାଳଙ୍ଗ ଶାଗ ରେ ଭିଟାମିନ ,ମିନେରାଲ ,ମ୍ୟାଗନେସିଅମ ,ଲୌହ ସହିତ ଆଣ୍ଟିଅକ୍ସୀଡାଣ୍ଟ ପ୍ରଚୁର ମାତ୍ରା ରେ ଭରି ରହିଥାଏ |ଏହା ଆପଣଙ୍କୁ ଦୀର୍ଘାୟୁ କରିବା ସହ ଦୃଷ୍ଟିଶକ୍ତି ଏବଂ ରୋଗପ୍ରତିରୋଧକ ବୃଦ୍ଧି ରେ ସାହାଯ୍ୟ କରେ |

୨)ଗାଜର :ଆବଶ୍ୟକ ଭିଟାମିନ ରେ ଭରପୁର ଏହି ପରିବା ଆପଣଙ୍କ ଆଖି କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ବ୍ୟତୀତ କର୍କଟ ରୋଗ ,ମହୁମେହ ରୁ ମଧ୍ୟ ସୁରକ୍ଷା ଦେଇଥାଏ |

୩)ବିଟରୁଟ:
ଭିଟାମିନ ବି ୬ , ସି ,ଲୌହ ସହ ଆବଶ୍ୟକ ମିନେରାଲ ଧାରଣ କରିଥିବା ଏହି ପରିବା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ ବହୁବାର ବଢ଼ାଇଥାଏ|ତେଣୁ ଶୀତ ଦିନରେ ନିହାତି ନିଜ ଭୋଜନ ଲାଗି ଏହାକୁ ଚୟନ କରନ୍ତୁ କାରଣ ଏହା ମେଦବହୁଳ ,ମହୁମେହ ,ହୃଦ୍ରୋଗ ,ଦେହ ଦରଜ ଏବଂ ଫୁଲା ରୁ ମଧ୍ୟ ସୁରକ୍ଷା ଦେଇଥାଏ |

 

୪)ମାଟି ଆଳୁ :ଏଥିରେ ଥାଏ ଅଧିକ ଫାଇବର ,ଭିଟାମିନ ଏ ଏବଂ ଆଣ୍ଟିଅକ୍ସୀଡାଣ୍ଟ ଯାହା ଶରୀର ରୁ ଅହିତକାରିକରି ଦ୍ରବ୍ୟ ନିଷ୍କାସନ ରେ ସାହାଯ୍ୟ କରେ |ତେଣୁ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ |

 

 

୫)ଏହା ବ୍ୟତୀତ ନିୟମିତ ବ୍ୟାୟାମ ,୭-୮ ଘଣ୍ଟା ର ନିଦ୍ରା ଆପଣଙ୍କ ଶରୀର କୁ ସତେଜ ରଖିବା ସହ ବହୁ ପ୍ରକାର ରୋଗ କୁ ସୁରକ୍ଷା ଦେଇଥାଏ |

 

ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଏଠାରେ କ୍ଲିକ କରନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments