ହଳଦୀ ଚାଷ ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ କରାଯାଉଛି l ନିମ୍ନସ୍ଥ କନ୍ଦ ବା ଏକ ରୂପାନ୍ତରିତ କାଣ୍ଡରୁ ଏହି ଉଦ୍ଭିଦ ଜନ୍ମିଥାଏ । ୪ ରୁ ୫ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଥାଏ ହଳଦୀ ଗଛ l ହଳଦୀରେ ରହିଛି ଅନେକ ଔଷଧୀୟ ଗୁଣ l ଏହାକୁ ବିଭିନ୍ନ ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଏ l ହଳଦୀ ବିନା ଯେପରି କୌଣସି ଖାଦ୍ୟ ପ୍ରସ୍ତୁତି ଅସମ୍ପୂର୍ଣ୍ଣ ରହିଯାଏ l ହଳଦୀ ଚାଷ ପାଇଁ ସରକାର ମଧ୍ୟ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି ଚାଷୀଙ୍କୁ l ନୂତନ ଜ୍ଞାନକୌଶଳ ମାଧ୍ୟମରେ ହଳଦୀ ଚାଷ ବର୍ଷସାରା ହୋଇପାରିବ l ତେବେ ଏହି ହଳଦୀ ଚାଷ କରୁଥିବା ଚାଷୀଙ୍କ ପାଇଁ କିଛି ଜରୁରୀ ସୂଚନା .....
ଜମି ପ୍ରସ୍ତୁତି ପ୍ରଣାଳୀ - ହଳଦୀ ଚାଷ କରିବା ପାଇଁ ନିଗିଡ଼ା, ବାଲିଆ, ଦୋରସା, ମଟାଳ, ନାଲିମାଟି, କଳା ମଟାଳ ଓ ମଟାଳ ଦୋରସା ମାଟି ଖୁବ ଉପଯୁକ୍ତ ହୋଇଥାଏ I ବର୍ଦ୍ଧିତ ଅମଳ ପାଇଁ, ସଠିକ୍ ଭାବରେ ଜମି ପ୍ରସ୍ତୁତ କରିବାକୁ ହୁଏ l ୪ ରୁ ୫ ଥର ଓଡ଼ ଚାଷ କରି ମାଟିକୁ ପ୍ରଥମେ ଗୁଣ୍ଡ କରନ୍ତୁ l ଧ୍ୟାନ ରଖିବେ ମଈ ଦେଲା ପରେ ୧ ମିଟର ଚଉଡ଼ାର ୧୫ ରୁ ୨୦ ସେ.ମି ଉଚ୍ଚ ଲମ୍ବା ପଟି ପ୍ରସ୍ତୁତ କରନ୍ତୁ l ପଟି ଉପରେ ସମତଳ କରି ହେକ୍ଟର ପ୍ରତି ୧୨୦ ଟନ ଗୋବର ଖତ, ୩୦ କିଲୋଗ୍ରାମ ପଟାସ ସାର ସମାନ ଭାବରେ ମିଶାଇ ମାଟି ସହିତ ସମାନ ଭାବରେ ମିଶାନ୍ତୁ l ଗଛକୁ ଗଛ ୩୦ ସେ.ମି ବ୍ୟବଧାନରେ ୫ ସେ.ମି ଗଭୀରରେ ଲଗାନ୍ତୁ l ଏହାପରେ ହେକ୍ଟର ପ୍ରତି ଅନ୍ୟାନ୍ୟ ଶୁଖିଲା ପତ୍ର କିମ୍ବା ନଡ଼ା ଗୁଣ୍ଡ ସାହାଯ୍ୟରେ ଘୋଡାଇ ଦିଅନ୍ତୁ ଗଛ ଲାଗିଥିବା ସ୍ଥାନରେ l
ହଳଦୀ ବିହନ ଲଗାଇବା ସମୟ - ଏପ୍ରିଲ ମାସ ଦ୍ଵିତୀୟ ସପ୍ତାହରୁ ମଈ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ହଳଦୀ ବିହନ ରୋପଣ କରନ୍ତୁ l
ଗଛ ଲଗାଇବା ପରବର୍ତ୍ତୀ ଯତ୍ନ - ୪୫ ଦିନ କିମ୍ବା ୯୦ ଦିନ ପରେ କୋଡ଼ା ଖୁସା କରି ଘାସ ବାଛିବାକୁ ପଡିବ l ଏହାପରେ ସାର ଦିଅନ୍ତୁ l ଘାସ ଅଧିକ ହେଉଥିଲେ ଚାଷଜମିରେ ବାରମ୍ବାର ସମୟ ସମୟରେ ବାଛିବାକୁ ହେବ l ୪୫ ଓ ୯୦ ଦିନରେ ସାର ଦେବା ପରେ ପୁଣି ୨ ଥର ପତ୍ର ଘୋଡାଇବାକୁ ପଡିବ l ଏଥିପାଇଁ ୫ ଟନ ପତ୍ରର ଆବଶ୍ୟକ ପଡିବ l
ଚାଷରେ ଜଳସେଚନ - ବର୍ଷା ଋତୁ ଉପରେ ନିର୍ଭର କରି ହଳଦୀ ଚାଷ କରାଯାଉଥିବାରୁ ଜଳ ଆବଶ୍ୟକ ଅଧିକ ହୋଇନଥାଏ l କିନ୍ତୁ ଜଳ ଅଭାବ ଥିବା ସ୍ଥାନରେ ଜଳସେଚନର ଆବଶ୍ୟକ ରହିଥାଏ l ଜଳ ଅଧିକ ଦେବା ଦ୍ୱାରା ଗଛ ପଚି ଯିବାର ମଧ୍ୟ ସମ୍ଭାବନା ରହିଥାଏ l ବର୍ଷା ଋତୁରେ ଅକ୍ଟୋବର ମାସଠାରୁ ପ୍ରତି ୧୫ ଦିନରେ ପାଣି ମଡ଼ାଇବା ଆବଶ୍ୟକ l
ବିହନ ପରିମାଣ - ବିହନ ବୁଣିବା ସମୟରେ ଧ୍ୟାନ ଦେବା ଆବଶ୍ୟକ ଯେ ବିହନ ଗୁଡ଼ିକ ଭଲ ଏବଂ ସଠିକ ରହିଛି l ହେକ୍ଟର ପ୍ରତି ୧୫ କ୍ୱିଣ୍ଟାଲ ହଳଦୀ ବିହନ ଆବଶ୍ୟକ l
ହଳଦୀ ଅମଳ - ଯଦି ଜଣେ ଚାଷୀ ଆବଶ୍ୟକ ଅନୁଯାୟୀ ସମସ୍ତ ସାର , ଜଳ ବ୍ୟବହାର ସହ ଯତ୍ନ ମଧ୍ୟ ସଠିକ ନେଇଥାଏ l ତେବେ ୨୦୦ ରୁ ୨୫୦ କ୍ୱିଣ୍ଟାଲ କଞ୍ଚା ହଳଦୀ ଅମଳ ହୁଏ l
ଆମ ରାଜ୍ୟର କନ୍ଧମାଳ ହଳଦୀ ନିଜର ଗୁଣ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି l ଯଦି ଆପଣ ମଧ୍ୟ ହଳଦୀ ଚାଷ କରିବାକୁ ଇଛା କରୁଛନ୍ତି ତେବେ ନିକଟରେ ଥିବା କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ l କୃଷି ବିଜ୍ଞାନ କେନ୍ଦ୍ର ସହ ମଧ୍ୟ ଆପଣ ଯୋଗାଯୋଗ କରିପାରିବେ l
Read more:
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗ୍ରାମୀଣ ଭାରତ ହେବ ସଶକ୍ତ !
Millionaire Farmers of India Awards 2024: ଗ୍ଳୋବଲ ଷ୍ଟାର ସ୍ପିକର ସ୍ଟିଭ !
Share your comments