1. କୃଷି ବିଶ୍ବକୋଷ

ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବ ପଣସ

ଖରା ଦିନ ଆସିଲା ମାତ୍ରେ ବଜାରକୁ ଆସିଥାଏ ପଣସ l ପଣସ ଏକ ଫଳ ଯାହାକୁ କଞ୍ଚା ଅବସ୍ଥାରେ ରୋଷେଇ କରି ଖାଇଥାନ୍ତି l ଘରେ ଘରେ ପରିଚିତ ପଣସ l ତେବେ ଏହି ପନ୍ସାରେ ରହିଛି ଅନେକ ଗୁଣ ଯାହା ଶରୀର ପାଇଁ ଖୁବ ଲାଭଦାୟକ ମଧ୍ୟ l

Tanushree Mahapatra
Tanushree Mahapatra
Jackfruit helps control blood sugar level  , image source - pexels.com

Jackfruit helps control blood sugar level , image source - pexels.com

ଖରା ଦିନ ଆସିଲା ମାତ୍ରେ ବଜାରକୁ ଆସିଥାଏ ପଣସ  l ପଣସ ଏକ ଫଳ ଯାହାକୁ କଞ୍ଚା ଅବସ୍ଥାରେ ରୋଷେଇ କରି ଖାଇଥାନ୍ତି l ଘରେ ଘରେ ପରିଚିତ ପଣସ l ତେବେ ଏହି ପନ୍ସାରେ ରହିଛି ଅନେକ ଗୁଣ ଯାହା ଶରୀର ପାଇଁ ଖୁବ ଲାଭଦାୟକ ମଧ୍ୟ l ତେବେ ଖରାଦିନେ ବିଭିନ୍ନ ପ୍ରକାର ଫଳ ଖାଇବା ଉଚିତ୍‌ । ଖରା ଦିନେ କଞ୍ଚା ଫଳର ପ୍ରଭାବ ଗରମ ରହିଥାଏ ଯାହା ଶରୀର ପାଇଁ ଠିକ ନୁହଁ । ପଣସ ଗରମ ଏବଂ ଆର୍ଦ୍ର ପରିବେଶରେ ଅମଳ ହୋଇଥାଏ ।

ପଣସ କିଛି ଲୋକଙ୍କୁ ଖାଇବା ପାଇଁ ପସନ୍ଦ କରୁଥିବା ବେଳେ କିଛି ଲୋକ ନା ପସନ୍ଦ ମଧ୍ୟ କରିଥାଆନ୍ତି । କଞ୍ଚା ପଣସ ହେଉ କି ପାଚିଲା ପଣସ ହେଉ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ଏହିଥିରୁ । ଏହା ପାଟିକୁ ସୁଆଦିଆ ଲାଗିବା ସହିତ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ । ପଣସରେ ରହିଛି ଭରପୁର ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ବି, ମ୍ୟାଗ୍ନେସିୟମ୍, ପୋଟାସିୟମ୍ , କପର୍, ମାଙ୍ଗାନିଜ ଏବଂ ଫାଇବର । ଏଥିରେ ଥିବା ସମସ୍ତ ଉପାଦାନ ଚର୍ମ ଏବଂ ପେଟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାୟକ ହୁଏ ।

ସେହିପରି ଯଦି ଆପଣ ବଦହଜମି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ପଣସ ସେବନ କରିବା ଲାଭଦାୟକ ହୋଇଥାଏ । ଅଲ୍‌ସର୍ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ପଣସ ସହାୟକ । ଏଥିସହ ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଅଛି ତେବେ ଏଥିରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରେ ପଣସ । ପ୍ରତିଦିନ ବା ରେଗୁଲାର ପଣସ ଖଇବା ଦ୍ୱାରା ଚେହେରାରେ ଚମକ ଆସିଥାଏ । ସବୁଠାରୁ ବଡ କଥା ହେଲା ଏବେ ସମସ୍ତଙ୍କ ନିକଟରେ ରକ୍ତ ଶର୍କରା ମାତ୍ରା ଅଧିକ ରହୁଥିବା ଦେଖିବାକୁ ମିଳୁଛି l ଏହି ରକ୍ତ ଶର୍କରାକୁ ନିୟନ୍ତ୍ରଣ କରି ରଖିବାରେ ପଣସ ବେଶ ସହାୟକ । ମେଦ ବହୁଳତା ଥିବା ବ୍ୟକ୍ତି ପ୍ରତିଦିନ ପଣସ ଖାଇବା ଦ୍ୱାରା, ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ପଣସ ।

ପଣସରେ ଅନେକ ଲାଭକାରୀ ଗୁଣ ରହିଛି l  ତେବେ ପକାଉନ୍ସି ହୃଦୟ ସମ୍ବନ୍ଧୀୟ ରୋଗ ପାଇଁ ଉପକାରୀ ପଣସ । ହୃଦୟକୁ ସୁସ୍ଥ ସବଳ ରଖିବାରେ ସହାୟକ ହୋଇଥାଏ ପଣସ । ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ପଣସ । ଛୋଟ ହୁଅନ୍ତୁ କିମ୍ବା ବଡ ବ୍ୟକ୍ତି ଏହା ଖାଇବା ଦ୍ୱାରା ଇମ୍ୟୁନିଟି ପାୱାର ବଢିଥାଏ l ଏଥିରେ ଭିଟାମିନ୍‌’ ସି ର ମାତ୍ରା ଅଧିକ ରହିଥାଏ । ପ୍ରତିଦିନ ଏହା ଖାଇବା ଦ୍ୱାରା, ଏହା ଇମ୍ୟୁନିଟିକୁ ମଜବୁତ୍ କରିବାରେ ସାହାଯ୍ୟ କରିଥାଏ ଯାହା ଦ୍ୱାରା କୌଣସି ରୋଗ ଶୀଘ୍ର ହୁଏ ନାହିଁ ।

ଜାଣନ୍ତୁ ତଳେ ବସି ଖାଇବାର ଫାଇଦା....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments