Agripedia

ଅନେକ ରୋଗ ପାଇଁ ରାମବାଣ ହଳଦୀ

ହଳଦୀ ମୂଳକୁ ମୁଖ୍ୟତଃ ଔଷଧ ରୂପରେ ବ୍ୟବହାର କରାଯାଏ । ହଳଦୀ ଗଛର ଏହି ଚେରକୁ ହିଁ ହଳଦୀ କୁହାଯାଏ, ଯାହା କଞ୍ଚା ଓ ଶୁଖାଇ ବ୍ୟବହାର କରାଯାଇଥାଏ | ବିଭିହ୍ନ ପ୍ରକାର ଚର୍ମରୋଗ ଯଥା, ବ୍ରଣ, ବଥ, ବାଗୀ, ଭଗନ୍ଦର, ମଚଳା ଆଦିରେ ହଳଦୀଗୁଣ୍ଡକୁ ଅଥବା କଞ୍ଚା ହଳଦୀ ରସକୁ (turmeric benefits )ଲଗାଯାଇଥାଏ |

31 May, 2022 5:39 PM IST By: Rajashree

ଭାରତୀୟ ସଂସ୍କୁତିରେ ହଳଦୀର ଭୂମିକା ଗୁରୁତ୍ୱପୂର୍ଣ ହୋଇଥାଏ | ହଳଦୀ ବିନା (turmeric powder) ରୋଷେଇ କରିବା ଭାରତୀୟ ସମାଜରେ ଅଶୁଭ ମାନାଯାଏ | ଶୁଭ କାମ ହେଉ ଅବା ସୌନ୍ଦର୍ଯ୍ୟ ବୃଦ୍ଧି ସବୁଥିରେ ହଳଦୀ ଏକ ଆବଶ୍ୟକ ଜିନିଷ ହୋଇଥାଏ | ହଳଦୀ ମୂଳକୁ ମୁଖ୍ୟତଃ ଔଷଧ ରୂପରେ ବ୍ୟବହାର କରାଯାଏ । ହଳଦୀ ଗଛର ଏହି ଚେରକୁ ହିଁ ହଳଦୀ କୁହାଯାଏ, ଯାହା କଞ୍ଚା ଓ ଶୁଖାଇ ବ୍ୟବହାର କରାଯାଇଥାଏ |

ବିଭିହ୍ନ ପ୍ରକାର ଚର୍ମରୋଗ ଯଥା, ବ୍ରଣ, ବଥ, ବାଗୀ, ଭଗନ୍ଦର, ମଚଳା ଆଦିରେ ହଳଦୀଗୁଣ୍ଡକୁ ଅଥବା କଞ୍ଚା ହଳଦୀ ରସକୁ (turmeric benefits )ଲଗାଯାଇଥାଏ | ବଟା ହଳଦୀ (turmeric benefits )ସହିତ ନିମ୍ବପତ୍ର ବାଟି ଦେହରେ ମାରିଲେ ଅନେକ ପ୍ରକାରର ଚର୍ମରୋଗ ଓ କୃମିରେ ଉପକାର ମିଳିଥାଏ | ଚର୍ମରୋଗରେ ମଧ୍ୟ ହଳଦୀ ଓ ଦୁବ ବାଟି ଲଗାଉଥିବା ଦେଖିବାକୁ ମିଳେ | ହଳଦୀ ଏକ ବ୍ୟବସାୟୀ ଭିତ୍ତିକ ଚାଷ ହୋଇଥିବା ବେଳେ ଓଡିଶାରେ ମଧ୍ୟ ଏହା ବହୁଳ ପରିମାଣରେ ଚାଷ କରାଯାଏ | ଓଡିଶାର ବିଭିହ୍ନ ଜିଲ୍ଲାରେ ହଳଦୀ ଚାଷ କରାଯାଉଥିଲେ ମଧ୍ୟ କନ୍ଧମାଳ ହଳଦୀ ଭାରତରେ ପ୍ରସିଦ୍ଧ ଲାଭ କରିଛି |

ମାଟି :

ବାଲିଆ, ଦୋରସା, ମଟାଳ, ନାଲିମାଟି, କଳା ମଟାଳ ଓ ମଟାଳ ଦୋରସା ମାଟି ହଳଦୀ ଚାଷ ପାଇଁ ଉପଯୁକ୍ତ ଅଟେ |

ଜମି ପ୍ରସ୍ତୁତ :

ହଳଦୀ ଚାଷ (turmeric cultivation)ଜମିକୁ ଭଲ ରୂପେ ଗୁଣ୍ଡ କରିଦିଅନ୍ତୁ । ମଇ ଦେଲାପରେ ଲମ୍ବା ପଟି ପ୍ରସ୍ତୁତ କରନ୍ତୁ । ପଟି ଉପରେ ସମତଳ କରି ହେକ୍ଟର ପ୍ରତି ୧୦ ଟନ୍ ସଢା ଗୋବର ଖତ, ୩୦ କି.ଗ୍ରା ଫସଫରସ ଓ ୪୫ କି.ଗ୍ରା ପଟସ୍ ସାର ପକାଇ ମାଟି ସହିତ ମିଶାଇ ଦିଅନ୍ତୁ । ଏହା ପରେ ୩୦ ସେ.ମି ବ୍ୟବଧାନରେ ଧାଡ଼ି କାଟି ୨୦ ସେ.ମି ଦୂରତାରେ ଗଛକୁ ଗଛ ୫ ସେ.ମି.) ଗଭୀରରେ ମଞ୍ଜି ଲଗାଇ ମାଟିଘୋଡ଼ାଇ ଦିଅନ୍ତୁ ।

ହଳଦୀ ଚାଷ (turmeric cultivation)ପାଇଁ ଏକ ହେକ୍ଟର ପିଛା ୧୦ ଟନ୍ ସଢ଼ା ଗୋବର ଖଡ, ୬୦ କି.ଗ୍ରା ଯବକ୍ଷାରଜାନ, ୩୦ କି.ଗ୍ରା, ଫସଫରସ ଓ ୯୦ କି.ଗ୍ରା ପଟାସ ସାର ଦିଅନ୍ତୁ । ମୂଳସାର ହିସାବରେ ୧୦ ଟନ୍ ଗୋବରଖାତ ବ୍ୟବହାର କରନ୍ତୁ । ଲଗାଇବାର ୪୫ ଦିନ ପରେ ଯବକ୍ଷାରଜାନ ଦେବାକୁ ପଡ଼ିବ । ଲଗାଇବାର ୯୦ ଦିନ ପରେ ଯବକ୍ଷାରଜାନ ଏବଂ ପଟାସ ପକାନ୍ତୁ | ୪୫ ଦିନ ଓ ୯୦ ଦିନରେ ଥରେ ଘାସବାଛି ଦେବାକୁ ପଡ଼ିବ ଓ ସାର ଦେବାକୁ ହେବ । ୪୫ ଓ ୯୦ ଦିନରେ ସାର ଦେଲା ପରେ ପୁଣି ୨ ଥର ଘୋଡ଼ାଇବାକୁ ହେବ | ବର୍ଷା ଉପରେ ନିର୍ଭର କରି ହଳଦୀ ଚାଷ (turmeric cultivation) କରାଯାଇଥାଏ । ବର୍ଷା ଗଡ଼ିଗଲା ପରେ ଅକ୍ଟୋବର ମାସଠାରୁ ପ୍ରତି ୧୫ ଦିନରେ ଥରେ ପାଣି ମଡ଼ାଇବା ଆବଶ୍ୟକ ହୋଇଥାଏ | ଜାନୁଆରୀ ମାସରେ ହଳଦୀ ଅମଳ କରାଯାଇଥାଏ | ସଠିକ ଭାବରେ ଚାଷ (turmeric cultivation) କରାଗଲେ ହେକ୍ଟର ପ୍ରତି ୨୦୦-୨୫୦ କ୍ଵିଣ୍ଟାଲ କଞ୍ଚା ହଳଦୀ ଅମଳ ହୁଏ |

ହଳଦୀ ବ୍ୟବହାର କରିବା ଦ୍ଵାରା ମିଳିଥାଏ ଏହିସବୁ ଉପକାର,ଜାଣନ୍ତୁ

ହଳଦୀ ଚାଷ କରନ୍ତୁ, ଲାଭ ଉଠାନ୍ତୁ