1. କୃଷି ବିଶ୍ବକୋଷ

ହଳଦୀ ବ୍ୟବହାର କରିବା ଦ୍ଵାରା ମିଳିଥାଏ ଏହିସବୁ ଉପକାର,ଜାଣନ୍ତୁ

ବିବାହ ଭଳି ଏକ ସାମାଜିକ କର୍ମରେ ହଳଦୀର ପ୍ରମୁଖ ଭୂମିକା ରହିଛି । ହଳଦୀକୁ ଶୁଭରଙ୍ଗ ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ, ଏହା ବ୍ୟତିତ ହଳଦୀର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି । ହଳଦୀ କେବଳ କୀଟାଣୁନାଶକ ତାହା ନୁହେଁ ବରଂ ଏହା ପ୍ରଜ୍ଵଳନରୁ ମଧ୍ୟ ରକ୍ଷା କରେ । ଏହା ତ୍ଵଚା ପାଇଁ ଅତ୍ୟନ୍ତ ଉପକାରୀ। ପୁରାତନ କାଳରୁ ଭାରତୀୟ ନାରୀମାନେ ସୁନ୍ଦର ଏବଂ ସ୍ଵାସ୍ଥ୍ୟ ତ୍ଵଚା ପାଇଁ ହଳଦୀ ବ୍ୟବହାର କରିଆସୁଛନ୍ତି । ଭାରତୀୟ ସଂସ୍କୃତିରେ ହଳଦୀ ରଙ୍ଗକୁ ଶୁଭ ରଙ୍ଗ ଭାବେ ଗ୍ରହଣ କରାଯାଇ ଥାଏ, ତେଣୁ ବିବାହ ପରି ଏକ ଶୁଭ ମାଙ୍ଗଳିକ କାର୍ଯ୍ୟରେ ହଳଦୀର ବ୍ୟବହାରକୁ ଲୋକେ ଗୁରୁତ୍ୱ ଦେଇଥାନ୍ତି ।

Sudesna Nayak
Sudesna Nayak
Some tips about turmeric uses

ନୂଆ କରି ଜୀବନ ଆରମ୍ଭ କରିବାକୁ ଯାଉଥିବା ନବ ଦମ୍ପତିଙ୍କ ସଂପର୍କର ପବିତ୍ରତା ପାଇଁ ହଳଦୀର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଶ୍ୱାସ ରହିଛି ଯେ ବିବାହ ପରେ ବ୍ୟକ୍ତିର ତ୍ୱଚାରେ ପୂର୍ବ ଅପେକ୍ଷା ଅଧିକ ଚମକ୍ ଆସିଥାଏ । ତାହା ମଧ୍ୟ ଏହି ହଳଦୀର ପ୍ରଭାବ ।

ହଳଦୀ ଲଗାଇବା ଦ୍ୱାରା ମୁହଁରୁ ବ୍ରଣ, କଳାଦାଗ ଆଦି ଦୂର ହେବା ସହ ମୁହଁ ପୂର୍ବାପେକ୍ଷା ଉଜ୍ୱଳ ଦିଶିଥାଏ । ତେବେ, ଉଭୟ ବର ଓ କନ୍ୟାଙ୍କ ପାଇଁ ସେ ସମୟରେ ସୁନ୍ଦର ଦେଖାଯିବା ଜରୁରି ମଧ୍ୟ ହୋଇଥାଏ ।

ହଳଦୀରେ ଚର୍ମ ରୋଗ ପ୍ରତିରୋଧକ ଶକ୍ତି ରହିଛି,ବିବାହ ସମୟରେ ନାନା ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହୃତ ହେଉଥିବା ହେତୁ ଚର୍ମ ରୋଗର ଆଶଙ୍କା ରହିଥାଏ, ତେଣୁ ସେ ସବୁକୁ ଆଖି ଆଗରେ ରଖି ଘର ଲୋକେ ବର ଓ କନ୍ୟାଙ୍କୁ ବିବାହ ପୂର୍ବରୁ ହଳଦୀ ଲଗାଇ ଦେଇଥାଆନ୍ତି, ଯେମିତି ତାଙ୍କର ମୁହଁର କୈାଣସି କ୍ଷତି ହେବ ନାହିଁ ।

ହଳଦୀର ଉପକାରୀତା

  1. ହଳଦୀ ତ୍ଵଚା ପାଇଁ ବହୁତ ଉପକାରୀ ଏବଂ ଅଧିକାଂଶ ବିଉଟି ପ୍ରଡକ୍ଟ ରେ ବ୍ୟବହାର ହୁଏ ।

  2. ହାଡ଼ ଭଙ୍ଗାରେ ବଟା ହଳଦୀ ସହିତ ଚୂନ ମିଶାଇ ଗରମ କରି ଲଗାଯାଏ ।

  3. ହଳଦୀ ଚର୍ମ ପ୍ରଦାହ ଓ କଳା ଦାଗ ପାଇଁ ବହୁତ ଦରକାରୀ । ଏହାର ଔଷଧୀୟ ଗୁଣ ବ୍ରଣ କମ୍ କରିବାରେ ସାହାଜ୍ୟ କରେ ।

  4. ହଳଦୀ ଶୁଷ୍କ ଚର୍ମକୁ ବାହାର କରି ଏହାର ନିବାରଣ କରେ ।

  5. ହଳଦୀ ଖାଇବା ଦ୍ଵାରା ରକ୍ତ ପରିଷ୍କାର ହୁଏ ଓ ତ୍ଵଚାକୁ ପୋଷଣ ମିଳେ ।

  6. ଚାଉଳ ସହିତ ହଳଦୀ ଓ ଶୁଖିଲା ଲଙ୍କା ମିଶାଇ ରଖିଲେ ସେଥିରେ ପୋକ ଲାଗନ୍ତି ନାହିଁ ।

  7. ପିଲା ହେଉ କି ବୁଢ଼ା ପ୍ରତିଦିନ କିଛି କିଛି କଞ୍ଚା ହଳଦୀ ରସ ପାନ କଲେ ଦେହର କାନ୍ତି ବୃଦ୍ଧି ହୁଏ ଓ ଦେହରୁ ରୋଗ ଦୂର ହୁଏ ।

  8. ଶୀତପିତ୍ତ, ପିତ୍ତଜ ରୋଗ ଓ ଆମବାତରେ କଞ୍ଚା ହଳଦୀ ରସ ଗୁଡ଼ ସହିତ ସେବନ କଲେ ଲାଭ ମିଳେ ।

  9. ହଳଦୀକୁ ଏକ ମସଲା ରୂପେ ବ୍ୟବହାର କରାଯାଏ । ଭାରତରେ ଏହା ଏକ ଲୋକପ୍ରିୟ ମସଲା । ଦକ୍ଷିଣ ଭାରତୀୟ ରାନ୍ଧଣାରେ ହଳଦୀ ଗୁଣ୍ଡର ବହୁଳ ପ୍ରୟୋଗ ହୋଇଥାଏ ।

ଅଧିକ ପଢିବା ପାଇଁ କ୍ଲିକ କରନ୍ତୁ...

ପଣସ ଚାଷ ବିଷୟରେ ଆପଣ ଜାଣନ୍ତି କି...

ଡାଳଚିନି ଚାଷ କଲେ ମିଳେ ଲାଭ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments