1. କୃଷି ବିଶ୍ବକୋଷ

କମ ବ୍ୟୟରେ ଅଧିକ ଲାଭ ଦିଏ ବାଇଗଣ ଚାଷ

ଇଗଣ ଏକ ସ୍ୱାଦିଷ୍ଟ ପାରିବା ହୋଇଥିବାରୁ ଅଧିକାଂଶ ଲୋକଙ୍କର ଏହା ପ୍ରଥମ ପସନ୍ଦ ମଧ୍ୟ ହୋଇଥାଏ | ବାଇଗଣ ଚାଷ (BrinjalFarming)କରିବା ପ୍ରଣାଳୀ ଅନ୍ୟ ପନିପରିବାଠୁ ଅତି ସହଜ ହୋଇଥାଏ |

Rajashree
Rajashree
know how to do brinjal cultivation

know how to do brinjal cultivation

ବାଇଗଣ ଏକ ଅର୍ଥକାରୀ ଫସଲ | ସବୁ ଋତୁରେ ଏହି ଫସଲ ଚାଷ ଉପଯୋଗୀ ହୋଇଥାଏ ତେଣୁ ,ଚାଷୀଙ୍କର ଏହା ପ୍ରଥମ ପସନ୍ଦ ହିସାବରେ ମଧ୍ୟ ଗଣାଯାଏ | ବାଇଗଣ ଏକ ସ୍ୱାଦିଷ୍ଟ ପାରିବା ହୋଇଥିବାରୁ ଅଧିକାଂଶ ଲୋକଙ୍କର ଏହା ପ୍ରଥମ ପସନ୍ଦ ମଧ୍ୟ ହୋଇଥାଏ | ବାଇଗଣ ଚାଷ (BrinjalFarming)କରିବା ପ୍ରଣାଳୀ ଅନ୍ୟ ପନିପରିବାଠୁ ଅତି ସହଜ ହୋଇଥାଏ |

ବାଇଗଣ ତଳି ରୁଆ :

ବାଇଗଣ ଚାଷ (Brinjal Cultivation )ପାଇଁ ପାଣି ସୁବିଧା ଥିବା ଉଚ୍ଚ ନିଗିଡ଼ା ଜମିରେ ତଳି ପଟାଳି କରିବା ଦରକାର | ବିଲରୁ ଅନାବନା ଗଛ କାଢି ପରିସ୍କାର କରିଦେବା ଉଚିତ | ପ୍ରାୟ ୩ ଫୁଟ ଚଉଡ଼ା ଓ ୧୦ ଫୁଟ ଲମ୍ବର ପଟି ତିଆରି କରନ୍ତୁ । ଦୁଇ ପଟି ମଧ୍ୟରେ ଯିବା ଆସିବା ପାଇଁ ପ୍ରାୟ ୨ ଫୁଟ ଜାଗା ଛାଡ଼ନ୍ତୁ । ପଟିର ଚାରିପଟୁ ମାଟି ନେଇ ପଟି ଉପରେ ପକାଇଲେ ତାହା ବିଲଠାରୁ ଉଚ୍ଚ ହୋଇଯାଇଥାଏ । ପ୍ରତି ପଟିରେ ୨ ରୁ ୩ ଝୁଡ଼ି ଭଲ ଖତ ଦେଇ ମାଟିରେ ମିଶାଇ ଦିଅନ୍ତୁ ,ପରେ ପ୍ରତି ପଟିରେ ପ୍ରାୟ ୭୫ ଗ୍ରାମ୍ ୟୁରିଆ, ୧୦୦ ଗ୍ରାମ୍ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୨୫ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ | ତଳି ପଟିରେ ମଞ୍ଜିଗୁଡ଼ିକୁ ଅଧ ଇଞ୍ଚ ଗହୀରରେ ଧାଡ଼ି ଧାଡ଼ି କରି ବୁଣନ୍ତୁ | ସାଧାରଣତଃ ଏକ ଏକର ବିଲ ପାଇଁ ପ୍ରାୟ ୨୦୦ ଗ୍ରାମ୍ ବିହନ ଆବଶ୍ୟକ ହୋଇଥାଏ | ଏହାକୁ ବିଶୋଧନ କରିବା ପାଇଁ ମାତ୍ର ୧ ଗ୍ରାମ୍ ଥିରାମ ଆବଶ୍ୟକ ହୋଇଥାଏ |

ମଞ୍ଜି ବୁଣି ସାରିବା ପରେ ତଳି ପଟିକୁ ଛଣ ବା ନଡ଼ା ଦ୍ଵାରା ପତଳା ଭାବରେ ଘୋଡ଼ାଇ ତା ଉପରେ ଅଳ୍ପ ପାଣି ସିଞ୍ଚି ଦିଅନ୍ତୁ | ପିମ୍ପୁଡି ଦାଉରୁ ତଳିକୁ ରକ୍ଷା କରିବା ପାଇଁ ତଳି ପଟି ଚାରି ପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପକାଇ ଦିଅନ୍ତୁ , ଏହା କରିବା ଦ୍ୱାରା ପିମ୍ପୁଡ଼ିମାନେ ମଞ୍ଜିକୁ ନଷ୍ଟ କରି ପାରନ୍ତି ନାହିଁ | ଚାରିରୁ ପାଞ୍ଚ ଦିନ ପରେ ମଞ୍ଜି ଗଜା ହେଲେ ନଡ଼ାଗୁଡ଼ିକୁ କାଢି ଦିଅନ୍ତୁ | ତଳି ଉଠିବାର ୭ ରୁ ୮ ଦିନ ପରେ ପଟିରୁ ଘାସ ଇତ୍ୟାଦି ବାଛି ଦେବା ଉଚିତ | ପ୍ରାୟ ୨୫ ରୁ ୩୦ ଦିନ ଭିତରେ ତଳି ରୋଇବା ପାଇଁ ଉପଯୁକ୍ତ ହୋଇଥାଏ |

ପାଣି ମଡ଼ା:

ବାଇଗଣ ଚାଷ (BrinjalFarming)ଜମିରେ ପ୍ରତି ୧୦ ରୁ ୧୨ ଦିନରେ ଥରେ ଲେଖାଏଁ ସନ୍ଧ୍ୟାରେ ପାଣି ଦେବା ଆବଶ୍ୟକ ହୋଇଥାଏ । ପାଣି ଅଭାବରେ ଫୁଲ ଝଡ଼ିଯାଏ ଓ ପତ୍ର ମଧ୍ୟ ହଳଦିଆ ପଡ଼ିଯାଏ । ଶୀତ ଓ ଖରାଦିନେ ମଧ୍ୟ ପ୍ରତି ସପ୍ତାହରେ ଥରେ ଲେଖାଏଁ ପାଣି ଦେବା ଆବଶ୍ୟକ ହୋଇଥାଏ ।

ରୋଗ :

ସାଧାରଣତଃ ତଳିପଟିରେ ଗଛ ବହଳିଆ ହୋଇ ଉଠିଲେ ମୂଳ ସଢ଼ା ରୋଗ ଦେଖାଯାଏ | ମଞ୍ଜି ବିଶୋଧନ କରି ତଳି ପକାଇଥିଲେ ଏହି ରୋଗ ହୋଇ ନଥାଏ | ବାଇଗଣ ଗଛରେ (brinjal tree diseases)ଯଦି ରୋଗ ଦେଖାଯାଏ ତେବେ ପ୍ରତି ୧ ଲିଟର ପାଣିରେ ୨-୨.୫ ଗ୍ରାମ୍ ହିସାବରେ ମାଙ୍କାଜେବ ଔଷଧକୁ ମିଶାଇ ଗଛ ମୂଳରେ ଭଲଭାବରେ ସ୍ପ୍ରେ କରନ୍ତୁ | ପୁନଶ୍ଚ ତଳି ମୂଳସଢ଼ା ରୋଗ ଦେଖାଦେଲେ ତଳି ପଟାଳିରେ କମ୍ ପାଣି ଦିଅନ୍ତୁ |

ଅମଳ
ତଳି ରୁଆ ହେବାର ପ୍ରାୟ ୬୦ ଦିନ ପରେ ଗଛରେ ଫୁଲ ଫଳ ଧରିଥାଏ | ସାଧାରଣତଃ ଏକ ଏକରରୁ ୮୦ ରୁ ୧୦୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ବାଇଗଣ (Brinjal)ମିଳିଥାଏ |

ବାଇଗଣ ଚାଷ ପାଇଁ ଏହି ଉନ୍ନତ କିସମ ବୁଣନ୍ତୁ,ଆଉ ଉଠାନ୍ତୁ ଅଧିକରୁ ଅଧିକ ଲାଭ

ପାତ୍ର ରେ ବାଇଗଣ ଚାଷ ...

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments