1. କୃଷି ବିଶ୍ବକୋଷ

ଜାଣନ୍ତୁ କିପରି କରିବେ ସଠିକ ପ୍ରଣାଳୀରେ ଆମ୍ବ ଚାଷ

ଭାରତୀୟ ସଂସ୍କୃତିରେ ଆମ୍ବ ସହ ଆମ୍ବ ପତ୍ରର ମଧ୍ୟ ଭୂମିକା ରହିଛି | ପ୍ରତ୍ୟକ ପୂଜା ପର୍ବରେ ଆମ୍ବ ପତ୍ର ବ୍ୟବହାର କରାଯାଇଥାଏ | ଆମ ଦେଶର ବିଭିନ୍ନ ଅଞ୍ଚଳରେ ଆମ୍ବ ଚାଷ କରାଯାଉଥିବା ବେଳେ ଓଡ଼ିଶାରେ ପ୍ରାୟ ୧,୭୮,୦୦୦ ହେକ୍ଟର ଜମିରେ ଆମ୍ବ ଫସଲ କରାଯାଉଥିବା ସୂଚନା ମିଳିଛି |

Rajashree
Rajashree
know how to do mango farming

know how to do mango farming

ଆମ୍ବ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଅନ୍ୟ ଫଳ ମାନଙ୍କ ତୁଳନାରେ ଏହାର ଅଧିକ ଚାହିଦା ରହିଥିବାରୁ ଆମ୍ବକୁ ଫଳ ମାନଙ୍କର ରାଜା (fruit king in india)କୁହାଯାଏ | ଭାରତୀୟ ସଂସ୍କୃତିରେ ଆମ୍ବ ସହ ଆମ୍ବ ପତ୍ରର ମଧ୍ୟ ଭୂମିକା ରହିଛି | ପ୍ରତ୍ୟକ ପୂଜା ପର୍ବରେ ଆମ୍ବ ପତ୍ର ବ୍ୟବହାର କରାଯାଇଥାଏ | ଆମ ଦେଶର ବିଭିନ୍ନ ଅଞ୍ଚଳରେ ଆମ୍ବ ଚାଷ (Mango farming) କରାଯାଉଥିବା ବେଳେ ଓଡ଼ିଶାରେ ପ୍ରାୟ ୧,୭୮,୦୦୦ ହେକ୍ଟର ଜମିରେ ଆମ୍ବ ଫସଲ କରାଯାଉଥିବା ସୂଚନା ମିଳିଛି |

ଆମ୍ବ ଏକ ପୁଷ୍ଟି ସାର ଜାତୀୟ ଫଳ | ଆମ୍ବରେ ଯଥେଷ୍ଟ ପରିମାଣର ଭିଟାମିନ୍‌, ଗନ୍ଧକ, ପଟାସିଅମ୍‌, ତମ୍ବା, ମାଗ୍‌ନେସିୟମ୍‌, ଆୟୋଡିନ୍ ଆଦି ରହିଥାଏ | ବିଭିନ୍ନ ପ୍ରକାରର ଜଳବାୟୁରେ ଆମ୍ବ ଚାଷ ହୋଇପାରୁଥିଲେ ବି ସମୁଦ୍ର ପତ୍ତନଠାରୁ ୨୦୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ସ୍ଥାନରେ ଆମ୍ବ ଗଛ ଲଗାଇଲେ ଭଲ ଫଳ ମିଳିଥାଏ | ଆମ ଦେଶରେ ୧୦୦୦ ରୁ ଉର୍ଦ୍ଧ୍ଵ କିସମର ଆମ୍ବ ଦେଖାଯାଇଥାଏ । ବିଭିନ୍ନ ପ୍ରକାର ଜଳବାୟୁରେ ଭିନ୍ନ ଭିନ୍ନ କିସମର ଆମ୍ବାଚାଷ କରାଯାଏ | ଗୁଲାବ ଖାସ, ବମ୍ବାଇ ଓ ସୁବର୍ଣ୍ଣରେଖା ସଅଳ କିସମର, ବାଇଗଣପଲ୍ଲୀ, ହିମସାଗର, ଦେଶରୀ ଲାଙ୍ଗଡା ମଧ୍ୟମ ଏବଂ ଚୌସା, ଫଜିଲ ପ୍ରଭୃତି ଉଛୁର କିସମର ଆମ୍ବ ସାଧାରତଃ ଓଡିଶାରେ ଚାଷ କରାଯାଏ । ଆମ୍ବକୁ ମାଂସାଳ, ରସାଳ ଓ ଆଚାର କିସମରେ ମଧ୍ୟ ବିଭକ୍ତ କରାଯାଇଛି । ବ୍ୟବସାୟିକ ଭିତ୍ତିରେ ପ୍ରାୟ ୨୦ଟି କିସମର ଆମ୍ବ ଚାଷ (Mango farming) କରାଯାଏ | ବ୍ୟବସାୟ ଭିତ୍ତିକ ଆମ୍ବ କିସମ ଗୁଡିକ ହେଲା ବାଇଗଣପଲ୍ଲୀ, ନିଲମ୍, ସୁବର୍ଣ୍ଣରେଖା, ଆଖୁରସ, ତୋତାପୁରୀ, ଲାଙ୍ଗଡା, ଦଶେରୀ ଇତ୍ୟାଦି ଏହା ବ୍ୟତୀତ ଆମ୍ରପଲ୍ଲୀ, ମଲିକା, ଅର୍କକିରଣ, ରତ୍ନା, ଅର୍କପୁନିତ ପ୍ରଭୃତି କେତେକ ଶଙ୍କର କିସମ ଆମ୍ବାଚାଷ କରାଯାଉଛି |

ଆମ୍ବ ଚାଷ (Mango farming) କରିବାକୁ ଚାହୁଁଥିବା ଚାଷୀ ଜୁଲାଇ-ଅଗଷ୍ଟ ମାସରେ ଚାରା ଲଗାଇଦେବା ଭଲ ହୋଇଥାଏ | ଗଛ ଲଗାଇବା ପାଇଁ ଧାଡ଼ିକୁ ଧାଡ଼ି ୧୦ ମିଟର ଓ ଗଛକୁ ଗଛ ୧୦ ମିଟର ଦୂରତାରେ ଗାତ ଖୋଳିବାକୁ ହୁଏ । ଏକ ଏକର ଜମିରେ ପ୍ରାୟ ୪୦ଟି ଗଛ ଲଗାଯାଇ ପାରିବ । କେତେକ ଲୋକ ସଘନ ଆମ୍ବ ଚାଷ (Mango farming) କରିଥାନ୍ତି । ଏଥିପାଇଁ ଧାଡ଼ିକୁ ଧାଡ଼ି ୨.୫ ମିଟର ଓ ଗଛକୁ ଗଛ ୨ ମିଟର ଦୂରତାରେ ଲଗାଯିବ ଆବଶ୍ୟକ ହୋଇଥାଏ ,ଏହି ହିସାବରେ ଗଛ ଲଗାଇଲେ ଏକର ପିଛା ୮୦୦ ଗଛ ରହିପାରିବ |

କଲମୀ କରାଯାଇଥିବା ଗଛ ଲଗାଇଲେ ଏଥିରୁ ଶୀଘ୍ର ଅମଳ ମିଳେ | ଗଛ ଲଗାଇଲାବେଳେ ନିରୋଗା, ସୁସ୍ଥ ଗଛ ଲଗାଇବା ଉପରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । ଅଧିକ ଉଚ୍ଚରେ କଲମୀ ହୋଇଥିଲେ ଭାଙ୍ଗିଯିବାର ଆଶଙ୍କା ଥାଏ ତେଣୁ ଗଛ ଲଗାଇବା ପରେ ଏହାକୁ ସହରା ପାଇଁ ବାନ୍ଧି ଦେବା ଆବଶ୍ୟକ | ଆମ୍ବ ଗଛରେ ନିୟମିତ ସାର ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ | ଏକ କ୍ୱିଣ୍ଟାଲ ଆମ୍ବ ଅମଳ ହେବାପାଇଁ ୦.୬୭ କି.ଗ୍ରା. ଯବକ୍ଷାରଜାନ , ୦.୧୭ କି.ଗ୍ରା. ଫସଫରସ୍ ଓ ୦.୬୭ କି.ଗ୍ରା. ପାସ ଆବଶ୍ୟକ ହୋଇଥାଏ । ଉଇ ହେବାର ଆଶଙ୍କା ଦୂର କରିବା ପାଇଁ ଗାତରେ ନିମ ପିଡ଼ିଆ ବା କ୍ଲୋରୋପାଇରିଫିସ୍ ଗୁଣ୍ଡ ପ୍ରୟୋଗ କରାଯାଇପାରେ । ପ୍ରତି ବର୍ଷ ଗଛରେ ଖତସାର ପ୍ରୟୋଗ କରିବା ଆବଶ୍ୟକ ।

ଆମ୍ବ ବଗିଚାରେ(mango garden)ଯଥେଷ୍ଟ ଖାଲି ସ୍ଥାନ ଥାଏ ତେଣୁ ଆମ୍ବ ଗଛ ଛୋଟ (mango tree)ହୋଇଥିବା ବେଳେ ଏହି ସ୍ଥାନରେ ଅନ୍ୟାନ୍ୟ ଫସଲ ଚାଷ କରାଯାଇପାରିବ । ବିରି, କୋଳଥ, ଝୁଡ଼ଙ୍ଗ ତଥା ଅନ୍ୟାନ୍ୟ ପନିପରିବା ଏହି ଫସଲ ସହ ଚାଷ କରିହେବ | ଗଛ ବଡ଼ ହେଲାପରେ ଆମ୍ବ ଗଛ ଛାଇରେ ଅଦା, ହଳଦୀ, ପାଳୁଅ ଆଦି ଚାଷ କରାଯାଇପାରିବ |

ଆମ୍ବ ଗଛ (mango tree) ଲଗାଇବାର ୪ ରୁ ୫ ବର୍ଷ ପରେ ସେଥିରୁ ଫଳ ଆସେ | ଫଳ ଧରିବାଠାରୁ ପାଚିବା ପର୍ଯ୍ୟନ୍ତ ୪ ରୁ ୫ ମାସ ଲାଗେ | ଫଳରେ ରଙ୍ଗ ଫିକା ହଳଦିଆ ପଡିଲେ ଆମ୍ବ ପାକଳ ହୁଏ | ବାଉଁଶ ଝୁଡିରେ ନଡା ଦେଇ ଆମ୍ବ ସଜାଇ ପ୍ୟାକିଂ କରାଯାଇ ଦୂରସ୍ଥାନକୁ ପଠାଯାଏ | ଆଜିକାଲି ପତଳା କାଠ ପଟାରେ ତିଆରି ବାକ୍ସରେ କିମ୍ବା ମୋଟା କାଗଜ ବାକ୍ସରେ ଆମ୍ବ ପ୍ୟାକିଂ କରି ଦୂର ସ୍ଥାନକୁ ପଠାଯାଉଛି | ଗୋଟେ ପୂର୍ଣ୍ଣବୟସ୍କ ଆମ୍ବ ଗଛରୁ ୫୦୦ରୁ ଅଧିକ ପର୍ଯ୍ୟନ୍ତ ଫଳ ଅମଳ ହୋଇପାରିବ । ହାରାହାରି ଗୋଟିଏ ହେକ୍ଟର ଜମିରୁ ପାଖା ପାଖି ୫ଟନ ପର୍ଯ୍ୟନ୍ତ ଫଳ ମିଳିଥାଏ ।

ଅନଲାଇନରେ ସରକାର ବିକୁଛନ୍ତି ଆମ୍ବ, ଏମିତି କରନ୍ତୁ ଅର୍ଡର...

ଉପକାରୀ ଆମ୍ବ, ଆପଣ ଜାଣନ୍ତି କି ? ?

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments