1. କୃଷି ବିଶ୍ବକୋଷ

ଚାଷ ପାଇଁ ଗୁରୁତ୍ୱପୁର୍ଣ ମୃତ୍ତିକା ଚୟନ, ଜାଣନ୍ତୁ କେଉଁ ଉପାୟ କରିବେ ଅବଲମ୍ବନ

ମାଟି ପରୀକ୍ଷାର ଫଳାଫଳ ଅନୁଯାୟୀ ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ ଜରିଆରେ ଫସଲ ଚାଷ ନିମିତ୍ତ ଖତସାର, ଓ ମୃତ୍ତିକା ସୁଧାରିବା ସମ୍ବନ୍ଧରେ ଚାଷୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଥାଏ |

Rajashree
Rajashree
Know how to do soil test for farming

Know how to do soil test for farming

ଚାଷ ପାଇଁ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ମୃତ୍ତିକା ଚୟନ(Soil test for farming) | ଫସଲରୁ ଅଧିକ ଉତ୍ପାଦନ ପାଇବାକୁ ଚାହୁଁଥିଲେ ମାଟି ପରୀକ୍ଷା(Soil test) କରି ସେହି ହିସାବରେ ଚାଷ କରିବାକୁ ହୋଇଥାଏ | ଫସଲର ବୃଦ୍ଧି ନିମନ୍ତେ ମୋଟ ୧୮ଟି ଖାଦ୍ୟ ଉତ୍ପାଦନ ମଧ୍ୟରୁ ମାଟିରେ କୌଣସି ଖାଦ୍ୟ ସାରର ଅଭାବ ହେଲେ ଫସଲ ଅମଳ ଆଶାନୁରୂପ ହୋଇପାରି ନ ଥାଏ । ଅନ୍ୟପକ୍ଷରେ ମାଟିରେ ଏକ ଉପାଦାନ ଯଥେଷ୍ଟ ଥାଇ ପୁନର୍ବାର ସେହି ଉପାଦାନକୁ ପ୍ରୟୋଗ କଲେ ଅଯଥା ଖର୍ଚ ହୋଇଥାଏ |

ମୃତ୍ତିକାର ଗୁଣାତ୍ମକ ମାନ ଓ ଉର୍ବରତା ସବୁ ସମୟରେ ରକ୍ଷା କରିବା ସମ୍ଭବ ହୋଇନଥାଏ , ତେଣୁ ମୃତ୍ତିକା ପରୀକ୍ଷା (Soil test)କରିବା ଦ୍ୱାରା ମାଟିଜନିତ ସମସ୍ୟା ଓ ଅମ୍ଳ ପରିମାପକ ଠିକ୍ ଭାବରେ ଜଣା ପଡିଥାଏ | ମାଟି ପରୀକ୍ଷାର ଫଳାଫଳ ଅନୁଯାୟୀ ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ ଜରିଆରେ ଫସଲ ଚାଷ ନିମିତ୍ତ ଖତସାର, ଓ ମୃତ୍ତିକା ସୁଧାରିବା ସମ୍ବନ୍ଧରେ ଚାଷୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଥାଏ |

ମୃତ୍ତିକା ପରକ୍ଷା :

ମାଟି ପରୀକ୍ଷା (Soil test)ପାଇଁ ନମୁନା ପ୍ରତି ୫ଟଙ୍କା, ପ୍ରତି ଗୌଣ ଉପାଦାନ ନିମନ୍ତେ ୧୦-୨୫ଟଙ୍କା ଦେୟ ଦେବାକୁ ପଡିଥାଏ | ମାଟିର ବିବରଣୀ ସହ ନମୁନା ମାଟିକୁ ଏକ ପଲିଥିନ୍ ରଖି ତାହାକୁ ସୂତାରେ ବାନ୍ଧି ସହକାରୀ କୃଷି ଅଧିକାରୀ ଅଥବା ମୃତ୍ତିକା ପରୀକ୍ଷାଗାରରେ ନଚେତ କୃଷି ବିଜ୍ଞାନକେନ୍ଦ୍ରରେ (Krishi Vigyan Kendra)ଦାଖଲ କରିପାରିବେ |

ମାଟି ପରୀକ୍ଷା (Soil test)କରିବା ପାଇଁ ଭଦ୍ରକ, ଯାଜପୁର ଓ ଗଜପତି ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ୨୭ଟି ଜିଲ୍ଲାରେ ମୃତ୍ତିକା ପରୀକ୍ଷାଗାର କାର୍ଯ୍ୟ କରୁଛି | ଭଦ୍ରକ, ଯାଜପୁର, ଗଜପତି, ନବରଙ୍ଗପୁର, କଟକ, ମୟୂରଭଞ୍ଜ, ପୁରୀ, ସୁନ୍ଦରଗଡ, କୋରାପୁଟ, ଗଞ୍ଜାମ ଓ ସମ୍ବଲପୁର ଆଦି ୧୧ଟି ସ୍ଥାନରେ ଭ୍ରାମ୍ୟମାଣ ପରୀକ୍ଷାଗାର ମାଧ୍ୟମରେ ମୃତ୍ତିକା ପରୀକ୍ଷା କରାଯାଉଛି । ରାୟଗଡାଠାରେ ‘ରାସାୟନିକ ସାରର ଗୁଣାତ୍ମକ ନିୟନ୍ତ୍ରଣ ପରୀକ୍ଷାଗାର'ରେ ମଧ୍ୟ ମୃତ୍ତିକା ପରୀକ୍ଷା କରାଯାଉଛି । ଯେଉଁ ମାଟିରେ ପୋଷକର ପରିମାଣ ଅଳ୍ପ ଥାଏ, ତା' ଲାଗି ଅନୁମୋଦିତ ସାର ପରିମାଣକୁ ୨୫ ଭାଗ ଅଧିକ ଦିଆଯାଏ । ମାଟି ପରୀକ୍ଷାରେ (Soil test)ପୋଷକ ପରିମାଣ ଯଦି ଅଧିକ ଥିବା ଜଣାଯାଏ, ତା ହେଲେ ସାରର ପରିମାଣକୁ ୨୫ ଭାଗ କମ୍ କରିଦିଆଯାଏ |

- ମାଟି (Soil) ଅମ୍ଳୀୟ ଥିଲେ ଏକର ପ୍ରତି ବାର୍ଷିକ ହାରାହାରି ୨ କୁଇଣ୍ଟାଲ କାଗଜକଳ ମଇଳା (ପିଏମ୍ଏସ୍) ମାଟିରେ ପ୍ରୟୋଗ କରନ୍ତୁ ।

- ଲୁଣି ମାଟି (salty soil)ପରିଚାଳନା ନିମନ୍ତେ ସେହି ମାଟିରେ ଯଥେଷ୍ଟ ଖତ, ସବୁଜ ସାର ଓ ଫସଲର ଅବଶିଷ୍ଟାବିଂଶ ମିଶାଇ ଦିଆଗଲେ ଲୁଣି ଅଂଶ କମିଯାଏ । ବର୍ଷାଦିନରେ ଧାନ ଚାଷ ଲାଗି ଲୁଣି ସହଣୀ ଧାନ ଚାଷ କରିବା ଭଲ ହୋଇଥାଏ |

- ମାଟିରେ(Soil) ଅଧିକ ପାଣି ଜମି ରହୁଥିଲେ । ଦସ୍ତାର ଅଭାବ ଦେଖାଯାଏ । ସେ କ୍ଷେତ୍ରରେ ଏକର ପ୍ରତି ୧୦ କିଗ୍ରା ଢିଙ୍କ ସଲ୍‌ଫେଟ୍ ପ୍ରୟୋଗ କରାଯାଏ |

-ପାଣିର ଅଭାବ ଥିଲେ ମାଣ୍ଡିଆ, କପା, ସୂର୍ଯ୍ୟମୁଖୀ, କୁସୁମା, ପେଶୀ, ବୁଟ, ମୁଗ ଓ ଧନିଆ ଫସଲର ଚାଷ (Soil test for farming)କରିବା ଭଲ | ଏହା ମରୁଡି ସହନଶୀଳ ଧାନ କିସମ ଚାଷରେ ଅମଳ ପ୍ରଭାବିତ କରିନଥାଏ |

- ମୃତ୍ତିକାର (Soil)ସଂରକ୍ଷଣ ଓ ଉପର ଉର୍ବରିଆ ମାଟିର ସ୍ତର ନ ଧୋଇଯିବା ଲାଗି ଆବଶ୍ୟକ ହେଉଥିବା ଚାଷଠାରୁ ଅଧିକ ଥର ନ ଚଷିବା ଭଲ ହୋଇଥାଏ | ସର୍ବଦା ଫସଲର ଅଂଶବିଶେଷକୁ ଜମି ଉପରେ ଛାଡିଦେଲେ ତାହା ମାଟିରେ(Soil) ମିଶି ଉର୍ବରତା ବୃଦ୍ଧି ଘଟାଇବା ସହିତ ଉପକାରୀ ଜୀବାଣୁ ଓ ଯୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇ ପରିବେଶର ସୁରକ୍ଷା କରିଥାଏ ।

ଓଡ଼ିଶାର ମାଟି, ଆମରି ମାଟି

ମୃତ୍ତିକା ପରିଚାଳନା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments