1. କୃଷି ବିଶ୍ବକୋଷ

ଏହିପରି ଭାବରେ କରନ୍ତୁ ଉନ୍ନତ ପ୍ରଣାଳୀର ମକା ଚାଷ

ଲାଭ ଦାୟକ ଫସଲ ମଧ୍ୟରୁ ଅନ୍ୟତମ ମକା ଚାଷ(Corn farming)| ମକାକୁ ବିଭିହ୍ନ ରୂପେ ବ୍ୟବହାର କରାଯାଉଥିବାରୁ ଏହାର ଚାହିଦା ଅନ୍ୟ ଚାଷ ଅପେକ୍ଷା ଅଧିକ ଥାଏ | ମକା ଚାଷ (Corn farming) ଏକ ଅର୍ଥକାରୀ ଫସଲ କହିଲେ ଅତ୍ୟୁକ୍ତି ହେବ ନାହିଁ |

Rajashree
Rajashree
Know more about corn cultivation

Know more about corn cultivation

ଲାଭ ଦାୟକ ଫସଲ ମଧ୍ୟରୁ ଅନ୍ୟତମ ମକା ଚାଷ(Corn farming)| ମକାକୁ ବିଭିହ୍ନ ରୂପେ ବ୍ୟବହାର କରାଯାଉଥିବାରୁ ଏହାର ଚାହିଦା ଅନ୍ୟ ଚାଷ ଅପେକ୍ଷା ଅଧିକ ଥାଏ | ମକା ଚାଷ (Corn farming) ଏକ ଅର୍ଥକାରୀ ଫସଲ କହିଲେ ଅତ୍ୟୁକ୍ତି ହେବ ନାହିଁ | ମକାରୁ ଖଇ, କର୍ଣଫ୍ଲେକ୍ସ ତଥା ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରାଯାଏ ଏହା ସହ କୁକୁଡ଼ା ଓ ଗାଈ ଖାଦ୍ୟ ମଧ୍ୟ ମକାରୁ ପ୍ରସ୍ତୁତ କରାଯାଏ |

ବର୍ତ୍ତମାନ ବଜାରରେ ମଧୁର ମକାର କ୍ରେଜ଼ ଦେଖିବାକୁ ମିଳୁଛି | ମଧୁର ମକାର ଚାଷ (Sweet corn farming)ପ୍ରଣାଳୀ ମଧ୍ୟ ସହଜ | ଆଜି ଆସନ୍ତୁ ଜାଣିବା କିପରି କରିବା ମଧୁର ମକାର ଚାଷ କରାଯାଉଛି |

ଜମି ପ୍ରସ୍ତୁତି:

ମକା ଚାଷ (corn farming)ପାଇଁ ଜମିକୁ ୨-୩ ଓଡ଼ ଚାଷ କରି ମାଟି ଗୁଣ୍ଡ କରିବାକୁ ପଡିଥାଏ, ଏହି ଜମି ସମତୁଲ ପାଇଁ ହଳ ପରେ ମଇଦେବା ଉଚିତ୍ | ଫସଲକୁ ଉଇ ଦାଉରୁ ରକ୍ଷା କରିବା ପାଇଁ ପ୍ରତି ହେକ୍ଟର ଜମିରେ ୨୫ କି.ଗ୍ରା. ଶତକଡ଼ା ୫ ଭାଗ ସ୍କୋରପାଇରିଫସ୍ ଗୁଣ୍ଡ ପ୍ରୟୋଗ କରିବା ନିହାତି ଦରକାର ହୋଇଥାଏ |

ବିହନ ପରିମାଣ:

ପ୍ରତି ହେକ୍ଟର ପ୍ରତି ୧୫ କି.ଗ୍ରା. ବିହନ ଦରକାର | ୧ କି.ଗ୍ରା. ବିହନରେ ୩ଗ୍ରାମ୍ ଥିମ୍ ବା କ୍ୟାପଟାନ୍ ମିଶାଇ ବିଶୋଧନ କରିବା ଉଚିତ୍ |

ବୁଣିବା ପ୍ରଣାଳୀ:

ବିହନ ପୂର୍ବରୁ ବିହନର ଗଜା ଶକ୍ତି ପରୀକ୍ଷା କରିନେବା ଉଚିତ୍ | ଶଙ୍କର ଜାତୀୟ ବିହନ ପ୍ରତିବର୍ଷ ବଦଳାଇବାକୁ ପଡ଼ିଥାଏ | ମାତ୍ର ଭଲ ଉତ୍ପାଦନ (corn cultivation)ପାଇଁ କଖୋଜିଟ୍ ବିହନ ପ୍ରତି ୩ବର୍ଷରେ ଥରେ ବଦଳାଇବାକୁ ପଡ଼େ | ସରୁ ଲଙ୍ଗଳ ସାହାଯ୍ୟରେ ୬୦ ସେ.ମି. ବା ଦୁଇ ଫୁଟ ବ୍ୟବଧାନରେ ସିଆର କରିଦେବା ଉଚିତ୍ | ସିଆର ମଧ୍ୟରେ ଆବଶ୍ୟକ ପରିମାଣର ରାସାୟନିକ ସାର ଦେବା ଆବଶ୍ୟକ | ଏହା ଉପରେ ଖତ ପ୍ରୟୋଗ କରାଯାଏ । ଖତ ଓ ସାରଭଲ ଭାବରେ ମାଟିରେ ମିଶାଇ ଦେବା ପରେ ଏହି ସିଆରରେ ମଞ୍ଜି ବୁଣାଯାଏ |

ସାର ପ୍ରୟୋଗ:

ମକାଚାଷ(Corn farming) ପାଇଁ ରାସାୟନିକ ସାରର ଆବଶ୍ୟକତା ଅଧିକ ରହିଥାଏ | ବିଶେଷ କରି ମୂଳସାର ଦେବାରେ ଅବହେଳା କଲେ ମକା ଅମଳ (Corn farming)ଆଶାଜନକ ହୋଇନଥାଏ | ତେଣୁ ଠିକ୍ ସମୟରେ ଉପଯୁକ୍ତ ପରିମାଣର ସାର ପ୍ରୟୋଗ କରିବା ଏହି ଚାଷ ପାଇଁ ଆବଶ୍ୟକ। ଏକ ହେକ୍ଟର ଜମିରେ ମକା ଚାଷ କରିବା ପାଇଁ ୮୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍, ୪୦ କି.ଗ୍ରା. ପଟାସ୍ ସାର ଆବଶ୍ୟକ ହୋଇଥାଏ |

ଜଳସେଚନ:

ଜମିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଦରକାର ହୋଇଥାଏ | ମାଟି ଯେପରି ଶୁଖି ନଯାଏ ସେଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ମକା ଲଗାଇବାର ୮ ସପ୍ତାହ (ଚଅଁର ଆସିବା ଅବସ୍ଥା), ୧୦ସପ୍ତାହ (ମକା ଆସିବା ଅବସ୍ଥା) ଓ ୧୨ ସପ୍ତାହ (ମଞ୍ଜି ପୂରଣ ହେବା ଅବସ୍ଥା)ରେ ଜଳସେଚନ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ଅମଳ:

ଏକର ଜମିରୁ ସାଧାରଣତଃ ୧୮-୨୦ କୁଇଣ୍ଟାଲ କଞ୍ଚା ମକା ମିଳିଥାଏ |

ମକା ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବରଣୀ : କୃଷକ ପାଇପାରିବେ ବହୁତ ଲାଭ !!

ରୋଗ ପୋକ କବଳରେ ରେ ଭାରତୀୟ ମକା ଚାଷ !

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments