Agripedia

jackfruit farming:ସବୁ ମାଟି ପାଇଁ ଚାଷ ଉପଯୋଗୀ ପଣସ...

ଗଛରେ ଫଳୁଥିବା ଫଳ ଭିତରେ ପଣସ (jackfruit)କୁ ସବୁଠୁ ବଡ ଫଳ ହିସାବରେ ଗଣା ଯାଇଥାଏ । ଭାରତୀୟ ପଣସ (jackfruit)ର ଚାହିଦା ବହୁତ ଅଧିକ । ଭାରତରେ ଉପଲବ୍ଧ ହେଉଥିବା ପଣସ (jackfruit)ରେ ପ୍ରୋଟିନ,ଲୌହ,କାର୍ବୋହାଇଡ୍ରେଟ,ଭିଟାମିନ-ଏ,ଭିଟାମିନ-ସି,ପୋଟାସିୟମ ପ୍ରଚୁର ପରିମାଣରେ ମିଳିଥାଏ । କଞ୍ଚା ହେଉ ଅବା ପାଚିଲା ପଣସ (jackfruit) ସମସ୍ତଙ୍କର ପ୍ରିୟ ହୋଇଥାଏ। ପଣସ ଚାଷ (Jackruit farming) ଚାଷୀମାନଙ୍କ ପାଇଁ ବହୁତ ଲାଭଦାୟକ ହାଇଥାଏ ।

27 October, 2022 12:37 PM IST By: Sudesna Nayak

ଗଛରେ ଫଳୁଥିବା ଫଳ ଭିତରେ ପଣସ (jackfruit)କୁ ସବୁଠୁ ବଡ ଫଳ ହିସାବରେ ଗଣା ଯାଇଥାଏ । ଭାରତୀୟ ପଣସ (jackfruit)ର ଚାହିଦା ବହୁତ ଅଧିକ । ଭାରତରେ ଉପଲବ୍ଧ ହେଉଥିବା ପଣସ (jackfruit)ରେ ପ୍ରୋଟିନ,ଲୌହ,କାର୍ବୋହାଇଡ୍ରେଟ,ଭିଟାମିନ-ଏ,ଭିଟାମିନ-ସି,ପୋଟାସିୟମ ପ୍ରଚୁର ପରିମାଣରେ ମିଳିଥାଏ । କଞ୍ଚା ହେଉ ଅବା ପାଚିଲା ପଣସ (jackfruit) ସମସ୍ତଙ୍କର ପ୍ରିୟ ହୋଇଥାଏ। ପଣସ ଚାଷ (Jackruit farming) ଚାଷୀମାନଙ୍କ ପାଇଁ ବହୁତ ଲାଭଦାୟକ ହାଇଥାଏ ।

ପଣସ ଚାଷ ପାଇଁ ଉପଯୁକ୍ତ ଜଳବାୟୁ ବିଷୟରେ,ଜାଣନ୍ତୁ...

ପଣସ ଚାଷ (Jackruit farming) ପାଇଁ ଗରମ ଜଳବାୟୁ ବହୁତ ଭଲ ହାଇଥାଏ । ଯେଉଁଠି ବେଶୀ ବର୍ଷା ହେଉ ନଥାଏ ଓ ଜଳବାୟୁ ଗରମ ହୋଇଥାଏ ସେମିତି ଜଳବାୟୁରେ ପଣସ ଚାଷ (Jackruit farming) ଭଲ ହୋଇଥାଏ। ସାଧାରଣତଃ ପାହାଡିଆ ଜାଗାରେ ଏହା ବହୁତ ଭଲ ହୋଇଥାଏ ।

ପଣସର ଉପକାରିତା ବିଷୟରେ,ଜାଣନ୍ତୁ...

କିଛି ଲୋକମାନେ ମାଂସର ପ୍ରତିବଦଳରେ ପଣସ (jackfruit) ଖାଇବାକୁ ପସନ୍ଦ କରନ୍ତି । ଏହି କାରଣରୁ ବର୍ତ୍ତମାନ ପଣସ (jackfruit)ର ଚାହିଦା ବେଶ ଅଧିକ ରହିଛି । କିନ୍ତୁ ଆପଣ ଜାଣନ୍ତି କି କଞ୍ଚାପଣସ ଖାଇବା (jackfruit) ଥାଇରଏଡ (Thyroid) ପାଇଁ ମଧ୍ୟ ଲାଭଦାୟକ ଅଟେ ।

ପଣସ ଚାଷ ପାଇଁ ଉପଯୁକ୍ତ ମାଟି ବିଷୟରେ,ଜାଣନ୍ତୁ...

ପଣସ ଚାଷ (Jackruit farming) ସବୁ ପ୍ରକାର ମାଟିରେ କରାଯାଇ ପାରିବ, କିନ୍ତୁ ଦୋରସା ମାଟିରେ ଏହି ଚାଷ ଉନ୍ନତ ଧରଣର ହୋଇଥାଏ । କାରଣ ଏହାର ଚେର ମାଟିରେ ବହୁତ ଗଭୀରକୁ ଯାଇଥାଏ ପଣସ ଚାଷ ପାଇଁ ଭୂମିର ପିଏଚ-୭୭.୫ ମଧ୍ୟରେ ହବା ଦରକାର ।

ପଣସ ଚାଷ ପାଇଁ ଉପଯୁକ୍ତ ଖତ ବିଷୟରେ,ଜାଣନ୍ତୁ...

ଏହି ପଣସ ଚାଷରେ (Jackruit farming)ଗୋବର ଖତ, ପୋଟାସ,ନାଇଟ୍ରୋଜେନ-୩୦୦ ପ୍ରତି ବର୍ଷ ଜୁଲାଇ ମାସ ପରେ ପରେ ଦେଇଦେବା ଦରକାର । ଏହାକୁ ଥଣ୍ଡା ଦିନରେ ୧୫ ଦିନ ବ୍ୟବଧାନରେ ଓ ଗରମ ସମୟରେ ୭ରୁ ୧୦ ଦିନ ବ୍ୟବଧାନରେ ଦେବା ଉଚିତ ।

ବର୍ତ୍ତମାନ ପଣସକୁ ଭିତିକରି ବିଭିନ୍ନ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି । ଏହାକୁ ଦୃଷ୍ଟିରେ ରଖି ପଣସ ଚାଷକୁ (Jackruit farming)ଆଗକୁ ବଢାଇବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା ମଧ୍ୟ କରିଛନ୍ତି । ପଣସ ଚାଷ କରି ଚାଷୀମାନେ କିପରି ଭାବରେ ଲାଭବାନ ହୋଇପାରିବେ ସେଥିପ୍ରତି ସରକାର ଦୃଷ୍ଟି ଦେଉଛନ୍ତି ।

ପଣସ ୨ ପ୍ରକାରର ବିଷୟରେ,ଜାଣନ୍ତୁ...

ପଣସ (jackfruit) ୨ ପ୍ରକାରର ହୋଇଥାଏ । ଗୋଟିଏ ବହୁତ ଟାଣ ଓ ଆଉ ଗୋଟିଏ ନରମ ପ୍ରଜାତିର ହୋଇଥାଏ । ନରମ ପ୍ରଜାତିର ପଣସର (Jackruit) ଆକାର ଛୋଟ ଓ ଏହାର ମଞ୍ଜି ବଡ ହୋଇଥାଏ । ଟାଣ ପଣସର ଆକାର ବଡ଼ ଓ ମଞ୍ଜି ଛୋଟ ଓ କମ ହୋଇଥାଏ ।

ଚିଙ୍ଗୁଡ଼ି କରିବ କୋଟିପତି

ବିଶ୍ବ ବଜାରରେ ବଢୁଛି ଭାରତୀୟ ଡ୍ରାଗନ ଫଳର ଚାହିଦା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)