1. ମତ୍ସ୍ୟ ଓ ପଶୁ ପାଳନ

ଚିଙ୍ଗୁଡ଼ି କରିବ କୋଟିପତି

ଆମିଷ ମଧ୍ୟରୁ ଅଧିକାଂଶ ଲୋକଙ୍କର ପ୍ରିୟ ଚିଙ୍ଗୁଡ଼ି ହୋଇଥାଏ | ଓଡିଶାରେ ଚିଙ୍ଗୁଡ଼ିର ଚାହିଦା ଭଲ ଦେଖିବାକୁ ମିଳେ | ମଧୁର ଜଳ ଚିଙ୍ଗୁଡ଼ିର ଚାହିଦା ଅନ୍ୟ ଚିଙ୍ଗୁଡ଼ି ଅପେକ୍ଷା ଅଧିକ ଥାଏ | ଆମ ରାଜ୍ୟର ନଦୀ, ନାଳ, ବିଶେଷ କରି ନଦୀ ମୁହାଣ ଏବଂ ବଡ ଜଳାଶୟରେ ବିଶେଷ କରି ଏହି ଚିଙ୍ଗୁଡ଼ି ଦେଖାଯାନ୍ତି । ମୁଖ୍ୟତଃ ୨ ପ୍ରକାରର ମଧୁର ଜଳ ଚିଙ୍ଗୁଡି ଚାଷ ଉପଯୋଗୀ ଏବଂ ଶୀଘ୍ର ବଢିଥାନ୍ତି । ମାକ୍ରୋବ୍ରାକିୟମ ରୋଜେନବର୍ଗି (ଗଜା ବା ଗଲଦା ଚିଙ୍ଗୁଡି) ଏବଂ (ମାକ୍ରୋବ୍ରାକିୟମ ମାଲକମ୍ସୋନି - ନଇ ବା ଜଟା ଚିଙ୍ଗୁଡି) |

Sudesna Nayak
Sudesna Nayak
how to do prawn cultivation know

how to do prawn cultivation know

ଆମିଷ ମଧ୍ୟରୁ ଅଧିକାଂଶ ଲୋକଙ୍କର ପ୍ରିୟ ଚିଙ୍ଗୁଡ଼ି ହୋଇଥାଏ | ଓଡିଶାରେ ଚିଙ୍ଗୁଡ଼ିର ଚାହିଦା ଭଲ ଦେଖିବାକୁ ମିଳେ | ମଧୁର ଜଳ ଚିଙ୍ଗୁଡ଼ିର ଚାହିଦା ଅନ୍ୟ ଚିଙ୍ଗୁଡ଼ି ଅପେକ୍ଷା ଅଧିକ ଥାଏ | ଆମ ରାଜ୍ୟର ନଦୀ, ନାଳ, ବିଶେଷ କରି ନଦୀ ମୁହାଣ ଏବଂ ବଡ ଜଳାଶୟରେ ବିଶେଷ କରି ଏହି ଚିଙ୍ଗୁଡ଼ି ଦେଖାଯାନ୍ତି । ମୁଖ୍ୟତଃ ୨ ପ୍ରକାରର ମଧୁର ଜଳ ଚିଙ୍ଗୁଡି ଚାଷ (Prawn cultivation)ଉପଯୋଗୀ ଏବଂ ଶୀଘ୍ର ବଢିଥାନ୍ତି । ମାକ୍ରୋବ୍ରାକିୟମ ରୋଜେନବର୍ଗି (ଗଜା ବା ଗଲଦା ଚିଙ୍ଗୁଡି) ଏବଂ (ମାକ୍ରୋବ୍ରାକିୟମ ମାଲକମ୍ସୋନି - ନଇ ବା ଜଟା ଚିଙ୍ଗୁଡି) |

ପୋଖରୀ ପ୍ରସ୍ତୁତ,ଜାଣନ୍ତୁ...

ମଧୁର ଜଳ ଚିଙ୍ଗୁଡ଼ି ଚାଷରେ (Prawn cultivation) ପୋଖରୀ ପ୍ରସ୍ତୁତି ଏକ ଗୁରୁତ୍ୱ ପୁର୍ଣ ଭୂମିକା ଗ୍ରହଣ କରିଥାଏ | ଚିଙ୍ଗୁଡ଼ି ଚାଷ (Prawn cultivation)ପୂର୍ବରୁ ପୋଖରୀକୁ ଶୁଖାଇ ଦିଅନ୍ତୁ ଏବଂ ପୋଖରୀର ମାଟିକୁ ଭଲ ଭାବରେ ଫାଟିବାକୁ ଦିଅନ୍ତୁ (Pond preparation) | ପୋଖରୀରୁ ଅଦରକାରୀ ଘାସ ଓ ଦଳକୁ ସଫା କରିବା ନିହାତି ଆବଶ୍ୟକ ହୋଇଥାଏ | ପୁରୁଣା ପୋଖରୀ ହୋଇଥଲେ ପୁରୂଣା ପଙ୍କ କାଢିଦିଅନ୍ତୁ | ପୋଖରୀ ଶୁଖିବା ପରେ ଦୁଇଥର ଭଲ ଭାବରେ ହଳ କରିଦିଅନ୍ତୁ । ପୋଖରୀକୁ ହଳ କରିବା ଦ୍ୱାରା ମାଟି ସଫା ରହିଥାଏ |

ପୋଖରୀକୁ (Pond preparation) ସରୁ ଜାଲି କିମ୍ବା କନା ଗୁଡ଼ାଇଲେ ଛୋଟ ପୋକ ଜୋକ ଚୁନା ମାଛ ଲାର୍ଭା, ଶିକାରୀ ମାଛ, ଅଣ୍ଡା ପ୍ରଭୃତି ପୋଖରୀକୁ ପାଶେ ନାହିଁ | ପୋଖରୀରେ ନୂଆ ପାଣି ୪ ଫୁଟ ହେଲାପରେ ଏକର ପିଛା ୫୦ କି.ଗ୍ରା. ବ୍ଲିଚିଂ ପାଉଡରର ପ୍ରୟୋଗ କରନ୍ତୁ | ବ୍ଲିଚିଂ ପାଉଡରର ପ୍ରୟୋଗର ୭ ଦିନ ପରେ ଏକର ପିଛା ୫୦ କି.ଗ୍ରା. ଅକ୍ସାଇଡ୍ ଚୂନ ପ୍ରୟୋଗ କରନ୍ତୁ | ଏହାର ଠିକ୍ ୩ ଦିନ ପରେ ସନ୍ଧ୍ୟା ସମୟରେ ଡୋଲୋମାଇଟ୍ ଏକର ପିଛା ୨୦ କି.ଗ୍ରା. ପୋଖରୀରେ ପକାନ୍ତୁ, ଏହାପରେ ପୋଖରୀରେ ଜାଆଁଳ ଛାଡ଼ନ୍ତୁ |

ଉନ୍ନତମାନର ଜାଆଁଳ ଚିହ୍ନିବେ କିପରି,ଜାଣନ୍ତୁ...

ଉନ୍ନତମାନର ଜାଆଁଳ ଚାଷ କରିଲେ ଚିଙ୍ଗୁଡ଼ି ଚାଷରୁ ଭଲ ଲାଭ ମିଳିଥାଏ । ଉନ୍ନତ ମାନର ଚିଙ୍ଗୁଡ଼ି ଜାଆଁଳର ଶରୀର ସ୍ୱଚ୍ଛ, ଲମ୍ବାଳିଆ ଓ ସରୁ ଦେଖାଯାଇଥଏ , ଏହି ଚିଙ୍ଗୁଡ଼ିର ଜାଅଁଳାର ଗୋଡ ଗୁଡିକ ଅନ୍ୟ ଚିଙ୍ଗୁଡ଼ି ଅପେକ୍ଷା ଶକ୍ତି ଶାଳୀ ହୋଇଥାଏ ଏବଂ ଏହ ଅନ୍ୟ ଯାଁଆଳ ଅପେକ୍ଷା ଅଧିକ ଗତିଶୀଳ ହୋଇଥାଏ |

ଚିଙ୍ଗୁଡ଼ି ଚାଷ

ଚିଙ୍ଗୁଡ଼ିକୁ ଆମେ ମିଶ୍ରିତ ପ୍ରଣାଳୀରେ ଚାଷ (Prawn farming)କରିପାରିବା | ଓଡିଶାର ଚାଷୀ ମାନେ ମିଶ୍ରିତ ପ୍ରଣାଳୀର ଚାଷକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି , ଏହି ପ୍ରଣାଳୀରେ ରୋହି , ଭାକୁରା ଓ ମିରିକାଳୀ ସହ ଆମେ ଚିଙ୍ଗୁଡ଼ି ଚାଷ କରିପାରିବା |

ଖାଦ୍ୟ ପରିଚାଳନା,ଜାଣନ୍ତୁ...

ଖାଦ୍ୟ ପରିଚାଳନା (prawn food)ଚିଙ୍ଗୁଡ଼ି ଚାଷରେ ଏକ ଗୁରୁତ୍ୱପୁର୍ଣ ଭୂମିକା ଗ୍ରହଣ କରିଥାଏ | ଚିଙ୍ଗୁଡ଼ି ଏକ ରାତ୍ରିଚର ପ୍ରାଣୀ ହୋଇଥିବାରୁ ଏମାନଙ୍କୁ 2ଥର ଖାଦ୍ୟ ଦେବାକୁ ପଡିଥାଏ | ଚିଙ୍ଗୁଡ଼ି ସାଧାରଣତଃ ରାତ୍ରିଚର ହୋଇଥିବାରୁ ସେମାନଙ୍କ ଖାଦ୍ୟ ପରିଚାଳନାକୁ ୨ ଭାଗରେ ବିଭକ୍ତ କରି ସକାଳେ ୪୦ ପ୍ରତିଶତ ଏବଂ ସନ୍ଧ୍ୟା ସମୟରେ ୬୦ ପ୍ରତିଶତ ଦିଆଯିବା ଦରକାର । ବାଦାମ ପିଡ଼ିଆ, ସୋୟାବିନ୍ ଗୁଣ୍ଡ, ମାଛ ବା ଚିଙ୍ଗୁଡ଼ ଗୁଣ୍ଡ, କାଣ୍ଡିଆ କୁଣ୍ଡା , କଡ୍ ମାଛର ତେଲ ୧୦୦ ଗ୍ରାମ, ଭିଟାମିନ୍ ମିନେରାଲ ମିକ୍ସ ୨୦ ଗ୍ରାମ ଆଦିକୁ ଭଲ ଭାବରେ ମିଶାଇ ଗୁଣ୍ଡ କରି ଚିଙ୍ଗୁଡ଼ି ଦାନା ଭାବରେ ବ୍ୟବହାର କରିବା ଉଚିତ, ଏହା ଚିଙ୍ଗୁଡ଼ର ମୁଖ୍ୟ ଖାଦ୍ୟ ହୋଇଥାଏ |

ଜାଣନ୍ତୁ ବନ୍ୟାରେ କିପରି ନେବେ ପଶୁଙ୍କ ଯତ୍ନ

କୁକୁଡ଼ାଙ୍କ ପାଇଁ ବିପଦ ବର୍ଷା ଦିନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments