1. ମତ୍ସ୍ୟ ଓ ପଶୁ ପାଳନ

ଜାଣନ୍ତୁ ବନ୍ୟାରେ କିପରି ନେବେ ପଶୁଙ୍କ ଯତ୍ନ

Rajashree
Rajashree
know how to do care in flood situation

know how to do care in flood situation

ବର୍ତ୍ତମାନ ଚାଲିଛି ବର୍ଷା ଋତୁ | ଏହି ଋତୁରେ(Rainy season) ଅନେକ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ | ବନ୍ୟା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ | ବିଶେଷକରି ବନ୍ୟାଞ୍ଚଳ ପାଇଁ ଗାଈଗୋରୁମାନେ(Animal care) ବିଭିନ୍ନ ଅସୁବିଧାର ଶିକାର ହୋଇଥାନ୍ତି , ଯାହାଫଳରେ ପଶୁପାଳକ ମାନେ କ୍ଷତି ସହିଥାନ୍ତି | ତେବେ ଆଜି ଆସନ୍ତୁ ଜାଣିବା କିପରି ଭାବେ ବନ୍ୟା ସମୟରେ ଗାଈଗୋରୁଙ୍କର ସ୍ୱତନ୍ତ୍ର ଭାବରେ ଯତ୍ନ ନେଇ ହେବ |

ବନ୍ୟା ସମୟରେ ମୁଖ୍ୟତଃ ପିଇବା ପାଣି ଓ ଖାଦ୍ୟର ସୁପରିଚାଳନା (Animal care) କରାଯିବା ନିହାତି ଆବଶ୍ୟକ ହୋଇଥାଏ, କାରଣ ଏହି ଦୁଇଟି ମାଧ୍ୟମରେ ରୋଗ ଅଧିକ ବ୍ୟାପିଥାଏ | | ପାଣି ପିଇବାକୁ ଦେବା ପୂର୍ବରୁ ଉଭୟ ପାଣି ଓ ପାଣି ପାତ୍ରକୁ ବିଶୋଧିତ କରାଇନେବା ଉଚିତ। ପାଣି ପାତ୍ରକୁ ପାଉଁଶରେ ମାଜି ସଫା କରାଯାଇପାରିବ ଓ ପାଣି ବିଶୋଧନ ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ଯଥା ବ୍ଲିଚିଙ୍ଗ ପାଉଡର, ଚୂନ ପାଉଡର, ଫିଟିକିରି ପାଉଡର, କ୍ଲୋରିନ୍ ବଟିକା, ହାଲୋଜିନ୍ ବଟିକା ଆଦି ବ୍ୟବହାର କରାଯାଇଥାଏ । ଏହାର ମାତ୍ରା ବ୍ୟବହାର ହେବାକୁ ଥିବା ଜଳର ଗୁଣାତ୍ମକ ମୂଲ୍ୟ, ରାସାୟନିକ ଉପାଦାନର ମାତ୍ରା ଓ ପ୍ରକ୍ରିୟାକରଣ ଉପରେ ନିର୍ଭର କରିଥାଏ | ଅନୁମାନ ହିସାବରେ ଗୋଟିଏ ବାଲଟି ପାଣିରେ ୫ରୁ ୭ଟି କ୍ଲୋରିନ୍ ବା ହାଲୋଜେନ୍ ବଟିକା ବା ୪୫ ରୁ ୬୦ ଗ୍ରାମ୍ ଚୂନ ପାଉଡର ବା ୧୦୦ ଗ୍ରାମ୍ ଫିଟିକିରି ପାଉଡର ବା ୫ ରୁ ୧୦ ଗ୍ରାମ୍ ବ୍ଲିଚିଂ ପାଉଡର ପକାଇ ବିଶୋଧିତ କରାଇନେବା ଆବଶ୍ୟକ | ପାଣିକୁ ଫୁଟାଇବା ପରେ ଛାଣି (Water purify) ପିଇବାକୁ ଦିଆଯାଇପାରିବ ।

ସାଧାରଣତଃ ବନ୍ୟା ପୂର୍ବରୁ(Flood situation) ଥିବା ଶୁଖିଲା ଖାଦ୍ୟ, ଘାସ, ନଡ଼ା, ପରିବା ଚୋପା ଆଦି ବନ୍ୟା ସମୟରେ ଖାଇବାକୁ ଦିଆଯାଇଥାଏ । ବର୍ଷା ପାଣି (Rain water) ଯୋଗୁଁ ସାଇତି ରଖିଥିବା ଖାଦ୍ୟ ପଦାର୍ଥରେ ଫିମ୍ପି ଲାଗି ଯାଇଥିଲେ ତାହା ଖାଇବାକୁ ଦେବା ଅନୁଚିତ୍ | ଏହା ଖାଇବା ଦ୍ୱାରା ତରଳ ଝାଡ଼ା ହୋଇଥାଏ । ଘାସକୁ କାଟି ଛୋଟ ଛୋଟ କରି ଖାଇବାକୁ ଦିଅନ୍ତୁ । ଘାସ ଖାଇବାକୁ ଦେବାବେଳେ ସେଥିରୁ ଅନାବନା ଓ ଖାଦ୍ୟ ଅନୁପଯୋଗୀ ଘାସ ବାଛି ଦିଅନ୍ତୁ । ଓଦା ବା ଫିମ୍ପି ହୋଇଯାଇଥିବା ତଥା ବାସି ବା ରନ୍ଧା ଖାଦ୍ୟ ଖାଇବାକୁ ନ ଦେବା ଭଲ ।

ବନ୍ୟା ସମୟରେ (Flood situation) ପ୍ରାଣୀଙ୍କର ବିଭିନ୍ନ ରୋଗ ଦେଖାଯାଇଥାଏ ଯଥା ସାହାଣା, ବଜବଜିଆ, ଅଢେଇଦିନିଆ ଜ୍ୱର, ଫାଟୁଆ, ଗୋମଡ଼କ, ଥନହରା, କାଶ, ଗଳାଫୁଲା ଆଦି | କୃମି ଓ ଟିଙ୍କଜନିତ ସଂକ୍ରାମକ ରୋଗ ମୁଖ୍ୟତଃ ଗୋପାଳକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ସୃଷ୍ଟି କରିଥାଏ | ପାଣି ଜମି ରହିବା ଫଳରେ କୃମିମାନଙ୍କ ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ | ବର୍ଷାଦିନରେ ସନ୍ତସନ୍ତିଆ ସ୍ଥାନ କୃମିଙ୍କ ଅଣ୍ଡାରୁ ଲାର୍ଭାରେ ପରିଣତ ହେବା ସହିତ ଘାସ ପତ୍ରରେ ବା ଜଳର ଉପର ସ୍ତରରେ ଲାଗି ରହିଥାନ୍ତି | ପ୍ରାଣୀଟି ସେଇ ଘାସ ଖାଇବା, ମାଟି ଚାଟିବା, ଚାରଣ ଭୂଇଁରେ ଖାଇବା ବା ପାଣି ପିଇବା ଦ୍ଵାରା କୃମି ଶରୀରରେ ପ୍ରବେଶ କରିଥାନ୍ତି । କୃମି ମୁକ୍ତ କରିବା ପାଇଁ ପ୍ରାଣୀ ଡାକ୍ତରଙ୍କ ପରାମର୍ଶ କ୍ରମେ କୃମି ନାଶକ ଔଷଧ ଖାଇବାକୁ ଦିଅନ୍ତୁ | ବନ୍ୟା ସମୟରେ କୌଣସି ରୋଗର ଲକ୍ଷଣ ଦେଖାଯିବା ମାତ୍ରେ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ଔଷଧ (Animal medicine) ଖାଇବାକୁ ଦିଅନ୍ତୁ । ନିମପତ୍ର, ହଳଦୀ ପାଉଡର୍ ଓ ତୁଳସୀ ପତ୍ର ଦିନକୁ ଦୁଇଥର କରି ସାତଦିନ ଯାଏ ଖାଇବାକୁ ଦେବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ କୃମି ନାଶକ ହିସାବରେ ମଧ୍ୟ କାମ କରିଥାଏ ।

ବନ୍ୟାର (Flood situation) ଭୟାବହତା ସମୟ ସମୟରେ ମହାମାରିର ରୂପ ନେବା ସହିତ ଅପମୃତ୍ୟୁର ମଧ୍ୟ କାରଣ ହୋଇଥାଏ | ପ୍ରାଣୀ ମୃତଦେହଗୁଡିକୁ ଏଣେ ତେଣେ ନ ପକାଇ ଏକ ଗଭୀର ଗାତ କରି ପୋତି ଦେବାର ବ୍ୟବସ୍ଥା କରନ୍ତୁ । ଗାତଟିକୁ ମାଟିଦେଇ ବନ୍ଦ କରିବା ପୂର୍ବରୁ ୨ ଇଞ୍ଚ ବହଳର ମୋଟା ଚୁନ ଧାର ପକାନ୍ତୁ । ଗାତ କରୁଥିବା ଜାଗାଟି ଏକ ଉଚ୍ଚା ସ୍ଥାନରେ ହେବା ନିହାତି ଦରକାର ଯେମିତି ଗାତ ଭିତରେ ବନ୍ୟା ପାଣି ପ୍ରବେଶ କରିପାରୁନଥିବ । ପ୍ରାଣୀର ଆକାରକୁ ନେଇ ଗାତର ମାପ ଅନୁମାନ କରନ୍ତୁ । ଗାତର ଗଭୀରତା ୪ରୁ ୫ ଫୁଟ୍ ହେବା ଦରକାର । ଗୋ-ମୃତ୍ର ଓ ମଳକୁ ପରିଷ୍କାର ଭାବରେ ନିଷ୍କାସିତ ହେବାର ବ୍ୟବସ୍ଥା କରନ୍ତୁ । ବନ୍ୟା (Flood situation) ସମୟରେ ପାଣିର ଉଚ୍ଚତା ବୃଦ୍ଧି ହେତୁ ବିଭିନ୍ନ କୀଟ, ଜନ୍ତୁ ଓ ସରୀସୃପ ଉପରକୁ ଉଠି ଆସିଥାନ୍ତି । ସେମାନେ ଆଶ୍ରା ପାଇଁ ଗୁହାଳ ଭିତରକୁ ପଶି ଆସି ଗୋରୁଙ୍କ ଶରୀରରେ କ୍ଷତ ସୃଷ୍ଟି କରିଥାନ୍ତି । ବେଳେବେଳେ ଏହା ବିଷକ୍ରିୟା ଜନିତ ଆଘାତ ହେବା ଫଳରେ ଜୀବନ ହାନି ଘଟିଥାଏ, ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ ।

ବନ୍ୟା ପରର ପରିସ୍ଥିତି

ବନ୍ୟା ପାଣି (Flood situation)ଛାଡ଼ି ଗଲାପରେ ପଚା ଘାସ, ଅପରିଷ୍କାର ମାଟି ଓ ଅନ୍ୟାନ୍ୟ ବସ୍ତୁମାନ ଚାରଣ ଭୂମି ଉପରେ ମାଡ଼ି ଯାଇଥାଏ | ତେଣୁ ବନ୍ୟାର (Flood situation) ଛାଡିବାର ୧୦ରୁ ୧୫ ଦିନ ଯାଏ ଗୋରୁଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ | ପାଣି ଛାଡିଗଲା ପରେ ନୂଆ ଘାସ କଅଁଳିବା ପରେ ଚରିବାକୁ ଗଲେ କିଛି ଅସୁବିଧା ନାହିଁ । ଗୁହାଳର ଭିତର ଚାରି କାନ୍ଥ ଚୁନ ରଙ୍ଗ ଓ ବାହାର କାନ୍ଥ ଡିଡିଟି ସ୍ପ୍ରେ କରନ୍ତୁ । ମଶା, ମାଛି, ଡାଆଁଶ ନିରାକରଣ ପାଇଁ ଧୂଆଁ ଦିଅନ୍ତୁ ।

ପଶୁପାଳନ ଠାରୁ ଆରମ୍ଭ କରି ଔଷଧୀୟ ଚାଷ ପର୍ଯ୍ୟନ୍ତ କୃଷକମାନେ ପାଇବେ ସରକାରୀ ସୁବିଧା ।

କୁକୁଡ଼ା ଅଣ୍ଡା ବ୍ୟବସାୟ, ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ !!

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments

#Top on Krishi Jagran