କପା ଏକ ଅର୍ଥକାରୀ ଫସଲ । କପାକୁ ବସ୍ତ୍ରର କଞ୍ଚା ମାଲ ହିସାବରେ ବ୍ୟବହୃତ ହୋଇଥାଏ , ଏହା ବ୍ୟତୀତ ଏହାର ମଞ୍ଜିକୁ ଏକ ତୈଳବୀଜ ଭାବରେ ମଧ୍ୟ ଗଣନା କରାଯାଏ । କପା ମଞ୍ଜିରେ ଶତକଡା ୧୫ ରୁ ୨୫ ଭାଗ ତେଲ ରହିଥାଏ ଏହାର ମଞ୍ଜି ବନସ୍ପତି ତେଲ ତିଆରିରେ ଲାଗେ । ଓଡିଶାରେ ଅନେକ ଚାଷୀ କପା ଚାଷର (Cotton farming)ବ୍ୟବସାୟୀ କରୁଥିବା ଦେଖିବାକୁ ମିଳେ ।
ସାଧାରଣତଃ ଗଂଜାମ, ଗଜପତି, ବୌଦ୍ଧ, କଳାହାଣ୍ଡି , କୋରାପୁଟରେ କପା ଚାଷ କରାଯାଉଥିବା ଦେଖିବାକୁ ମିଳେ (Cotton cultivation)| କପା ଫସଲ ପାଇଁ ଛିଦ୍ରଳ ,ଗଭୀର ମୃତ୍ତିକା ଆବଶ୍ୟକ ହୋଇଥାଏ । ଅଧିକ ଜଳଧାରଣ କ୍ଷମତା ରଖୁଥିବା ଅପେକ୍ଷାକୃତ ଭାରି ମୃତ୍ତିକା ଏହି ଚାଷ ପାଇଁ ସଠିକ ଅଟେ । ଅଧିକ ଜଳଧାରଣ କ୍ଷମତା ରଖୁଥିବା କୃଷ୍ଣମୃତ୍ତିକା ଅଞ୍ଚଳରେ ବହୁଳଭାବେ ଖରିଫ କପାଚାଷ (Cotton cultivation)କରାଯାଇଥାଏ । ବର୍ଷା ଋତୁ ଆରମ୍ଭରେ ବା ଶେଷରେ ଶେଷରେ ସ୍ୱଳ୍ପ ଲବଣାକ୍ତ ମୃତ୍ତିକାର ଥିବା ସମୟରେ ଏହି ମଞ୍ଜି ଲଗାଇଲେ ଭଲ ଚାଷ ହୋଇଥାଏ ।
କପା ବିହନ ଲଗାଇବା ସମୟରେ ସବୁଜ ସାର ହିସାବରେ ଏକର ପ୍ରତି ୮ରୁ ୧୦ କି. ଗ୍ରା ଛଣି ମଞ୍ଜି ବୁଣନ୍ତୁ । ୨୦ରୁ ୨୫ ଦିନ ପରେ କୋଡ଼ା ଖୋସା କରି ଘାସ ସହ ଛଣିକୁ ମାଟିରେ ମିଶାଇ ଦିଅନ୍ତୁ । ଛଣି ପ୍ରାରମ୍ଭିକ ଅବସ୍ଥାରେ ଘାସ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ ଏବଂ ଯବକ୍ଷାରଜାନ ସାର ଯୋଗାଇଥାଏ । ୮ ଧାଡ଼ି କପା ପରେ ୨ଧାଡ଼ି ହରଡ ବ୍ୟବଧାନରେ ଅନ୍ତଃଫସଲ ହିସାବରେ ଚାଷ କଲେ ଯବକ୍ଷାରଜାନ ସାର ମିଳିବା ସହିତ ଉପକାରୀ କୀଟ ମାନଙ୍କର ସଂରକ୍ଷଣ ଓ ବଂଶ ବୃଦ୍ଧି ହୋଇଥାଏ ।
କପା ଚାଷ ପାଇଁ ଉପଯୁକ୍ତ ମୃତ୍ତିକା:
କପା ଉଦ୍ଭିଦଗୁଡିକ ଅଧିକ ଜଳସେଚନ ଆବଶ୍ୟକ କରନ୍ତି ନାହିଁ l ତେଣୁ, କମ୍ ବୃଷ୍ଟିପାତ ଥିବା ଅଞ୍ଚଳରେ ଏହାକୁ ସଫଳତାର ସହିତ ଚାଷ କରାଯାଇପାରିବ l କପା ଚାଷ ପାଇଁ ୬ ରୁ ୮ ପିଏଚ | ସ୍ତରର ମାଟି ଉପଯୁକ୍ତ ଅଟେ l ଯଦି ମାଟିର ପିଏଚ ସ୍ତର କମ୍, ବୁଣିବାର ୨ ରୁ ୩ ମାସ ପୂର୍ବରୁ କ୍ଷେତରେ ଚୂନ ମିଶାନ୍ତୁ l ଚୂନ ମିଶାଇ ମୃତ୍ତିକା ପିଏଚ | ସ୍ତର ବୃଦ୍ଧି କରାଯାଇପାରିବ l ଅନ୍ୟପକ୍ଷରେ, ଯଦି ମାଟିର ପିଏଚ ସ୍ତର ଅଧିକ, ତେବେ ମାଟିରେ ସଲଫର ମିଶାଇଲେ ପିଏଚ ବୃଦ୍ଧି ପାଇବ l ସ୍ତର ହ୍ରାସ କରାଯାଇପାରେ l ବିହନ ବୁଣିବା ସମୟରେ ମୂଳସାର ହିସାବରେ ଏକର ଜମିରେ ୫୨ କିଗ୍ରା ଡି.ଏ .ପି., ୭ କିଗ୍ରା ୟୁରିଆ ଏବଂ ୨୦ କିଗ୍ରା ପଟାସ ସାର ପ୍ରୟୋଗ କରନ୍ତୁ । ଏହି ସମୟରେ କିଛି କପା ମଞ୍ଜିକୁ ପତ୍ର ଠୋଲାରେ ମାଟି ଦେଇ ଲଗାନ୍ତୁ । ବିହନ ଲଗାଇବାର ୧୦ ରୁ ୧୨ ଦିନ ପରେ ଗଛ ଉଠିନଥିବା ଖାଲି ସ୍ଥାନରେ କିମ୍ବା ଦୁର୍ବଳ ଗଛ ବଦଳରେ ଏହି ପତ୍ର ଠୋଲା ସହିତ ଚାରାକୁ ଲଗାନ୍ତୁ । ଯାହା ଦ୍ଵାରା ଜମିରେ ଗଛ ସଂଖ୍ୟା ଠିକ୍ ରହିଥାଏ ।
କପା ଚାଷକୁ ଅମଳ ହେବା ପର୍ଯ୍ୟନ୍ତ ରକ୍ଷା କିପରି କରିବେ:
କପା ଚାଷ ପରିବେଷ୍ଟନୀରେ ବିଭିନ୍ନ ଉପକାରୀ ପୋକ ବୃଦ୍ଧି ନିମନ୍ତେ ପ୍ରତି ୧୦ ଧାଡ଼ି କପା ପରେ ଦୁଇ ଧାଡ଼ି ମକା କିମ୍ବା ବରଗୁଡ଼ି ଲଗାଇବା ଦରକାର । କପା ଜମିର ଚାରିପାଖେ ଜଡ଼ା, ଝୁଡ଼ଙ୍ଗ, ଭେଣ୍ଡି ଓ ଗେଣ୍ଡୁ ଫୁଲ ଗଛ ଲଗାଇପା ଦ୍ୱାରା କପା ଫସଲରେ ଅନିଷ୍ଟକାରୀ ପୋକର ସଂଖ୍ୟା ହ୍ରାସ ପାଇଥାଏ। ଜଡ଼ା ଗଛର ପତ୍ର ଓସାରିଆ ହୋଇଥିବାରୁ ପତ୍ର ଖିଆ ଗୋଟି ପୋକ ବା ପୋଡ଼ପଟ୍ରା ଗଛର ତଳପଟରେ ମେଞ୍ଚା ମେଞ୍ଚା ଅଣ୍ଡା ଦେଇଥାଏ। ତାକୁ ଯଦି ସଂଗ୍ରହ କରି ରଖାଯାଏ ତାହେଲେ ପୋକ ଦାଉରୁ ରକ୍ଷା ମିଳେ ।
ଫେରୋମ୍ପଟ୍ରାପ ମାଧ୍ୟମରେ ଏକ ଲିୟୋର ବ୍ୟବହାର କରାଯାଏ। ଏହି ଲିୟୋରରେ ମାଈ କୀଟର ବାସ୍ନା ଥାଏ। ଅଣ୍ଡିରା ପ୍ରଜାପତି ମାଈ ପୋକର ବାସ୍ନାରେ ଆକର୍ଷିତ ହୋଇ ଫେରୋମ୍ପଟ୍ରାପରେ ପଡ଼ି ଯାଇଥାନ୍ତି। ଫଳରେ କୀଟମାନଙ୍କର ବଂଶ ବିସ୍ତାର ହୋଇପାରିନଥାଏ । କପା ଚାଷରେ ଅନ୍ତ ଚାଷ ଅନ୍ତର୍ଗତେ ୮ ଧାଡ଼ି କପାରେ ୨ ଧାଡ଼ି ହରଡ଼ ଚାଷ କରାଯାଏ। ଫଳରେ କପା ସାଙ୍ଗରେ ଚାଷୀକୁ ଡାଲି ଜାତୀୟ ଫସଲ ମଧ୍ୟ ମିଳିଥାଏ । ଅତ୍ୟଧିକ ପବନରୁ ମଧ୍ୟ ହରଡ଼ ଗଛ କପାକୁ ଗଛକୁ କିଛି ମାତ୍ରାରେ ରକ୍ଷା କରିଥାଏ । ଆବଶ୍ୟକ ଓ ଅନୁମୋଦିତ ଖତ ସାରର ପ୍ରୟୋଗ କରିବା ନିହାତି ଦରକାର। ଏହପରିଭାବେ କପା ଚାଷରେ ଅନ୍ତ ଫସଲର ଉପଯୋଗୀ ଚାଷୀ ବେଶ୍ ପସନ୍ଦ କରୁଛନ୍ତି।