1. କୃଷି ବିଶ୍ବକୋଷ

ଜଳବାୟୁ ପରିବର୍ତ୍ତନରେ ମକା ଚାଷ ହିଁ ମାନବ ସମାଜକୁ ରକ୍ଷା କରିପାରିବ

ଗତ ସେପ୍ଟେମ୍ବର ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକରେ ୩୦ ଜଣ ଅଗ୍ରଣୀ ଚାଷୀ ଭାଇ ଭଉଣୀଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ସିଦ୍ଧାର୍ଥ ଦେହୁରୀଆଙ୍କର ମାର୍ଗ ଦର୍ଶନରେ ବ୍ଲକ କୃଷି ଅଧିକାରୀ ଶ୍ରୀ ରାଜେଶ କୁମାର ମହାପାତ୍ରଙ୍କର ଅବାହକତ୍ୱରେ , ଜିଲ୍ଲା କୃଷି ଅଧିକାରୀ ଶ୍ରୀ ତପନ ମହାପାତ୍ରଙ୍କର ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା l

Tanushree Mahapatra
Tanushree Mahapatra
maize farming is best farming for farmer

maize farming is best farming for farmer

ଜଳବାୟୁର ପରିବର୍ତ୍ତନ ଦ୍ୱାରା ପରିବେଶ ଅସନ୍ତୁଳନ ଆଜି ପୃଥିବୀ ପାଇଁ ଏକ ସମସ୍ୟା ହୋଇ ଠିଆ ହେବାକୁ ଯାଉଛି l ଏହି ସମସ୍ୟାରୁ ମାନବ ସମାଜକୁ ମୁକ୍ତ କରିବା ପାଇଁ ଏବଂ କ୍ଷୁଧାଭାବକୁ ଦୂର କରିବା ପାଇଁ ଆଜି ପୃଥିବୀର ସମସ୍ତ ରାଷ୍ଟ୍ର ବିଭିନ୍ନ ଚିନ୍ତା କରୁଛନ୍ତି l ଆମ ଦେଶ ଭାରତ ୧୫୦ କୋଟି ଜନସଂଖ୍ୟାର ଦେଶ ଆଗାମୀ ଦିନର କ୍ଷୁଧା ସମସ୍ୟାକୁ ଦୂର କରିବା ପାଇଁ ଆମ କେନ୍ଦ୍ର ସରକାର ଅଳ୍ପ ପାଣି ଦ୍ୱାରା ଉତ୍ପାଦିତ ହେଉଥିବା ଶସ୍ୟ ତଥା କ୍ଷୁଦ୍ର ଶସ୍ୟ (ସୁଆଁ , ମାଣ୍ଡିଆ , କାଙ୍ଗୁ , କୋଦ) ଓ ମକା , ବାଜରା ଆଦି ଶସ୍ୟକୁ ଏକ ମିଶନ ମୋଡ଼ରେ ଚାଷୀମାନେ ଚାଷ କରନ୍ତୁ ଏଥିପାଇଁ ଆମ ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ମିଲେଟ ମିଶନ ଓ ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରାଯାଇଛି l

ଆମ ରାଜ୍ୟର ୪୫ଟି ବ୍ଲକରେ ମକା ମିଶନ କାର୍ଯ୍ୟ କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ନିଆଯାଇଛି l ଆମ ରାଜ୍ୟର ନବରଙ୍ଗପୁର , କୋରାପୁଟ , ମାଲକାନଗିରି , ରାୟଗଡା , ଗଂଜାମ , ଗଜପତି , କନ୍ଧମାଳ , ନୟାଗଡ଼ , ବାଲେଶ୍ୱର , ମୟୁରଭଞ୍ଜ , କେନ୍ଦୁଝର , ଅନୁଗୁଳ , ସୁନ୍ଦରଗଡ଼ , ନୂଆପଡା , କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକାରୀ ହେଉଛି l ମୟୁରଭଞ୍ଜ ଜିଲ୍ଲାର ଯଶିପୁର ଓ କରଞ୍ଜିଆ ବ୍ଲକରେ ଏହି କାର୍ଯ୍ୟକ୍ରମ ବ୍ଲକ ପ୍ରତି ୨୨୦ ହେକ୍ଟର ଜମିରେ ମକା ଚାଷ କାର୍ଯ୍ୟ କରାଯିବା ପାଇଁ ସ୍ଥିରିକୃତ ହୋଇଛି l ଏହି ମକା ମିଶନର ଅବଧି ୫ ବର୍ଷ ଅଟେ l ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରତି ବ୍ଲକରେ ୧୪ ହଜାର ହେକ୍ଟରରେ ମକା ଚାଷ କରାଯିବ l ଚାଷୀ ଭାଇମାନେ ମକା ଚାଷକୁ ଗୁରୁତ୍ତ୍ଵ ଦେବେ ଏବଂ ଉତ୍ପାଦିତ ମକାକୁ ଚାଷୀ ଭାଇମାନଙ୍କ ଦ୍ୱାରା ପଞ୍ଜିକୃତ ସଂଗଠନ ମାଧ୍ୟମରେ ସରକାରୀ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ଚାଷୀ ଭାଇମାନେ ବିକ୍ରୟ କରି ଅଧିକ ଲାଭବାନ ହୋଇପାରିବେ l

ମୁଖ୍ୟମନ୍ତ୍ରୀ ମକା ମିଶନକୁ ମିଶନ ମୋଡ଼ରେ ନେବା ପାଇଁ ରାଜ୍ୟ ସରକାର ୪ ଟି ସ୍ତରରେ କାର୍ଯ୍ୟକୁ ତଦାରଖ କରିବା ପାଇଁ ପ୍ରଥମରେ କୃଷି ବିଭାଗ ଓଡ଼ିଶା ସରକାର , ୨ୟ ରେ ରାଜ୍ୟ ମନିଟରିଂ ଏଜେନ୍ସି ଆସେସ ଡେଭେଲପମେଣ୍ଟ ସର୍ଭିସେସ , ୩ୟ ରେ ପ୍ରତି ବ୍ଲକ ପାଇଁ ଗୋଟିଏ ଗୋଟିଏ ଏଜେନ୍ସି facilitating agency ଓ ୪ ର୍ଥ ରେ ଚାଷୀ ଭାଇମାନଙ୍କୁ ନେଇ ତିଆରି ହୋଇଥିବା କୃଷକ ଉତ୍ପାଦକ ସଂଗଠନ ଏହି ୪ ଟି ଥାକରେ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଏକ ଗାଇଡଲାଇନ କରାଯାଇଛି l ମକା ମିଶନରେ ଯୋଡ଼ି ହୋଇଥିବା ଚାଷୀ ଭାଇ ଭଉଣୀମାନେ ସରକାରଙ୍କ ପୋର୍ଟାଲରେ ପଞ୍ଜିକୃତ ହେବା ଆବଶ୍ୟକ l 

ଏହି କାର୍ଯ୍ୟକ୍ରମକୁ ଚାଷୀ ମାନଙ୍କ କ୍ଷେତ୍ରରେ ବ୍ୟାପକ ମକା ଚାଷ କରିବା ପାଇଁ କିଛି ଉନ୍ନତ ଏବଂ ଅଗ୍ରଣୀ ଚାଷୀ ଭାଇମାନଙ୍କୁ ପ୍ରଥମେ ପ୍ରଶିକ୍ଷଣ ଦିଆଯିବ ଏବଂ ସେହି ଚାଷୀ ଭାଇ ଭଉଣୀ ଅନ୍ୟ ଚାଷୀଙ୍କୁ ଗ୍ରାମୀଣ ସ୍ତରରେ ମକା ଚାଷ କରିବା ପ୍ରଣାଳୀ ଏହାର ରୋଗପୋକକୁ ପ୍ରତିହତ କରିବା ବ୍ୟବସ୍ଥା , ମକା ଅମଳ ପରେ ଏହାର ଶୁଖା ଶୁଖି ବ୍ୟବସ୍ଥା ଏବଂ ଏହାର ବଜାରୀକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ଦେବା ପାଇଁ ସରକାରୀ ସ୍ତରରେ ସ୍ଥିର କରାଯାଇଛି l

ଗତ ସେପ୍ଟେମ୍ବର ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକରେ ୩୦ ଜଣ ଅଗ୍ରଣୀ ଚାଷୀ ଭାଇ ଭଉଣୀଙ୍କର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ସିଦ୍ଧାର୍ଥ ଦେହୁରୀଆଙ୍କର ମାର୍ଗ ଦର୍ଶନରେ ବ୍ଲକ କୃଷି ଅଧିକାରୀ ଶ୍ରୀ ରାଜେଶ କୁମାର ମହାପାତ୍ରଙ୍କର ଅବାହକତ୍ୱରେ , ଜିଲ୍ଲା କୃଷି ଅଧିକାରୀ ଶ୍ରୀ ତପନ ମହାପାତ୍ରଙ୍କର ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା l  ପ୍ରଥମ ଦିନରେ ବ୍ଲକ୍ କୃଷି ଅଧିକାରୀଙ୍କ ଦ୍ବାରା ପରିଚୟ ପ୍ରଦାନ ପରେ ମକା ମିଶନର ବର୍ତ୍ତମାନ ପାଇଁ ଆବଶ୍ୟକ , ଚାଷୀଙ୍କ ଦ୍ବାରା ବ୍ୟାପକ ମକା ଚାଷ କିପରି କରାଯିବ ଏ ବିଷୟରେ ଯଶିପୁର ବ୍ଲକରେ ନିଯୁକ୍ତ facilitating agency ଲିଭ୍ ଏଣ୍ଡ ଲେଟ୍ ଲିଭ୍ ର ସମ୍ପାଦକ ଶ୍ରୀ କ୍ଷେତ୍ର ମୋହନ ବେହେରା ତାଙ୍କର ବକ୍ତବ୍ୟରେ କହିଥିଲେ l ସହକାରୀ କୃଷି ଅଧିକାରୀ ବାରିପଦା ଶ୍ରୀମତୀ ଅର୍ଚ୍ଚନା ବଳ, ମକା ଚାଷ ଓ ମକା ଗଛର agronomy practice ବିଷୟରେ ତାଙ୍କର ବକ୍ତବ୍ୟ ରଖିଥିଲେ । ସହକାରୀ କୃଷି ଅଧିକାରୀ ଶ୍ରୀ ରମ୍ୟ ରଞ୍ଜନ ମାହାନ୍ତ ମକା ଚାଷରେ ଆସୁଥିବା ରୋଗପୋକକୁ କିପରି ଦମନ କରାଯାଇପାରିବ ସେ ବିଷୟରେ ବର୍ଣ୍ଣନା କରିଥିଲେ l

ଆସେସ ଡେଭେଲପମେଣ୍ଟ ସର୍ଭିସେସର ଆଞ୍ଚଳିକ ସଂଯୋଜକ ଶ୍ରୀ ସମ୍ବିତ ପରିଡ଼ା ମୁଖ୍ୟମନ୍ତ୍ରୀ ମକା ମିଶନ ଦ୍ୱାରା ଉତ୍ପାଦିତ ମକା ଶସ୍ୟ ( ଦାନା ) କୁ କିପରି ଠିକ ଭାବରେ ବିକ୍ରୟ କରାଯାଇପାରିବ , ଚାଷୀ ଅଧିକ ଲାଭବାନ ହୋଇପାରିବେ ଏ ବିଷୟରେ ତାଙ୍କର ବକ୍ତବ୍ୟ ରଖିଥିଲେ l ଦ୍ଵିତୀୟ ଦିବସରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଦୀପକ ମହାନ୍ତି ମକା ଚାଷରେ କିପରି କୃଷି ଯନ୍ତ୍ରପାତି ବ୍ୟବହାର କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ l ଶ୍ରୀ ଦେବାଶିଷ ପଣ୍ଡା କୃଷି ବିଜ୍ଞାନ କେନ୍ଦ୍ରର ରୋଗ ପୋକ ବିଶେଷଜ୍ଞ ମକା ବିହନର ବିଶୋଧାନ ଠାରୁ ଆରମ୍ଭ କରି ଗଛରେ ଆସୁଥିବା ବିଭିନ୍ନ ସମୟର ରୋଗପୋକ ଉପରେ ଆଲୋକପାତ କରିଥିଲେ l  ମାଟିଆଗଡ଼ ପଞ୍ଚାୟତର ସିଙ୍ଗାପୁର ଗ୍ରାମର ଶ୍ରୀମତୀ ସୁବାସା ମାହାନ୍ତଙ୍କ ମକା କ୍ଷେତ୍ରକୁ ପରୀକ୍ଷାର୍ଥୀମାନେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ l ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବା ପାଇଁ l ସଭାଶେଷରେ ଶ୍ରୀ ନବୀନ ନାରାୟଣ ମାହାନ୍ତ ଲାଲ ଅନୁଷ୍ଠାନର ବ୍ଲକ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ l

Read more:

MFOI Awards 2024: ଦୁଗ୍ଧ ଚାଷୀ ରେନୁ MFOI 2024 ରେ 'ଜାତୀୟ ପୁରସ୍କାର' ରେ ସମ୍ମାନିତ !

ପିଏମ ଇ-ବିଦ୍ୟା ଡିଟିଏଚ ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ