1. କୃଷି ବିଶ୍ବକୋଷ

ମାଣ୍ଡିଆ ଚାଷ ପାଇଁ ପ୍ରୋତ୍ସାହନ ରାଶି ୨୬ ହଜାର ୫୦୦ ଟଙ୍କା

ଓଡ଼ିଶାର ପ୍ରତି ଘରେ ମାଣ୍ଡିଆ ପହଂଚାଇବା ଓ ଏହାରି ମଧ୍ୟରେ ମହିଳାଙ୍କୁ ସଶକ୍ତକରିବା ପାଇଁ ମିଲେଟ ଦିବସର ପରିକଳ୍ପନା କରାଯାଇଥିଲା । ମାଣ୍ଡିଆ ବା ମିଲେଟ ଗାଁ ଗାଁରେ ମହିଳାଙ୍କୁ ସଶକ୍ତ କରୁଛି, ଆର୍ଥିକ ସ୍ୱାଧିନତା ସହିତ ଓ ସ୍ୱାବଲମ୍ବୀ କରୁଛି ଏଥିରେ କୌଣସି ସନ୍ଦେହ ନାହିଁ ।

Tanushree Mahapatra
Tanushree Mahapatra
Mandia empowers man and women in remote villages

Mandia empowers man and women in remote villages

ଓଡ଼ିଶାର ପ୍ରତି ଘରେ ମାଣ୍ଡିଆ ପହଂଚାଇବା ଓ ଏହାରି ମଧ୍ୟରେ ମହିଳାଙ୍କୁ ସଶକ୍ତକରିବା ପାଇଁ ମିଲେଟ ଦିବସର ପରିକଳ୍ପନା କରାଯାଇଥିଲା ।  ମାଣ୍ଡିଆ ବା ମିଲେଟ ( mandia or millets ) ଗାଁ ଗାଁରେ ମହିଳାଙ୍କୁ ସଶକ୍ତ କରୁଛି, ଆର୍ଥିକ ସ୍ୱାଧିନତା ସହିତ ଓ ସ୍ୱାବଲମ୍ବୀ କରୁଛି ଏଥିରେ କୌଣସି ସନ୍ଦେହ ନାହିଁ । ଏହାଛଡା, ୨୦୧୭ରୁ ରାଜ୍ୟ ସରକାର ଓଡିଶା ମିଲେଟ ମିଶନ ଆରମ୍ଭ କରି ଛୋଟ ଚାଷୀଙ୍କୁ ମାଣ୍ଡିଆ ଚାଷ ପାଇଁ ପ୍ରୋତ୍ସାହିତ କରି ମାଣ୍ଡିଆକୁ ପୁଣିଥରେ ଚାଷ କ୍ଷେତ ଆଣିବାରେ ସହାୟକ ହୋଇଛନ୍ତି ।

ଗତ କିଛି ବର୍ଷ ହେବ ରାଜ୍ୟ ସରକାର ପୁଷ୍ଟିକର ଖାଦ୍ୟ ନିରାପତା ଉପରେ ଗୁରୁତ୍ୱ ଦେବା ସହ ନିରନ୍ତର କୃଷି ଅଭ୍ୟାସକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି । ଏଭଳି ସ୍ଥିତିରେ ମିଲେଟର ଅଭିବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି । ଯାହାକି ଏବେ ଏକ ବିପ୍ଲବରେ ପରିଣତ ହୋଇଛି । ୨୦୧୭ ମସିହାରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଓଡିଶା ମିଲେଟ ମିଶନ ଆରମ୍ଭ କରି ଓଡିଶା ମିଲେଟକୁ ପ୍ରେତ୍ସାହନ କରିବା ଆରମ୍ଭ କଲେ ।

ସମସ୍ତଙ୍କ ଖାଦ୍ୟ ଥାଳିରେ କିପରି ମିଲେଟ ପହଂଚିବ ଏଥିପାଇଁ ରାଜ୍ୟ ସରକାର ନିୟମିତ ଭାବେ ବିଭିନ୍ନ ପ୍ରକାର ଅଭିଯାନ ଓ ସମାବେଶ କରି ଲୋକଙ୍କୁ ମିଲେଟର ଉପକାରିତା ବିଷୟରେ ଅବଗତ କରୁଛନ୍ତି । ମିଲେଟ ସାଧାରଣ ଓ ଗରିବ ଲୋକଙ୍କ ଖାଦ୍ୟ କୁହାଯାଉଥିବା ବେଳେ ଏବେ ଲୋକଙ୍କୁ ଏଥିପ୍ରତି ବିମୁଖ କରାଇବାକୁ ମିଲେଟର ବିଭିନ୍ନ ପ୍ରକାରର ବିକଳ୍ପ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଉଛି । କେବଳ ସେତିକି ନୁହେଁ ଏହାକୁ ସାଧାରଣ ବଂଟନ ବ୍ୟବସ୍ଥା ପିଡିଏସ୍‌ ରେ ମଧ୍ୟ ସାମିଲ କରାଯାଇଛି । ସରକାର ଧାନ ତୁଳନାରେ ମାଣ୍ଡିଆର ସହାୟକ ମୂଲ୍ୟକୁ ବୃଦ୍ଧି କରି ଏହାକୁ ଏକ ମିଶନ ଭାବେ ଆପଣେଇବାକୁ ଓଡିଶାର ଚାଷୀକୁ ପ୍ରୋତ୍ସାହିତ କରୁଛନ୍ତି ।

ରାଜ୍ୟର ଅଧିକାଂଶ ଆଦିବାସୀ ଜିଲ୍ଲା ରେ  ମହିଳା କୃଷକମାନଙ୍କୁ ସ୍ୱାବଲମ୍ବୀ କରିଛି ଏହି ମିଲେଟ ବା ମାଣ୍ଡିଆ । ଓଡିଶାର ତୃତୀୟ ବୃହତ ଜନସଂଖ୍ୟା ବିଶିଷ୍ଟ ମୟୂରଭଞ୍ଜ ଜିଲ୍ଲାର ପାଖାପାଖି ୧୦୪ ପ୍ରତିଶତ ମହିଳା ମିଲେଟ ଚାଷ ପ୍ରତି ଆଗ୍ରହ ଦେଖାଇଛନ୍ତି । ମାଣ୍ଡିଆ ଯୋଗୁଁ କେବଳ ମୟୂରଭଞ୍ଜ ନୁହେଁ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ୨୦୧୯ରୁ ୨୦୨୨ ଭିତରେ ଅନେକ ପରିବର୍ତନ ଦେଖାଦେଇଛି ମାଣ୍ଡିଆ ଚାଷରେ । ମହିଳାମାନେ ନିଜର ପୁରୁଷ ସହକର୍ମୀ ସହ ଧାନ ଚାଷରେ ସାହାଯ୍ୟ କରୁଥିବା ବେଳେ ଅଧିକାଂଶ ସ୍ଥାନରେ ଏକାକି ମିଶି ମିଲେଟ ଚାଷର ଦାୟିତ୍ୱ ବହନ କରିଛନ୍ତି । ସେହିପରି ସରକାର ଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ  ମିଲେଟ କାଫେ ଉନ୍ମୋଚନ କରାଯାଇଛି । ଅନେକ ସ୍ଥାନରେ ମହିଳା ଏସ୍‌ଏଜି ଦ୍ୱାରା ପ୍ରସେସିଂ ୟୁନିଟ କରାଯାଇ ଗୁଣ୍ଡ ମିଲେଟକୁ ଅଙ୍ଗନବାଡି କେନ୍ଦ୍ର ଆଦିକୁ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହା ଛୋଟ ଛୁଆଙ୍କ ପାଇଁ ବ୍ୟବହାର କରାଯାଉଛି l

ମିଲେଟ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ  ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ମଧ୍ୟ ଦେଉଛନ୍ତି । ଯଦି ଚାଷୀ ନିଜର ଧାନ ଚାଷରୁ ମିଲେଟ ଚାଷକୁ ସ୍ଥାନାନ୍ତର କରିବ ତେବେ ତାକୁ ପ୍ରତି ହେକ୍ଟର ପିଛା ୯୫୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଉତ୍ପାଦିତ ମିଲେଟର ବଜାରୀକରଣ ଶୃଙ୍ଖଳ  ଏବଂ ସରକାର ଉତ୍ପାଦନ ହାରକୁ ବଢ଼ାଇବାକୁ ନିଶ୍ଚିତ ବଜାର ମଧ୍ୟ ସୃଷ୍ଟି କରିଛନ୍ତି । ରାଜ୍ୟ ସରକାର ମାଣ୍ଡିଆ ଚାଷ ପାଇଁ ହେକ୍ଟର ପିଛା ପ୍ରୋତ୍ସାହନ ରାଶିକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରି ୫ ବର୍ଷ ପାଇଁ ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଅନ୍ୟପଟେ ଅତିରିକ୍ତ ୧୧ ଟି ଜିଲ୍ଲାର ୩୪ଟି ବ୍ଲକ୍‌କୁ ଓଡିଶା ମିଲେଟ ମିଶନ୍‌କୁ ସମ୍ପ୍ରସାରିତ କରାଯାଇଛି । ଫଳରେ ଏବେ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକ୍‌ରେ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି ହୋଇଛି ।

ସବୁଠାରୁ ବଡ କଥା ଜଳବାୟୂ ପରିବର୍ତନ ଯୋଗୁଁ ଅଧିକାଂଶ ଫସଲର ଅମଳ ପ୍ରଭାବିତ ହେଉଥିବା ବେଳେ ଏ ବାବଦରେ ମାଣ୍ଡିଆ -ଚାଷୀଙ୍କୁ ସମସ୍ତ ପ୍ରକାର ଚିନ୍ତାରୁ ମୁକ୍ତି ମିଳିବ । ଅନିୟମିତ ବର୍ଷା ହେଉ ବା ଟାଣ ଖରା- ସବୁ ପରିସ୍ଥିତିରେ ଏହା କ୍ଷେତରେ ତିଷ୍ଠି ରହିବାର କ୍ଷମତା ରଖିଛି । ଧାନ ତୁଳନାରେ ମାଣ୍ଡିଆ ଚାଷ ପାଇଁ ପାଣିର ଆବଶ୍ୟକତା କମ୍ ପଡେ । ୧ କେଜି ଧାନ ଉତ୍ପାଦନ ପାଇଁ ପ୍ରାୟ ୩ରୁ ୫ ହଜାର ଲିଟର ପାଣିର ଆବଶ୍ୟକତା ବେଳେ ଏହା ୧୨୦୦ରୁ ୧୫୦୦ ମିଲିମିଟର ବର୍ଷା ଦ୍ୱାରା ଭରଣା ହୋଇପାରୁଛି । ହେଲେ ମାଣ୍ଡିଆ ଚାଷ ପାଇଁ ମାତ୍ର ୨୦୦-୩୫୦ ମିଲିମିଟର ପାଣିର ଆବଶ୍ୟକତା ରହୁଛି । ମାଣ୍ଡିଆ ଫସଲକୁ ମରୁଡି ବି ପ୍ରଭାବିତ କରିପାରିବ ନାହିଁ । ଗତ କିଛି ବର୍ଷ ହେବ ଜଳବାୟୂ ପରିବର୍ତନ ଯୋଗୁଁ ବର୍ଷାର ଅନିୟମିତତା ବଢ଼ିବାରେ ଲାଗିଛି । ମୌସୁମୀ ବି ଜୁନ୍ ମାସରେ ଓଡିଶା ଛୁଇଁଲେ ଅଗଷ୍ଟ ମାସ ଯାଏଁ ବିଶେଷ ବର୍ଷା ହେଉନି । ଯାହାଦ୍ୱାରା ଚାଷ କାମ ବିଳମ୍ବ ହେଉଛି । ନଚେତ କେତେକ ସମୟରେ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଏଭଳି ପ୍ରତିକୂଳ ପରିସ୍ଥିତି ମାଣ୍ଡିଆ ଚାଷ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ମାଣ୍ଡିଆ କରିବା ମେଧବହୁଳ ହ୍ରାସ

ମାଣ୍ଡିଆ ଚାଷ ବିଷୟରେ କିଛି ଜାଣନ୍ତୁ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments