1. କୃଷି ବିଶ୍ବକୋଷ

ଔଷଧୀୟ ବୃକ୍ଷ ଚାଷ କରି ହୁଅନ୍ତୁ ଲାଭବାନ...

ଓଡିଶାର ଜଳବାୟୁ ବିଭିନ୍ନ ପ୍ରକାରର ଔଷଧୀୟ ଗଛ (Medicinal plants)ଚାଷ ପାଇଁ ଅନୁକୂଳ ଅଟେ । ରପ୍ତାନିଯୋଗ୍ୟ ଔଷଧୀୟ ଗଛଗୁଡିକ ଏଠାରେ ସୁବିଧାରେ ଚାଷ କରାଯାଇପାରିବ । ସେଥିମଧ୍ୟରୁ ମୁଖ୍ୟ ଗଛଗୁଡିକ ହେଲା –ଅଶ୍ଵଗନ୍ଧା , ସର୍ପଗନ୍ଧା ,ଭୁଇଁନିମ୍ବ, ସଫେଦମସଲି, ସେନା, ଘିକୁଆଁରୀ, ଗୁଡମାରୀ , ଗନ୍ଧଶୁଣ୍ଠି, ଗୋଲମରିଚ ଓ ପିପ୍ପଳୀ ଆଦି ଗୁଟୁତ୍ଵପୂର୍ଣ୍ଣ ଅଟେ ।

Sudesna Nayak
Sudesna Nayak
medicinal plants farming profit in odisha

medicinal plants farming profit in odisha

ଆମ ରାଜ୍ୟ ଓଡିଶାରେ ପରିବ୍ୟାପ୍ତ ଶହ ଶହ ଏକର ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ (Medicinal plants)ପ୍ରାକୃତିକ ଭାବରେ ଦେଖାଯାଇଥାଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଆସିଛି । 

ଓଡ଼ିଶାରେ ଔଷଧୀୟ ଗଛ ଚାଷ,ଜାଣନ୍ତୁ...

ଓଡିଶାର ଜଳବାୟୁ ବିଭିନ୍ନ ପ୍ରକାରର ଔଷଧୀୟ ଗଛ (Medicinal plants)ଚାଷ ପାଇଁ ଅନୁକୂଳ ଅଟେ । ରପ୍ତାନିଯୋଗ୍ୟ ଔଷଧୀୟ ଗଛଗୁଡିକ ଏଠାରେ ସୁବିଧାରେ ଚାଷ କରାଯାଇପାରିବ । ସେଥିମଧ୍ୟରୁ ମୁଖ୍ୟ ଗଛଗୁଡିକ ହେଲା –ଅଶ୍ଵଗନ୍ଧା , ସର୍ପଗନ୍ଧା ,ଭୁଇଁନିମ୍ବ, ସଫେଦମସଲି, ସେନା, ଘିକୁଆଁରୀ, ଗୁଡମାରୀ , ଗନ୍ଧଶୁଣ୍ଠି, ଗୋଲମରିଚ ଓ ପିପ୍ପଳୀ ଆଦି ଗୁଟୁତ୍ଵପୂର୍ଣ୍ଣ ଅଟେ । ଏହି ଗଛ ଗୁଡିକ ଚାଷ କରିବା ପାଇଁ ଚାଷୀ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏହାଦ୍ଵାରା ସେମାନଙ୍କର ଆଗ୍ରହ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ ।

ଓଡ଼ିଶାରେ ଔଷଧୀୟ ଗଛ (Medicinal plants)ଚାଷର ମୁଖ୍ୟ ସମସ୍ୟାଗୁଡିକ ବିଷୟରେ ଜାଣନ୍ତୁ...

-ନିର୍ଦ୍ଧିଷ୍ଟ ଔଷଧୀୟ ଗଛଗୁଡିକ ଆବଶ୍ୟକତା ବିଷୟରେ ଜ୍ଞାନର ଅଭାବ । ଔଷଧୀୟ ଗଛ (Medicinal plants) ଗୁଡିକର ବ୍ୟବସାୟିକ ଚାହିଦା ବା ଉପଯୋଗିତା ବିଷୟରେ ଚାଷୀମାନଙ୍କର ଅଜ୍ଞତା,ଏ ଦିଗରେ ଏକ ମୁଖ୍ୟ ପ୍ରତିବନ୍ଧକ ଅଟେ ।

-ବିଭିନ୍ନ ପ୍ରକାରର ଔଷଧୀୟ ଗଛର (Medicinal plants) ଉନ୍ନତ କିସମ ବିହନର ଅଭାବ ।

-ବୈଜ୍ଞାନିକ ପ୍ରଣାଳୀରେ ଓ ବ୍ୟବସାୟିକ ଭିତ୍ତିରେ ସଠିକ ଚାଷ ପ୍ରଣାଳୀ ଓ ଏହାର ବ୍ୟବହୃତ ଅଂଶର ଉପଯୁକ୍ତ ରକ୍ଷଣାବେକ୍ଷଣା ସମ୍ବନ୍ଧୀୟ ଜ୍ଞାନର ଅଭାବ ।

ଔଷଧୀୟ ଗଛର ତ୍ଵରାନ୍ଵିତ କରିବାର ଉପାୟ,ଜାଣନ୍ତୁ...

-ଔଷଧୀୟ ଗଛ (Medicinal plants)ଚାଷକୁ ରାଜ୍ୟରେ ତ୍ୱରାନିତ କରିବା ପାଇଁ ଅନେକ ଉପାୟ କରାଯାଇପାରିବ ।

-ଯେପରି ସାଧାରଣ ପନିପରିବା ହାଟ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ, ଗୋଟିଏ ନିର୍ଦ୍ଧିଷ୍ଟ ବାରରେ ପ୍ରତି ସପ୍ତାହରେ ଅନୁଷ୍ଠିତ ହେଉଛି । ସେହିପରି ଔଷଧୀୟ ଗଛ ଏବଂ ଏଥିରୁ ଜାତ ସାମଗ୍ରୀର ବିପୁଳ ସୁବିଧା ପାଇଁ ଏହିପରି ନିର୍ଦ୍ଧିଷ୍ଟ ସ୍ଥାନ ପ୍ରତ୍ୟେକ ଆଞ୍ଚଲରେ ସରକାରୀ ଅନୁମୋଦନ ପ୍ରତିଷ୍ଠା ହେବା ଆବଶ୍ୟକ ।

-ଏହାଛଡା, ଚାଷୀମାନଙ୍କୁ ଏଥିପାଇଁ ବିଶେଷ କୃଷି ଋଣ ପ୍ରଦାନ, ଜମି ଲିଜ ଦେବା ପ୍ରଭୁତି ପଦକ୍ଷେପ ତ୍ୱାରାନ୍ଵିତ କଲେ ଉପରୋକ୍ତ ଆଭିମୁଖ୍ୟ ସଫଳ ହୋଇପାରିବ ।

ଏହି ବିଜନେସ କଲେ ସରକାର ବି କରିବେ ସାହାଯ୍ୟ...

ରୋଜଗାର ଦେବ ନାଲି ଭେଣ୍ଡି ଚାଷ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments