1. କୃଷି ବିଶ୍ବକୋଷ

ରୋଜଗାର ଦେବ ନାଲି ଭେଣ୍ଡି ଚାଷ

ସାଧାରଣତଃ ଆମେ ସବୁଜ ରଙ୍ଗର ଭେଣ୍ଡି ଖାଇଥାଉ ବା ଦେଖିଥାଉ | କିନ୍ତୁ ଆପଣମାନେ କେବେ ଲାଲ୍ ଭେଣ୍ଡି ବିଷୟରେ ଶୁଣିଛନ୍ତି କି ? ଲାଲ୍ ଭେଣ୍ଡିରେ (red lady finger)ଥିବା ପ୍ରୋଟିନ ଶରୀର ପାଇଁ ବହୁତ ଭଲ ହୋଇଥାଏ |ଏହି ଭେଣ୍ଡି ସାଧାରଣତଃ ୟୁରୋପରେ ଚାଷ କରାଯାଉଥିଲା , କିନ୍ତୁ ବର୍ତ୍ତମାନ ଏହା ଭାରତରେ ମଧ୍ୟ ଲୋକପ୍ରିୟ ହୋଇଗଲାଣି | ଭାରତର ବିଭିନ୍ନ ଜାଗାରେ ଲାଲ ଭେଣ୍ଡି ଦେଖିବାକୁ ମିଳୁଛି | ତେବେ ଆଜି ଆସନ୍ତୁ ଲାଲ୍ ଭେଣ୍ଡି ଚାଷ ବିଷୟରେ ଜାଣିବା...

Sudesna Nayak
Sudesna Nayak
Red Lady finger farming farmer grows costly red ladyfinger

ତେବେ ନାଲି ଭେଣ୍ଡି (red lady finger)ର ବିଶେଷତ୍ୱ ​​ହେଉଛି, କୀଟପତଙ୍ଗ ଏବଂ ଅନ୍ୟ କୀଟ ଦ୍ୱାରା ଏହା ଶୀଘ୍ର ପ୍ରଭାବିତ ହୁଏ ନାହିଁ । ସାଧାରଣ ଭେଣ୍ଡି ଅପେକ୍ଷା ଶୀଘ୍ର ଉତ୍ପାଦନ ହୁଏ । ନାଲି ଭେଣ୍ଡି ଫସଲ (red lady finger farming)ରେ କୌଣସି କୀଟନାଶକ ଦରକାର ନାହିଁ । ବଜାରରେ ନାଲି ଭେଣ୍ଡି (red lady finger)ର ମୂଲ୍ୟ ଅଧିକ, କାରଣ ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି । ସବୁଜ ଭେଣ୍ଡି ଅପେକ୍ଷା ଏହା ଅଧିକ ଲାଭଦାୟକ ଏବଂ ପୁଷ୍ଟିକର ଅଟେ । ନାଲି ଭେଣ୍ଡି (red lady finger) ହୃଦଘାତ, ରକ୍ତଚାପ (high blood pressure), ମଧୁମେହ (Diabetes),ଉଚ୍ଚ କୋଲେଷ୍ଟ୍ରଲ ପରି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ନାଲି ଭେଣ୍ଡି (red lady finger) ଆଣ୍ଟି-ଅକ୍ସିଡାଣ୍ଟ, ଆଇରନ୍ ଏବଂ କ୍ୟାଲସିୟମ୍ ସହିତ ଅନ୍ୟାନ୍ୟ ପୁଷ୍ଟିକର ତତ୍ତ୍ୱରେ ଭରପୁର ।

ଲାଲ୍ ଭେଣ୍ଡି ଚାଷ ପାଇଁ ଉପଯୁକ୍ତ ମାଟି ବିଷୟରେ ଜାଣନ୍ତୁ...

ଲାଲ୍ ଭେଣ୍ଡି ଚାଷ ପାଇଁ ବାଲିଆ ଓ ଦୋରସା ମାଟି ଉପଯୁକ୍ତ ବୋଲି କୁହାଯାଏ | ଲାଲ ଭେଣ୍ଡି ଚାଷ(red lady finger farming) ପାଇଁ ମାଟିରେ ଭଲ ଭାବେ ଜଳ ନିଷ୍କାସନ ହେଉଥିବା ଦରକାର, ମାଟିର ପି.ଏଚ ୬.୫-୭.୫ ମଧ୍ୟରେ ହୋଇଥିବା ଆବଶ୍ୟକ |

ଲାଲ୍ ଭେଣ୍ଡି ପାଇଁ ଉପଯୁକ୍ତ ଜଳବାୟୁ ଓ ମଞ୍ଜି ବୁଣିବାର ବିଧି ବିଷୟରେ ଜାଣନ୍ତୁ...

ଭେଣ୍ଡି ମଞ୍ଜିକୁ ଲଗାଇବା ପୂର୍ବରୁ ୧୦ରୁ୧୨ ଘଣ୍ଟା ପାଣିରେ ଭିଜେଇ ଦିଅନ୍ତୁ । ଏହା ପରେ ଗଛରୁ ଗଛର ଦୂରତା ୨୫-୩୦ ସେଣ୍ଟିମିଟର ରଖିବା ଦରକାର । ଏହା ଲଗେଇବା ପାଇଁ ଜୁଲାଇ ଓ ଅଗଷ୍ଟ ମାସ ଭଲ ହୋଇଥାଏ । ଲାଲ୍ ଭେଣ୍ଡି ଚାଷ (lady finger farming)ପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ଉପଯୁକ୍ତ ହୋଇଥାଏ । ଲାଲ୍ ଭେଣ୍ଡି ଚାଷ ଖରା ଓ ବର୍ଷା ଋତୁରେ କରାଯାଇଥାଏ । ଏହି ଚାଷ( lady finger farming ପାଇଁ ଅଧିକ ବର୍ଷାର ଆବଶ୍ୟକତା ନଥାଏ । ଭଲ ଗଛ ପାଇଁ ଦିନକୁ ୬ ଘଣ୍ଟା ଖରାର ଆବଶ୍ୟକତା ରହିଥାଏ ।

jackfruit farming:ସବୁ ମାଟି ପାଇଁ ଚାଷ ଉପଯୋଗୀ ପଣସ...

ଚାଷୀଙ୍କ ଆୟ ଡବଲ କରେ ଡ୍ରାଗନ ଫ୍ରୁଟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments