1. କୃଷି ବିଶ୍ବକୋଷ

ଚାଷୀଙ୍କ ଆୟ ଡବଲ କରେ ଡ୍ରାଗନ ଫ୍ରୁଟ

ଡ୍ରାଗନ ଫ୍ରୁଟ ଜୈବିକ ପଦ୍ଧତିରେ ଚାଷ କରି କୃଷକମାନେ ବହୁ ଲାଭ କରୁଛନ୍ତି, ଅନେକ ରାଜ୍ୟରେ ଏହାର ବହୁ ଚାହିଦା ମଧ୍ଯ ରହିଛି । ଡ୍ରାଗନ ଫ୍ରୁଟ ଚାଷ କରୁଥିବା ଚାଷୀଙ୍କୁ ସରକାର ସହାୟତା ମଧ୍ଯ ପ୍ରଦାନ କରୁଛନ୍ତି ।

Sudesna Nayak
Sudesna Nayak
Organic Farming of Dragon Fruit have changed the farmers income

Organic Farming of Dragon Fruit have changed the farmers income

ଡ୍ରାଗନ ଫ୍ରୁଟ (Dragon Fruit)ଜୈବିକ ପଦ୍ଧତି (Organic Farming)ରେ ଚାଷ କରି କୃଷକମାନେ ବହୁ ଲାଭ କରୁଛନ୍ତି, ଅନେକ ରାଜ୍ୟରେ ଏହାର ବହୁ ଚାହିଦା ମଧ୍ଯ ରହିଛି । ଡ୍ରାଗନ ଫ୍ରୁଟ ଚାଷ କରୁଥିବା ଚାଷୀଙ୍କୁ ସରକାର ସହାୟତା ମଧ୍ଯ ପ୍ରଦାନ କରୁଛନ୍ତି ।

ଚାଷୀଙ୍କ ପାଇଁ ହୀରା ଠାରୁ କମ୍‌ ନୁହେଁ ଡ୍ରାଗନ ଫ୍ରୁଟ (Dragon Fruit) ଚାଷ । ବାସ୍‌, ଗୋଟିଏ ଥର ଇନଭେଷ୍ଟ ଆଉ 25 ବର୍ଷ ଯାଏଁ ମିଳିବ ପ୍ରଫିଟ । ଆଜ୍ଞା ! ହଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ , ହେଲେ ଏହା ଶତ ପ୍ରତିଶତ ସତ । ଏହି ଚାଷ ଆତ୍ମନିର୍ଭର କୃଷକ ଓ ଆତ୍ମନିର୍ଭର ଭାରତ ଗଢିବା ଦିଗକୁ ଇଙ୍ଗିତ କରିଥାଏ ।

ମୃତ୍ତିକା :

ଅଳ୍ପ ଅମ୍ଳତା ଥିବା ମାଟି ଏହା ଲାଗି ଅତି ଉତ୍ତମ ହୋଇଥାଏ |ସେହିପରି ବାଲିଆ ମାଟି ରେ ଚାଷ କଲେ ଏହା ଅଧିକ ଫଳ ଦିଏ ଏବଂ ଜମି ରେ ଜଳ ନିଷ୍କାସନ ର ବ୍ୟବସ୍ଥା ମଧ୍ୟ ନିଶ୍ଚିନ୍ତ ଭାବେ ରହିବା ଆବଶ୍ୟକ |

ଜଳସେଚନ :

ଡ୍ରାଗନ ଫ୍ରୁଟ (Dragon Fruit)  ଏକ କ୍ୟାକ୍ଟସ ଜାତୀୟ ଫସଲ ତେଣୁ ଏହାର ଜଳସେଚନ କୁ ସନ୍ତୁଳିତ କରିବା ଆବଶ୍ୟକ | ମାଟିର ଉପର ଭାଗ ଶୁଖିଲା ହେଲେ ଜଳସେଚନ କରନ୍ତୁ | ଏହା ଅଧିକ ପାଣି ରେ ବୁଡି ରହିଲେ ବା ମାଟି କାଦୁଅ ରହିଲେ ,ଏହା ଅମଳ ଦିଏ ନାହିଁ |

ଏହାର ସ୍ୱାସ୍ଥ୍ୟ ପ୍ରତି ଥିବା ଉପାଦେୟତା :

-ଏଥିରେ ଅତ୍ୟଧିକ ଭାବେ ଭିଟାମିନ ସି ରହିଛି | ଏହାକୁ ଖାଇବା ଦ୍ବାରା ପେଟରେ ସୃଷ୍ଟି ହୋଇଥିବା କ୍ଷତିକାରକ ଜୀବାଣୁ ନଷ୍ଟ ହୋଇଥାଏ । ଶରୀରର ହାଡ, ଦାନ୍ତ ଏବଂ ଶରୀରର କୋଷକୁ ଲାଭ ଦିଏ । ଗୋଟିଏ ଫଳ ଏବଂ ଅନେକ ଫାଇଦା , ସେଥିପାଇଁ ବର୍ତ୍ତମାନ ସମୟରେ ଏହାର ପ୍ରଚଳନ ବଢି ଚାଲିଛି ।

-ଏଥିରେ ଥିବା କାରୋଟିନ ଆପଣଙ୍କ ଆଖି ଏବଂ ଦୃଷ୍ଟିଶକ୍ତି କୁ ଦୀର୍ଘ ଦିନ ଯାଏ ସୁସ୍ଥ ରଖିଥାଏ |

-ଏହା ସହ ଏହି ଫଳ କୁ ଆପଣ ସୋଭପ୍ରଦ ଗଛ ଭାବେ ମଧ୍ୟ ନିଜ ଜମିରେ ଚାଷ କରିପାରିବେ ଏବଂ ବେଶ ଲାଭବାନ ମଧ୍ୟ ହୋଇପାରିବେ |

ବିଶ୍ବ ବଜାରରେ ବଢୁଛି ଭାରତୀୟ ଡ୍ରାଗନ ଫଳର ଚାହିଦା

କୃଷକଙ୍କ ଲାଭରେ ରାଷ୍ଟ୍ରୀୟ କୃଷି ବୀମା ଯୋଜନା,ଉଠାନ୍ତୁ ଫାଇଦା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments