
Millet mission in odisha, image source-@MilletsOdisha
ଆମେ ଦେଶର ସବୁଠାରୁ ଅଧିକ ଶସ୍ୟ ଉତ୍ପାଦନ କରୁଥିବା ରାଜ୍ୟମାନଙ୍କ ବିଷୟରେ ଆଲୋଚନା କରିବା, ତେବେ ସେଗୁଡ଼ିକ ହେଉଛି ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ଆଉ ଏବେ ଆଗକୁ ଏଥିରେ ଓଡିଶା ମଧ୍ୟ ସାମିଲ ହେବାକୁ ଯାଉଛି । ସେହିପରି ସୂଚନା ଅନୁଯାୟୀ ଓଡ଼ିଶାରେ ଚଳିତ ବର୍ଷ ୬୦ ହଜାର ଚାଷୀଙ୍କ ଠାରୁ ୬ ଲକ୍ଷ ୩ ହଜାର କ୍ବିଣ୍ଟାଲ ମାଣ୍ଡିଆ ବା ମିଲେଟ ସଂଗ୍ରହ କରିଛି ଟିଡିସିସିଓଏଲ ।
ତେବେ ଗତବର୍ଷ ୩ ଲକ୍ଷ ୨୩ ହଜାର କ୍ବିଣ୍ଟାଲ ସେହିପରି ଅନ୍ୟପଟେ ୨୦୨୦ ମସିହାରେ ୨ ଲକ୍ଷ ୩ ହଜାର ଏବଂ ୨୦୧୯ରେ ୯୪ ହଜାର ଏବଂ ୨୦୧୮ ମସିହାରେ ୧୭ ହଜାର କ୍ବିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଥିଲା ରାଜ୍ୟରେ ।
ତେବେ ରାଜ୍ୟ କୃଷି ବିଭାଗ ଆକଳନ ଅନୁଯାୟୀ ଏହି ବର୍ଷ ୮ ଲକ୍ଷ ମାଣ୍ଡିଆ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସୂଚନା ରହିଛି l ତେବେ ଏହି ଲକ୍ଷ୍ୟ ଅନୁଯାୟୀ ଉତ୍ପାଦନ କମ ହୋଇଛି ଏ ବର୍ଷ l ରାଜ୍ୟରେ ମିଲେଟ୍ ମିସନ କାର୍ଯ୍ୟକାରୀ ହେବାର ୬ ବର୍ଷ ହୋଇଛି ଏହାରି ଭିତରେ । ଆସନ୍ତା ବର୍ଷ ମାଣ୍ଡିଆ ସହିତ ସୁଆଁକୁ ମଧ୍ୟ ସାମିଲ କରିବାର ଯୋଜନା ରହିଛି ।
ରାଜ୍ୟ ସହିତ କେନ୍ଦ୍ର ଏବେ ମିଲେଟ ମିଶନ ଉପରେ ନିଜ କାର୍ଯ୍ୟ ଜାରି ରଖିଛି l ମିଲେକଟ ଚାଷ ରୁ ଆରମ୍ଭ କରି ମିଲେଟ ଜାତୀୟ ଖାଦ୍ୟକୁ ବଜାରରେ ଉପଲବ୍ଧ କରାଇଛନ୍ତି ସରକାର l ଚାଷୀଙ୍କ ସହିତ ମହିଳା ମାନଙ୍କୁ ମିଳିଛି ରୋଜଗାର l ରାଜ୍ୟରେ ମିଲେଟରୁ ପ୍ରସ୍ତୁତ ଖାଦ୍ୟକୁ ଆହୁରି ଲୋକପ୍ରିୟ କରିବା ପାଇଁ ଓଡିଶା ମିଲେଟ ମିଶନ ପକ୍ଷରୁ ଏବେ ରେଷ୍ଟୁରାଣ୍ଟ ଗୁଡିକ ସହିତ ସେଫ୍ ମାନଙ୍କ ସହଯୋଗ ନିଆଯାଇଛି । ରାଜ୍ୟ ସରକାର ଫାର୍ମ ଟୁ ପ୍ଲେଟ ଲକ୍ଷ୍ୟକୁ ସାକାର କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି । ଏହି ସ୍ୱପ୍ନର ଏକ ବଳିଷ୍ଠ ଉଦାହରଣ ହେଉଛି ରାଜ୍ୟରେ ଚାଲିଥିବା ମିଲେଟ ଫୁଡ ଫେଷ୍ଟିଭାଲ ।
ଆମେ ଏପରି କହିବା ତାତ୍ପର୍ଯ୍ୟ ହେଉଛି ଓଡିଶା ମିଲେଟ ମିଶନ ଭୁବନେଶ୍ୱରର ଲୋକପ୍ରିୟ ରେଷ୍ଟୁରାଂଟ ମାଇକେଲସ କିଚେନ ସହଭାଗୀତାରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ମିଲେଟ ଫୁଡ ଫେଷ୍ଟିଭାଲ ଆୟୋଜନ କରୁଛି ରାଜ୍ୟ ରାଜଧାନୀରେ । ଯାହାକି ମଇ ୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଫେଷ୍ଟିଭାଲରେ ମିଲେଟକୁ ମୁଖ୍ୟ ଉପାଦାନ ଭାବରେ ବ୍ୟବହାର କରାଯିବା ସହିତ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରାଯିବ । ସବୁଠାରୁ ବଡ କଥା ହେଲା ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦ରୁ ଅଧିକ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତଥା ମା ମାନେ ଅଂଶ ଗ୍ରହଣ କରିବେ ।
ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ( FAO) କିଛି ଦିନ ପୂର୍ବରୁ ଇଟାଲୀର ରୋମରେ' ଆନ୍ତର୍ଜାତୀୟ ବର୍ଷ ମିଲେଟ୍- ୨୦୨୩ ( IYM- 2023) ଆରମ୍ଭ କରିଥିଲେ । ତେବେ ଭାରତରେ ମୋତି ମିଲେଟ ତଥା ବାଜ୍ରା, ଫିଙ୍ଗର ମିଲେଟ/ ରାଗି, ଫକ୍ସଟେଲ ମିଲେଟ/ କାଙ୍ଗନି, ପ୍ରୋସୋ ମିଲେଟ/ ବାରଗୁ, ସୋରିମ୍/ ଜୱାର, ଲିଟିଲ ମିଲେଟ, କୋଦୋ ଇତ୍ୟାଦି ୬ ରୁ ୭ ପ୍ରକାରର ମିଲେଟ ଚାଷ କରାଯାଏ । FAO ତଥ୍ୟରେ ଦର୍ଶାଯାଇଛି ଯେ, ୨୦୨୦- ୨୧ ମସିହାରେ ଭାରତ ୧୨ ନିୟୁତ ଟନ୍ କଠିନ ଶସ୍ୟ ବା ମୋଟା ଅନାଜ ଉତ୍ପାଦନ କରିଥିଲା ଏବଂ ୪୧ ପ୍ରତିଶତ ଅଂଶଧନ ସହ ଭାରତ ବିଶ୍ୱର ସବୁଠାରୁ ଅଧିକ ଉତ୍ପାଦକ ଦେଶ ଅଟେ ।
ଭାରତର ଦାବି ଅନୁଯାୟୀ ମିଳିତ ଜାତିସଂଘ ୨୦୨୩କୁ' ଅନ୍ତର୍ଜାତୀୟ ମିଲେଟ ବର୍ଷ'( International Year of Millet- 2023) ଭାବେ ଘୋଷଣା କରିଛନ୍ତି l ଭାରତର ମିଲେଟ ପ୍ରତି ଥିବା ଏହି ଚାହିଦାକୁ ବିଶ୍ୱରେ ପାଖାପାଖି ୭୨ଟି ଦେଶ ସମର୍ଥନ ଜଣାଇଥିଲେ । ୨୦୨୧ ମାର୍ଚ୍ଚରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ୨୦୨୩କୁ' ଆନ୍ତର୍ଜାତୀୟ ମିଲେଟ୍ ବର୍ଷ' ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି ।
କ'ଣ ଏହି ବଥୁଆ ଶାଗ ଜାଣନ୍ତୁ ? ଯାହାକୁ ଚାଷ କଲେ ପାଇବେ ଅଧିକ ଲାଭ.....
Share your comments