
Millet production can empower women and farmers strengthen agriculture
ପୁଷ୍ଟିଶସ୍ୟ ମିଲେଟ୍ସକୁ ( millets farming ) ପ୍ରୋତ୍ସାହନ ଦେଇ ଏହାର ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ସାରାଦେଶରେ ଓଡ଼ିଶା ସର୍ବାଗ୍ରେ ରହିଛି । ଏଥିଲାଗି ଓଡ଼ିଶାକୁ ସମ୍ମାନଜନକ ‘ପୋଷକ ଅନାଜ’ ପୁରସ୍କାରରେ ପୁରସ୍କୃତ କରାଯାଇଛି । ପୁଷ୍ଟିଶସ୍ୟ କହିଲେ ମାଣ୍ଡିଆ, କାଙ୍ଗୁ, ସୁଆଁ, ଜହ୍ନା ଆଦିକୁ ବୁଝାଏ । ଏହା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ । ବିଶେଷ କରି ଏହି ପୁଷ୍ଟିଶସ୍ୟ ପାହାଡ଼ିଆ ଅଞ୍ଚଳରେ ହୋଇଥାଏ । ଏହି ଚାଷ କାର୍ଯ୍ୟ ପାଇଁ ନିର୍ଦିଷ୍ଟ ସେପରି କିଛି ପାଗ ଆବଶ୍ୟକ ହୋଇନଥାଏ l
କିନ୍ତୁ ଏହାର ଏତେ ଲୋକପ୍ରିୟତା ନଥିଲା । ତେଣୁ ପୁଷ୍ଟିଶସ୍ୟର ଲୋକପ୍ରିୟତା ବୃଦ୍ଧି ପାଇଁ ୨୦୧୭ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଓଡ଼ିଶା ମିଲେଟ୍ସ ମିଶନ’ ବା ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’। ଏହାରି ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ସରକାର ପ୍ରୋତ୍ସାହନ ଦେବା ସହିତ ଏହାକୁ ଚାଷଜମିରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାର ମିଳଲେଟ ଚାଷୀଙ୍କୁ ସମସ୍ତ ସାହାଯ୍ୟ ମଧ୍ୟ କରୁଛନ୍ତି ଚାଷ କାର୍ଯ୍ୟ ପାଇଁ l ଏବେ ରାଜ୍ୟ ର ମିଲେଟ ଆଉ ରାଜ୍ୟ ଭିତରେ ସୀମିତ ହୋଇ ରହିନାହିଁ ଏହା ରାଜ୍ୟ ବାହାରକୁ ରପ୍ତାନି ହେବା ସହିତ ବିଦେଶ କୁ ମଧ୍ୟ ରପ୍ତାନି ଆରମ୍ଭ କରାଯାଇଛି l ଯାହା ଚାଷୀଙ୍କୁ ଆହୁରି ଉତ୍ସାହିତ କରିଛି ଚାଷ କାର୍ଯ୍ୟ ପାଇଁ l
ରାଜ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଗଜପତି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଭଳି ବର୍ତ୍ତମାନ ରାଜ୍ୟର ଅନେକ ଜିଲ୍ଲା ରେ ଓଡ଼ିଶା ମିଲେଟ୍ସ ମିଶନ କାର୍ଯ୍ୟକାରୀ ହେଉଛି । ସୁନ୍ଦରଗଡ଼ ଜିଲ୍ଲା ଏକ ବଣ ପାହାଡ଼ ଘେରା ଅଞ୍ଚଳ। ତେଣୁ ଏଠାକାର ମାଟି ମାଣ୍ଡିଆ ଚାଷ ପାଇଁ ଅଧିକ ଉପଯୋଗୀ । ତେଣୁ ଓଡ଼ିଶା ପୁଷ୍ଟି ଶସ୍ୟ ମିଶନ ଅଧୀନରେ ଏଠାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରାଯାଉଛି । ସରକାର ପୁରୁଷ ଙ୍କ ସହିତ ମହିଳା ଙ୍କୁ ମଧ୍ୟ ଏଥିରେ ପ୍ରାଧାନ୍ୟ ଦେଇଛନ୍ତି l
ଓଡ଼ିଶା ମିଲେଟ୍ସ ମିଶନ ଅଧୀନରେ ମାଣ୍ଡିଆର ଚାଷଠାରୁ ଆରମ୍ଭ କରି ଅମଳ ଓ ବିକ୍ରି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଜ୍ୟ ସରକାର ସହାୟତା ଦେଉଛନ୍ତି । ଏଥିଲାଗି ଚାଷୀଙ୍କୁ ବିହନ, ସାର ଓ ଆଧୁନିକ କୃଷି ଯନ୍ତ୍ରପାତି ଆଦି ଯୋଗାଇ ଦିଆଯାଉଛି । ଉତ୍ପାଦନ ବୃଦ୍ଧି ସହ ମାଣ୍ଡିଆ ବିକ୍ରି ଲାଗି ଆବଶ୍ୟକୀୟ ବଜାର ସୃଷ୍ଟି ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଏଥିଲାଗି ରାଜ୍ୟରେ କୃଷକ ଉତ୍ପାଦକ ସଂଗଠନ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏହି ଏଫ୍ପିଓ ଜରିଆରେ ସରକାର ଚାଷୀମାନଙ୍କଠାରୁ ମାଣ୍ଡିଆ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ କିଣୁଛନ୍ତି ।
ଏସ୍ଏଚଜି ମହିଳାମାନେ ଆଉ ପାଦେ ଆଗକୁ ଯାଇ ମିଲେଟ୍ସରୁ ନାନା ରକମର ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ମେଳା ଏବଂ ସ୍ଵତନ୍ତ୍ର ଭାବେ ‘ମିଲେଟ୍ସ କାଫେ’ ଜରିଆରେ ତାହାକୁ ବିକ୍ରି କରୁଛନ୍ତି । ଯାହାଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି l ମିଲେଟ ଶକ୍ତି କାଫେ, ମିଲେଟ୍ ଟିଫିନ ସେଣ୍ଟର କରାଯାଇ ମିଲେଟ ଜାତୀୟ ଖାଦ୍ୟକୁ ଏବେ ଲୋକପ୍ରିୟ କରାଯାଉଛି । ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରିବାରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି । ମାଣ୍ଡିଆ ଭଳି ପୁଷ୍ଟିଶସ୍ୟରେ ପ୍ରଚୁର ମାତ୍ରାରେ ପୋଷଣ ଶକ୍ତି ଭରି ରହିଛି । ଏଥିଲାଗି ରାଜ୍ୟରେ ସାନ ସାନ ପିଲାଙ୍କ ପୋଷଣ ଆବଶ୍ୟକତା ପୂରଣ ନିମନ୍ତେ ମାଣ୍ଡିଆର ବ୍ୟବହାର କରାଯାଉଛି ।
ଏତେ ପରିମାଣ ରେ ମିଲେଟ ଚାଷ ରାଜ୍ୟ ସରକାର ଉତ୍ସାହିତ କରିଛନ୍ତି ଯାହାଦ୍ୱାରା ଏହି ଚାଷ କରିବା ପାଇଁ ସମସ୍ତ ଚାଷୀ ଆଗଭର ଅଛନ୍ତି l ଚାଷ ର ଉପଯୁକ୍ତ ମୂଲ୍ୟ ପାଉଥିବାରୁ ଚାଷୀ ମଧ୍ୟ ଖୁସିରେ ଅଛନ୍ତି ଏହି ଚାଷକୁ ନେଇ l ମହିଳା ଙ୍କୁ ଏଥିରେ ଅଧିକ ମାତ୍ରା ରେ ସାମିଲ କରାଯାଇଛି ଯେଉଁଥିରେ ସେମାନେ ଚାଷ କାର୍ଯ୍ୟ କରିବା ସହିତ ଏଥିରୁ ପ୍ରସ୍ତୁତ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ବିକ୍ରି କରିପାରୁଛନ୍ତି l ଏବେ ରାଜ୍ୟ ରେ ମାଣ୍ଡିଆ ଚାଷ କରୁଥିବା ଲୋକଙ୍କୁ ରୋଜଗାର ଦେଇଛି l ଆଉ ଖାଲି ପଡୁନାହିଁ ଜମି l କାରଣ ଏହା ଚାଷ କରିବା ପାଇଁ ଅନୁକୂଳ ପାଗ ଆବଶ୍ୟକ କରେ ନାହିଁ l
Share your comments