1. କୃଷି ବିଶ୍ବକୋଷ

ଖରାଦିନେ ଏହି ଚାଷ ଦେବ ଲାଭ

ଖରା ଦିନରେ ପୁଦିନା ଏକ ଲାଭବାନ ଚାଷ l କାରଣ ଏହି ପତ୍ର ର ବ୍ୟବହାର କଲେ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ l ଖରାଦିନରେ ଅଧିକ ମାତ୍ରାରେ ବଜାରରେ ଏହା ଖୋଜା ପଡିଥାଏ l ତେବେ ଏହି ଚାଷ ଖରା ଦିନରେ ଅଧିକ ଲାଭ ଦେଇଥାଏ l

Tanushree Mahapatra
Tanushree Mahapatra
Mint leaves Farming benefits

Mint leaves Farming benefits

ଖରା ଦିନରେ ପୁଦିନା ଏକ ଲାଭବାନ ଚାଷ l କାରଣ ଏହି ପତ୍ର ର ବ୍ୟବହାର କଲେ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ l ଖରାଦିନରେ ଅଧିକ ମାତ୍ରାରେ ବଜାରରେ ଏହା ଖୋଜା ପଡିଥାଏ l ତେବେ ଏହି ଚାଷ ଖରା ଦିନରେ ଅଧିକ ଲାଭ ଦେଇଥାଏ l ପୁଦିନା  ହେଉଛି ଏପରି ଏକ ଉଦ୍ଭିଦ ଯାହାର ଅନେକ ଉପାଦେୟ ରହିଛି ଯାହା ପ୍ରତି ଘରେ ଏକ ଆବଶ୍ୟକୀୟ । କେବଳ ବାସ୍ନା ପାଇଁ ନୁହେଁ ଏହାର ପ୍ରୟୋଗ ଖାଦ୍ୟରେ  ମଧ୍ୟ କରାଯାଇଥାଏ  ।

ସାଧାରଣ ଜୀବନରେ ଅନେକ ସମୟରେ ଲୋକମାନେ ଏହାର ବ୍ୟବହାର କରିଥାନ୍ତି ତ୍ୱଚା ତଥା ନିଜ ଶରୀର ପାଇଁ  । ଏହା ଆମ ଶରୀର ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଗ୍ରହଣ କଲେ ଶରୀରରେ କୌଣସି କ୍ଷତିକାରକ ପ୍ରଭାବ ପଡ଼ିନଥାଏ । ଦେହର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ । ପାଚନ ପ୍ରକ୍ରିୟାରେ ଏହା ସାହାଯ୍ୟ କରିଥାଏ । ଏମିତିକି ମାଛ , ଚିକେନ ତରକାରୀରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ । ସାଲାଡ଼ରେ ଏହାକୁ ବ୍ୟବହାର କରାଯାଇପାରେ । ହାଇଡ୍ରୋପୋନିକ ସିଷ୍ଟମରେ ନୂତନ ଭାବେ ଚାଷ କାମ ଆରମ୍ଭ କରୁଥିବା ଲୋକମାନଙ୍କ ପାଇଁ ପୁଦିନା ଉକ୍ରୃଷ୍ଟ ।

ଏହାକୁ ଆପଣ ଯେ କୌଣସି ହାଇଡ୍ରୋପୋନିକ ସିଷ୍ଟମକୁ (hydroponic system )ବ୍ୟବହାର କରି ଚାଷ କରି ପାରିବେ । ତେବେ ପୁଦିନା ହେଉଛି ଏକ ହାଇଡ୍ରୋପୋନିକ୍ ଫସଲ ଅର୍ଥାତ୍ ଏହାକୁ ଚାଷ କରିବା ପାଣି ମାଟିର ମଧ୍ୟ ଆବଶ୍ୟକ ହୋଇନଥାଏ ପାଣିରେ ମଧ୍ୟ ଏହାକୁ ସହଜରେ ଚାଷ କରିହେବ । ଏହାକୁ ଚାଷ କରିବା ମଧ୍ୟ ସହଜ । ଖରାଦିନ ହେଉ କି ଶୀତଦିନ ସବୁବେଳେ ଏହାର ଚାହିଦା ରହିଛି । ଏହା ଏକ ଲୋକପ୍ରିୟ ଉଦ୍ଭିଦ, ବର୍ଷସାରା ଏହାର ଚାହିଦା ରହିଛି ଏବଂ ବଜାରରେ ଭଲ ଚାହିଦା ରହିଛି । ଜଣେ ଚାଷୀ ଖୁବ ଅଳପ ଟଙ୍କାରେ ଏହାକୁ ଚାଷ କରି ଅନେକ ଟଙ୍କା ଲାଭ କମାଇପାରିବ l

ଯେକୈାଣସି ଚାଷ କରିବାକୁ ହେଲେ ପ୍ରଥମେ ଏହାର ମୃତ୍ତିକା ଓ ଜଳବାୟୁ (soil and weather )ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ପୁଦିନା ଚାଷ ନିମନ୍ତେ ମାଟିର ପିଏଚ୍ ୬ ରୁ ୭ ଭିତରେ ଥିବା ଆବଶ୍ୟକ । ଯେଉଁ ଅଞ୍ଚଳରେ ୧୦୦-୧୫୦ସେମି ବର୍ଷା ହେଉଥିବ , ତାହା ପୁଦିନା ଚାଷ ନିମନ୍ତେ ପ୍ରକୃଷ୍ଟ ହୋଇଥାଏ । ଏତଦଭିନ୍ନ ପୁଦିନା ଚାଷ ହେଉଥିବା ମୃତ୍ତିକାର ଜଳ ଧାରଣ କ୍ଷମତା ଅଧିକ ଥିବା ସହ ଡ଼୍ରେନେଜ ଠିକ ଭାବରେ ହେଉଥିବା ଦରକାର । ପୁଦିନା ସାଧାରଣତଃ କଟିଙ୍ଗ ଦ୍ୱାରା ବଂଶବିସ୍ତାର କରିଥାଏ । ୟୁରିଆ , ଫସ୍‌ଫରସ୍ ଓ ପଟାସ୍‌କୁ ୫୦କିଗ୍ରା , ୭୫କିଗ୍ରା ଓ ୫୦କିଗ୍ରା ହେକ୍ଟର ପିଛା ପ୍ରୟୋଗ କରିବା ଆବଶ୍ୟକ । ଜଳସେଚନ ସପ୍ତାହରେ ଦୁଇଥର କରିବା ଦରକାର ।

ପୁଦିନା ସାଧାରଣତଃ ମଞ୍ଜିରୁ(seeds) ବଢ଼ିବା କଷ୍ଟ । ତେଣୁ ଯେକୌଣସି ଏକ ସୁସ୍ଥ ପୁଦିନା ଗଛରୁ ୪ ଇଂଚ ବା ୧୦ସେମିର ଏକ କଟିଙ୍ଗ କରିବା ଆବଶ୍ୟକ ।  ଦ୍ୱିତୀୟତଃ ପୁଦିନା ଗଛର ମଂଜି ବା ଚାରା ଆମେ ଯେକୌଣସି ନର୍ସରୀରୁ ପାଇପାରିବା । ବିଭିନ୍ନ ପ୍ରକାର ପୁଦିନାର କିସମ ବଜାରରେ ଉପଲବ୍ଧ । ଏହାକୁ ବ୍ୟବହାର କରି ମଧ୍ୟ ଆମେ ପୁଦିନାକୁ ଚାଷ କରିପାରିବା । ସୁସ୍ଥ ଚେରକୁ ଆଣି ମାଟିରେ ଲଗାଇ ଏହାର ବଂଶବିସ୍ତାର କରିପାରିବା । କୁହୁଡ଼ି ପଡ଼ୁନଥିବା ସ୍ଥାନରେ ଏହାକୁ ଲଗାଇବା ଭଲ । ଯଦି ଆପଣ ପୁୁଦିନା ଚାଷ କରୁଛନ୍ତି , ତେବେ ଏହା କିପରି ଆବଶ୍ୟକୀୟ ସୂର୍ଯ୍ୟାଲୋକ ପାଇପାରିବ , ସେ ଦିଗରେ ଚିନ୍ତା କରିବା ଆବଶ୍ୟକ । ଯଦି ଉପଯୁକ୍ତ ସୂର୍ଯ୍ୟାଲୋକ ନପାଏ , ତାହେଲେ ପୁଦିନା ଗଛ ଶୁଖିଯିବାର ଚିନ୍ତା ଥାଏ ।

ଗଛର ଉପର ଭାଗକୁ କାଟିବା ଦ୍ୱାରା ପୁଦିନା ଉପଯୁକ୍ତ ଉଚ୍ଚତା ବଜାୟ ରଖିଥାଏ । ଏହା ଦ୍ୱାରା ପୁଦିନା ଗଛର ଫୁଲ ଭଲ ଭାବରେ ବଢ଼ିଥାଏ । ଏହା ମଧ୍ୟ ଅମଳ ଅଧିକ କରିଥାଏ । ପୁଦିନାର ଫୁଲକୁ (flower)କାଟିବା ଆବଶ୍ୟକ କାରଣ ପୁଦିନା ଗଛର ଫୁଲ ଜୁନରୁ ସେପ୍ଟେମ୍ବର(june to sptember ) ମଧ୍ୟରେ ବଢ଼ିଥାଏ । ତେଣୁ ଫୁଲ ଫୁଟିବା ପୂର୍ବରୁ ଏହାକୁ ଟ୍ରିମ କରିବା ଆବଶ୍ୟକ । ଯାହା ଫଳରେ ଏହା ଆମର ଅମଳ ସମୟକୁ ବଢ଼ାଇଥାଏ ।

ପୁଦିନା ଗଛ କିପରି ରୋଗ ପୋକ ଦାଉରୁ ରକ୍ଷା ପାଇପାରିବ , ସେ ଦିଗରେ ଚିନ୍ତା କରିବା ଆବଶ୍ୟକ । ସାଧାରଣତଃ ଏହା ଘାଉଁଳା ରୋଗ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ଏହା ବ୍ୟତୀତ ବିଭିନ୍ନ କୀଟ ଯଥା ଚେର କୃମି , ମାଇଟ୍ସ ପ୍ରମୁଖ ଅଧିକ ଆକ୍ରମଣ କରିଥାନ୍ତି । ତେଣୁ ପୁଦିନା ଗଛକୁ କିପରି ଏଥିରୁ ରକ୍ଷା କରିହେବ , ସେଥିନିମନ୍ତେ ଆମକୁ ସବୁବେଳେ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ମହିଳାଙ୍କୁ ରୋଜଗାର ଦେଉଛି ମିଲେଟ ଚାଷ

ଜୈବିକ ଚାଷ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ,କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments