1. କୃଷି ବିଶ୍ବକୋଷ

ଖାଦ୍ୟଯୋଗ୍ୟ ଛତୁ

ଖାଦ୍ୟଯୋଗ୍ୟ ଛତୁ

KJ Staff
KJ Staff

ଛତୁ ଖାଇବା ବା କାହାକୁ ଭଲ ନ ଲାଗେ !ଛତୁ ଏକ ଫଙ୍ଗସ ଏବଂ ଏଥିରେ ଭରି ରହିଛି ପ୍ରଚୁର ମାତ୍ରା ରେ ଭିଟାମିନ ଓ ମିନେରାଲ |ଏଥିରେ ଉପଯୁକ୍ତ ମାତ୍ରା ରେ ଫାଇବର ଓ ପ୍ରୋଟିନ ଥିବା ସହ କୋଲେଷ୍ଟେରୋଲ ଜମା ରୁ ନାହିଁ କହିଲେ ଚଳେ|ଛତୁ ନିରାମିଷ ବ୍ୟଞ୍ଜନ ର ଏକ ଗୁରୁତ୍ୱପୂର୍ଣ ଅଂଶ କହିଲେ ଭୁଲ ହେବ ନାହିଁ |
ତେବେ ଏହି କେତୋଟି ପ୍ରକାର ର ଛତୁ ଖାଦ୍ୟଯୋଗ୍ୟ !

୧)ଧଳା ବଟନ ଛତୁ :ଧଳା ରଙ୍ଗ ଓ ଟାଣ ଶରୀର ସହ ଉତ୍ତମ ସ୍ୱାଦ ଲାଗି ଏହା ବେଶ ଲୋକପ୍ରିୟ |ସମସ୍ତ ଛତୁ ମଧ୍ୟରୁ ଏହି ଛତୁ ଶତକଡା ୯୦ ପ୍ରତିଶତ ଭୋଜନ ରେ ସ୍ଥାନ ପାଇଥାଏ |ତେବେ ଏହି ଶୀଘ୍ର ନଷ୍ଟ ହୁଏ ନାହିଁ ଏବଂ ଏହାକୁ ଆପଣ ସିଝା ସାଲାଡ଼ ବା ପିଜା ସହ ଖାଇପାରିବେ ନହେଲେ ତରାକରି କରି ମଧ୍ୟ ଖାଇ ପାରିବେ |

 

୨)ଶାମୁକା ଛତୁ :ଏହା ଓଡିଶା ରେ ବହୁ ମାତ୍ରା ରେ ଉତ୍ପାଦନ କରାଯାଏ ଏବଂ ଏହାକୁ ଢ଼ୀଙ୍ଗିରି ଛତୁ ମଧ୍ୟ କୁହାଯାଏ |ଏହା ଶରୀର ରେ ଥିବା ଅହିତକାରୀ ବିଷାକ୍ତ ଦ୍ରଵ ର ନିଷ୍କାସନ ରେ ବହୁତ ସାହାଯ୍ୟ କରିଥାଏ |
ସମସ୍ତ ଛତୁ ମଧ୍ୟରୁ ଏହାକୁ ଆପଣ ସବୁଠାରୁ ସହଜ ଉପାୟ ରେ ଚାଷ କରିପାରିବେ |

 

୩)କ୍ରେମିନି ଛତୁ :ଅବିକଳ ବଟନ ଛତୁ ପରି ଦିଶୁଥିବା ଏହି ଛତୁ ଟି ର ଚମଡା କଫି ରଙ୍ଗ ର ଏବଂ ଖାଇବାକୁ ଅଧିକ ସ୍ୱାଦିଷ୍ଟ ଏହି ଛତୁ |

୪)ଇନୋକିଟେକ ଛତୁ :ଏହାକୁ ଗୋଲଡେନ ନିଡିଲ ଛତୁ ,ବା ଲିଲି ଛତୁ ମଧ୍ୟ କୁହାଯାଏ |ଏହାର ଡେମ୍ଫ ବହୁ ଲମ୍ବା ଏବଂ ପତଳା |ବିଭିନ୍ନ ରଙ୍ଗ,ସ୍ୱାଦ ଏବଂ ଟେକ୍ସଚର ରେ ମିଳିଥାଏ ଏହି ଛତୁ|ଏହା ପୂର୍ବ ଏସିଆ ରେଇସଃ ଲୋକପ୍ରିୟ |

୫)ମୋରେଲ ଛତୁ : ଜଙ୍ଗଲୀ ଛତୁ ମାନଙ୍କ ମଧ୍ୟରୁ ସବୁଠାରୁ ସ୍ୱାଦିଷ୍ଟ ଏବଂ ଲୋକପ୍ରିୟ ଛତୁ ମାନଙ୍କ ମଧ୍ୟରୁ ଏହା ର ନାମ ସର୍ବପ୍ରଥମେ ଆସିଥାଏ | ଏହାକୁ ଚାଷ କରାଯାଏ ନାହିଁ ବରଂ ଜଙ୍ଗଲ ରୁ ସଂଗ୍ରହ କରାଯାଇଥାଏ |ବିଭିନ୍ନ ନାମୀ ଦାମୀ ବ୍ୟଞ୍ଜନ ରେ ଆପଣ ଏହି ଛତୁ କୁ ନିଶ୍ଚିନ୍ତ ଦେଖିବାକୁ ପାଇବେ |

୬)ଦୁଗ୍ଧ ଛତୁ :ସାମ୍ପୁରା ଦୁଗ୍ଧ ବା ଧଳା ରଙ୍ଗ ର ଏହି ଛତୁ କୁ ଶ୍ୱେତ ଛତୁ ମଧ୍ୟ କୁହାଯାଏ|ଏହା ମୁଖ୍ୟତ ଭାରତ ରେ ହିଁ ଦେଖିବାକୁ ମିଳେ ଏବଂ ଭାରତ ରେ ହିଁ ଚାଷ କରାଯାଇଥାଏ |ସ୍ୱଳ୍ପ ଅର୍ଥ ରେ ଛତୁ ଚାଷକରିବା ଲାଗି ଏହା ସବୁଠାରୁ ଉତ୍ତମ ଛତୁ

୭)ପାଳ ଛତୁ :ଓଡିଶା ରେ ବେଶ ଲୋକପ୍ରିୟ ଏହି ଛତୁ |ମୁଖ୍ୟତ ଧାନ ଅମଳ ପରେ ସେହି ନଡା ସାହାଯ୍ୟ ରେ ଏହାର ଚାଷ କରାଯାଏ|ସ୍ୱାଦ ,ରଙ୍ଗ ଏବଂ ବାସ୍ନା ର ସବୁଠାରୁ ଉତ୍ତମ ମିଶ୍ରଣ ପାଳ ଛତୁ |ଏହା ପ୍ରଥମେ ଚୀନ ରେ ଦେଖିବାକୁ ମିଳିଥିଲା ଏବଂ ପରେ ଅନ୍ୟାନ୍ୟ ଦେଶରେ ଏହା ଲୋକପ୍ରିୟତା ହାସଲ କରିଛି |

କେମିତି କରିବେ ପାଳ ଛତୁ ଚାଷ ...ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments