ଡ୍ରାଗନ ଫ୍ରୁଟ (Dragon Fruit)ଜୈବିକ ପଦ୍ଧତି (Organic Farming)ରେ ଚାଷ କରି କୃଷକମାନେ ବହୁ ଲାଭ କରୁଛନ୍ତି, ଅନେକ ରାଜ୍ୟରେ ଏହାର ବହୁ ଚାହିଦା ମଧ୍ଯ ରହିଛି । ଡ୍ରାଗନ ଫ୍ରୁଟ ଚାଷ କରୁଥିବା ଚାଷୀଙ୍କୁ ସରକାର ସହାୟତା ମଧ୍ଯ ପ୍ରଦାନ କରୁଛନ୍ତି ।
ଚାଷୀଙ୍କ ପାଇଁ ହୀରା ଠାରୁ କମ୍ ନୁହେଁ ଡ୍ରାଗନ ଫ୍ରୁଟ (Dragon Fruit) ଚାଷ । ବାସ୍, ଗୋଟିଏ ଥର ଇନଭେଷ୍ଟ ଆଉ 25 ବର୍ଷ ଯାଏଁ ମିଳିବ ପ୍ରଫିଟ । ଆଜ୍ଞା ! ହଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ , ହେଲେ ଏହା ଶତ ପ୍ରତିଶତ ସତ । ଏହି ଚାଷ ଆତ୍ମନିର୍ଭର କୃଷକ ଓ ଆତ୍ମନିର୍ଭର ଭାରତ ଗଢିବା ଦିଗକୁ ଇଙ୍ଗିତ କରିଥାଏ ।
ମୃତ୍ତିକା :
ଅଳ୍ପ ଅମ୍ଳତା ଥିବା ମାଟି ଏହା ଲାଗି ଅତି ଉତ୍ତମ ହୋଇଥାଏ |ସେହିପରି ବାଲିଆ ମାଟି ରେ ଚାଷ କଲେ ଏହା ଅଧିକ ଫଳ ଦିଏ ଏବଂ ଜମି ରେ ଜଳ ନିଷ୍କାସନ ର ବ୍ୟବସ୍ଥା ମଧ୍ୟ ନିଶ୍ଚିନ୍ତ ଭାବେ ରହିବା ଆବଶ୍ୟକ |
ଜଳସେଚନ :
ଡ୍ରାଗନ ଫ୍ରୁଟ (Dragon Fruit) ଏକ କ୍ୟାକ୍ଟସ ଜାତୀୟ ଫସଲ ତେଣୁ ଏହାର ଜଳସେଚନ କୁ ସନ୍ତୁଳିତ କରିବା ଆବଶ୍ୟକ | ମାଟିର ଉପର ଭାଗ ଶୁଖିଲା ହେଲେ ଜଳସେଚନ କରନ୍ତୁ | ଏହା ଅଧିକ ପାଣି ରେ ବୁଡି ରହିଲେ ବା ମାଟି କାଦୁଅ ରହିଲେ ,ଏହା ଅମଳ ଦିଏ ନାହିଁ |
ଏହାର ସ୍ୱାସ୍ଥ୍ୟ ପ୍ରତି ଥିବା ଉପାଦେୟତା :
-ଏଥିରେ ଅତ୍ୟଧିକ ଭାବେ ଭିଟାମିନ ସି ରହିଛି | ଏହାକୁ ଖାଇବା ଦ୍ବାରା ପେଟରେ ସୃଷ୍ଟି ହୋଇଥିବା କ୍ଷତିକାରକ ଜୀବାଣୁ ନଷ୍ଟ ହୋଇଥାଏ । ଶରୀରର ହାଡ, ଦାନ୍ତ ଏବଂ ଶରୀରର କୋଷକୁ ଲାଭ ଦିଏ । ଗୋଟିଏ ଫଳ ଏବଂ ଅନେକ ଫାଇଦା , ସେଥିପାଇଁ ବର୍ତ୍ତମାନ ସମୟରେ ଏହାର ପ୍ରଚଳନ ବଢି ଚାଲିଛି ।
-ଏଥିରେ ଥିବା କାରୋଟିନ ଆପଣଙ୍କ ଆଖି ଏବଂ ଦୃଷ୍ଟିଶକ୍ତି କୁ ଦୀର୍ଘ ଦିନ ଯାଏ ସୁସ୍ଥ ରଖିଥାଏ |
-ଏହା ସହ ଏହି ଫଳ କୁ ଆପଣ ସୋଭପ୍ରଦ ଗଛ ଭାବେ ମଧ୍ୟ ନିଜ ଜମିରେ ଚାଷ କରିପାରିବେ ଏବଂ ବେଶ ଲାଭବାନ ମଧ୍ୟ ହୋଇପାରିବେ |