ଏବେ ଆମ ଦେଶରେ ଜୈବିକ ଚାଷ(Organic Farming) ପ୍ରତି ଗୁରୁତ୍ଵାରୋପ ଦେଉଛନ୍ତି ସରକାର। ଜୈବିକ ଉପାୟରେ ଫସଲର ହାନିକାରକ କୀଟଙ୍କୁ ଦମନ କରିବା ପାଇଁ ଉପକାରୀ କୀଟ ଓ ଅନ୍ୟାନ୍ୟ ଉପକାରୀ ଜୀବଙ୍କୁ ଫସଲ କିଆରିରେ ବିନିଯୋଗ କରାଯାଉଛି । ଏହି ପଦ୍ଧତି ବାୟୁମଣ୍ଡଳର ମୃତ୍ତିକା, ଜଳ ଓ ବାୟୁକୁ ପ୍ରଦୂଷଣ(Environment Pollution) କରେ ନାହିଁ । ଫସଲ କିଆରିରେ ଉପଲବ୍ଧ ହେଉଥିବା ଅନ୍ୟାନ୍ୟ ଜୀବଜନ୍ତୁ ପ୍ରତି ମଧ୍ୟ ନିରାପଦ । ଖାଦ୍ୟଶସ୍ୟ ଓ ସେମାନଙ୍କଠାରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ, ଫଳ, ପନିପରିବା ଓ ଫସଲରେ ପରାଗସଂଗମ ସୃଷ୍ଟି କରୁଥିବା କୀଟଙ୍କ ପ୍ରତି ମଧ୍ୟ ନିରାପଦ ।
ଜୈବିକ ଉପାୟରେ କାଟ ଦମନ ପ୍ରକ୍ରିୟାରେ ସଫଳତା:
। ମାଘ ଓ ଫାଲ୍ଗୁନ ମାସରେ ଓଡ଼ିଶାର ଚାଷୀମାନେ ଆଖୁଚାଷ(Sugarcane Farming) କରିଥାନ୍ତି । ଏହା ଏକ ଅର୍ଥକରୀ ଫସଲ । ଚିନିକଳ ନିକଟରେ ଥିବା ଚାଷୀମାନେ ଏହି ଚାଷକୁ ବହୁଳ ପରିମାଣରେ କରନ୍ତି ଏବଂ ଚିନିକଳକୁ ଆଖୁଯୋଗାଇ ପ୍ରଚୁର ପରିମାଣର ଅର୍ଥ ରୋଜଗାର କରନ୍ତି । କିନ୍ତୁ ଏହି ଫସଲକୁ ସଅଳ କାଣ୍ଡବିନ୍ଧା, ପବବିନ୍ଧା ଏବଂ ଅଗବିନ୍ଧା ପୋକମାନେ ଆକ୍ରମଣ କରନ୍ତି ଏବଂ ପ୍ରଚୁର ପରିମାଣର ଆଖୁ ଓ ଚିନି ଅମଳରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି । ସଅଳ କାଣ୍ଡବିନ୍ଧା ଯୋଗୁ ଆଖୁ ଫସଲରେ ମଞ୍ଜକିଳା ଓ ପବବିନ୍ଧା ପୋକ ଯୋଗୁ ଆଖୁଗଛର ବୃଦ୍ଧି ବାଧାପ୍ରାପ୍ତ ହୁଏ । ପବ ଓ ଗଣ୍ଠିରେ 'କଣାମାନ ସୃଷ୍ଟି ହୁଏ ଯାହା ଯୋଗୁ ଆଖୁ ଫସଲରେ ନାଲି ଶଢ଼ା ରୋଗ ବ୍ୟାପିଯାଏ । ଫଳରେ ଚିନିର ପରିମାଣ ଓ ଏହାର ମାନ ହ୍ରାସ ପାଏ । ଅଗବିନ୍ଧା ପୋକ ଯୋଗୁ ଆଖୁ ଗଛ ଛୋଟ ଛୋଟ ହେବା ଯୋଗୁ ଆଖୁଗଛର ଶୀର୍ଷ ସ୍ଥାନରେ ପବ ଗୁଳ୍ମ ସୃଷ୍ଟି ହୁଏ । ଏହି ଚାରୋଟି ପୋକକୁ ବିନାଶ କରିବା ପାଇଁ ଟ୍ରାଇକୋଗ୍ରାମା ଚିଲୋନିଶ୍ ଏକ ହେକ୍ଟର ଆଖୁ ଫସଲରେ ୫୦,୦୦୦ ପୋକ ସନ୍ଧ୍ୟା ସମୟରେ ଛଡାଯାଏ । ଏହି ଉପକାରୀ ପରାଶ୍ରୟ କୀଟ ସୂର୍ଯ୍ୟ ଉତ୍ତାପ ସହ୍ୟ କରି ପାରନ୍ତି ନାହିଁ । ଏହି ପୋକଗୁଡିକ ଟ୍ରାଇକୋକାଡ ମାଧ୍ୟମରେ ମିଳୁ ଅଛି । ଆଖୁ ଲଗାଇଥିବାର ଏକମାସ ମଧ୍ୟରେ ଆଖୁ କିଆରିରେ ଗଜାମାନ ସମ୍ପୂର୍ଣ୍ଣ ଦେଖାଯାଏ । ଆଖୁ ଗଜାରେ ମଞ୍ଜକିଳା ସୃଷ୍ଟି ହେବା ଦୃଶ୍ୟମାନ ହେଲେ ଏହି ପରାଶ୍ରୟ ପୋକ ଙ୍କୁ ୭ରୁ ୧୦ ଦିନ ବ୍ୟବଧାନରେ ୩ରୁ ୪ଥର ପ୍ରୟୋଗ କରନ୍ତୁ । ସେହିପରି ପବ ଓ ଅଗ ବିନ୍ଧା ପୋକକୁ ଦମନ ପାଇଁ ସମ ପରିମାଣର ଟ୍ରାଇକୋଗ୍ରାମା ଚିଲୋନିଶ୍ ସେହି ୭ରୁ ୧୦ ଦିନ ବ୍ୟବଧାନରେ ୩ରୁ ୪ ଥର ପ୍ରୟୋଗ କରନ୍ତୁ ।
ନଡିଆ, ଫସଲରେ କାଳିମୁଣି ପୋକର ଶୂକ ନଡିଆ ଗଛର ପତ୍ରରୁ ସବୁଜ, କଣା କୋରିକରି ଖାଏ ଏବଂ ପତ୍ରରେ ପ୍ରଚୁର ପରିମାଣରେ ମଳତ୍ୟାଗ କରେ। ପତ୍ରରେ ଜାଲି ମଧ୍ୟ ସୃଷ୍ଟି କରେ ।ଏହା ଯୋଗୁ ନଡିଆଗଛ ଭଲଭାବେ ବୃଦ୍ଧି ପାଏନି । ଗଛରେ ଫଳ ଧରିବା ଶକ୍ତି ହ୍ରାସ ପାଏ । ପୋକ ଦ୍ଵାରା କ୍ଷତିଗ୍ରସ୍ଥ ନଡିଆଗଛ ପ୍ରତି ୫୦ଟି ବ୍ରାକନ୍, ହିବେଟର କିମ୍ବା ବ୍ରାକନ୍ ବ୍ରେଭିକର ନିଶ୍ କିମ୍ବା ଗୋନିଓଜସ୍ ନିଫାଣ୍ଟିଡିଜ୍ ସନ୍ଧ୍ୟାବେଳେ ନଡିଆ ଗଛରେ ଚଢ଼ି ବାହୁଙ୍ଗାରେ ବାନ୍ଧିବାକୁ ପଡେ । ଏକ ସମୟରେ ସମୟ ଆକ୍ରମିତ ଗଛରେ ଏମାନଙ୍କୁ ପ୍ରୟୋଗ କଲେ ନଡିଆ, ଫସଲ କାଳିମୁଣ୍ଡି ପୋକର ବିଭୀଷିକାରୁ ରକ୍ଷା ପାଏ ।
ମୁଗ, ବିରି, ଶିମ୍ବ, ମକା ଆଦି ଫସଲକୁ ଜଉପୋକ ଛୁଇଁ ଏବଂ ଅଗ୍ରମୁକୁଳରୁ ରସ ଶୋଷି ଦିଅନ୍ତୁ ଓ ଫସଲକୁ ନଷ୍ଟ କରିଦିଅନ୍ତି । ଏହି ହାନିକାରକ ପୋକକୁ ଦମନ କରିବା ପାଇଁ ବିଭିନ୍ନ ପ୍ରଜାତିର ଇନ୍ଦ୍ରଗୋପୀ ଭୃଙ୍ଗ, ସିରିପିଡ୍ ମାଛି ଓ ଗ୍ରାନ୍ଲେଶ, ଉଇଙ୍ଗ ନାମକ ପରାଙ୍ଗଭେଜି କୀଟଙ୍କୁ ଏକ ଏକର ଫସଲ କିଆରିରେ ୧୦୦୦ଟି କରି ପ୍ରୟୋଗ କରାଯାଉଛି । ଏହି ଉପକାରୀ ପୋକମାନେ ଜଉପୋକ ସହିତ ଫସଲକୁ ଆକ୍ରମଣ କରୁଥିବା ଅନ୍ୟାନ୍ୟ କ୍ଷତିକାରକ ପୋକ ଯଥା ପତ୍ର ଉକୁଣି, ଧଳାମାଛି ଏବଂ ଧବଳ ଚୂର୍ଣ୍ଣ ପୋକଙ୍କୁ ମଧ୍ୟ ଖାଇ ବିନାଶ କରନ୍ତି ।
ଉପକାରୀ କୀଟମାନେ କିଆରିରେ ରହିଥିବା ଜଣାପଡିଲେ ସେମାନଙ୍କୁ ମାରିବା ଉଚିତ ନୁହେଁ । ବରଂ ସେମାନଙ୍କର ବଂଶବୃଦ୍ଧି କିପରି କରିହେବ ତାହାର ପଦକ୍ଷେପ ନିତାନ୍ତ ଜରୁରୀ । ସେଥିଯାଇଁ ଫସଲରେ କୀଟନାଶକ ଦ୍ରବ୍ୟ ପ୍ରୟୋଗ ନ କରି ତା' ପରିବର୍ତ୍ତେ ସମନ୍ୱିତ ପ୍ରଣାଳୀ ଅବଲମ୍ବନ କରି ଅନିଷ୍ଟକାରୀ ପୋକଙ୍କୁ ଦମନ କରିବାର ବ୍ୟବସ୍ଥା ଫସଲର ଆରମ୍ଭରୁ କରନ୍ତୁ । ତେଣୁ ରୋଗରେ ପୋକ ନିରୋଧକ ବିହନର ପ୍ରଚଳନ, ସାର ଏବଂ ଜଳସେଚନ ର ସୁପରିଚାଳନା, ଉପଯୁକ୍ତ ସମୟରେ ଫସଲ ଚାଷ କରିବା ଏବଂ ଅମଳ କରିବାର ସମୟ ପରାଶ୍ରୟ କୀଟଙ୍କ ପ୍ରୟୋଗ ଉପରେ ଗୁରୁତ୍ଵ ଦେବାକୁ ପଡ଼େ । ବାୟୁମଣ୍ଡଳ ଏବଂ ଉପକାରୀ କୀଟଙ୍କ ପ୍ରତି ନିରାପଦ କୀଟନାଶକ ଯଥା ନିମଜାତ ପଦାର୍ଥ (ନିସିସିଡନ, ଗଣ୍ଟୋରେଜ ଅଚ୍ୟୁକ, ନିମୋନୁଲ, ମାଟେର୍ଗାସାଇଡ୍ ଓ କେ ଏବଂ ମାର୍କୋସାଇଡ୍ ସିକୋ ଇତ୍ୟାଦି) ଜୀବାଣୁଜାତ ଦ୍ରବ୍ୟ (ଡାଇବେପଲ, ଥୁରିସାଇଡ୍, ଡେଲଫିନ୍ ଓ ହଲ୍ଟ ଇତ୍ୟାଦି) ଏବଂ ଭୂତାଣୁ ଜନିତ କୀଟନାଶକ (ହେଲିସାଇଡ, ଲିଟୁ ସାଇଡ୍) ଆଦି ବ୍ୟବହାର କରାଯାଏ ।
Share your comments