1. କୃଷି ବିଶ୍ବକୋଷ

ଜୈବିକ ଉପାୟରେ କିପରି କରିବେ ଫସଲରୁ ରୋଗପୋକ ଦମନ.....

ଏବେ ଆମ ଦେଶରେ ଜୈବିକ ଚାଷ(Organic Farming) ପ୍ରତି ଗୁରୁତ୍ଵାରୋପ ଦେଉଛନ୍ତି ସରକାର। ଜୈବିକ ଉପାୟରେ ଫସଲର ହାନିକାରକ କୀଟଙ୍କୁ ଦମନ କରିବା ପାଇଁ ଉପକାରୀ କୀଟ ଓ ଅନ୍ୟାନ୍ୟ ଉପକାରୀ ଜୀବଙ୍କୁ ଫସଲ କିଆରିରେ ବିନିଯୋଗ କରାଯାଉଛି । ଏହି ପଦ୍ଧତି ବାୟୁମଣ୍ଡଳର ମୃତ୍ତିକା, ଜଳ ଓ ବାୟୁକୁ ପ୍ରଦୂଷଣ(Environment Pollution) କରେ ନାହିଁ । ଫସଲ କିଆରିରେ ଉପଲବ୍ଧ ହେଉଥିବା ଅନ୍ୟାନ୍ୟ ଜୀବଜନ୍ତୁ ପ୍ରତି ମଧ୍ୟ ନିରାପଦ । ଖାଦ୍ୟଶସ୍ୟ ଓ ସେମାନଙ୍କଠାରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ, ଫଳ, ପନିପରିବା ଓ ଫସଲରେ ପରାଗସଂଗମ ସୃଷ୍ଟି କରୁଥିବା କୀଟଙ୍କ ପ୍ରତି ମଧ୍ୟ ନିରାପଦ ।

Priyambada Rana
Priyambada Rana
Organic Pesticides and it's uses

Organic Pesticides and it's uses

ଏବେ ଆମ ଦେଶରେ ଜୈବିକ ଚାଷ(Organic Farming) ପ୍ରତି ଗୁରୁତ୍ଵାରୋପ ଦେଉଛନ୍ତି ସରକାର। ଜୈବିକ ଉପାୟରେ ଫସଲର ହାନିକାରକ କୀଟଙ୍କୁ ଦମନ କରିବା ପାଇଁ ଉପକାରୀ କୀଟ ଓ ଅନ୍ୟାନ୍ୟ ଉପକାରୀ ଜୀବଙ୍କୁ ଫସଲ କିଆରିରେ ବିନିଯୋଗ କରାଯାଉଛି । ଏହି ପଦ୍ଧତି ବାୟୁମଣ୍ଡଳର ମୃତ୍ତିକା, ଜଳ ଓ ବାୟୁକୁ ପ୍ରଦୂଷଣ(Environment Pollution) କରେ ନାହିଁ । ଫସଲ କିଆରିରେ ଉପଲବ୍ଧ ହେଉଥିବା ଅନ୍ୟାନ୍ୟ ଜୀବଜନ୍ତୁ ପ୍ରତି ମଧ୍ୟ ନିରାପଦ । ଖାଦ୍ୟଶସ୍ୟ ଓ ସେମାନଙ୍କଠାରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ, ଫଳ, ପନିପରିବା ଓ ଫସଲରେ ପରାଗସଂଗମ ସୃଷ୍ଟି କରୁଥିବା କୀଟଙ୍କ ପ୍ରତି ମଧ୍ୟ ନିରାପଦ ।

ଜୈବିକ ଉପାୟରେ କାଟ ଦମନ ପ୍ରକ୍ରିୟାରେ ସଫଳତା:

। ମାଘ  ଓ ଫାଲ୍‌ଗୁନ ମାସରେ ଓଡ଼ିଶାର ଚାଷୀମାନେ ଆଖୁଚାଷ(Sugarcane Farming) କରିଥାନ୍ତି । ଏହା ଏକ ଅର୍ଥକରୀ ଫସଲ । ଚିନିକଳ ନିକଟରେ ଥିବା ଚାଷୀମାନେ ଏହି ଚାଷକୁ ବହୁଳ ପରିମାଣରେ କରନ୍ତି ଏବଂ ଚିନିକଳକୁ ଆଖୁଯୋଗାଇ ପ୍ରଚୁର ପରିମାଣର ଅର୍ଥ ରୋଜଗାର କରନ୍ତି । କିନ୍ତୁ ଏହି ଫସଲକୁ ସଅଳ କାଣ୍ଡବିନ୍ଧା, ପବବିନ୍ଧା ଏବଂ ଅଗବିନ୍ଧା ପୋକମାନେ ଆକ୍ରମଣ କରନ୍ତି ଏବଂ ପ୍ରଚୁର ପରିମାଣର ଆଖୁ ଓ ଚିନି ଅମଳରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି । ସଅଳ କାଣ୍ଡବିନ୍ଧା ଯୋଗୁ ଆଖୁ ଫସଲରେ ମଞ୍ଜକିଳା ଓ ପବବିନ୍ଧା ପୋକ ଯୋଗୁ ଆଖୁଗଛର ବୃଦ୍ଧି ବାଧାପ୍ରାପ୍ତ ହୁଏ । ପବ ଓ ଗଣ୍ଠିରେ 'କଣାମାନ ସୃଷ୍ଟି ହୁଏ ଯାହା ଯୋଗୁ ଆଖୁ ଫସଲରେ ନାଲି ଶଢ଼ା ରୋଗ ବ୍ୟାପିଯାଏ । ଫଳରେ ଚିନିର ପରିମାଣ ଓ ଏହାର ମାନ ହ୍ରାସ ପାଏ । ଅଗବିନ୍ଧା ପୋକ ଯୋଗୁ ଆଖୁ ଗଛ ଛୋଟ ଛୋଟ ହେବା ଯୋଗୁ ଆଖୁଗଛର ଶୀର୍ଷ ସ୍ଥାନରେ ପବ ଗୁଳ୍ମ ସୃଷ୍ଟି ହୁଏ । ଏହି ଚାରୋଟି ପୋକକୁ ବିନାଶ କରିବା ପାଇଁ ଟ୍ରାଇକୋଗ୍ରାମା ଚିଲୋନିଶ୍ ଏକ ହେକ୍ଟର ଆଖୁ ଫସଲରେ ୫୦,୦୦୦ ପୋକ ସନ୍ଧ୍ୟା ସମୟରେ ଛଡାଯାଏ । ଏହି ଉପକାରୀ ପରାଶ୍ରୟ କୀଟ ସୂର୍ଯ୍ୟ ଉତ୍ତାପ ସହ୍ୟ କରି ପାରନ୍ତି ନାହିଁ । ଏହି ପୋକଗୁଡିକ ଟ୍ରାଇକୋକାଡ ମାଧ୍ୟମରେ ମିଳୁ ଅଛି । ଆଖୁ ଲଗାଇଥିବାର ଏକମାସ ମଧ୍ୟରେ ଆଖୁ କିଆରିରେ ଗଜାମାନ ସମ୍ପୂର୍ଣ୍ଣ ଦେଖାଯାଏ । ଆଖୁ ଗଜାରେ ମଞ୍ଜକିଳା ସୃଷ୍ଟି ହେବା ଦୃଶ୍ୟମାନ ହେଲେ ଏହି ପରାଶ୍ରୟ ପୋକ ଙ୍କୁ ୭ରୁ ୧୦ ଦିନ ବ୍ୟବଧାନରେ ୩ରୁ ୪ଥର ପ୍ରୟୋଗ କରନ୍ତୁ । ସେହିପରି ପବ ଓ ଅଗ ବିନ୍ଧା ପୋକକୁ ଦମନ ପାଇଁ ସମ ପରିମାଣର ଟ୍ରାଇକୋଗ୍ରାମା ଚିଲୋନିଶ୍ ସେହି ୭ରୁ ୧୦ ଦିନ ବ୍ୟବଧାନରେ ୩ରୁ ୪ ଥର ପ୍ରୟୋଗ କରନ୍ତୁ ।

ନଡିଆ, ଫସଲରେ କାଳିମୁଣି ପୋକର ଶୂକ ନଡିଆ ଗଛର ପତ୍ରରୁ ସବୁଜ, କଣା କୋରିକରି ଖାଏ ଏବଂ ପତ୍ରରେ ପ୍ରଚୁର ପରିମାଣରେ ମଳତ୍ୟାଗ କରେ। ପତ୍ରରେ ଜାଲି ମଧ୍ୟ ସୃଷ୍ଟି କରେ ।ଏହା ଯୋଗୁ ନଡିଆଗଛ ଭଲଭାବେ ବୃଦ୍ଧି ପାଏନି । ଗଛରେ ଫଳ ଧରିବା ଶକ୍ତି ହ୍ରାସ  ପାଏ । ପୋକ ଦ୍ଵାରା କ୍ଷତିଗ୍ରସ୍ଥ ନଡିଆଗଛ  ପ୍ରତି ୫୦ଟି ବ୍ରାକନ୍, ହିବେଟର କିମ୍ବା ବ୍ରାକନ୍ ବ୍ରେଭିକର ନିଶ୍ କିମ୍ବା ଗୋନିଓଜସ୍ ନିଫାଣ୍ଟିଡିଜ୍ ସନ୍ଧ୍ୟାବେଳେ ନଡିଆ ଗଛରେ ଚଢ଼ି ବାହୁଙ୍ଗାରେ ବାନ୍ଧିବାକୁ ପଡେ । ଏକ ସମୟରେ ସମୟ ଆକ୍ରମିତ ଗଛରେ ଏମାନଙ୍କୁ ପ୍ରୟୋଗ କଲେ ନଡିଆ, ଫସଲ କାଳିମୁଣ୍ଡି ପୋକର ବିଭୀଷିକାରୁ ରକ୍ଷା ପାଏ ।

ମୁଗ, ବିରି, ଶିମ୍ବ, ମକା ଆଦି ଫସଲକୁ ଜଉପୋକ ଛୁଇଁ ଏବଂ ଅଗ୍ରମୁକୁଳରୁ ରସ ଶୋଷି ଦିଅନ୍ତୁ ଓ ଫସଲକୁ ନଷ୍ଟ କରିଦିଅନ୍ତି । ଏହି ହାନିକାରକ ପୋକକୁ ଦମନ କରିବା ପାଇଁ ବିଭିନ୍ନ ପ୍ରଜାତିର ଇନ୍ଦ୍ରଗୋପୀ ଭୃଙ୍ଗ, ସିରିପିଡ୍ ମାଛି ଓ ଗ୍ରାନ୍‌ଲେଶ, ଉଇଙ୍ଗ ନାମକ ପରାଙ୍ଗଭେଜି କୀଟଙ୍କୁ ଏକ ଏକର ଫସଲ କିଆରିରେ ୧୦୦୦ଟି କରି ପ୍ରୟୋଗ କରାଯାଉଛି । ଏହି ଉପକାରୀ ପୋକମାନେ ଜଉପୋକ ସହିତ ଫସଲକୁ ଆକ୍ରମଣ କରୁଥିବା ଅନ୍ୟାନ୍ୟ କ୍ଷତିକାରକ ପୋକ ଯଥା ପତ୍ର ଉକୁଣି, ଧଳାମାଛି ଏବଂ ଧବଳ ଚୂର୍ଣ୍ଣ ପୋକଙ୍କୁ ମଧ୍ୟ ଖାଇ ବିନାଶ କରନ୍ତି ।

ଉପକାରୀ କୀଟମାନେ କିଆରିରେ ରହିଥିବା ଜଣାପଡିଲେ ସେମାନଙ୍କୁ ମାରିବା ଉଚିତ ନୁହେଁ । ବରଂ ସେମାନଙ୍କର ବଂଶବୃଦ୍ଧି କିପରି କରିହେବ ତାହାର ପଦକ୍ଷେପ ନିତାନ୍ତ ଜରୁରୀ । ସେଥିଯାଇଁ ଫସଲରେ କୀଟନାଶକ ଦ୍ରବ୍ୟ ପ୍ରୟୋଗ ନ କରି ତା' ପରିବର୍ତ୍ତେ ସମନ୍ୱିତ ପ୍ରଣାଳୀ ଅବଲମ୍ବନ କରି ଅନିଷ୍ଟକାରୀ ପୋକଙ୍କୁ ଦମନ କରିବାର ବ୍ୟବସ୍ଥା ଫସଲର ଆରମ୍ଭରୁ କରନ୍ତୁ । ତେଣୁ ରୋଗରେ ପୋକ ନିରୋଧକ ବିହନର ପ୍ରଚଳନ, ସାର ଏବଂ ଜଳସେଚନ ର ସୁପରିଚାଳନା, ଉପଯୁକ୍ତ ସମୟରେ ଫସଲ ଚାଷ କରିବା ଏବଂ ଅମଳ କରିବାର ସମୟ ପରାଶ୍ରୟ କୀଟଙ୍କ ପ୍ରୟୋଗ ଉପରେ ଗୁରୁତ୍ଵ ଦେବାକୁ ପଡ଼େ । ବାୟୁମଣ୍ଡଳ ଏବଂ ଉପକାରୀ କୀଟଙ୍କ ପ୍ରତି ନିରାପଦ କୀଟନାଶକ ଯଥା ନିମଜାତ ପଦାର୍ଥ (ନିସିସିଡନ, ଗଣ୍ଟୋରେଜ ଅଚ୍ୟୁକ, ନିମୋନୁଲ, ମାଟେର୍ଗାସାଇଡ୍ ଓ କେ ଏବଂ ମାର୍କୋସାଇଡ୍ ସିକୋ ଇତ୍ୟାଦି) ଜୀବାଣୁଜାତ ଦ୍ରବ୍ୟ (ଡାଇବେପଲ, ଥୁରିସାଇଡ୍, ଡେଲଫିନ୍ ଓ ହଲ୍ଟ ଇତ୍ୟାଦି) ଏବଂ ଭୂତାଣୁ ଜନିତ କୀଟନାଶକ (ହେଲିସାଇଡ, ଲିଟୁ ସାଇଡ୍) ଆଦି ବ୍ୟବହାର କରାଯାଏ ।

କେମିତି କିଣିବେ ପୂରୁଣା ଟ୍ରାକ୍ଟର? ଜାଣନ୍ତୁ ଏହାର ମୂଲ୍ୟ....

ଗାଈ ଓ ମଇଁଷିଙ୍କ କ୍ଷୀର ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments