1. କୃଷି ବିଶ୍ବକୋଷ

ସ୍ୱଳ୍ପ ଖର୍ଚ୍ଚରେ କରନ୍ତୁ, ଶୀତଦିନିଆ ଚିନାବାଦାମ ଚାଷ.....

ନିଗିଡ଼ା, ବାଲି ଦୋରସା , ନଈପଠା ଓ ପଟୁ ପଡୁଥିବା ଜମିରେ ଚିନାବାଦାମ ଚାଷ ଭଲ ହୋଇଥାଏ l ଅଧିକ ଅମଳ ମଧ୍ୟ ଦେଇଥାଏ ଏହିଭଳି ମୃତ୍ତିକାରେ ଚାଷ କଲେ l ବାର୍ଷିକ ୫୦୦ ରୁ ୧୦୫୦ ମିଲିମିଟର ବର୍ଷା ହେଉଥିବା ଅଞ୍ଚଳରେ ଏହା ଚାଷ କରିବା ଉଚିତ l

Tanushree Mahapatra
Tanushree Mahapatra
peanut farming in winter season, image source - pexels

peanut farming in winter season, image source - pexels

ଚିନାବାଦାମ ଚାଷ ହେଉଛି ଏକ ଅର୍ଥକାରୀ ଫସଲ ତଥା ତୈଳବୀଜ ଫସଲ l ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଚାଷ କରି ଚାଷୀ ଉପକୃତ ହେଉଛନ୍ତି l ଶୀତ ଦିନ ତଥା ଖରିଫରେ ଏହି ଚାଷ ଅଧିକ ଲାଭ ପ୍ରଦାନ କରେ ଚାଷୀଙ୍କୁ l ବର୍ତ୍ତମାନ, ବିଭିନ୍ନ ଉନ୍ନତ ପ୍ରଣାଳୀରେ ମଧ୍ୟ ଚିନାବାଦାମ ଚାଷ କରାଯାଇପାରୁଛି l ନୂତନ କିସମ ମଧ୍ୟ ଚାଷୀ ଚାଷ କରି ଅର୍ଥ ରୋଜଗାର କରୁଛନ୍ତି l ତେବେ ଶୀତଦିନିଆ ଚିନାବାଦାମ ଚାଷ କିପରି କରିବେ ଆସନ୍ତୁ ଜାଣିବା ....

ଆବଶ୍ୟକ ଜଳବାୟୁ ଏବଂ ମୃତ୍ତିକା :-

ନିଗିଡ଼ା, ବାଲି ଦୋରସା , ନଈପଠା ଓ ପଟୁ ପଡୁଥିବା ଜମିରେ ଚିନାବାଦାମ ଚାଷ ଭଲ ହୋଇଥାଏ l ଅଧିକ ଅମଳ ମଧ୍ୟ ଦେଇଥାଏ ଏହିଭଳି ମୃତ୍ତିକାରେ ଚାଷ କଲେ l ବାର୍ଷିକ ୫୦୦ ରୁ ୧୦୫୦ ମିଲିମିଟର ବର୍ଷା ହେଉଥିବା ଅଞ୍ଚଳରେ ଏହା ଚାଷ କରିବା ଉଚିତ l ଆମ ରାଜ୍ୟର ଅଧିକାଂଶ ଅଞ୍ଚଳ ଏହି ଚାଷ ପାଇଁ ଉପଯୁକ୍ତ l ମୁଖ୍ୟତଃ ବର୍ଷାଶ୍ରିତ ଜମିରେ ଏବଂ ଦୁଇଟି ଋତୁରେ ଚାଷ କରାଯାଉଥିବାରୁ ବର୍ଷକୁ ଦୁଇ ଥର ଏହାର ଅମଳ କରାଯାଇଥାଏ।

ଚିନାବାଦାମ ଉନ୍ନତ କିସମ :-

ଏ.କେ. ୧୨ – ୨୪, ଟି.ଜି. ୩୭ ଏ, କିଷାନ (ଓ.ଜି. ୧୩ - ୩), ଫୁଲେ ପ୍ରଗତି (ଜେ.ଏଲ. – ୨୪), ଟି.ଏ.ଜି. ୨୪, ଟି.ଜି. ୩, ଦେବୀ (ଆଇ.ସି.ଜି.ଭି. – ୯୧୧୧୪), ଟି.ଏମ.ଭି. ୨, ଟି.ଜି. ୩୮     , ସ୍ମୃତି (ଓ.ଜି. ୫୨ - ୧), ଟି.ଜି. ୩୮ବି, ଟି.ଜି. – ୫୧, କାଦ୍ରି – ୬, ଧରଣୀ (ଟି.ସି.ଜି.ଏସ. – ୧୦୪୩) ଇତ୍ୟାଦି l

ଜମି ପ୍ରସ୍ତୁତି :-

ଚାଷ କରିବା ପୂର୍ବରୁ ଜମିରେ ୪ ରୁ ୫ ଥର ଓଡ଼ ଚାଷ କରି ମାଟିକୁ ପ୍ରଥମେ ଗୁଣ୍ଡ କରାଯାଏ l ଗଛ ମୂଳରେ ପାଣି ଜମି ରହିଲେ ଗଛ ନଷ୍ଟ ହେବାର ସମ୍ଭାବନା ଅଧିକ ତେଣୁ ଗଛ ମୂଳେ ପାଣି ଜମା ହେବାକୁ ଦେବା ଅନାବଶ୍ୟକ l ମାଟି ଅମ୍ଳଯୁକ୍ତ ହୋଇଥିଲେ ବାଦାମ ଫମ୍ପା ହେବାର ସମ୍ଭାବନା ଅଧିକ l ମାଟିରେ ଉଇ ଦେଖିବାକୁ ମିଳୁଥିଲେ ଏକର ପ୍ରତି ୧୦ କିଲୋଗ୍ରାମ ୫% କ୍ଲୋରପାଇରିଫସ ଗୁଣ୍ଡ ଓଡ଼ ଚାଷ ସମୟରେ ମିଶାଇବା ଉଚିତ l ଏହା କରିବା ଦ୍ୱାରା ମାଟିରେ ଉଇ ହେବେ ନାହିଁ l

ସାର ପ୍ରୟୋଗ :-

ଚିନାବାଦାମ ଚାଷ କରିବାକୁ ହେଲେ ଏକର ପ୍ରତି ୮ କିଲୋଗ୍ରାମ ଯବକ୍ଷାରଜାନ , ୧୬ କିଲୋଗ୍ରାମ ଫସଫରସ ଓ ୧୬ କିଲୋଗ୍ରାମ ପଟାସ ଓଡ଼ ଚାଷ କରିବା ସମୟରେ ମାଟିରେ ମିଶାଯାଏ l ସାଧରଣତଃ ମାଟିରେ ସାରକୁ ବିଞ୍ଚି ନ ଦେଇ ସିଆରରେ ପ୍ରୟୋଗ କଲେ ଅଧିକ ସଫଳ ମିଳେ l ମାଟିରେ ଆବଶ୍ୟକ ଅନୁଯାୟୀ ସାର ବ୍ୟବହାର କଲେ ସଠିକ ମାତ୍ରାରେ ସାର ଫସଲକୁ ମିଳିଥାଏ l

ଚିନାବାଦାମ ଚାଷରେ ଅନ୍ତଃଚାଷ :-

ଚିନାବାଦାମ ଗଛ ଗୁଡି଼କ ୨୦ ରୁ ୨୫ ଦିନ ହୋଇଗଲାପରେ କଡ଼ାଖୁସା କରି ଘାସ ଗୁଡିକ ବାଛିନେବା ଉଚିତ l ଜଳସେଚିତ ଜମିରେ ଚାଷ କରୁଥିଲେ ଅଧିକ ଜଳର ଆବଶ୍ୟକ ହୋଇନଥାଏ l ଏହିପରି ସ୍ଥାନରେ ଜଳ ସିଞ୍ଚନ କରିବା ଉଚିତ l ଅଧିକ ଜଳ ଦେଲେ ଚାଷ ନଷ୍ଟ ହେବାର ସମ୍ଭାବନା ରହିଥାଏ l କାରଣ ମୂଳରେ ପାଣି ଜମିଲେ ଗଛ ଗୁଡିକ ପଚିସଢ଼ି ଯାଏ l

ଅମଳ :-

ଚିନାବାଦାମ ଗୁଡିକ ଅମଳ ହେବା ସମୟ ହୋଇଗଲେ ପତ୍ର ଗୁଡିକ ହଳଦିଆ ଦେଖାଯାଏ l ବାଦାମରେ କଳା ସିରା ଦେଖାଗଲେ ମଧ୍ୟ ଜାଣିବା ଉଚିତ ଅମଳ ସମୟ ହୋଇଯାଇଛି l ଏହି ସମୟରେ ବାଦାମ ଗଛ ଗୁଡିକ ଉପାଡି ଉପର ମୁହାଁ କରି ଶୁଖାଇ ଦେବା ଉଚିତ l ଯଦି ମୃତ୍ତିକା ଠାରୁ ଆରମ୍ଭ କରି ଚାଷ ପ୍ରଣାଳୀ ସବୁକିଛି ଠିକ ରହେ ତେବେ ଏକର ପ୍ରତି ୮ ରୁ ୧୦ କ୍ୱିଣ୍ଟାଲ ଅମଳ ମିଳିବ l

ଏହି ଶୀତ ଋତୁରେ ଚିନାବାଦାମ ଚାଷ କରିବାକୁ ଇଛା କରୁଥିଲେ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା କୃଷି କାର୍ଯ୍ୟାଳୟ ପରିଦର୍ଶନ କରନ୍ତୁ l ଚିନାବାଦାମ ଚାଷ କରିବା ପାଇଁ ଅଧିକ ତଥ୍ୟ ସଂଗ୍ରହ କରି ଚାଷକାମ ଆରମ୍ଭ କରନ୍ତୁ l

ଅଧିକ ପଢ଼ନ୍ତୁ

ଡିଜିଟାଲ୍ ଫସଲ ସର୍ବେକ୍ଷଣରେ କ'ଣ ରହିଛି ସୁବିଧା ?

ଗୋସମ୍ପଦ ସିମେନ ଟେକ୍ନୋଲୋଜି ପାଇଁ ୟୁନିଫାଏଡ୍ ଜିନୋମିକ୍ ଚିପ୍ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ