1. କୃଷି ବିଶ୍ବକୋଷ

Pineapple Farming: ସପୁରୀ ଚାଷର ଫାଇଦା ଓ ଚାହିଦା

ସପୁରୀ ବଗିଚାରୁ ୪ ରୁ ୫ ଟି ଫସଲ ଅମଳ ପରେ ସପୁରୀ ବଗିଚା ବଦଳାଇ ଦେବା ଉଚିତ୍ କାରଣ ଏହା ପରେ ସେହି ସମାନ ଚାଷଜମିରେ ଭଲ ଚାଷ ହୋଇପାରେ ନାହିଁ ।

Tanushree Mahapatra
Tanushree Mahapatra
profitable farming and business of pineapple , image source - pexels.com

profitable farming and business of pineapple , image source - pexels.com

ଓଡ଼ିଶା ଏକ ଚାଷବହୁଳ ରାଜ୍ୟ l ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଏଠାରେ ଚାଷ କରାଯାଉଛି l ପାଣିପାଗକୁ ଅନୁସରଣ କରି ଚାଷୀ ଧୀରେ ଧୀରେ ଫଳଚାଷ କରୁଥିଉବର ଦେଖିବାକୁ ମିଳୁଛି l ବିଭିନ୍ନ ପ୍ରକାର ବିଦେଶୀ ଫଳ ମଧ୍ୟ ଚାଷ କରୁଛନ୍ତି ଚାଷୀ ଯାହା ତାଙ୍କୁ ଦ୍ଵିଗୁଣ ଲାଭ ଦେଉଛି l ଡ୍ରାଗନ ଫଳ , ଷ୍ଟ୍ରବେରି ଚାଷ , ଥାଇଲାଣ୍ଡ କୋଳି ଏବଂ ସେଉ ଭଳି ଫଳ ଚାଷ କରୁଛନ୍ତି ଚାଷୀ l ଆଉ ଏବେ ରାଜ୍ୟରେ ଚାହିଦା ବଢିଛି ସପୁରୀ ଚାଷର l ଯାହାକୁ ଚାଷ କରି ମହିଳା ଚାଷୀ ମଧ୍ୟ ହେଉଛନ୍ତି ଲାଭବାନ l ତେବେ ଏହି ସପୁରୀ ଚାଷ ବିଭିନ ପ୍ରଜାତିର କରାଯାଉଛି l ରାଣୀ ସପୁରୀର ଅଧିକ ଚାହିଦା ରହିଛି ରାଜ୍ୟରେ l

ଫଳଚାଷ ମଧ୍ୟରେ ସପୁରୀ ଚାଷ ଏବେ ଚାଷୀମାନେ ବହୁଳ ଭାବରେ କଲେଣି । ଏହାର ସ୍ଵାଦ ଓ ବାସନା ଅତି ଆକର୍ଷଣୀୟ ଏବଂ ଚାଷ ଅଧିକ ଲାଭ ମଧ୍ୟ ଦେଉଛି । ଜଣେ କେବଳ ସପୁରୀ ଚାଷରୁ ଆର୍ଥିକ ଫାଇଦା ଉଠାଇପାରିବ l ତେବେ ଏହି ଚାଷ ଆପଣ ମଧ୍ୟ କରିପାରିବେ l ତେବେ ଜାଣନ୍ତୁ କଣ ରହିଛି ଚାହିଦା ଓ ଫାଇଦା l

ଆମ ରାଜ୍ୟରେ ଫଳ ଚାଷ ଓ ସଂରକ୍ଷଣ ସଂସ୍ଥା ବଢିଗଲା ପରେ,ସପୁରୀ ଚାଷର ଚାହିଦା ବଢିଥିବା ଦେଖିବାକୁ ମିଳିଛି  । ଆମ ରାଜ୍ୟରେ ସପୁରୀ ଚାଷ ବୃଦ୍ଧି ପାଉଥିଲେ ମଧ୍ୟ ବ୍ୟବସାୟିକ ଦୃଷ୍ଟି କୋଣରୁ ଏହାର ପ୍ରସାର ଅତ୍ୟନ୍ତ ଲାଭଜନକ ।  ତେବେ ସପୁରୀରେ ରହିଛି ଜୀବସାର ‘କ’, ‘ଖ’ ଓ ‘ଗ’ ଯାହା ଶରୀର ପାଇଁ ନିହାତି ଆବଶ୍ୟକ । ସେହିପରି ଏହି ସପୁରୀରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଲୌହ ମଧ୍ୟ ଯଥେଷ୍ଟ ପରିମାଣରେ ରହିଛି ।

ସପୁରୀ ଚାଷ ପାଇଁ ଜଳବାୟୁ:-

ସପୁରୀ ଚାଷ କରିବା ପାଇଁ ଅତି ଗରମ ଓ ଅତି ଥଣ୍ଡା ଜଳବାୟୁ ଭଲ ନୁହେଁ । ବିଶେଷତଃ ଆର୍ଦ୍ର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ସପୁରୀ ଚାଷ କରାଯାଏ । ୨୨ଡିଗ୍ରୀ ସେଣ୍ଟିଗ୍ରେଡରୁ ଆରମ୍ଭ କରି ୩୨ଡିଗ୍ରୀ ସେଣ୍ଟିଗ୍ରେଡ ତାପମାତ୍ରାରେ ଜଣେ ଚାଷୀ ସପୁରୀ ଚାଷ କରିପାରିବ । ତେବେ ସମୁଦ୍ର ପତନ ଠାରୁ ୧୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ ଲାଭଜନକ । କିନ୍ତୁ ଧ୍ୟାନଦେବା ଉଚିତ ଯେ, ଏହା ବରଫପାତ,କୁହୁଡି ସହି ପାରେନାହିଁ ଯାହାଦ୍ୱାରା ଫଳ ନଷ୍ଟ ହୁଏ । ବାର୍ଷିକ ବୃଷ୍ଟିପାତ ୧୦୦ ରୁ ୧୫୦ ସେମି ହେଉଥିବା ସ୍ଥାନ ମାନଙ୍କରେ ସପୁରୀ ଚାଷ ଭଲ ହୁଏ । ଅଧିକ ସୂର୍ଯ୍ୟ କିରଣ ମଧ୍ୟ ଏହି ଚାଷ ପାଇଁ ଅନୁକୂଳ ନୁହେଁ, ସେହିପରି ଅଧିକ ଛାୟା ହେଉଥିବା ସ୍ଥାନରେ ମଧ୍ୟ ଭଲ ନୁହେଁ ।

ଚାଷ ପାଇଁ ଉଚିତ ମାଟି:-

ତେବେ ସପୁରୀ ଚାଷ କରିବା ପାଇଁ ଦୋରସା, ନାଲିଦୋରସା ମାଟି ଓ ବାଲିଆସିଆ ମାଟିରେ ସପୁରୀ ଚାଷ ଭଲ ହୁଏ । କିନ୍ତୁ ଧ୍ୟାନ ରଖିବା ଉଚିତ ଯେ, ସପୁରୀ ଗଛ ମୂଳରେ ପାଣି ଜମି ରହିଲେ ଗଛ ଭଲ ବଢେ ନାହିଁ । କାଦୁଆ,ସନ୍ତସନ୍ତିଆ ଓ ପଥୁରିଆ ଜାଗା ସପୁରୀ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ମାଟିର ଗଭୀରତା ୨ଫୁଟ ହୋଇଥିବା ଦରକାର ଚାଷପାଇଁ । ଏହି ଚାଷ ପାଇଁ ମାଟି ସାମାନ୍ୟ ଅମ୍ଳଯୁକ୍ତ ହୋଇଥିଲେ ମଧ୍ୟ ଭଲ ।  ଯେଉଁ ମାଟିର ପି.ଏଚ – ୫.୫ ରୁ ୬ ପର୍ଯ୍ୟନ୍ତ ସେହିମାଟିରେ ଏ ଚାଷ ଖୁବ ଭଲ ହୁଏ ।

ପୁଆ ଲଗାଇବା ପୂର୍ବରୁ ନାଳୀ ମାଧ୍ୟମରେ ପୁଆକୁ ସିଧା ଭାବରେ ରଖି ମୂଳକୁ ୮ ରୁ ୧୦ ସେମି ଗଭୀରରେ ପୋତାଯାଏ l ଚାରିପାଖର ମାଟିକୁ ଦବାଇ ଦିଆଯାଏ ଯାହାଦ୍ୱାରା ଗଛ ମାଟିକୁ ଜାବୁଡି ଧରିପାରିବ । ଫଳରେ ପୁଆ ଟାଣ ଓ ଶକ୍ତ ହୋଇ ଭଲ ଭାବରେ ମାଟିରେ ବଢି ପାରେ । ତେବେ ଗଛରେ ଧାଡି ଅଳ୍ପ ବ୍ୟବଧାନରେ ରହିବା ଦରକାର l ଦୂରତା ଅଧିକ ରହିଲେ ପୁଆ ସହଜରେ ଉପୁଡି ପଡିବାର ସମ୍ଭାବନା ଥାଏ । ସପୁରୀର ଚେର ବେଶୀ ଦୂରକୁ ମାଡି ପାରେ ନାହିଁ ତେଣୁ ଅଧିକ ଯତ୍ନ ନେବା ଆବଶ୍ୟକ ଚାଷ ଆରମ୍ଭରେ  । ସାଧାରଣତଃ ଖରାଦିନେ ଜଳ ସେଚନକୁ ଗୁରୁତ୍ଵ ଦେବା ଆବଶ୍ୟକ ।

ଅମଳ ସମୟ:-

ଚାଷ ଆରମ୍ଭରୁ ନୂଆ ପତ୍ର ବାହାରିବା ଆରମ୍ଭ କରିଥାଏ ତେଣୁ ରୋଗ ମଧ୍ୟ ଅନେକ ଦେଖାଯାଏ l  ପତ୍ର ଉପରେ ଧୂସର ରଙ୍ଗର ଦାଗ ଓ ପତ୍ର କର କଳା ଦେଖାଯାଏ । ଯାହା ଆରମ୍ଭ ହେବା ମାତ୍ରେ ଆପଣ ଧ୍ୟାନ ଦେବା ଉଚିତ ତୁରନ୍ତ ନିରାକରଣ କରିବା ଆବଶ୍ୟକ l ଦେଖିବାକୁ ଗଲେ ଏହି ଦାଗ ବାଦାମି ରଙ୍ଗ ବା ଧଳା ଦେଖାଯାଏ  ।  ସେହି ସ୍ଥାନ ଧୀରେ ଧୀରେ ଶୁଖିଯାଏ । ପତ୍ର ଲୋଚା କୋଚା ହେବ ଆରମ୍ଭ ହୁଏ । ସପୁରୀ ଗଛ ଲଗାଇବାର ୧୮ ରୁ ୨୪ ମାସ ମଧ୍ୟରେ ଫୁଲ ଫଳ ଆସେ ଓ ଫଳ ୩ ରୁ ୪ ମାସ ମଧ୍ୟରେ ପାକଳ ହୁଏ ।

ଚାଷୀ ସପୁରୀ ଆଖିର ରଙ୍ଗ ଦେଖି ଓ ପତ୍ରର ଅବସ୍ଥା ଦେଖି ଫଳ ପାକଳ ହେଲାଣି ବୋଲି ଜାଣିବାକୁ ପଡିବ । ତୁରନ୍ତ ଅମଳ କରିନେବା ଦରକାର l ଫଳ ତୋଳି ସାରିବା ପରେ ଗଛରେ ଗୋଟିଏ କରି ପୁଆ ରଖି ଅନ୍ୟ ସବୁ ଫଳଗୁଡିକ ଭାଙ୍ଗି ଦେବା ଦରକାର । ଉପରୁ ଫଳ ଡେମ୍ଫକୁ କାଟି ଓ ତଳିଆ ଶୁଖିଲା ଶଢାପତ୍ର ସଫା କରିଦେବେ । ସପୁରୀ ବଗିଚାରୁ ୪ ରୁ ୫ ଟି ଫସଲ ଅମଳ ପରେ ସପୁରୀ ବଗିଚା ବଦଳାଇ ଦେବା ଉଚିତ୍ କାରଣ ଏହା ପରେ ସେହି ସମାନ ଚାଷଜମିରେ ଭଲ ଚାଷ ହୋଇପାରେ ନାହିଁ   ।

Rice Disease: ଧାନ ଫସଲର 5 ଟି ମୁଖ୍ୟ ରୋଗ ଏବଂ ଏହାର ନିରାକରଣ

Sunflower Farming: ସୂର୍ଯ୍ୟମୁଖୀ ଚାଷରେ ମିଳୁଛି ପ୍ରବଳ ଲାଭ, ଜାଣନ୍ତୁ ନୂଆ ଉପାୟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments