ବାଇଗଣ ଲାଭଜନକ ପରିବା ମଧ୍ୟରୁ ଅନ୍ୟତମ । ଆମ ରାଜ୍ୟରେ ସବୁ ଅଞ୍ଚଳରେ ଓ ସବୁ ଋତୁରେ ଚାଷ ହୋଇଥାଏ ବାଇଗଣ । ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ବାଇଗଣକୁ ପସନ୍ଦ କରିଥାନ୍ତି ସମସ୍ତେ । ବାଇଗଣରେ ଶତକଡ଼ା ୬.୪ ଭାଗ ରହିଥିବାବେଳେ ଶ୍ୱେତସାର, ପୃଷ୍ଟିସାର, ସ୍ନେହ ସାର ଓ ଧାତବ ଲବଣ ରହିଛି । ଆମ ଦେଶରେ ଅନେକ ପ୍ରକାରର ବାଇଗଣ ଚାଷ କରନ୍ତି ଚାଷୀ । ଅନେକ ବାଇଗଣ ଖୁବ୍ ଛୋଟ ଦେଖିବାକୁ ଥିବାବେଳେ କେତେକ ଜାତିର ବାଇଗଣ ଖୁବ୍ ବଡ଼ ହୋଇଥାଏ ଯାହା ଖାଇବାକୁ ଖୁବ ସ୍ୱାଦଯୁକ୍ତ ।
ବାଇଗଣ ସବୁ ଋତୁରେ ଚାଷ ହୋଇଥାଏ । ବର୍ଷାଦିନେ ଅଧିକ ବର୍ଷା ଫୁଲ ଝଡ଼ି ପଡ଼ିବାର ସମ୍ଭାବନା ଥାଏ । ଜଳସେଚନର ସୁବିଧା ଥିବା ଜମିରେ ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଚାରା ଲଗାଇଲେ, ନଭେମ୍ବର ମାସରୁ ଫୁଲ ଧରି ପ୍ରଚୁର ଫଳ ଦେଇଥାଏ । ସେହିପରି ଜୁନ୍ ମାସରେ ବାଇଗଣ ଲଗାଇଲେ ଅଗଷ୍ଟ ମାସରେ ଫଳ ଆରମ୍ଭ ହୋଇଥାଏ । ଧ୍ୟାନ ରଖିବା ଉଚିତ ଯେ, ବାଇଗଣ ବିଲରେ ପାଣି ରହିଲେ ଜମା ହୋଇ ଗଛ ମରିଯାଏ । ନିଗିଡ଼ା ଦୋରସା ବାଇଗଣ ଚାଷ ପାଇଁ ଖୁବ ଭଲ ।
ବର୍ଷାଦିନେ ବାଇଗଣ ଚାଷରେ ସାଧାରଣତଃ ପାଣି ଦରକାର ଆବଶ୍ୟକ ହୁଏ ନାହିଁ । ବର୍ଷା ଛାଡ଼ିଗଲା ପରେ ୧୦ ରୁ ୧୨ ଦିନରେ ଥରେ ଲେଖାଏଁ ପାଣି ଦେବା ଆବଶ୍ୟକ ହୋଇଥାଏ । ପାଣି ଅଭାବରେ ଫୁଲ ଝଡ଼ିଯାଏ ଏବଂ ପତ୍ର ହଳଦିଆ ପଡ଼ିଯାଏ । ଶୀତ ଏବଂ ଖରାଦିନେ ଥରେ ଲେଖାଏଁ ପାଣି ଦେବା ଆବଶ୍ୟକ l ବାଇଗଣ ତଳି ରୁଆ ହେବାର ପ୍ରାୟ ୬୦ ଦିନ ପରେ ଗଛରେ ଫୁଲ ଓ ଫଳ ଧରିଥାଏ । ଉଚିତ ଚାଷ ପଦ୍ଧତି ଥିଲେ ସାଧାରଣତଃ ଏକ ଏକରରୁ ୮୦ ରୁ ୧୦୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ବାଇଗଣ ଅମଳ ହୋଇଥାଏ ।
ବାଇଗଣ ଫସଲ ଲାଭ:
ସାଧାରଣତଃ ଉନ୍ନତ ପ୍ରଣାଳୀରେ ବାଇଗଣ ଚାଷକଲେ ଆପଣ ଏକର ପିଛା ୧୦,୦୦୦ ରୁ ୧୨,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଫସଲ ଭଲ ରହିଲେ ଏକର ପିଛା ୮୦ ଦ୍ବିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳେ । ଚାଷଖର୍ଚ୍ଚ ପରେ ଆପଣ ପ୍ରାୟ ୨୦,୦୦୦ ରୁ ୨୨,୦୦୦ ଟଙ୍କା ଲାଭ ପାଇବେ । ଶୀତଦିନେ ବାଇଗଣ ଖୁବ ଶସ୍ତା । କିନ୍ତୁ ଅନ୍ୟ ଋତୁରେ ଲାଭ ଅଧିକ ହୋଇଥାଏ ବାଇଗଣ ଚାଷରୁ । ଅନେକ ଚାଷୀ ନିଜ ଫସଲରୁ ମଞ୍ଜି ରଖିନ୍ତି । ୨ ରୁ ୩ ଥର ବାଇଗଣ ଅମଳ ପରେ ନିର୍ଦ୍ଦିଷ୍ଟ ଗଛରୁ ବିହନ ସଂଗ୍ରହ ହୁଏ । କାରଣ ପ୍ରଥମ ଫଳ ମଞ୍ଜି ପାଇଁ ଛାଡ଼ିଦେଲେ ଅମଳ କମିଯାଏ l ସେହି ଫଳରେ ମଞ୍ଜିର ପରିମାଣ ମଧ୍ୟ କୁବି କମ୍ ।
ଫଳଗୁଡ଼ିକ ଗଛରେ ପାଚିଲେ ଛୁରୀ ସାହାଯ୍ୟରେ ମଞ୍ଜି ବାହାର କରନ୍ତୁ l ଭଲ ମଞ୍ଜି ଗୁଡ଼ିକ ପାଣିତଳେ ବସିଯାଏ ସେହି ଅନୁଯାୟୀ ମଞ୍ଜି ସଂଗ୍ରହ କରନ୍ତୁ । ସେହି ବିହନକୁ ୩ ରୁ ୪ ଥର ଧୋଇ ୪ ରୁ ୫ ଦିନ ଟାଣ ଖରାରେ ଶୁଖାଇ ପ୍ୟାକେଟରେ ବନ୍ଦକରି ରଖନ୍ତୁ l ଏହାକୁ ପରେ ପୁଣିଥରେ ଚାଷକାର୍ଯ୍ୟରେ ବ୍ୟବହାର କରନ୍ତୁ l
ବାଇଗଣ ଫସଲରେ ବିଭିନ୍ନ ରୋଗ ପୋକ ଦେଖାଯାଏ ଯଥା - କାଣ୍ଡ ଓ ଫଳ ବିନ୍ଧା ପୋକ ଏବଂ କାଙ୍କଡ଼ିଆ ପୋକ । ଯାହାକି କାଣ୍ଡ ଓ ଫଳବିନ୍ଧା ପୋକ କାଣ୍ଡର ଉପରି ଭାଗରେ କଣା କରି ବାଇଗଣ ଭିତରେ ପଶିଥାଏ । ଏହି ପୋକ ପତ୍ରର ସବୁଜ ଅଂଶକୁ ଖାଇଥାନ୍ତି । ଫଳରେ ପତ୍ର ଜାଲି ଜାଲି ଦେଖାଯାଏ । ଅନ୍ୟ ଏକ ରୋଗ ମୂଳ ସଢ଼ା ରୋଗ । ତଳି ବଡ଼ ହୋଇଗଲେ ଏହି ରୋଗ ଦେଖିବାକୁ ମିଳେ ।
ମୂଳସଢ଼ା ରୋଗ ହେଲେ ପତ୍ର ହଳଦିଆ ହୋଇଯାଏ l ଫୁଲ ଝଡ଼ିପଡ଼େ ଗଛ ଝାଉଁଳି ଶୁଖିଯାଏ । ଏହି ରୋଗ ଜୀବାଣୁ ଦ୍ଵାରା ହୁଏ । ସାଧାରଣତଃ ଗଛରେ ଫୁଲ ଆସିଲା ସମୟରେ ଏହା ହୁଏ l ଏହାଦ୍ୱାରା ଗଛ ଝାଉଁଳି ମରିଯାଏ । ତେବେ ଚାଷରେ ଅଧିକ ତଥ୍ୟ ପାଇଁ ଆପଣ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ l
ଅଧିକ ପଢ଼ନ୍ତୁ
Kisan Credit Card: କୃଷକଙ୍କ ପାଇଁ ବଡ଼ ଘୋଷଣା!
ମୂଳା ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ, କୃଷି ଜାଗରଣର ବିଶେଷ ପଦକ୍ଷେପ
Share your comments