1. କୃଷି ବିଶ୍ବକୋଷ

ଶିମ୍ବ ଚାଷ କରି ଚାଷୀ କମାଇପାରିବେ ବର୍ଷକୁ ହଜାର ହଜାର ଟଙ୍କା

ଶୀତ ଦିନରେ ବଜାରରେ ଅଧିକ ପରିବା ଉପଲବ୍ଧ ହୋଇଥାଏ l ଭଲ ବଜାର ମଧ୍ୟ ମିଳିଥାଏ ଚାଷୀଙ୍କୁ l ଶରୀରକୁ ଲାଭ ଦେଉଥିବା ଭଳି ପରିବା ବିକ୍ରି ହୋଇଥାଏ l ଏହି ସମୟରେ ପରିବା ଚାଷକଲେ ଅଧିକ ପାଣିର ଆବଶ୍ୟକତା ପଡ଼ିନଥାଏ l

Tanushree Mahapatra
Tanushree Mahapatra
Profitable farming of shim vegetable , image source - pexels.com

Profitable farming of shim vegetable , image source - pexels.com

ଶୀତ ଦିନରେ ବଜାରରେ ଅଧିକ ପରିବା ଉପଲବ୍ଧ ହୋଇଥାଏ l ଭଲ ବଜାର ମଧ୍ୟ ମିଳିଥାଏ ଚାଷୀଙ୍କୁ l ଶରୀରକୁ ଲାଭ ଦେଉଥିବା ଭଳି ପରିବା ବିକ୍ରି ହୋଇଥାଏ l ଏହି ସମୟରେ ପରିବା ଚାଷକଲେ ଅଧିକ ପାଣିର ଆବଶ୍ୟକତା ପଡ଼ିନଥାଏ l ତେବେ ଏହି ସମୟରେ ବଜାର ପ୍ରଦାନ କଲା ଭଳି ପରିବା ଚାଷ କରି ରୋଜଗାର କରନ୍ତୁ ହଜାର ହଜାର ଟଙ୍କା l

ଶୀତ ଦିନିଆ ପରିବା ମଧ୍ୟରେ ଶିମ୍ବ ଅନ୍ୟ ଏକ ପରିବା ଯାହା ଚାଷୀଙ୍କୁ ଲାଭ ପ୍ରଦାନ କରିଥାଏ l ତେବେ ଏହି ଚାଷ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ l

ସାଧାରଣତଃ ସହର ହେଉ କିମ୍ବା ଗାଁ ସବୁଠି ଶିମ୍ବ ପରିବା ହିସାବରେ ଖାଇଥାନ୍ତି ସମସ୍ତେ । ପ୍ରାୟତଃ ବର୍ଷାଦିନେ ଏହି ଚାଷ କରାଯାଏ । ଶିମ୍ବରେ ପ୍ରୋଟିନ୍ ଅଧିକ ପରିମାଣରେ ଥାଏ । ଏହାଛଡ଼ା ଶିମ୍ବରେ ରହିଛି ଭିଟାମିନ୍ ସି, ଡି, ଲୌହ, ଗନ୍ଧକ ଓ ପଟାସିଅମ l ତେଣୁ ଏହି ପରିବାକୁ ଏକ ପ୍ରକାର ପୁଷ୍ଟିକର ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ । ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ କେତେ ଗୁଡ଼ିଏ ଉନ୍ନତ ଶିମ କିସମ ବାହାର କରିଛନ୍ତି । ଯାହାକୁ ଚାଷୀ ବ୍ୟବହାର କରି ଉନ୍ନତ ଚାଷ କରିପାରିବେ l ଏହି କିସମରୁ ଅଧିକ ଅମଳ ମିଳେ ।

ଶିମ୍ବ ଚାଷ ପ୍ରାୟତଃ ଜୁଲାଇ ରୁ ଅଗଷ୍ଟ ମାସରେ ଲଗାଯାଏ । କିନ୍ତୁ ବୈଜ୍ଞାନିକ ପଦ୍ଧତିରେ ସୃଷ୍ଟି ହୋଇଥିବା ବିହନ ନେଇ ଜଣେ ଚାଷୀ ବର୍ଷସାରା ଶିମ୍ବ ଚାଷ କରିପାରିବ l ଜୁଲାଇ ରୁ ଅଗଷ୍ଟ ମାସରେ ଚାଷ ହେଉଥିବା ଶିମ୍ବରେ ନଭେମ୍ବର ଡିସେମ୍ବର ମାସରେ ଫୁଲ ହୋଇଥାଏ । ଶିମ୍ବକୁ ଧାଡ଼ି ଧାଡ଼ି କରି ବୁଣାଯାଇପାରେ କିମ୍ବା ମକା ଫସଲ ଭଳି ଅନ୍ୟ ଫସଲ ସହିତ ମଧ୍ୟ ବୁଣାଯାଇପାରେ । ଏହାର ସାର ଓ ଚାଷ ଉପରେ ଧ୍ୟାନ ଦେବା ଆବଶ୍ୟକ l

ଶିମ୍ବକୁ ବିଲରେ ପ୍ରାୟ ୬ ଫୁଟ ବ୍ୟବଧାନରେ ମନ୍ଦା କରି ଲଗାଯାଏ । ପ୍ରତି ମନ୍ଦାରେ ୨ ରୁ ୩ ଟି ମଞ୍ଜି ପୋତିବା ଆବଶ୍ୟକ । ପ୍ରତି ମନ୍ଦାରେ ୨ ରୁ ୩ ଝୁଡ଼ି ଖତ, ୧୦୦ ଗ୍ରାମ୍ ଲେଖାଏଁ ସୁପର ଫସ୍‌ଫେଟ୍, ୧୦୦ ଗ୍ରାମ୍ କାଲସିଅମ୍ ଆମୋନିଅମ୍ ନାଇଟ୍ରେଟ୍ ସହିତ ୧୦୦ ଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ପ୍ରୟୋଗ କରିବା ଆବଶ୍ୟକ । ଗଛ ଲଗାଇବାକୁ ଆରମ୍ଭ କଲେ ରଞ୍ଜା ଦେବା ଦରକାର । ଚାଷ ସଠିକ ଭାବେ ହୋଇଥାଏ ତେବେ ଏକ ଏକରରୁ ପ୍ରାୟ ୧୫ ବିଲ ପର୍ଯ୍ୟନ୍ତ ଶିମ୍ବ ଅମଳ ମିଳିଥାଏ ।

ତେବେ ଶିମ୍ବ ଚାଷ କରିବା ପରେ ହିଁ ବିଭିନ୍ନ ପ୍ରକାର ରୋଗପୋକ ଦେଖିବାକୁ ମିଳେ l ଯାହା ଚାଷକୁ ଆରମ୍ଭରୁ ହିଁ ନଷ୍ଟ କରିଦିଏ l ତେବେ ଏହି ଶିମ୍ବ ଚାଷରେ ଲାଗୁଥିବା ରହପୁକ ବିଷୟରେ ଆଲୋଚନା କରିବା l ଜଉପୋକ ଏକ ବଡ଼ ସମସ୍ୟା ଏହା ଛୋଟ ଛୋଟ ପୋକଗୁଡ଼ିକ କଅଁଳିଆ ପତ୍ର, ଡାଳ ଓ ଫଳକୁ ନଷ୍ଟ କରି ଦିଅନ୍ତି ଓ ଅମଳକୁ ସମ୍ପୂର୍ଣ୍ଣ କମାଇ ଦିଅନ୍ତି । ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ପ୍ରତି ୧ ଲିଟର ପାଣିରେ ୨ ମିଲିଲିଟର ହିସାବରେ ମେଟାସିଷ୍ଟସ ମିଶାଇ ସ୍ପ୍ରେ କରିବାକୁ ପଡ଼ିବ ଚାଷ ଜମିରେ ।

ଦ୍ଵିତୀୟରେ ଗଣ୍ଡ ପୋକ ଯାହାକି ଗଛର କାଣ୍ଡକୁ କଣା କରି ଗଛକୁ ନଷ୍ଟ କରନ୍ତି । ତେବେ ଏଭଳି ପରିସ୍ଥିତିରେ ଗଛକୁ କାଣ୍ଡରୁ କଣା କରି ଆପଣ ନଷ୍ଟ କରିଦିଅନ୍ତୁ l ଏହି ପୋକର ପ୍ରତିକାର ପାଇଁ ଏକ ଲିଟର ପାଣିରେ ୨ ମିଲିଲିଟର ହିସାବରେ ନୁଭାକ୍ରନ୍ ମିଶାଇ ସ୍ପ୍ରେ ଚାଷ ଜମିରେ । ସେହିପରି ଆଉ ଏକ ପୋକ ହେଉଛି ଛୁଇଁବିନ୍ଧା ପୋକ l ଏହି ପୋକଗୁଡ଼ିକ ଫଳ କଣା କରି ମଞ୍ଜି ଖାଇଯାଆନ୍ତି । ଆପଣ ଏହି ପୋକର ପ୍ରତିକାର ପାଇଁ ୧ ଲିଟର ପାଣିରେ ୨ ମିଲି ଲିଟର ହିସାବରେ ହିଲଡେନ୍ ମିଶାଇ ସ୍ପ୍ରେ କରିପାରିବେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments