1. କୃଷି ବିଶ୍ବକୋଷ

Garlic farming: ଉନ୍ନତ ରସୁଣ ଚାଷ, ଆୟ ଦେବ ଦ୍ଵିଗୁଣ

ସାଧାରଣତଃ ଶୀତଦିନେ ରସୁଣ ଚାଷ କରିଥାନ୍ତି ଚାଷୀ .....

Tanushree Mahapatra
Tanushree Mahapatra
profitable garlic farming, image source - pixeles

profitable garlic farming, image source - pixeles

ଖରାଦିନରେ ବିଭିନ୍ନ ପ୍ରକାର ଚାଷକାର୍ଯ୍ୟ କରିଥାନ୍ତି ଚାଷୀ l ବଜାରକୁ ନଜରରେ ରଖି ଚାଷ କରନ୍ତି ଚାଷୀ l ମସଲା ଜାତୀୟ ଚାଷ ମଧ୍ୟରେ ରସୁଣ ଅନ୍ୟତମ l ଯାହାକୁ ବର୍ଷସାରା ଚାଷୀ ଚାଷ କରିପାରିବେ ବିଭିନ୍ନ ବୈଜ୍ଞାନିକ ପ୍ରଣାଳୀରେ l ରସୁଣ ମସଲା ଜାତୀୟ ଫସଲ ଭିତରେ ପ୍ରଧାନ ସ୍ଥାନ ଅଧିକାର କରିଛି ।

ଏହା ଭାରତର ପ୍ରାୟ ସମସ୍ତ ରାଜ୍ୟରେ ଚାଷ କରାଯାଇଥାଏ । ରସୁଣ ଖାଦ୍ୟ ପାଇଁ ବ୍ୟବହାର ହେଉଥିବାବେଳେ ବିଭିନ୍ନ ରୋଗ ପାଇଁ ମଧ୍ୟ ବ୍ୟବହାର ହୋଇଥାଏ l ରସୁଣ ଖାଇବା ଦ୍ଵାରା ରକ୍ତରେ ଥିବା କୋଲେଷ୍ଟରଲ ପରିମାଣ ମଧ୍ୟ କମିଯାଏ । ରସୁଣ ଆପଣ ନିଜ ଘର ବାଡ଼ି ବଗିଚାରେ ମଧ୍ୟ ଚାଷ କରିପାରିବେ l

ବିଭିନ୍ନ ରିପୋର୍ଟ ଅନୁଯାୟୀ, ରସୁଣ ପ୍ରଥମେ କେନ୍ଦ୍ର ଏସିଆ ଅଞ୍ଚଳରେ ଚାଷ କରାଯିବାର କୁହାଯାଇଥାଏ । ତେବେ ବର୍ତ୍ତମାନ ବିଭିନ୍ନ ଜ୍ଞାନକୌଶଳ ବ୍ୟବହାର କରି ଏହା ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ଚାଷ କରାଯାଉଅଛି । ଆମ ରାଜ୍ୟରେ ସାଧାରଣତଃ ଶୀତଦିନେ ରସୁଣ ଚାଷ କରିଥାନ୍ତି ଚାଷୀ । ଅତି ଥଣ୍ଡା ହେଲେ ରସୁଣ ଭଲ ଚାଷ ହୁଏ ନାହିଁ । ଭାରତରେ ଏହା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ଗୁଜୁରାଟ ଅଞ୍ଚଳରେ ପ୍ରଚୁର ରସୁଣ ଚାଷ ହୋଇଥାଏ l

ରସୁଣ ମାଟି ଓ ଲଗାଇବା ସମୟ

ରସୁଣ ପାଇଁ ଦୋରସା ଏବଂ ପଟୁମାଟି ଖୁବ୍ ଭଲ ହୋଇଥାଏ ଚାଷ ପାଇଁ । ତେବେ ପିଆଜ ଠାରୁ ରସୁଣ ପାଇଁ ଅଧିକ ଉର୍ବର ମାଟି ଆବଶ୍ୟକ । କାରଣ ଉର୍ବର ମାଟିରେ ଭଲ ଉତ୍ପାଦନ ହୋଇଥାଏ ରସୁଣ ଚାଷ l  ରସୁଣ ଚାଷ ସେପ୍ଟେମ୍ବରରୁ ଆପଣ ଚାଷ ପାଇଁ ବିହନ ଲଗାଇପାରିବେ । ତେବେ ଅକ୍ଟୋବର ଏବଂ  ନଭେମ୍ବର ମାସରେ ରସୁଣ ଚାଷ କଲେ ମଧ୍ୟ ଭଲ ଅମଳ ହୋଇଥାଏ ରସୁଣ ।

ରସୁଣ ଚାଷ ପ୍ରଣାଳୀ

ପିଆଜ ପରି ରସୁଣ ବିଲରେ ଥିବା ମାଟି ଗୁଣ୍ଡ କରିବାକୁ ହୁଏ । ରସୁଣ ପାଇଁ ଅଧିକ ଉର୍ବର ମାଟି ଦରକାର । ତେବେ ରସୁଣ ଚାଷ ପାଇଁ ଏକର ପିଛା ୧୬ ରୁ ୨୦ ଟନ୍ ସଢ଼ା ଖତ ପ୍ରୟୋଗ କରିବା ଆବଶ୍ୟକ । ମୂଳ ସାର ଭାବେ ୨୪ କି.ଗ୍ରା. ଯବକ୍ଷାରଜାନ, ୨୪ କି.ଗ୍ରା. ଫସ୍‌ଫରସ୍ ଏବଂ ୨୪ କି.ଗ୍ରା. ପଟାସ୍ ସାର ଦରକାର ହୋଇ ଥାଏ ରସୁଣ ଚାଷ ପାଇଁ । ବିହନ ଲଗାଇବାର ପ୍ରାୟ ତିନି ସପ୍ତାହ ପରେ ଏକର ପ୍ରତି ୧୨ କି.ଗ୍ରା. ଯବକ୍ଷାରଜାନ ଏବଂ ଛଅ ସପ୍ତାହ ପରେ ୧୨ କି.ଗ୍ରା. ଯବକ୍ଷାର ଓ ୨୪ କି.ଗ୍ରା. ପଟାସ୍ ସାର ଆବଶ୍ୟକ ରସୁଣ ଚାଷ ହେଉଥିବା ଚାଷ ଜମିକୁ ।

ରସୁଣ ବିହନ

ପ୍ରାୟ ଦେଶୀ କିସମର ରସୁଣ ବିହନ ଚାଷପାଇଁ ଖୁବ ଭଲ । ଏକ ଏକର ଚାଷଜମି ପାଇଁ ପ୍ରାୟ ୧୫୦ ରୁ ୨୦୦ କିଲୋଗ୍ରାମ୍ ରସୁଣ ପାଖୁଡ଼ା ଆବଶ୍ୟକ । ଧାଡିକୁ ଧାଡ଼ି ୬ ଇଞ୍ଚ ଓ ଗଛକୁ ଗଛ ମୋଟ ୩ ଇଞ୍ଚ ବ୍ୟବଧାନରେ ରସୁଣ ଚାରା ଲଗାଯାଏ । ଲଗାଇବା ବେଳେ କୋଲାର ମୁହଁ ଉପରକୁ ରଖିବା ଜରୁରୀ । ପାଣି ଦେବା ଓ ପାଣି ନିଷ୍କାସନ କରିବା ପାଇଁ ବିଲରେ ଛୋଟ ଛୋଟ ପଟି କରନ୍ତୁ । ଗଛ ଉଠିବାର ୧୫ ରୁ ୨୦ ଦିନ ପରେ ବିଲରୁ ଘାସ ଇତ୍ୟାଦି ବାଛି ଦିଅନ୍ତୁ । ରସୁଣ ଲଗାଇବାର ୨ ମାସ ପରେ ମୂଳ ପାଖ ମାଟି ଖୁସାଇ ହାଲୁକା କରିଦେଲେ ଭଲ ଅମଳ ହୁଏ । ରସୁଣ ପାଇଁ ପ୍ରାୟ ପ୍ରତି ୧୦ ରୁ ୧୫ ଦିନ ରେ ଥରେ ପାଣି ଦରକାର । ଗଛ ବଢ଼ିବା ସମୟରେ ପାଣି ଅଭାବ ହେଲେ ଚାଷ ହୋଇଥିବା ରସୁଣ ଭଲ ଅମଳ ପ୍ରଦାନ କରେ ନାହିଁ ।

ଅମଳ ସମୟ

ରସୁଣ ପ୍ରାୟ ସାଢ଼େ ଚାରିମାସରୁ ୫ ମାସ ମଧ୍ୟରେ ଅମଳ ହୋଇଥାଏ । ପାକଳ ସମୟକୁ ପତ୍ର ହଳଦିଆ ଏବଂ ଶୁଖିଯାଏ ପତ୍ର । ଗଛ ଗୁଡ଼ିକୁ ଉପାଡ଼ି ବାନ୍ଧି ୩ ରୁ୪ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଦିଅନ୍ତୁ । ଭଲ ଭାବରେ ଚାଷ କଲେ ଏକର ପିଛା ପ୍ରାୟ ଆପଣ ୨୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ରସୁଣ ଅମଳ କରିପାରିବେ ।

ରସୁଣରେ ରୋଗ ଓ ପୋକ

ରସୁଣ ଫସଲରେ ମୂଳ ସଢ଼ା ରୋଗ ଅଧିକ ଦେଖା ଦେଇଥାଏ । ବିଲରେ ମୂଳସଢ଼ା ରୋଗ ଦେଖା ଦେଲେ ଗଛ ଝାଉଁଳି ଓ ଅଗ ପତ୍ର ଗୁଡ଼ିକ ଶୁଖିଆସେ । ଏଥିପାଇଁ ଆପଣ ଚାଷଜମିରେ ବାଭିଷ୍ଟିନ୍ ବ୍ୟବହାର କରିବା ଉଚିତ୍ । ସେହିପରି ସାଇତି ରଖିବା ସମୟରେ ରସୁଣ ସଢ଼ିବାକୁ ଆରମ୍ଭ କରେ । ଏଥିପାଇଁ ଆପଣ ରସୁଣ ]କୁ ଭଲ ଭାବରେ ଶୁଖାନ୍ତୁ । ପିଆଜ ପରି ସମାନ ରୋଗପୋକ ଦେଖିବାକୁ ମିଳନ୍ତି ରସୁଣ ଚାଷରେ । ତେବେ ଏଥିପାଇଁ ଆପଣ ନିକଟସ୍ଥ କୃଷି ବିଭାଗ ସହିତ ଆଲୋଚନା କରିପାରିବେ l

ସରକାରଙ୍କ ବଡ଼ ପଦକ୍ଷେପ: ବିଦେଶ ଯିବ ଓଡ଼ିଶା କୃଷିଜାତ ସାମଗ୍ରୀ

GOVT SUBSIDY: ଆଖୁ ଓ ମକାରେ ସରକାରୀ ସବସିଡି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments