1. କୃଷି ଖବର

ସରକାରଙ୍କ ବଡ଼ ପଦକ୍ଷେପ: ବିଦେଶ ଯିବ ଓଡ଼ିଶା କୃଷିଜାତ ସାମଗ୍ରୀ

କୃଷି କ୍ଷେତ୍ରରେ ଓଡ଼ିଶା ଅଧିକ ରୁ ଅଧିକ ସ୍ୱାବଲମ୍ବୀ ହେବ ସେ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି ନବୀନ ସରକାର ....

Tanushree Mahapatra
Tanushree Mahapatra
Phyto sanitary certificate for exporting products

Phyto sanitary certificate for exporting products

ଓଡ଼ିଶା ଏକ ଚାଷବହୁଳ ରାଜ୍ୟ l ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି l ରାଜ୍ୟ ସରକାର ମଧ୍ୟ ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଚଳିତ କରିଛନ୍ତି l ଯାହାର ଫାଇଦା ମହିଳା ଠାରୁ ଆରମ୍ଭ କରି ପୁରୁଷ ଚାଷୀ ପର୍ଯ୍ୟନ୍ତ ଉଠାଇପାରୁଛନ୍ତି l ବିଭିନ୍ନ କ୍ଷେତ୍ର ପରି ରାଜ୍ୟରେ କୃଷିର ମଧ୍ୟ ବିକାଶ ଓ କୃଷକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଯୋଜନା ପ୍ରଣୟନ କରିଛନ୍ତି ।

ତେବେ କୃଷକମାନେ କିପରି ତାଙ୍କ କୃଷିଜାତ ସାମଗ୍ରୀ ବିଦେଶକୁ ରପ୍ତାନୀ କରିପାରିବେ ସେନେଇ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ନେଇଛନ୍ତି । ଏଣିକି କୃଷି କ୍ଷେତ୍ରରେ ଓଡ଼ିଶା ଅଧିକ ରୁ ଅଧିକ ସ୍ୱାବଲମ୍ବୀ ହେବ ସେ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି ନବୀନ ସରକାର l ଏହା ସହିତ କିପରି ଚାଷୀଙ୍କ ଅମଳ ସାମଗ୍ରୀ ବିଦେଶକୁ ରପ୍ତାନୀ କରିପାରିବ ସେ ନେଇ ବାଟ କାଢିଛନ୍ତି ସରକାର । ଏଥର ବିଦେଶରେ ମିଳିବ ଓଡ଼ିଶା ଚାଷୀଙ୍କ ଅମଳ ସାମଗ୍ରୀ l

ରାଜ୍ୟରେ ଚାଷୀଙ୍କ ଦ୍ୱାରା ହେଉଥିବା କୃଷି ଓ ଉଦ୍ଭିଦଜାତ ଦ୍ରବ୍ୟ, ଫଳ ଓ ପନିପରିବା ଆଦି ରପ୍ତାନୀ ପାଇଁ ପୂର୍ବରୁ କୋଲକତା ଓ ଫରିଦାବାଦ ଉପରେ ନିର୍ଭର ହେବାକୁ ପଡ଼ୁଥିଲା । ଏଥର ଓଡ଼ିଶାରୁ କୀଟମୁକ୍ତି କୃଷିଜାତ ଦ୍ରବ୍ୟର ରପ୍ତାନୀ ସହଜ ହୋଇ ପାରିବ ବୋଲି କହିଛନ୍ତି କୃଷି ସଚିବ। ଆଲୋଚ୍ୟ ବିଷୟ ଯେ ବିଭିନ୍ନ ଦେଶକୁ କୀଟମୁକ୍ତ ରପ୍ତାନୀ କରିବା ପାଇଁ କୃଷିଜାତ ଦ୍ରବ୍ୟର ‘ଫାଇଟୋ ସାନିଟାରୀ ସାର୍ଟିଫିକେଟ’ ଆବଶ୍ୟକତା ପଡ଼େ । ତେବେ ରପ୍ତାନୀ ହେଉଥିବା କୃଷିଜାତ ଦ୍ରବ୍ୟର ଏହି ସାର୍ଟିଫିକେସନ ବିଶ୍ୱ ଖାଦ୍ୟ ସଂଗଠନ ଅନୁଯାୟୀ କୀଟମୁକ୍ତ ବାଣିଜ୍ୟ ସୁବିଧା ନିମନ୍ତେ ଗ୍ରହଣ କରାଯାଇଛି । କୀଟମୁକ୍ତ କୃଷିଜାତ ଦ୍ରବ୍ୟର ବିଶ୍ୱ କାରବାରକୁ ଅଧିକ ରୁ ଅଧିକ ସହଜ କରିବା ପାଇଁ ବୈଷୟିକ ଦୃଷ୍ଟିରୁ ଫାଇଟୋ ସାନିଟାରୀ ସାର୍ଟିଫିକେଟର ଆବଶ୍ୟକ ପଡ଼ିଥାଏ ।

ତେବେ କୃଷିଜାତ ଦ୍ରବ୍ୟ ଓ ଉଦ୍ୟାନ କୃଷିଜାତ ଦ୍ରବ୍ୟର ରପ୍ତାନୀ ପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଏହି ପ୍ରମାଣପତ୍ର ଜାରି କରିପାରିବେ । ଏନେଇ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ପକ୍ଷରୁ ଗତକାଲି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କୃଷିଜାତ ସାମଗ୍ରୀର ରପ୍ତାନୀ ପାଇଁ ଆବଶ୍ୟକ ପରୀକ୍ଷଣ ଏବଂ ଯାଞ୍ଚ କରିବା ପରେ କୃଷି ନିର୍ଦ୍ଦେଶାଳୟ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଅଧିକାରୀମାନେ ଆବଶ୍ୟକ ଫାଇଟୋ ସାନିଟାରୀ ସାର୍ଟିଫିକେଟ ପ୍ରଦାନ କରିପାରିବେ । ଯାହା ଚାଷୀଙ୍କ ସାମଗ୍ରୀ ବିଦେଶକୁ ଯିବା ପାଇଁ ସକ୍ଷମ କରାଇବ l

DRONE DIDI: କିପରି ଉଠାଇବେ ଏହାର ଲାଭ ?

Zucchini Farming: ଏହି ବିଦେଶୀ ପରିବା ଦେବ ଲକ୍ଷାଧିକ ଆୟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments