1. କୃଷି ବିଶ୍ବକୋଷ

କାଙ୍କଡ଼ ରେ ପ୍ରୋଟିନ

କାଙ୍କଡ଼ ରେ ପ୍ରୋଟିନ

KJ Staff
KJ Staff

କାଙ୍କଡ଼ ନା ଶୁଣିଲେ ହୁଏତ ଆପଣଙ୍କୁ ଏତେ ଭଲ ଲାଗୁନଥିବ |ଏହି ପାରିବ କୁ ମୁଖ୍ୟତ ଆପଣ ଖରା ଦିନରେ ହାଟ ମାନଙ୍କର ଦେଖିବାକୁ ପାଇବେ ହେଲେ ଏହାକୁ ଖୁବ କମ ଲୋକ ଖାଇବାକୁ ପସନ୍ଦ କରନ୍ତି |ତେବେ ସବୁ ପରିବା ପରି ଏହାର ମଧ୍ୟ ବହୁ ଉପକାରିତା ରହିଛି|ନିୟମିତ କାଙ୍କଡ଼ଭଜା ବା ତରକାରୀ ଖାଇବା ଦ୍ୱାରା ଶରୀରରୁ ପ୍ରଚୁର ପରିମାଣରେ ଶକ୍ତି ମିଳିଥାଏ ବୋଲି ବିଶେଷଜ୍ଞନ ମତ ଦିଅନ୍ତି |

-ଏକ ପରୀକ୍ଷା ରୁ ଜଣାପଡିଛି ରେ ନିୟମିତ କାଙ୍କଡ଼ଖାଉଥିବା ବ୍ୟକ୍ତିଙ୍କ ପାଖରେ କର୍କଟ ରୋଗ ର ସମସ୍ୟା ଖୁବ କମ ଦେଖାଯାଇଛି |


-ବିଶେଷଜ୍ଞନ ଙ୍କ ଅନୁଯାୟୀ ପ୍ରୋଟିନ ଓ ପୋଷକତତ୍ୱ ରେ ଭରପୁର ଏହି ପରିବା ଆମିଷ ଖାଦ୍ୟ ଠାରୁ ମଧ୍ୟ ଅଧିକ ଉତ୍ତମ |ମଧୁମେହ ରୋଗୀ ସପ୍ତାହକୁ କୁ ନିୟମିତ ୩-୪ ଥର କାଙ୍କଡ଼ଭଜା ଖାଇଲେ ସେମାନଙ୍କ ମଧୁମେହ ନିୟନ୍ତ୍ରିତ ହୋଇଥାଏ |

-ଚକ୍ଷୁର ଜ୍ୟୋତି ବଢା଼ଉ ଥିବା ଏହି ପରିବା ଖରାଦିନରେ ଶରୀରରୁ ଅତ୍ୟଧିକ ଝାଳ ନିର୍ଗତ ହେବାରୁ ରକ୍ଷା କରେ |ଫାଇବର ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର କାଙ୍କଡ଼ ହଜମ ଶକ୍ତି ମଧ୍ୟ ବୃଦ୍ଧି କରେ |

-ରକ୍ତ ପରିସ୍କାର କରିବାରେ ସାହାୟ୍ଯ ହେଉଥିବା କାଙ୍କଡ଼ରେ ଥିବା ମେମୋରଡେସିନ ତତ୍ତ୍ୱ ଶରୀରର ଓଜନକୁ ନିୟନ୍ତ୍ରଣ ରଖିବା ସହ ରକ୍ତଚାପ ମଧ୍ୟ ସଠିକ ପରିଚାଳନା କରିଥାଏ |

-କାଙ୍କଡ଼ରେ ଥିବା ଲ୍ୟୁଟେନ ତତ୍ତ୍ୱ କର୍କଟ ରୋଗୀ ମାନଙ୍କ ରୋଗ ର ଯନ୍ତ୍ରନା ମଧ୍ୟ କମ କରିଥାଏ ବୋଲି ବିଭିନ୍ନ ପରୀକ୍ଷାରୁ ପ୍ରମାଣିତ ହୋଇଛି |ଲୌହ ଭରପୁର ଥିବା କାଙ୍କଡ଼ ନିୟମିତ ଖାଇଲେ ମେଦବହୁଳ ରୋଗୀଙ୍କ ଓଜନ ମଧ୍ୟ ନିୟନ୍ତ୍ରିତ ରୁହେ |

 


କିପରି କରିବେ କାଙ୍କଡ଼ ଚାଷ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ ...

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments