1. କୃଷି ବିଶ୍ବକୋଷ

ଝୋଟ ଚାଷୀଙ୍କୁ ମିଳିବ ରୋଜଗାର: ଝୋଟ ବସ୍ତାରେ ପ୍ୟାକେଜିଂ ବାଧ୍ୟତାମୂଳକ

ଏକଦା ଦେଶର ସର୍ବବୃହତ୍‌ ଝୋଟ ଉତ୍ପାଦନକାରୀ ରାଜ୍ୟ ଭାବେ ଓଡ଼ିଶା ନିଜ ପରିଚୟ ସୃଷ୍ଟି କରିଥିଲା । ବିଶେଷ ଭାବେ ଉପକୂଳ ଜିଲାଗୁଡ଼ିକରେ ଝୋଟ ଚାଷ ଏକ ଅର୍ଥକାରୀ ଫସଲର ମାନ୍ୟତା ଲାଭ କରିଥିଲା । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଚାଷରୁ ଚାଷୀମାନେ ମୁହଁ ଫେରାଇ ନେଉଛନ୍ତି ଏବେ । ଫଳରେ ରାଜ୍ୟରୁ ଝୋଟଚାଷ କ୍ରମଶଃ ଲୋପ ପାଇବାରେ ଲାଗିଛି । ଏବ

Tanushree Mahapatra
Tanushree Mahapatra
Reservation norms of jute packaging

Reservation norms of jute packaging

ଏକଦା ଦେଶର ସର୍ବବୃହତ୍‌ ଝୋଟ ଉତ୍ପାଦନକାରୀ ରାଜ୍ୟ ଭାବେ ଓଡ଼ିଶା ନିଜ ପରିଚୟ ସୃଷ୍ଟି କରିଥିଲା । ବିଶେଷ ଭାବେ  ଉପକୂଳ ଜିଲାଗୁଡ଼ିକରେ ଝୋଟ ଚାଷ ଏକ ଅର୍ଥକାରୀ ଫସଲର ମାନ୍ୟତା ଲାଭ କରିଥିଲା । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଚାଷରୁ ଚାଷୀମାନେ ମୁହଁ ଫେରାଇ ନେଉଛନ୍ତି ଏବେ । ଫଳରେ ରାଜ୍ୟରୁ ଝୋଟଚାଷ କ୍ରମଶଃ ଲୋପ ପାଇବାରେ ଲାଗିଛି । ଏବେ ଖୁବ ଅଳ୍ପ ପରିମାଣର ଚାଷୀ ଝୋଟ ଚାଷ କରୁଥିବାର ଦେଖିବାକୁ ମିଳୁଛି l

କିନ୍ତୁ କେନ୍ଦ୍ରର ଏହି ନିଷ୍ପତି ପରେ ଝୋଟ ଚାଷୀ ନିଜ ଚାଷର ଉଚିତ ମୂଲ୍ୟ ପାଇବେ ବୋଲି ଆଶା l ଝୋଟ ପରିବେଶ ଅନୁକୂଳ ହୋଇଥିବାରୁ ଏଥିରୁ ଅନେକ ବ୍ୟବହାର ସାମଗ୍ରୀ ପ୍ରସ୍ତୁତ କରେ ଏବଂ ବଜାରରେ ବିକ୍ରି କରି ଚାଷୀ ନିଜ ରୋଜଗାର ମେଣ୍ଟାଈ ଥାଏ l ଝୋଟରୁ କାର୍ପେଟ, ଅଖା, ବ୍ୟାଗ, ରଶି ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରସ୍ତୁତ କରାଯାଏ । ହେଲେ ଏବେ ବଜାର ସୁବିଧା ଏବଂ ପ୍ରୋତ୍ସାହନ ଅଭାବରୁ ଝୋଟ ବା ନଳିତା ଚାଷ କରୁଥିବା ଚାଷୀମାନେ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛନ୍ତି । ଏବେ ଏହି ଝୋଟ ପ୍ୟାକେଜିଂ ବାଧ୍ୟତାମୂଳକ ହେବା ପରେ ହୁଏତ ପୁଣି ଠାରେ ଝୋଟ ଚାଷ ପ୍ରତି ଆକୃଷ୍ଟ ହେବେ ଚାଷୀ l

ଝୋଟ ମିଲ୍‌ ଓ ସହାୟକ ୟୁନିଟରେ ୪୦ ଲକ୍ଷ ଚାଷୀ ପରିବାର ଓ ୩.୭ ଲକ୍ଷ ଶ୍ରମିକ ନିୟୋଜିତ ରହିଛନ୍ତି l ତେବେ ପ୍ୟାକିଂ ନିମନ୍ତେ ସରକାର ବାର୍ଷିକ ୯ହଜାର କୋଟି ଟଙ୍କାର ଝୋଟ ବସ୍ତା କିଣିଥାନ୍ତି ଯାହାଫଳରେ ଝୋଟ ଚାଷୀ, ଶ୍ରମିକମାନଙ୍କ ଉତ୍ପାଦ ବିକ୍ରି ଲାଗି ଗ୍ୟାରେଣ୍ଟିଯୁକ୍ତ ବଜାର ସୁବିଧା ସୁନିଶ୍ଚିତ ହୋଇଥାଏ l କିନ୍ତୁ ଏବେ ଝୋଟ ଚାଷୀଙ୍କ ପାଇଁ ଖୁସି ଖବର ଭାରତ ସରକାର ଝୋଟ ବର୍ଷ ୨୦୨୨-୨୩ ଲାଗି ଚାଉଳ, ଗହମ ଓ ଚିନିର ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ମାନଦଣ୍ଡକୁ ମଞ୍ଜୁର କରିଛନ୍ତି । ଗତ ଦୁଇ ମାସ ତଳେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବାଧ୍ୟତାମୂଳକ ମାନଦଣ୍ଡ ଖାଦ୍ୟଶସ୍ୟର ପ୍ୟାକେଜିଂ ଲାଗି ସମ୍ପୂର୍ଣ୍ଣ ସଂରକ୍ଷଣ ପ୍ରଦାନ କରିଥାଏ। ଝୋଟ ବସ୍ତାରେ ଚିନିର ପ୍ୟାକେଜିଂ ଲାଗି ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଏଥିରେ ରହିଛି । ଯାହାକି ଓଡ଼ିଶା, ପଶ୍ଚିମବଙ୍ଗ ଭଳି ଝୋଟ ଉତ୍ପାଦନକାରୀ ରାଷ୍ଟ୍ର ପାଇଁ ଏକ ବଡ଼ ପ୍ରୋତ୍ସାହନ ସାବ୍ୟସ୍ତ ହେବ।

ଏବେ ରାଜ୍ୟ ତଥା ଦେଶରେ ଝୋଟ ଚାଷୀଙ୍କୁ ଉଚିତ ମୂଲ୍ୟ ନ ମିଳୁ ଥିବାରୁ ଝୋଟ ଚାଷ କରିଵା ପାଇଁ ଆଉ ଚାଷୀ ଇଚ୍ଛା ପ୍ରକାଶ କରୁ ନାହାନ୍ତି l କାରଣ ଚାଷ ନଷ୍ଟ ହେଉଥିବାବେଳେ ସେମାନଙ୍କୁ ଉଚିତ ମୂଲ୍ୟ ମିଳିପାରୁନଥିଲା l ଝୋଟ ଅମଳ ସରିବା ପରେ । ଚାଷୀ ବିକ୍ରି ପାଇଁ ପ୍ରସ୍ତୁତ ମଧ୍ୟ ହେଉଛନ୍ତି  । ହେଲେ ଦର ଉଚିତ ନାହିଁ । ଫଳରେ କ୍ଷତି ଆଶଙ୍କା କରି ଘରେ ଗଦା କରି ରଖୁଛନ୍ତି ଝୋଟ । ଏକର ପିଛା ଚାଷୀଙ୍କୁ ୧୫ ହଜାର ଟଙ୍କା ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିଛି । କିନ୍ତୁ ସରକାରଙ୍କ ଏହି ପଦକ୍ଷେପ ଏବେ ଝୋଟ ଚାଷୀଙ୍କୁ ରୋଜଗାର ଦେବା ବୋଲି ଆଶା l ସରକାରଙ୍କ ଏହି ନିଷ୍ପତ୍ତି ଝୋଟ ଚାଷୀଙ୍କୁ ଏକ ବଡ ଉପହାର l ଝୋଟ ଶିଳ୍ପ ଆଗକୁ ବଢିବା ସହିତ ଝୋଟ ଚାଷୀମାନେ ଜୀବିକା ପାଇପାରିବେ । ଲକ୍ଷାଧିକ କୃଷକ ଝୋଟ ଚାଷ କରି ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି ।

ଝୋଟ ଉଦ୍ୟୋଗ ଭାରତର ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଭାବେ ଗ୍ରହଣ କରିଥାଏ । ବିଶେଷ କରି ପଶ୍ଚିମବଙ୍ଗରେ ୭୫ଟି ଝୋଟ କଳ କାର୍ଯ୍ୟକ୍ଷମ ରହିଛି । ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଜୀବିକା ଅର୍ଜନ କରିଥାନ୍ତି । ଏବେ ସରକାର ନେଇଥିବା ନିଷ୍ପତ୍ତି ଝୋଟ କ୍ଷେତ୍ରରେ ନିୟୋଜିତ ପ୍ରାୟ ୪୦ ଲକ୍ଷ ଚାଷୀ ପରିବାରଙ୍କୁ ସହାୟତା କରିବ । ଏହାଦ୍ବାରା ଓଡ଼ିଶା, ବିହାର, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ଝୋଟ କ୍ଷେତ୍ରକୁ ମଧ୍ୟ ସହାୟତା ମିଳିପାରିବ।

ଝୋଟ ପ୍ୟାକେଜିଂ ସାମଗ୍ରୀ-ଜେପିଏମ ଆଇନ ଅଧୀନରେ ସଂରକ୍ଷଣ ମାନଦଣ୍ଡ ୩.୭୦ ଲକ୍ଷ ଶ୍ରମିକଙ୍କୁ ସିଧାସଳଖ ରୋଜଗାର ପ୍ରଦାନ କରିବା ସହିତ ୪୦ ଲକ୍ଷ ଚାଷୀ ପରିବାରଙ୍କ ହିତ ରକ୍ଷା କରିଥାଏ। ଜେପିଏମ ଆଇନ, ୧୯୮୭ ଝୋଟ ଚାଷୀ, ଶ୍ରମିକ ଓ ଝୋଟ ସାମଗ୍ରୀ ଉତ୍ପାଦନରେ ଲାଗିଥିବା ଲୋକମାନଙ୍କର ସ୍ବାର୍ଥ ରକ୍ଷା କରିଥାଏ। ଝୋଟ ଉଦ୍ୟୋଗରେ ମୋଟ ଉତ୍ପାଦନର ୭୫ ପ୍ରତିଶତ ଝୋଟ ବସ୍ତା ହୋଇଥାଏ। ଏଥିମଧ୍ୟରୁ ଭାରତୀୟ ଖାଦ୍ୟ ନିଗମ ଓ ରାଜ୍ୟ କ୍ରୟ ଏଜେନ୍ସି କୁ ୮୫ ପ୍ରତିଶତ ଯୋଗାଣ କରାଯାଇଥାଏ। ଅବଶିଷ୍ଟକୁ ସିଧାସଳଖ ରପ୍ତାନି କରାଯାଇଥାଏ କିମ୍ବା ବିକ୍ରି କରାଯାଏ।

ଏବେ ସଂରକ୍ଷଣ ମାନଦଣ୍ଡ ଭାରତର କଞ୍ଚା ଝୋଟ ଏବଂ ଝୋଟ ପ୍ୟାକେଜିଂ ସାମଗ୍ରୀର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବ, ଯାହାଫଳରେ ଦେଶ ଆତ୍ମନିର୍ଭର ଭାରତର ପରିକଳ୍ପନା ଅନୁରୂପ ସ୍ବାବଲମ୍ବୀ ହୋଇପାରିବ। ଏହା ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇପାରିବ କାରଣ ଝୋଟ ଏକ ପ୍ରାକୃତିକ, ଜୈବ-କ୍ଷୟଯୋଗ୍ୟ, ନବୀକରଣଯୋଗ୍ୟ ଏବଂ ପୁନଃବ୍ୟବହାର ଯୋଗ୍ୟ ଫାଇବର ହୋଇଥିବାରୁ ଏହା ସମସ୍ତ ଦୀର୍ଘସ୍ଥାୟିତ୍ବ ମାପଦଣ୍ଡକୁ ପୂରଣ କରିଥାଏ ।

ବ୍ୟବସାୟିକ ଭିତ୍ତିରେ ଝୋଟ ଚାଷ, ଜାଣନ୍ତୁ ପ୍ରଣାଳୀ...

ନଳିତା ଚାଷ ବିଷୟରେ କିଛି ଜାଣନ୍ତୁ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments