1. କୃଷି ବିଶ୍ବକୋଷ

No Tension! ଏବେ କମ୍ ପାଣିରେ ବି କରିପାରିବେ ଅଧିକ ଅମଳ

କୃଷି କ୍ଷେତ୍ରରେ ରସାୟନିକ ସାରର ବ୍ୟବହାର କମ୍ କରି ଜୈବିକ ଉପାୟରେ ଅଧିକ ଅମଳ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ପ୍ରାକୃତିକ ଉପାୟରେ ଚାଷ କରିବା ଦ୍ୱାରା ଜମି ପୂନଃ ଅମଳକ୍ଷମ ହେବା ସହ ଅମଳ ହେଉଥିବା ଉତ୍ପାଦ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ।

Priyambada Rana
Priyambada Rana
regenerative agriculture can help save water

regenerative agriculture can help save water

୧୯୬୦ ମସିହାର ସବୁଜ କ୍ରାନ୍ତି (Green Revolution) ଭାରତକୁ ଅନାହାର(starvation)ଭଳି ବିପନ୍ନ ପରିସ୍ଥିତିରୁ ରକ୍ଷା କରିଥିଲା । ସବୁଜକ୍ରାନ୍ତି ଜରିଆରେ ଭାରତ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା । ଏହି କ୍ରାନ୍ତି ଭାରତକୁ ଦୁନିଆର ସବୁଠୁ ଅଧିକ ଭୂଜଳ(Ground Water) ଯୋଗାଣକାରୀ ଦେଶ ଭାବେ ପରିଚିତ କରାଇଥିଲା । ମିଳିତ ଜାତିସଂଘର ବିଶ୍ୱ ଜଳ ବିକାଶ ରିପୋର୍ଟ(World Water Development Report) -୨୦୨୨ ଅନୁସାରେ, ଦେଶ ପ୍ରତିବର୍ଷ ୨୫୧ କ୍ୟୁବିକ୍ କିମି ବା ବିଶ୍ୱ କରୁଥିବା ଭୂଜଳ ନିର୍ଗମନର ଏକ ଚତୁର୍ଥାଂଶରୁ ଅଧିକ ବାହାର କରିଥାଏ ।ଯେଉଁଥିରୁ ୯୦ ପ୍ରତିଶତ ପାଣିର ବ୍ୟବହାର କେବଳ କୃଷି କ୍ଷେତ୍ରରେ ବ୍ୟବହାର କରାଯାଇଥାଏ ।

୨୦୧୯ ମସିହାରେ ଭାରତୀୟ ପ୍ରୋଦ୍ୟୋଗୀ ବିଭାଗ ଦିଲ୍ଲୀ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଦେଶରେ ୩୯ ମିଲିୟନ ହେକ୍ଟଟରରୁ ଅଧିକ କୃଷିକ୍ଷେତ୍ରରେ କେବଳ ଧାନ, ଗହମ, ଚାଉଳ ଏବଂ ମକ୍କା ଚାଷ କରାଯାଉଥିବା ବେଳେ ଦୀର୍ଘ ୧୦ ବର୍ଷ ଧରି ଏଥିରେ କୌଣସି ସୁଧାର ଆସୁନଥିବା ଦେଖିବାକୁ ମିଳିଛି ।

କୃଷିର ମୂଳ ଲକ୍ଷ ହେଉଛି ବିଶ୍ୱରୁ ଖାଦ୍ୟାଭାବକୁ ଦୂର କରିବା ସହ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବା । ତେଣୁ କୃଷିର ବିକାଶ ଦିଗରେ କାର୍ଯ୍ୟ କରିବାକୁ ହେଲେ ପ୍ରକୃତି ସହ ତାଳ ମିଳାଇ କାମ କରିବାକୁ ପଡ଼ିବ । ବର୍ତ୍ତମାନ ସ୍ଥିତିରେ ବିଶ୍ୱର ଅନେକ କୃଷି ସଙ୍ଗଠନ, କର୍ମକର୍ତ୍ତା ଏବଂ ବିଶେଷ କରି କୃଷକମାନେ ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଯଥା ସମ୍ଭବ କୃଷି କ୍ଷେତ୍ରରେ ରସାୟନିକ ସାରର ବ୍ୟବହାର କମ କରି ଜୈବିକ ଉପାୟରେ ଅଧିକ ଅମଳ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ପ୍ରାକୃତିକ ଉପାୟରେ ଚାଷ କରିବା ଦ୍ୱାରା ଜମି ପୂନଃ ଅମଳକ୍ଷମ ହେବା ସହ ଅମଳ ହେଉଥିବା ଉତ୍ପାଦ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ।

ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଅନୁଯାୟୀ ସୁସ୍ଥ ମୃତ୍ତିକା ଜଳ ସଂରକ୍ଷଣ, ପ୍ରସାରଣ ଓ ଜଳକୁ ଫିଲ୍ଟର କରିବା ଓ କୃଷି ପ୍ରବାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଜୈବିକ ପଦ୍ଧତ୍ତିରେ ଚାଷ କରିବାକ ଦ୍ୱାରା ପ୍ରତି ୦.୪ ହେକ୍ଟର ଜମିରେ ୭୫,୦୦୦ ଲିଟରରୁ ଅଧିକ ଜଳ ସଂରକ୍ଷଣ କରାଯାଇପାରିବ । ତେଣୁ ସରକାର ମଧ୍ୟ ଜୈବିକ କୃଷି ପଦ୍ଧତ୍ତିକୁ ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳିଛି । ଭାରତରେ କୃଷିକ୍ଷେତ୍ରରେ ରସାୟନିକ ସାର ଏବଂ କୀଟନାଶକ ବ୍ୟବହାରକୁ ହ୍ରାସ କରିବା ଦ୍ୱାରା ଏବଂ ଇନପୁଟ୍ ମୂଲ୍ୟ ହ୍ରାସ ପୁନଃ ଉତ୍ପାଦିତ ଅମଳ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରୁଛି ।

ଜୈବିକ କୃଷି ପ୍ରଣାଳୀରୁ ମିଳୁଥିବା ଫାଇଦାକୁ ଦୃଷ୍ଟିରେ ରଖି ଏବେ ଆମ ଦେଶର ଅନେକ ରାଜ୍ୟର ସରକାର ଏହାକୁ ପ୍ରୋତ୍ସାହନ ଦେବା ଆରମ୍ଭ କରିଦେଇଛନ୍ତି । ଓଡ଼ିଶା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ସିକିମ୍ ଏବଂ ଗୁଜୁରାଟ ଭଳି ରାଜ୍ୟର ସରକାର ଜୈବିକ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଯୋଜନାମାନ ଆରମ୍ଭ କରିଛନ୍ତି । ସରକାରୀ ଓ ବେସରକାରୀ ସ୍ତରରେ ଜୈବିକ କୃଷି ପଦ୍ଧତ୍ତିକୁ ବେସ୍ ଆଦର ମିଳୁଥିବା ଦେଖିବାକୁ ମିଳିଛି ।

ଆମ ଦେଶରେ ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି ଜଳକଷ୍ଟ ଭୋଗୁଛନ୍ତି ଚାଷୀ। ଆବଶ୍ୟକୀୟ ପରିମାଣର ଜଳ ଅଭାବରୁ ଆଶାନୁରୂପକ ଅମଳ କରିପାରୁନାହାଁନ୍ତି ଚାଷୀ ।ଏଥି ସହ ସେମାନଙ୍କୁ ନାନା ପ୍ରକାରର କ୍ଷତି ସହିବାକୁ ପଡ଼ୁଛି । ଅନେକ ସ୍ଥାନରେ ଏହା ଚାଷୀ ମୃତ୍ୟୁର କାରଣ ମଧ୍ୟ ପାଲଟୁଥିବା ଦେଖିବାକୁ ମିଳିଛି । ତେଣୁ ଜୈବିକ କୃଷି ପ୍ରଣାଳୀ କୃଷକମାନଙ୍କର ଏଭଳି ଗମ୍ଭୀର ସମସ୍ୟାକୁ ଦୂର କରିବା ସହ ସୁନାର ଫସଲ ଉତ୍ପାଦନରେ ସାହାଯ୍ୟ କରିବ ବୋଲି କୃଷି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ଚାଷକୁ ଦ୍ଵିଗୁଣ କରିବ ଜୈବିକ ପଦ୍ଧତି

ଜୈବିକ କୃଷି: କୃଷିର ଏକ ନୂତନ ଧାରା

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ